Unknown

 

 

 

 

 

 

 

 

୪୪ତମ ସଂଖ୍ୟା କୋଣାର୍କ ୧୯୮୧

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

(ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର)

 

ସମ୍ପାଦକମଣ୍ଡଳୀଙ୍କ ନାମ :

ଡଃ ସଚ୍ଚିଦାନନ୍ଦ ରାଉତରାୟ

ଅଧ୍ୟାପକ ରାଜକିଶୋର ରାୟ

ଡଃ ଗୋପୀନାଥ ମହାନ୍ତି

 

ପରିଚାଳନା ସମ୍ପାଦକ :

ରାଇଚରଣ ଦାସ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

 

ସୂଚୀପତ୍ର

 

 

ବିଷୟ

 

୧.

ସମଲପୁରୀ ଶବ୍‌ଦ ସୂଚୀ ସଂଗ୍ରାହକ :

ପ୍ରଫୁଲ୍ଲ କୁମାର ତ୍ରିପାଠୀ

୨.

‘ସଙ୍ଗୀତ ପାରିଜାତ’ ଗ୍ରନ୍ଥକର୍ତ୍ତା ଅହୋବଳ

ଡ : ସତ୍ୟନାରାୟଣ ରାଜଗୁରୁ

୩.

ଶିଶୁ-ସାହିତ୍ୟର ଗତି ଓ ପ୍ରକୃତି

ଡକ୍ଟର କୃଷ୍ଣଚରଣ ବେହେରା

୪.

ସାରଳା ମହାଭାରତରେ ଲୋକଗାଥା ଓ ଗଳ୍ପର ଭୂମିକା

ଶ୍ରୀ ଶ୍ୟାମସୁନ୍ଦର ମହାପାତ୍ର

୫.

ଦଧିନାଟ (ଓଡ଼ିଶାର ଏକ ଅନାଲୋଚିତ ଲୋକନାଟ୍ୟ)

ଡକ୍ଟର ମନୀନ୍ଦ୍ର ମହାନ୍ତି

୬.

ଓଡ଼ିଶାର କୁରୁମାଳୀ ଭାଷାର ସୂଚନା

ଶ୍ରୀ ଯୋଗୀନ୍ଦ୍ରନାଥ ଦାସ

୭.

କାଳନ୍ଦୀ ଜନ୍ମ ଓ କବି ଧରଣୀଧର

ଅଧ୍ୟାପକ ବସନ୍ତ କୁମାର ସାହୁ

୮.

ମୃତ୍ୟୁଞ୍ଜୟ ବିଦ୍ୟାଳଂକାର

ଶ୍ରୀ ମହେଶ ଚନ୍ଦ୍ର ମହାପାତ୍ର

୯.

ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୮୧-୮୨ ବର୍ଷର

ବିଭିନ୍ନ କାର୍ଯ୍ୟକ୍ରମ

 

 

 

ସମଲ୍‍ପୁରୀ ଶବ୍‌ଧ-ସୂଚୀ

ସଂଗ୍ରାହକ : ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଅଧ୍ୟାପକ, ଇଂରାଜୀ ବିଭାଗ, ବି:ଜେ:ବି ମହାବିଦ୍ୟାଳୟ, ଭୁବନେଶ୍ୱର

 

ପୃଥିବୀର ପ୍ରାୟ ପ୍ରତ୍ୟେକ ଭାଷା ସହିତ ଅନ୍ୟ କେତେଗୋଟି ଉପଭାଷା ମଧ୍ୟ ସର୍ବଦା କାର୍ଯ୍ୟଶୀଳ । ଆମ ଓଡ଼ିଆ ଭାଷାର କେତେଗୋଟି ବାସ୍ତବିକ ଉପଭାଷା ଅଛି, ସେ ସମ୍ପର୍କରେ ନାନା ପଣ୍ଡିତଙ୍କର ନାନା ମତ । ତେବେ ସମସ୍ତେ ଏଥିରେ ଏକମତ ଯେ ଓଡ଼ିଆ ଭାଷା ଏକ ପ୍ରଧାନ ଭାଷା ଓ ସମ୍ବଲପୁରୀ ଏକ ଅପ୍ରଧାନ ଭାଷା ।

 

ଓଡ଼ିଆ ଭାଷା ବିଷୟକ ବହୁତ ଆଲୋଚନା, ଗବେଷଣା ହୋଇ ପତ୍ରପତ୍ରିକାରେ ଅସଂଖ୍ୟ ଲେଖା ଓ କେତେଖଣ୍ଡି ପୁସ୍ତକ ମଧ୍ୟ ପ୍ରକାଶ ପାଇଛି । ତେବେ ବି ଅନ୍ୟ ଭାଷା ତୁଳନାରେ ଏଗୁଡ଼ିକର ସଂଖ୍ୟା ଯଥେଷ୍ଟ ନୁହେଁ । ଏବେ ମଧ୍ୟ ଏ ବିଷୟକ ଆଲୋଚନା ଓ ଗବେଷଣା ଚାଲିଛି । ଏହା ଆନନ୍ଦର କଥା ।

 

ଭାଷାତତ୍ତ୍ୱ ଭଳି ଏକ ବିଶେଷ ବିଷୟର ଆଲୋଚନା କରିବା ପାଇଁ ମୋର କୌଣସି ପ୍ରକାର ସ୍ୱତନ୍ତ୍ର ସାଧନା ନାହିଁ । ବସ୍ତୁତଃ କଲେଜ ଛାତ୍ର ଥିଲାବେଳେ ଇଂଲିଶ ଅନର୍ସ ପାଠ୍ୟ ଖସଡ଼ାରୁ ଭାଷାତତ୍ତ୍ୱ ବିଷୟକ ସାମାନ୍ୟ ପ୍ରାରମ୍ଭିକ ସୂଚନା ବ୍ୟତୀତ ଅନ୍ୟ କିଛି ହାସଲ କରି ପାରି ନାହିଁ ।

 

ତଥାପି ଏ ଭାଷାର ଜଣେ ବ୍ୟବହାରକାରୀ ହିସାବରେ ମୋର ସାମାନ୍ୟ ଅଧ୍ୟୟନ ଓ ତହିଁରୁ କିଞ୍ଚିତ୍‌ ଅଧିକ ଅନୁଭୁତି ଉପରେ ଆଶ୍ରା କରି ସମ୍ବଲପୁରୀ ବିଷୟକ କାର୍ଯ୍ୟ ସହିତ ଜଡ଼ିତ ହେବାର ଚେଷ୍ଟା କରିଛି ।

 

ମୋର ଜାଣିବାରେ ଏଯାଏଁ ସମ୍ବଲପୁରୀ ଉପଭାଷାର କୌଣସି ସ୍ୱତନ୍ତ୍ର ଅଭିଧାନ ପ୍ରକାଶିତ ହୋଇନାହିଁ । ମାତ୍ର ଏ ଦିଗରେ ଯେ ଉଦ୍ୟମ ହୋଇନାହିଁ ବା ହେଉନାହିଁ ସେ କଥା ନୁହେଁ-। ବରଗଡ଼ ଜର୍ଜ ହାଇସ୍କୁଲର ତତ୍କାଳୀନ ଶିକ୍ଷକ, ନୀରବ ସାହିତ୍ୟସାଧକ ସ୍ୱର୍ଗତ ଶଶିଭୂଷଣ ମିଶ୍ରଶର୍ମା, ବଲାଙ୍ଗିର ଜିଲା ତୁଷରାର ଶ୍ରୀ ବିଧୁଭୂଷଣ ଗୁରୁ ଓ ସମ୍ବଲପୁରର ସ୍ୱର୍ଗତ ସତ୍ୟ ନାରାୟଣ ବହିଦାର ଏ ଦିଗରେ କିଛି କିଛି କାର୍ଯ୍ୟ କରିଥିବାର ମୁଁ ଶୁଣିଛି ।

 

ଡକ୍ଟର କୁଞ୍ଜବିହାରୀ ଦାଶ ସ୍ୱସଂକଳିତ ‘‘ପଲ୍ଲୀ ଗୀତି ସଞ୍ଚୟନ (ଦ୍ୱିତୀୟ ଭାଗ)’’ର ଭୂମିକା (ପୃ: ୪୭)ରେ ଲେଖିଛନ୍ତି-‘‘ସମ୍ବଲପୁରର ବିଶିଷ୍ଟ ସାହିତ୍ୟିକ ଶ୍ରୀ ନନ୍ଦକିଶୋର ପଟେଲଙ୍କ ନାମ ଦ୍ୱିତୀୟରେ ଉଲ୍ଲେଖ୍ୟ । ସେ ସମ୍ବଲପୁରର ଇତିହାସ, ସମ୍ବଲପୁର ଶବ୍ଦାଭିଧାନ, ସୁରେନ୍ଦ୍ର ସାଏଙ୍କ ଜୀବନୀ ପ୍ରଭୃତି କେତେକ ଉପାଦେୟ ଗ୍ରନ୍ଥ ରଚନା କରିଛନ୍ତି, ଯାହା ଏବେ ବି ଆଲୋକ ଦେଖି ନାହିଁ ।’’

 

ଉଲ୍ଲିଖିତ ତିନୋଟି ମଧ୍ୟରୁ କୌଣସି ଗ୍ରନ୍ଥ ଏଯାଏଁ ପ୍ରକାଶିତ ହୋଇନାହିଁ । ଅନ୍ୟାନ୍ୟ ଅନେକ ଏ ରୂପ ଉଦ୍ୟମ ଅସମ୍ପୂର୍ଣ୍ଣ ଥିବା ଆଦୌ ବିଚିତ୍ର ନୁହେଁ ।

 

ସମ୍ବଲପୁରୀ ଶବ୍ଦଗୁଡ଼ିକର ଅର୍ଥ ସୂଚାଇବା ନିମନ୍ତେ ଏଯାଏଁ କୌଣସି ପୁସ୍ତକ ବା ଅଭିଧାନ ପ୍ରକାଶିତ ହୋଇନାହିଁ । ସାଧାରଣ ପ୍ରଚଳିତ ଓଡ଼ିଆ ଅଭିଧାନଗୁଡ଼ିକରେ ଯେଉଁ କେତେକ ସମ୍ବଲପୁରୀ ଶବ୍ଦକୁ ସ୍ଥାନ ଦିଆଯାଇଛି, ସେଗୁଡ଼ିକର ସଂଖ୍ୟା ଯଥେଷ୍ଟ ନୁହେଁ । କେତେକ ସ୍ଥଳରେ ପ୍ରଦତ୍ତ ଅର୍ଥ ଓ ବ୍ୟାଖ୍ୟା ମଧ୍ୟ ଠିକ୍‌ ନୁହେଁ । ଅଭିଧାନ ପ୍ରଣୟନ କାର୍ଯ୍ୟ ଏ ପର୍ଯ୍ୟନ୍ତ ବ୍ୟକ୍ତିଗତ ଉଦ୍ୟମରେ ହେଉଥିବା ଯୋଗୁଁ ତହିଁରେ ସଂଶୋଧନ କରିବା ଆଦୌ ସୁବିଧାଜନକ ନୁହେଁ ।

 

ଆମର ଭାଷାକ୍ଷେତ୍ରରେ ଲାଗି ରହିଥିବା ଏହି ମୁଖ୍ୟ ପ୍ରତିବନ୍ଧକ ହଟାଇବା ସକାଶେ ମୁଁ ବହୁ ବିଶିଷ୍ଟ ଭାଷାବିତ୍‌ଙ୍କୁ ନିବେଦନ କରିଛି । ଉତ୍ତର ମିଳିଛି–‘‘ତୁମେ କବିତା, ଗଳ୍ପ ନ ଲେଖି ଏ ପ୍ରକାର ଗୋଟେ ନିରସ କାମରେ କାହିଁକି ଲାଗିଛ ?’’

 

ଏ ଶବ୍ଦ-ସଂଗ୍ରହ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ପାରଳାଖେମୁଣ୍ଡିରେ ୧୯୭୦ ବେଳକୁ-। ସେଠି ଆଉ ତିନି ଚାରିଜଣ ସମ୍ବଲପୁରୀ ବନ୍ଧୁ ମୋର ସହକର୍ମୀ ଥିଲେ । ଆମେ ଏକତ୍ର ହେଲେ ସମ୍ବଲପୁରୀରେ କଥାବାର୍ତ୍ତା କରୁ । ଏସବୁ ଅଣ-ସମ୍ବଲପୁରୀ ବନ୍ଧୁମାନଙ୍କ କାନକୁ ଅଡ଼ୁଆ ଶୁଭେ । ସେମାନେ ନିଜେ ଶିଖି କହିବାକୁ ଚେଷ୍ଟା କରନ୍ତି ।

 

ସେଠି ଅନେକ ବନ୍ଧୁ ଆଗ୍ରହୀ ହୋଇ ଆହୁରି ଜାଣିବାକୁ ଚାହିଁବାରୁ ମୁଁ ପ୍ରଥମେ ଦୁଇ ଶହ ଶବ୍ଦ ସ୍ମୃତିରୁ ଉଦ୍ଧାର କରି ମୋ ଡାଏରୀ ପୃଷ୍ଠାରେ ଲେଖି ରଖିଥିଲି । ପରେ ଏସବୁ ରାଉରକେଲା କଲଚରାଲ ଏକାଡେମୀର ମୁଖପତ୍ର ‘‘ନବପତ୍ର’’ (ମାର୍ଚ୍ଚ-୧୯୭୩)ରେ ପ୍ରକାଶିତ ହୋଇଥିଲା । ତା’ପରେ ନୂଆ ଶବ୍ଦ-ଖାତା ଖୋଲି ମୁଁ ବିଷୟ-କ୍ରମରେ ଶବ୍ଦମାନଙ୍କୁ ବିଭିନ୍ନ ପୃଷ୍ଠାରରେ ଲେଖି ରଖିଲି । ସେଗୁଡ଼ିକ ‘‘ସହଜ ସମ୍ବଲପୁରୀ ଶିକ୍ଷା’’ ନାମ ବହନ କରି ‘‘ମାନସ’’ (ଜୁଲାଇ-୧୯୭୭)ରେ ପ୍ରକାଶିତ ହେଲେ ।

 

ତହୁଁ ମୁଁ ଅକାରାଦି କ୍ରମରେ ଶବ୍ଦ ସଜାଇ ସେଗୁଡ଼ିକର ଅର୍ଥ, ବ୍ୟାଖ୍ୟା ଓ ପ୍ରୟୋଗ ଲେଖିବସିଲି । ଏ ଲେଖା ଚାଲିଥିଲାବେଳେ ‘‘ଉତ୍କଳ ପ୍ରସଙ୍ଗ’’ର ତତ୍କାଳୀନ ସମ୍ପାଦକ ବିଶିଷ୍ଟ କଥାକାର ମହାପାତ୍ର ନୀଳମଣି ସାହୁ ମୋର ଶବ୍ଦ-ସଂଗ୍ରହଟି କ୍ରମଶଃ ପ୍ରକାଶ କରିବାକୁ ସ୍ୱତଃପ୍ରବୃତ୍ତ ହେଲେ । ସେଠି ଚାରି କିସ୍ତି ଶବ୍ଦ-ସଂଗ୍ରହ କ୍ରମଶଃ ପ୍ରକାଶ କରିବାକୁ ସ୍ୱତଃପ୍ରବୃତ୍ତ ହେଲେ । ସେଠି ଚାରି କିସ୍ତି ଶବ୍ଦ-ସଂଗ୍ରହ ପ୍ରକାଶ ପାଇବା ପରେ ସମ୍ପାଦକ ବଦଳିଲେ । ନୂଆ ସମ୍ପାଦକ ‘ହାୟର୍‌ ଅଥୋରଟି’ଙ୍କ ନାମ ସେଇ ସମ୍ବଲପୁରୀ ଶବ୍ଦ-ସଂଗ୍ରହର ପ୍ରକାଶନ ବନ୍ଦ ରଖିଲେ । ଫଳତଃ ଏ କାର୍ଯ୍ୟ ଆହୁରି ଟିକିଏ ଧିମେଇ ଗଲା ।

 

ସାହିତ୍ୟରେ ଦୁଇ ପ୍ରକାର ଶବ୍ଦକ୍ରୀଡ଼ା ସର୍ବସମର୍ଥିତ । ୧-କବିତା ଲିଖନ ଓ ୨-ଅଭିଧାନ ପ୍ରଣୟନ । କବି ଯାହା ଲେଖିଲେ ବି ଚଳେ । ମାତ୍ର ଅଭିଧାନ ପ୍ରଣେତାକୁ ଖୁବ୍‌ ସାବଧାନ ହେବାକୁ ପଡ଼େ । ସମ୍ବଲପୁରୀ ମୁଦ୍ରିତ ସାହିତ୍ୟର ପରିମାଣ ଅତ୍ୟଳ୍ପ ହୋଇଥିବାରୁ ମୁଁ ମୁଖ୍ୟତଃ ସ୍ମୃତି ଉପରେ ନିର୍ଭର କରି ଏ ପଥରେ ଯାତ୍ରାରମ୍ଭ କଲି । ଶବ୍ଦମାନଙ୍କୁ ନିର୍ଦ୍ଦିଷ୍ଟ କ୍ରମରେ ସଜାଇ ପ୍ରତ୍ୟେକ ଶବ୍ଦର ମୂଳ, ଅର୍ଥ, ପ୍ରୟୋଗ ଆଦି ଖୋଜିଲାବେଳକୁ ମୋତେ ଗାଁର ମେଲା ପଡ଼ିଆରୁ ଆସି ଏକ ବଡ଼ ସହରର ପ୍ରଧାନ ଛକରେ ପହଞ୍ଚିଲା ପରି ଲାଗିଲା । କବିତା ଲିଖନର ସ୍ୱଚ୍ଛନ୍ଦତା ମୁଁ ସ୍ୱେଚ୍ଛାରେ ହରାଇଲି । ଅଭିଧାନ ପ୍ରଣୟନବେଳେ ଟିକିଏ ଅସାବଧାନ ହେଲେ ଯୁଗ ଯୁଗ ଧରି ଭୁଲ ରହିଯିବାର ସମ୍ଭାବନା ।

 

ମୋର ଶୈଶବ ଓ ଆଦ୍ୟ ତାରୁଣ୍ୟ ବିତିଥିଲା ସମ୍ବଲପୁରର ଗ୍ରାମଞ୍ଚଳରେ । ସେ ସମୟରେ ଶୁଣିଥିବା ଅନେକ ଶବ୍ଦ, କଥା ଓ ଗୀତ ବାରମ୍ବାର କାନରେ ପଡ଼େ । ତହିଁରୁ ଯେତେ ପାରେ, ମୁଁ ଲେଖିନିଏ ।

 

ଯେକୌଣସି ଭାଷାର ଅଭିଧାନ ପ୍ରଣୟନ ଏକ ଦୀର୍ଘ ସମୟବ୍ୟାପୀ ଉଦ୍ୟମ । ଏ ଉଦ୍ୟମରେ ସଂପୃକ୍ତ ଭାଷାର ପ୍ରତ୍ୟେକ ବ୍ୟବହାରକାରୀଙ୍କ ଯୋଗଦାନ ଅତ୍ୟନ୍ତ ଆବଶ୍ୟକ । ଆଭିଧାନିକ ରୀତିରେ ସମ୍ବଲପୁରୀ ଶବ୍ଦ-ସଂଗ୍ରହର ଏ ପ୍ରାରମ୍ଭିକ ଉଦ୍ୟମ । ବର୍ତ୍ତମାନ ପାଇଁ ଶବ୍ଦଗୁଡ଼ିକର ଅର୍ଥ ବ୍ୟାଖ୍ୟା କରାଯାଇ ନାହିଁ । କାରଣ ଯୋଜନାନୁସାରେ ପ୍ରଥମେ ସମଗ୍ର ସମ୍ବଲପୁରୀ-ଭାଷୀ ଅଞ୍ଚଳରୁ ଶବ୍ଦ-ସଂଗ୍ରହ କରି ଏକ ‘ଶବ୍ଦ-ସରୋବର’ ସୃଷ୍ଟି କରାଯିବ । ସଂପୂର୍ଣ୍ଣତା କେବେ ହେଁ କୌଣସି ଅଭିଧାନ ପ୍ରଣୟନକାରୀର ଲକ୍ଷ୍ୟ ହୋଇ ନ ପାରେ । ତେଣୁ ଅନ୍ତତଃ ୧୦ ହଜାର ଶବ୍ଦ ସଂଗୃହୀତ ନ ହେବାଯାଏଁ, ପରବର୍ତ୍ତୀ କାର୍ଯ୍ୟ ଅର୍ଥାତ୍‌ ସମ୍ବଲପୁରୀ ଉପଭାଷାର ଏକ ଆଧୁନିକ ସଚିତ୍ର ଅଭିଧାନ ପ୍ରକାଶ କରାଯାଇ ପାରିବ ନାହିଁ ।

 

ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ, ଆଠମଲ୍ଲିକ, ପାଲଲହଡ଼ା ମଧ୍ୟପ୍ରଦେଶର ରାୟଗଡ଼, ସାରଙ୍ଗଗଡ଼, ବିଳାସପୁର, ରାୟପୁର ଅଞ୍ଚଳର ଭାଷାପ୍ରେମୀ ଜନତାର ପ୍ରତ୍ୟକ୍ଷ ସହଯୋଗ ବ୍ୟତୀତ ଅଭିଧାନ ପ୍ରଣୟନ କାର୍ଯ୍ୟ ଆଗେଇ ପାରିବ ନାହିଁ । କାଳକ୍ରମେ ଏକ ସମୃଦ୍ଧ ଅଭିଧାନ ହୋଇପାରିବ, ଏହି ଲକ୍ଷ୍ୟ ନେଇ ମୁଁ ଶବ୍ଦ-ସଂଗ୍ରହ କାର୍ଯ୍ୟକୁ ବ୍ୟାପକ କ୍ଷେତ୍ରରେ ପ୍ରଚାର କରିବାକୁ ଚାହୁଛି ।

 

ଶବ୍ଦହିଁ ବ୍ରହ୍ମ । ଅକ୍ଷରହିଁ ରହେ । ତା’ର କ୍ଷରଣ ନାହିଁ । ଏଣୁ ପାଠକମାନଙ୍କୁ ନିବେଦନ, ଏହି ଶବ୍ଦ-ସଂଗ୍ରହର ଅନ୍ତର୍ଭୁକ୍ତ ହୋଇ ନ ଥିବା ଶବ୍ଦ ନିଜେ ସଂଗ୍ରହ କରନ୍ତୁ । ସମ୍ବଲପୁରୀରେ ମୁଦ୍ରିତ ସାହିତ୍ୟର ପରିମାଣ ଖୁବ୍‌ କମ୍‌ ହୋଇଥିବାରୁ ଶବ୍ଦ-ସଂଗ୍ରହ ପାଇଁ ବିଭିନ୍ନ ସ୍ଥାନ, ପରିବେଶ ଓ ଅବସ୍ଥାରେ ବିଭିନ୍ନ ସ୍ତରର ବ୍ୟକ୍ତିବିଶେଷଙ୍କ କଥୋପକଥନ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ । ଏହା ବ୍ୟତୀତ ଅସଂଖ୍ୟ ଅସଙ୍କଳିତ ଢଗ, କଥାଣି, ଭେଖାନି, ଗୀତ ଇତ୍ୟାଦିରେ ମଧ୍ୟ ଅନେକ ଶବ୍ଦ ଲୁଚି ରହିଥିବେ ।

 

ସଂଗ୍ରାହକର ଆଖିରେ ଓ କାନରେ ପଡ଼ିଥିବା ଶବ୍ଦମାନଙ୍କର ଏ ତାଲିକାକୁ ଆହୁରି ବ୍ୟାପକ ଓ ସମୃଦ୍ଧ କରିବା ସକାଶେ ମୁଁ ପାଠକଙ୍କର ସହଯୋଗ ଭିକ୍ଷା କରୁଛି । ତାଙ୍କ ଆଖି ଓ କାନରେ ପଡ଼ିଥିବା ନୂଆ ଶବ୍ଦମାନ ଲିପିବଦ୍ଧ କରି ପଠାଇବାକୁ ଅନୁରୋଧ । ପ୍ରତ୍ୟେକ ନୂଆ ଶବ୍ଦ ସହ ତହିଁର ବିଭିନ୍ନ ଅର୍ଥ, ବ୍ୟାଖ୍ୟା ଓ ପ୍ରୟୋଗ ମଧ୍ୟ ଲେଖି ପଠାଇବାକୁ ଅନୁରୋଧ କରୁଛି ।

 

ଅଇରା.

 

ଅଖେଇ

ଅଏଁରା.

 

ଅଗ୍ଡ଼ମ୍‌

ଅହେଁରା.

 

ଅଗଡ଼ମ୍‌ ବଗ୍‌ଡ଼ମ୍‌

ଅଉଲ୍‌.

 

ଅଗଲ୍‌ ଉଛ୍‌ଲା

ଅଏଁଠା.

 

ଅଗ୍‌ଲାଚଟୁ

ଅଏଁସା.

 

ଅଗ୍‌ଲି

ଅଏନ୍‌.

 

ଅଗ୍‌ଲିବା

ଅଏରି.

 

ଅଗ୍‌ବା

ଅଏରି ଧରିବା

 

 

ଅଏସୋ

 

ଅଗିପଚା

ଅକ୍‌ତା

 

ଅଖଟା ବଇସ

ଅ କର୍‌ବା

 

ଅଘା

ଅକରତବ୍‌

 

ଅଘାଚିଟା

ଅକର୍ତବ୍‌

 

 

ଅକର୍‌ତା

 

ଅଘେଇଯିବା

ଅକର୍ତା

 

 

ଅକ୍‌ଲିଆ

 

ଅଘେଲ୍‌

ଅକାବକା

 

ଅଙ୍ଗ୍‍ଛି

 

 

ଅଂଗ୍‌ଛି

ଅକାତ୍‌କାତ୍‌

 

ଅଙ୍ଗରା

 

 

ଅଂଗ୍‌ରା

ଅଖ୍‌ଲା

 

ଅଙ୍ଗ୍‌ସା

 

 

ଅଂଗ୍‌ସା

ଅଙ୍ଗେନ୍‌

 

ଅଟ୍‌ପଟିଆ

ଅଂଗେନ୍‌

 

 

ଅଙ୍ଘା

 

ଅଁଟ୍‌

ଅଂଙ୍ଘା

 

ଅଣ୍ଟ୍‌, ଅଂଟ

ଅଙ୍ଘା କରି ଧରିବା

 

ଅଁଟ୍‌କୁଡ଼ା

ଅଂଘା କରି ଧରିବା

 

ଅଣ୍ଟକୁଡ଼ା

 

 

ଅଂଟ୍‌କୁଡ଼ା

ଅଚଲନ୍‌

 

ଅଁଟ୍‌କୁରା

 

 

ଅଣ୍ଟ୍‌କୁରା

 

 

ଅଂଟ୍‌କୁରା

ଅଚା

 

ଅଁଟାଲି

ଅଚାବୁହା

 

ଅଠିପର୍‌

ଅଚା ହେବା

 

ଅଠିବର୍‌

ଅଚିହ୍ନାର୍‌

 

ଅଁଠିବା

ଅଚିନାର୍‌

 

 

ଅଛ୍‌ରା

 

ଅଡ଼ଙ୍ଗ୍‌

 

 

ଅଡ଼ଂ

ଅଛାଏନ୍‌

 

ଅଡ଼ଙ୍ଗି ବସିବା

 

 

ଅଡ଼ଂଗି ବସିବା

ଅଛାଁଡ଼୍‌

 

ଅଡ଼କା

ଅଜାଏତ୍‌

 

ଅଡ଼ା

ଅଜାମରି

 

ଅଡ଼ାବସା

ଅଜେଇବା

 

ଅଡ଼େଇ

ଅଟ୍‌କାବା

 

ଅଡ଼େଇ ହେବା

ଅଖାଡ଼ୁଆ

 

ଅଙ୍ଗା

 

 

ଅଂଗା

ଅଢ଼ିଆ

 

ଅଧେର୍‌

ଅଣ୍‌କା

 

ଅନ୍‌

ଅଣା

 

ଅନ୍‌କା

ଅଣ୍ଡ

 

ଅନ୍‌କାଢ଼େଁଟି

ଅଣ୍ଡ୍‌ରା

 

ଅନ୍‌ମୁନୁସ୍‌

ଅଁତ୍‌ରା

 

 

ଅତ୍‌ପର୍‌

 

ଅନ୍‌ମୁନ୍‌ସିଆ

ଅଁତି

 

ଅନ୍‌ହେବା

ଅଥକ୍‌

 

ଅନ୍ତ୍‌ରା

ଅଥା

 

ଅପ୍‌ସର୍‌

ଅଥୋଥାଲି

 

ଅପଟ୍‌

ଅଦର୍‌ବା

 

ଅପଡ଼୍‌

ଅଦର୍ବା

 

 

ଅଦ୍‌ଲା

 

ଅପା

ଅଦ୍‌ଲେଇ

 

ଅପୁଚ୍ଛାପଚରା

ଅଦ୍‌ଲେଇବା

 

ଅଫ୍‌ଲା

ଅଦ୍‌ଲେଇ ହେବା

 

ଅବ୍‌ଗୁନିଆ

ଅଦିର୍‌ଯ୍ୟା

 

ଅବ୍‌ରଖ୍‌

ଅଦିର୍ଯ୍ୟା

 

 

ଅଁଧ୍‌ରାଇବା

 

 

ଅନ୍ଧ୍‌ରାଇବା

 

 

ଅଂଧରାଇବା

 

 

ଅଟ୍‌ପଟ୍‌

 

ଅଢ଼ଙ୍ଗ୍‌

 

 

ଅଢ଼ଂ

ଅବର୍‌ନି

 

ଅରା

ଅବ୍‌ଲେଖା

 

ଅରିସରି

ଅଭିରନ୍‌

 

ଅଲ୍‌ଗା

ଅମ୍‌ରାଇବା

 

ଅଲ୍‌ ଗାଇଦେବା

ଅମ୍ରାଇବା

 

ଅଲ୍‌ ଗେ

ଅମ୍‌ରିବା

 

 

ଅମ୍ରିବା

 

 

ଅମରି

 

ଅଲ୍‌ଝଟ୍‌

ଅମାନ୍‌ତି

 

 

ଅମାନ୍ତି, ଅମାଂତି

 

ଅଲ୍‌ଝା

ଅମେରି

 

ଅଲ୍‌ଝାବା

ଅଁର୍‌ରା

 

ଅଲ୍‌ଝିବା

ଅର୍‌କଲ

 

ଅଲ୍‌ଫା

ଅର୍କଲ

 

ଅଲ୍‌ହନ ପସରା

ଅର୍‌ତତ

 

 

 

 

ଅଲୁଆ

ଅର୍‌ଦଲି

 

ଅସ୍‌ଗୁନ୍‌

 

 

ଅସ୍‌ଥଲ୍‌, ଅସ୍ଥଲ୍‌

ଅର୍‌ଦା

 

ଅସର୍‌ଲା

 

 

ଅସର୍ଲା

ଅଁର୍‌ରା

 

ଅସ୍‌କରା

 

 

ଅସ୍କରା

ଅଁର୍‌ରାଘାଟ୍‌

 

ଅସ୍‌କଟ୍‌

 

 

ଅସ୍କଟ୍‌

ଅର୍‌ସା

 

ଅସଜ୍ୟା

 

 

ଅସ୍‌ଡ଼ିଆ

ଅରଜାଲ

 

ଅସଲ୍‌ଗଡ଼୍‌

 

 

ଅହତାଁ

ଅରଷ୍ଟି

 

 

 

 

ଅହେତି

 

 

ଆଇଖାଡ଼ି

 

ଆଁଟ୍‌ବା

 

ଆପଟ୍‌

ଆଇବା

 

ଆଁ ଟା

 

ଆପ୍‌ନେ, ଆପ୍ନେ

ଆଇଁସ

 

ଆଁଠି

 

ଆଁପ୍‌ଡ଼ିବା, ଆଁପ୍‌ରିବା

ଆଏ

 

ଆଟ

 

 

 

 

 

 

ଆଫୁବାଦ

ଆଏଉପେ

 

ଆଟଗୁଡ଼ା

 

 

ଆଖ୍‌ରି

 

ଆଡ଼୍‌କି

 

ଆମଟ୍‌

ଆଗାଡ଼େ

 

ଆଡ଼୍‌କେରିଆ

 

ଆମିଲ୍‌ତା

ଆଗୁଆନି

 

ଆଡ଼୍‌ମଇ

 

ଆରଁଭ

 

 

 

 

ଆରମ୍ଭ, ଆରଂଭ

ଆଘୋ

 

ଆଡ଼୍‌ହେବା

 

ଆରେକ

ଆଁକ୍‌ରିବା

 

ଆଡ଼ି

 

ଆଲ୍‌ମାଲ

ଆଁକ୍ରିବା

 

 

 

 

ଆଁ କରିବା

 

ଆଡ଼ିବା

 

ଆସ୍‌

 

 

 

 

ଆସ୍‌ଡ଼ିଆ

ଆଁ ଚନ୍‌

 

ଆଢ଼୍ୟ

 

ଆସ୍‌ନି. ଆସ୍ନି

ଆଁ ଚିବା

 

ଆଦ୍‌ରି

 

ଆସ୍‌ରେ ଆସ୍ରେ

ଆଁ ଛି

 

ଆନି

 

ଆହଲାଦ୍‌ କରିବା

 

 

 

 

ଆହ୍ଲାଦ୍‌ କରିବା

ଆଝୁଁ

 

ଆନିମାଛି

 

 

ଆଁଟ୍‌

 

ଆପ୍‌ରୁପି

 

 

 

 

 

ଇନେ

ଇଁଚ୍‌ରାଇବା

 

ଇନ୍‌କେ

ଇଁଚ୍‌ରାବା

 

ଇନ୍‌ତା

 

 

ଇନ୍ତା

ଇଛେନ୍‌

 

ଇନ୍ଦ୍ରି

 

 

ଇଂଦ୍ରି

ଇଛେନ୍‌କା

 

ଇବାଗିର୍‌

ଇଜ୍‌ରାଏ

 

ଇର୍‌ଦାଢ଼ିଆ

ଇଜ୍ରାଏ

 

 

ଇଝାର୍‌

 

ଇଲା

ଇଠାନ୍‌କେ

 

ଇଲାଚି

ଇତାକେ

 

ଇସ୍‌ଟାମ୍‌

 

 

ଇସ୍‌ଟାମ୍‌

ଇତାର୍‌

 

 

ଇଥି

 

 

ଇଥିତାହିଁ

 

 

ଇଥିର୍‌ଲାଗି

 

 

ଇଦି

 

 

ଇନ

 

 

ଇନର୍‌

 

 

ଇନୁ

 

 

 

ଉଆଁଲୁ

 

ଉଘାତୁଲା

ଉଇଲ୍‌

 

ଉଚ୍‌କା

ଉଓ କରିବା

 

ଉଚ୍‌କାଫାନ୍ଦ୍‌

ଉଁଜ୍‌ଲା

 

ଉଚ୍‌କି ହେବା

ଉଞ୍ଜ୍‌ଲା

 

ଉଣ୍ଡାବା

ଉଚ୍‌ଲାଇବା

 

ଉତ୍‌ରାଇବା

ଉଁଡ଼ାଇବା

 

ଉଛ୍‌ନା

ଉତ୍ରିବା

 

ଉଫଗେର୍‌

ଉତ୍‌ରେନ୍‌

 

ଉପ୍‌ଚାଇବା

ଉପ୍‌ଚାବା

 

ଉକ୍‌ଲାଇବା

ଉପ୍‌ଜିବା

 

ଉକ୍‌ଲାବା

ଉଦ୍‌ଲିଆ

 

ଉପ୍‌ଡ଼େହେଙ୍ଗର୍‌

ଉଜୁନ୍ତୁରି

 

ଉଦ୍‌ମୁଦା

ଉକି ଉଠିବା

 

ଉଜୁଂତ୍ରି

ଉକେଇ ଯିବା

 

ଉଖ୍‌ରାଇବା

ଉଖଲ୍‌

 

ଉଦୁମ୍‌

ଉଟୁସ୍‌ ପୂଟୁସ୍‌

 

ଉଦୁର୍‌ଛା

ଉଖି

 

ଉଠ୍‌ମନ୍‌

ଉଖୁଲା

 

ଉଠାପଟକ୍‌

ଉଧ୍‌ମାବା

 

ଉଘାଇବା

ଉବାଟ

 

ଉବୁଡ଼ାଇବା

ଉସ୍କାଇବା

 

ଉଭିବା

ଉସ୍ତାର୍‌

 

ଉର

ଉର୍‌କୁଲା

 

ଉଲ୍‌ଟିଆ

ଉର୍‌କୁଲି

 

ଉଲ୍‌ଟିବା

ଉର୍‌ମାଲ୍‌

 

ଉଲ୍‌ଦିବା

ଉସ୍ରାବା

 

ଉର୍‌ଙ୍ଗିବା

ଉର୍‌ଘା

 

ଉଲ୍‌ମିବା

ଉଲାଇବା

 

ଉସୋ

ଉଡ଼ିଦେବା

 

ଉନ୍‌ଡ଼ିବା

ଉଢ଼ିବା

 

ଉନ୍‌ଜା

ଉଣ୍ଡ୍‌ଲିବା

 

ଉନ୍‌ମୁନି

ଉଣ୍ଡାଇବା

 

ଉନିଦ୍ରା

ଉଂଜ୍‌ଲା

 

ଉଠାଁ

ଉପ

 

ଉତ୍ରାଇବା

ଉତ୍‌ରିବା

 

ଉଫଙ୍ଗେର୍‌

ଉକ୍‌ବୁକି

 

ଉଛ୍‌ନାପାଏନ୍‌

ଉକୁବୁକି

 

ଉତ୍ରେନ୍‌

ଉଛୁଲ୍‌ ମୁଛୁଲ୍‌

 

ଉଦ୍‌ରି

ଉକି

 

ଉଜାର୍‌

ଉପଡ଼େହେଂଗର୍‌

 

ଉକିଆ

ଉପ୍‌ର

 

ଉଜୁନ୍ତ୍ରି

ଉଦିବା

 

ଉପସ୍‌ଟମ୍‌

ଉଝନିବା

 

ଉଖ୍‌ରିଯିବା

ଉପାସ୍‌

 

ଉଖ୍‌ଲା

ଉପି

 

ଉଦୁର୍ଚ୍ଛା

ଉଦେଇ ହେବା

 

ଉପେ

ଉଧ୍‌ମାଇବା

 

ଉଫୁ କରିବା

ଉଠିଆ ସିଠିଆ

 

ଉଧ୍‌ରିବା

ଉଲ୍‌ଚା

 

ଉସ୍‌କାଇବା

ଉଲ୍‌ଚିବା

 

ଉସ୍‌ତାର୍‌

ଉଲ୍‌ଟି

 

ଉସ୍‌ନିଦ୍ରା

ଉସ୍‌ମା

 

ଉର୍କୁଲା

ଉସ୍‌ମୁଲିଆ

 

ଉର୍କୁଲି

ଉସ୍‌ରାଇବା

 

ଉସ୍ରାଇବା

ଉଲ୍‌ମାମୁହାଁ

 

ଉସାସ୍‌

ଉସାସ୍‌ ପୂଟିଆ

 

ଉର୍‌ଡ଼ିବା

ଉଲାବା

 

ଉର୍‌ଲା ଉର୍‌ଲା

ଉଲାନି

 

ଉହାଏତ୍‌

ଉହାତ୍‌

 

ଉରି

ଉରୁମ୍‌

 

ଉଲିବା

ଉଲୁଣ୍ଡିବା

 

ଉହୁଲାଇବା

ଉଲେଇବା

 

ଉହୁଲିବା

ଉରା

 

ଉଲି

ଉଲିଆ

 

ଉହାତି

ଉହାଟିବା

 

ଉଲ୍‌ଗି

ଉହୁଲାବା

 

ଉଲ୍‌ଗୁନ

ଉଲ୍‌ଗୁନା

 

ଉଲେଇ ହେବା

 

ଏକ କରିବା

 

ଏଡ଼ି

ଏତ୍‌କେ

 

ଏକ୍‌ଖଁଡ଼ିଆ

ଏଦି ସେଦି

 

ଏକ ନମ୍ବର କାଉ

ଏଂତା

 

ଏକନ୍‌ଗୁଡ଼ି

ଏମେ

 

ଏକ୍‌ଲା

ଏହେଦେ

 

ଏକ୍‌ସିଆ

ଏଖ୍‌ନି

 

ଏଖେଇ

ଏତ୍‌କି

 

ଏକ ଯିବା

ଏଦି

 

ଏକ୍‌ଠନିଆ

ଏନତା

 

ଏନ୍ତା

ଏଉର୍‌

 

ଏକ୍‌ପୁର୍‌ସିଆ

ଏସୁର୍‌

 

ଏକସ୍‌କଁଟି

ଏକାବାଟି

 

ଏକୁଏଲ୍‌

ଏଖେନ୍‌

 

ଏଛେନ୍‌

 

Unknown

 

ଓକର

 

ଓଖର

ଓଲ୍‌

 

ଓଲ୍‌ ଚଟ୍‌କିବା

ଓହ୍ନା

 

 

ଓଢ଼ିବା

 

ଓଫରା

ଓଲ୍‌ ପାଏର୍‌ ସାଗ୍‌

 

ଓସ୍‌

 

କଅଁଲ୍‌ପାଇବା

 

କଁଥ୍‌ଲି

କଅଁଲାଇବା

 

କଏଁଟ୍‌

କଅଁଲାବା

 

କଇରି

କନତର

 

କନ୍ତର

କଁପ

 

କଡ଼ାଇବା

କଁପର୍‌

 

କଡ଼ୁଆଲ୍‌

କଠା

 

କନ୍‌ଜି

କଡ଼୍‌କଡ଼୍‌ ଦମ୍‌

 

କନିଆଁ

କଏରି

 

କଡ଼୍‌କଡ଼ାମୁଠା

କଂତର

 

କଇରିକଁଟଆ

କନ୍ଦ୍‌ରା

 

କଉଟା

କନ୍ଦା

 

କଁଚା

କଁପ୍‌ରିଗିନା

 

କଣ୍‌ହାଁ

କଁଚା ସୁଆଦି

 

କଁର୍‌କଚ୍‌

କଁଧାନ୍‌

 

କଁଟ୍‌

କପ୍‌ଟା

 

କଁକଣପର

କଥାକଲିଆ ହେବା

 

କପ୍‌ଟି

କଥାତୁ

 

କଁଟା

କନ୍ଧ୍‌ରିଆ

 

କଁଧ୍‌ରିଆ

କତର୍‌ନି

 

କନ୍ଧାନ୍‌

କଂକଣପର୍‌

 

କତ୍‌ରିଆ

କଁଟ୍‌କେକଁଟ୍‌

 

କଚ୍‌କଚ୍‌

କଁଟ୍‌ବାଛ୍‌

 

କଚ୍‌ରା

କଚ୍‌ରିକରିବା

 

କଦ୍‌ମି

କପ୍‌ଲାଇବା

 

କଁଟି

କପ୍‌ସିଯିବା

 

କଁଟିଆ

କବ୍‌ରା

 

କଁଟିଆକପ୍‌ଟା

କବାର୍‌

 

କଁଟିବା

କମାଇବା

 

କଁଠିମାଲି

କଁଥା

 

କଠଲାଇବା

କଛେଁ

 

କଦାଇବା

କଜ୍‌ଲା

 

କଦେଲ୍‌

କଜ୍‌ଲି

 

କଧ୍‌ରା

କଟଙ୍ଗ୍‌

 

କଧ୍‌ରାଇବା

କଟଂ

 

କଧ୍‌ରାବା

କଧ୍‌ରିଆ

 

କମାଣିଧମାଣି

କଠ୍‌ଲାବା

 

କମାନ୍‌

କାଁକରି

 

କମାଲ୍‌

କାଁଚି

 

କଲେକଲେ

କସ୍‌

 

କାଁଜେ

କରିଆ

 

କସ୍‌କସ୍‌

କରୁଆ

 

କସ୍‌କସାଇବା

କର୍‌ଲା

 

କଲିଆ

କରା

 

କଲିକାଲ୍‌

କମିହାଁ

 

କରାର୍‌

କସ୍‌ କରିବା

 

କୟାଁ

କାଁଡ଼

 

କୟାଁ ବଏଠା

କାଁଡ଼େ

 

କର୍‌କା

କରୋଇଯିବା

 

କସ୍‌ତାଲ

କାର୍‌ଚାଲି

 

କସ୍‌ନା

କସ୍ନା

 

କାଇ

କର୍ଡ଼ି

 

କାଇତ

କର୍ଦ୍ଦନ

 

କାଇମାଇ ହେବା

କର୍ନି

 

କଲ୍‌ଜା

କାଁଥି

 

କସ୍ତାଲ

କାଁପର୍‌

 

କର୍ଚ୍ଚାଲି

କରଡ଼ି

 

କସ୍‌ରୁ

କର୍‌ଦନ୍‌

 

କସିଲା

କର୍‌ନି

 

କହ୍‌

କାଇଁଚ

 

କର୍‌ପଟ୍‌

କଲ୍‌ଜା ଫଟା

 

କହର୍‌

କର୍‌ପନ୍‌

 

କଲ୍‌ଜି

କାଉମୁଚି

 

କର୍‌ବା

କର୍‌ମ୍‌ସାନି

 

କାଏଁ

କହଲିବା

 

କର୍ମା

କର୍‌ରା

 

କଲା ବିଟ୍‌ ବିଟ୍‌

କର୍ପଟ

 

କାଉକାଉ

କହରିବା

 

କର୍ପନ୍‌

କଲା

 

କହଲ୍‌

କର୍‌ମା

 

କଲାଖୁଁଟ୍‌ଲା

କର୍‌ମାସାନି

 

କାଏଁଜେ

କାଁ

 

କାଏଁଟା

କର୍‌ରି

 

କଲି

କାତୁ

 

କାଁପି

କାଦୋ

 

କାପୁ

କାଦୋକରିଆ

 

କାପୁଆ

କାଦୋପିଛଲ୍‌

 

କାଫଡ଼୍‌

କାଦୋମଲି

 

କାଫଲ୍‌ କାଫଲ୍‌

କାଁକ୍‌ରି

 

କାଏଁଢ଼ଙ୍ଗର୍‌

କାସ୍‌ତକାର୍‌

 

କାଏଁଥି

କାହାଲି

 

କାଏଁର୍‌

କାହିଲ୍‌

 

କାଏଁଲ୍‌

କାହୁଲ୍‌

 

କାଏଁସ୍‌

କିଟ୍‌କିଟ୍‌

 

କାକେର୍‌

କାନ୍‌ଖିଲ୍‌

 

କାବର୍‌

କାନ୍‌ଘୁଆ

 

କାବା

କାଜେ

 

କାନ୍‌ପଟି

କିନ୍ଦରା

 

କିନ୍ଦ୍ରା

କାଁଚି

 

କାନ୍‌ଫୁସ୍‌କି

କାଟ୍‌କୁସ୍‌

 

କାମ୍‌ଠି

କିଡ଼ା

 

କାଜ୍‌

କିତାପ୍‌

 

କାନ୍ଧ୍‌ଭେଣ୍ଡା

କାବାରି

 

କାନ୍‌ଫୁଲ

କାଞ୍ଚି

 

କାମ୍‌ଗାର୍‌

କିନ୍ଦ୍‌ରାଇବା

 

କିନ୍ଦ୍ରାଇବା

କାପ୍‌କାପ୍‌

 

କିନ୍ଦ୍‌ରାବାଟ

କିନ୍ଦ୍ରାବାଟ

 

କାଟ୍‌ନି

କାଲ୍‌କି

 

କିନ୍ଦ୍‌ରାବୁଲା

କାଲ୍‌କୁଟୁ

 

କାପର୍‌

କାଣ୍‌

 

କାଲ୍‌ଜିଲି

କିର୍କିରାଇବା

 

କାଣା

କାସ

 

କିର୍‌ଙ୍ଗା

କାମିଆ

 

କାପ୍‌କାପି

କିନ୍ଦ୍ରାବୁଲା

 

କାଠି କରିବା

କିନ୍ଦ୍‌ରିବା

 

କିନ୍ଦ୍ରିବା

କାପର୍‌ବସା

 

କିର୍‌କିରାଇବା

କାଲିବିଲାଙ୍ଗ

 

କାପ୍‌ରି

କାଣ୍ଡ୍‌

 

କାସକ୍‌

କାଁଡ଼୍‌

 

କାପ୍‌ଲି

କିରଲା

 

କାଁଡ଼େ

କୁକ୍‌ରା

 

କୁଟା

କୁତ୍ରା

 

କିର୍‌ଲା ଗଗା

କୁଣ୍ଡ୍‌ରା

 

କିର୍ଲାଗଗା

କୁଁଡ଼ରା

 

କିରା

କାଣ୍ଡ୍‌

 

କାସକ୍‌

କାଣ୍ଡେ

 

କାସ୍‌ତ

କାପା

 

କିରଲାଇବା

କୁଢ଼ି

 

କିର୍ଲାଇବା

କୁକ୍‌ରାଡ଼କା

 

କୁଟାତେନ୍‌

କୁତ୍ରାଡ଼କା

 

କୁଟାନ୍‌

କୁକୁର୍‌ ଗେଁଠା

 

କୁଟାନି କରିବା

କୁଣ୍ଡ୍‌ଲି

 

କୁଁଡ଼୍‌ଲି

କୁଟୁମ୍

 

କୁଣ୍ଡା

କିସ୍‌ମି

 

କୁଚ୍‌

କୁଁଢ଼ିକାଁଚି

 

କିସ୍‌ କରିବା

କୁତ୍‌କୁତା

 

କୁଠା

କୁଠି

 

କୁତ୍‌କୁତାଇବା

କିରିଆ

 

କୁଲୁବଲୁଆ

କୁଟୁମ୍‌ବସିଆଁ

 

କୁଁଡ଼ା

କୁଟ୍‌ମ୍‌ବାଟୁମ୍‌

 

କୁଣ୍ଢିକାଞ୍ଚି

କୁଚ୍‌ନି

 

କୁଟେନ୍‌

କିସାଇବା

 

କୁଚାପେଲ୍‌ହା

କୁତ୍‌ରି

 

କୁତ୍ରି

କିସିବା

 

କୁଚିବା

କିହେ

 

କୁଚ୍ଛି

କିର୍ହ୍ନିଆଁ

 

କୁଞ୍ଚା

କିର୍‌ନିଆଁ

 

କୁଁଚା

କୁଠୁଲ୍‌

 

କୁଥିଲି

କୁଞ୍ଚିବା

 

କୁଡ଼୍‌କୁଡ଼ି

କୁଠିଆ

 

କୁତାଖାଇ

କୁଠି ପଢ଼ିବା

 

କୁତି

କୁଠିନ୍‌

 

କୁତୁରି

କୁଆଡ଼େନାଭଙ୍ଗା

 

କୁଞ୍ଚି

କୁଁଚି

 

କୁଆଁ

କୁଦ୍‌

 

କୁଚିବା

କୁଆଁରିଆ ଗାଇ

 

କୁଟନା

କୁଡ଼୍‌ଡ଼

 

କୁଁ

କୁଦିବା

 

କୁଇଁ କୁଇଁ ହେବା

କୁଦୋ

 

କୁଇଲେର୍‌ ସାଗ୍‌

କୁନ୍‌

 

କୁଡ଼ୋମାଛ

କୁଲିକପ୍‌ଟା

 

କୁହୁରିବା

କୁଡ଼କୁଡ଼ିବା

 

କୁଦାରି

କୁଟ୍‌ନି

 

କୁଡ଼ା

କୁଟ୍‌ରା

 

କୁଡ଼ି

କୁଟ୍‌ରିବା

 

କୁଡ଼ିବା

କୁନୁଆଁ

 

କୁର୍‌ବୁରାଇବା

କୁନ୍ଧେନ

 

କୁର୍‌ମା

କୁଲୁଥ୍‌

 

କୁହୁଲା

କୁର୍‌ଡ଼ୁ

 

କୁସଟା

କେଁଚିବା

 

କେଁଚୁଆ

କୁସ୍‌ନା

 

କେଁଚୁଆଉଗାର୍‌

କୁସ୍‌ପୁତ୍‌ଲି

 

କେଁଛୋ

କେଁଛୋଖୁପ୍‌ଲି

 

କୁମ୍‌ନା

କୁଧେଁନ୍‌

 

କୁପି

କେଉଟି

 

କୁର୍‌ନା

କୁପୁତ୍‌

 

କୁରିବା

କୁବି

 

କୁରିହେବା

କୁମ୍‌ଠି

 

କୁସ୍‌ଲି

କୁରେ

 

କୁମ୍ନା

କୁସା

 

କେଁଜେର୍‌

କୁରେମଁଜ୍‌

 

କୁମ୍ପଟିଆ

କେଟ୍‌ରାଇଯିବା

 

କୁମ୍‌ହାଟି

କୁସାରି

 

କେଡ଼୍‌କେଡ଼ାଇବା

କୁସେର୍‌

 

କେଡ଼୍‌କେଡ଼ିବା

କୁହା

 

କୁର୍‌ କୁଟି ମୁଡ଼ି

କେଁଡ୍‌ରେଇଯିବା

 

କୁମ୍‌ପଟିଆ

କୁସାଚରାକଥା

 

କେଚ୍‌କେଚା

କୁଲ

 

କୁମ୍ଭାଟି

କୁରକୁଚା

 

କୁଲ୍‌କୁଲା

କୁର୍‌କୁଟି

 

କୁଲ୍‌ଜିବା

କୁଲ୍‌ତା

 

କୁର୍‌କୁଡ଼ି

କୁହା ପୁଟିଆ

 

କେଡ଼ା

କୁର୍‌ଚି

 

କୁଲ୍‌ଥ

କୁର୍‌ଟି

 

କୁଲ୍‌ ମୁଲାଇବା

କେନ୍‌

 

କୁର୍‌ଡ଼ିବା

କେନ୍‌ଆଡ଼େ

 

କେନ୍‌କେ

କୁହୁଁଚିଆ

 

କେନ୍‌ଟା

କୁର୍‌କୁଡ଼ିବା

 

କେତନି କେତେ

କୁହି

 

କେତ୍‌ରିବା

କୁଲ୍‌ ମୁଲାବା

 

କୁହିବା

କୁଲ୍‌ହିଆ

 

କୁହୁକିବା

କୁର୍‌ପା

 

କୁଲାଏର୍‌

କେରି

 

କେନ୍‌ତା

କେରୁଆ

 

କେନ୍ତା

କେଲ୍‌ହା

 

କେନ୍ଦା

କେବା

 

କେଲାଇବା

କେର

 

କୋଏଚ୍‌

କେର୍‌କେଟି

 

କୋଚା

କେର୍‌କେଡ଼ିବା

 

କୋତ୍‌ରି

କେର୍‌ପା

 

କୋର୍‌ଲି

କେର୍‌ପାଲ

 

କୋଲ୍‌ ମାରିବା

କେର୍‌ଭା

 

କୌଟା

କେଂତା

 

କେନା

କେଲା

 

କେଁଦା

କେବିବା

 

କେଲି

କୋଚ୍‌

 

କୁଚ୍‌

କେର୍‌ କେଟିବା

 

କୋଠା

କେର୍‌ ଖାଇବା

 

କୋର୍‌

କେର୍‌ ପାଇବା

 

କୋଲ୍‌

କେରଫାଲି

 

କୋସ୍‌ଟା

 

ଖଇ

 

ଖଙ୍ଗେ

ଖଇଖନା

 

ଖଙ୍ଗେ ବଢ଼େ

ଖଇଖନା

 

ଖଚ

ଖଇଁଚି

 

ଖଚା

ଖପିବା

 

ଖଇଢ଼େଁକାର

ଖବଲ୍‌ ଖାବଲ୍‌

 

ଖଇତ୍‌

ଖଟିଯିବା

 

ଖପ୍‌ସା

ଖଡ଼୍‌

 

ଖପର୍‌

ଖଡ଼୍‌ଘର୍‌

 

ଖପ୍‌ରା

ଖଡ଼୍‌ଙ୍ଗା

 

ଖପ୍‌ରି

ଖଜ୍‌ରିଆ

 

ଖଡ଼୍‌ଞ୍ଜାଦେବା

ଖଜାନ୍‌

 

ଖଣ୍ଡ୍‌

ଖମ୍‌

 

ଖଣ୍ଡ୍‌ ମଧୁର

ଖଞ୍ଜଡ଼୍‌

 

ଖଣ୍ଡି

ଖଟ୍‌ଆଛନି

 

ଖଣ୍ଡିଝୁରି

ଖଟ୍‌ଖଟିଆ

 

ଖତ୍‌ମା

ଖକ୍‌ସି

 

ଖଟ୍‌ପୁଆ

ଖକ୍‌ସୋ

 

ଖକୋ

ଖଣ୍ଡା ବହିରା

 

ଖଇରା

ଖମ୍‌ଖମାଲୋ

 

ଖଏଁଡ଼୍‌

ଖମାଲୁ

 

ଖଏଁଡ଼୍‌କା

ଖର୍‌

 

ଖତି

ଖଦାନ୍‌

 

ଖର୍‌ଖସ୍‌

ଖଟ୍‌ମଚୁଆ

 

ଖଦାଭୁସା

ଖର୍‌ଚା

 

ଖଖ୍‌ରୋ

ଖର୍‌ଚି

 

ଖଖାଇବା

ଖର୍‌ଜୁଡ଼୍‌

 

ଖଗ୍‌ଲା

ଖର୍‌ଡ଼ା

 

ଖଙ୍ଗ୍‌ତି

ଖର୍‌ଡ଼ିବା

 

ଖଙ୍ଗିବା

ଖର୍‌ ପର୍‌ଝନା

 

ଖଲିଆ

ଖଟ୍‌ଲି

 

ଖଦାଳ

ଖଟି

 

ଖଦିଆ

ଖଟିଆ ମୁସା

 

ଖଧେର୍‌

ଖଟିଖିଆ

 

ଖନା

ଖଟିବା

 

ଖନ୍ଦ୍‌ଲା

ଖାଣ୍ଟିବା

 

ଖିଚ୍‌ ପଚାଇବା

ଖାଂଟିବା

 

ଖର୍‌ପାନି

ଖିଜ୍‌

 

ଖିଜ୍‌ନି

ଖାତୁ

 

ଖିଜାଇବା

ଖାଦି

 

ଖିତ୍‌ଖିତାଇବା

ଖର୍‌ସି

 

ଖସ୍‌ରିବା

ଖର୍‌ହା

 

ଖସୁ

ଖଲେଇ

 

ଖାତି

ଖର୍‌ବା

 

ଖଲୋଖଲୋ

ଖର୍‌ରା

 

ଖସ୍‌ଖସ୍‌

ଖର୍ରା

 

ଖସ୍‌ରାଇବା

ଖାଦି ପିଆଦି

 

ଖିନ୍‌

ଖାନାପୁରି

 

ଖିର୍‌ଖିର୍‌

ଖିର୍‌ନି

 

ଖରା

ଖିର୍‌ପିନି

 

ଖରାପ୍‌ ହେବା

ଖିରସା

 

ଖରାପାନି ତୁଲେ

ଖିଲ୍‌

 

ଖରି

ଖିଲା

 

ଖାଇନିନ୍ଦ୍‌ରା

ଖାରି

 

ଖିଲାଇବା

ଖସୁଆ

 

ଖାପ୍‌ନି

ଖାଇଧୁଁର୍‌

 

ଖାପିବା

ଖାଉ

 

ଖାବଡ଼୍‌

ଖାଏ ନିନ୍ଦ୍‌ରା

 

ଖାରଖୁକ୍‌ଡ଼ା

ଖରିଡ଼ୁଲି

 

ଖାକ୍‌

ଖାକି

 

ଖାଖି

ଖାରିଡ଼ୁଲି

 

ଖିସାଇବା

ଖାଲ୍‌

 

ଖିସାଇ ହେବା

ଖାଡ଼ା

 

ଖାଲ୍‌ସା

ଖାଡ଼ି

 

ଖାସର୍‌

ଖାସି

 

ଖୁଆରି କରିବା

ଖୁଆଲି

 

ଖଲାଛେଦ୍‌

ଖଲ୍‌ଖଲା

 

ଖାଞ୍ଚିବା

ଖଲ୍‌ ଖଲାଇବା

 

ଖାଁଚିବା

ଖୁଆ

 

ଖଲ୍‌ ପଚ୍‌ କରିବା

ଖୁଆନିଖୁଆ

 

ଖାଡ଼ୁ

ଖଲାଇ

 

ଖାଡ଼େ ଖାଡ଼େ ରହିବ

ଖାସିବା

 

ଖୁଆଲି

ଖୁଆସ୍‌

 

ଖୁଁଟ୍‌ଲା

ଖୁଇଲ୍‌

 

ଖୁଁଟି

ଖୁକି

 

ଖଁଟିଆ ଭାଜି

ଖୁଁଖ୍‌ଡ଼ା

 

ଖୁଁଟିବା

ଖୁଣ୍ଟିବା

 

ଖୁଖମା

ଖେଚ୍‌ରା

 

ଖେଁଚିବା

ଖୁପା

 

ଖେ

ଖୁପି

 

ଖେଖନି

ଖୁପିବା

 

ଖେଗେର୍‌ଲି

ଖୁବୁର୍‌ତି

 

ଖେଚଡ଼୍‌

ଖୁଁଟିଲା

 

ଖୁର୍‌

ଖୁଖ୍‌ରିବା

 

ଖୁଟୁମୁଟୁ

ଖୁର୍‌ଡ଼ା

 

ଖେଜା

ଖୁର୍‌ପି

 

ଖେଜୁର୍‌

ଖୁର୍‌ପିବା

 

ଖେଞ୍ଚିବା

ଖଦ୍‌କାସ୍ତ୍‌

 

ଖୁରାଘା

ଖୁଦ୍‌ରି

 

ଖୁରି

ଖୁଟୁପୁଟ୍‌

 

ଖନ୍‌ଚା

ଖୁଚିବା

 

ଖୁଁତାଇବା

ଖୁଜ୍‌ରି

 

ଖୁତେଇବା

ଖେଞ୍ଜଡ଼୍‌

 

ଖୁଜାଇବା

ଖେଡ଼୍‌

 

ଖୁଜିବା

ଖେଡ଼୍‌ବଏଁରି

 

ଖେଡ଼ା

ଖୁରିବା

 

ଖେଡ଼ିବା

ଖେଡ଼ୁ

 

ଖଟ୍‌ଲା

ଖେଁଡ଼ା

 

ଖୁଟ୍‌ଲାତରା

ଖେଁଡ଼ି

 

ଖୁଟ୍‌ଲି

ଖେଡ଼ତ୍

 

ଖୁନ୍ଦିଖୁନ୍ଦି ପଚାରବା

ଖୁନ୍ଦିବା

 

ଖୁସା

ଖୁଁଟ୍‌ନି

 

ଖୁପ୍‌ଡ଼ି

ଖେପ୍‌ଚାଇବା

 

ଖେପି

ଖେର୍‌ଖେସ୍‌

 

ଖେରୋ ଖେରୋ ହେବା

ଖୁନ୍‌ତା

 

ଖୁରୁଖୁରୁ

ଖୁନ୍ଦା

 

ଖୁଲ୍‌ଖୁଲାତେଲ୍‌

ଖୁନ୍ଦିଖୁନ୍ଦିପଚାର୍‌ବା

 

ଖୁଲି

ଖେତା ଖେତା

 

ଖୁଡ଼ସ

ଖୁଡ଼ିବା

 

ଖେତାଡ଼ି

ଖୁସୁର ମୁସୁର୍‌ହେବା

 

ଖେଦିବା

ଖେପିବା

 

ଖେବ୍‌ଡ଼ିବା

ଖେରିହା

 

ଖୋ ଖୋଲ୍‌

(କ୍ରମଶଃ)

 

‘ସଙ୍ଗୀତ ପାରିଜାତ’ ଗ୍ରନ୍ଥକର୍ତ୍ତା ଅହୋବଳ

ଲେଖକ–ଡା: ସତ୍ୟନାରାୟଣ ରାଜଗୁରୁ

 

ଓଡ଼ିଶାର ସଙ୍ଗୀତ-ସାହିତ୍ୟ-ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶୀ ସଙ୍ଗୀତର ମୌଳିକ ଇତିହାସ ଏବଂ ସେଥିର ସ୍ୱତନ୍ତ୍ର ରାଗରାଗିଣୀ ସମ୍ବନ୍ଧରେ ଯେଉଁ ଆଲୋଚନା ଚାଲିଛି ସେଥିରେ ଗୋଟିଏ ସୁନ୍ଦର ସମସ୍ୟା ମୋର ଶ୍ରଦ୍ଧେୟ ବନ୍ଧୁ ଶ୍ରୀ ଧୀରେନ୍‌ ଦାସଙ୍କ ଠାରୁ ସେଦିନ ଶୁଣିବାକୁ ପାଇଲି । ସମସ୍ୟାଟି ହେଉଛି-ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ପ୍ରଚଳିତ ରାଗରାଗିଣୀ ମଧ୍ୟରେ ଗୋଟିଏ ଯୋଗ-ସୂତ୍ର ସ୍ୱରୂପ ‘‘ସଙ୍ଗୀତ ପାରିଜାତ’’ ନାମକ ପ୍ରାଚୀନ ସଙ୍ଗୀତ ଗ୍ରନ୍ଥରୁ ଏପରି କେତୋଟି ରାଗ (ପ୍ରାୟ ଚାଳିଶଟି) ଶ୍ରୀ ଦାସ ସଂଗ୍ରହ କରିଅଛନ୍ତି, ଯାହାକି ଓଡ଼ିଶାରେ ପ୍ରଚଳିତ ରାଗଗୁଡ଼ିକର ପ୍ରତୀକ । ସେହି ରାଗ ସବୁ ଦକ୍ଷିଣ ବା ଉତ୍ତରରେ ପ୍ରଚଳିତ ରାଗମାନଙ୍କଠାରୁ ସ୍ୱତନ୍ତ୍ର ପଦ୍ଧତି ଗ୍ରହଣ କରିଥିବା ଜଣାଯାଏ । ଏଣୁ ‘ସଙ୍ଗୀତ-ପାରିଜାତ’ର ଲେଖକ ‘ଅହୋବଳ’, ଯେ କି ସେହି ସ୍ୱତନ୍ତ୍ର ରାଗଗୁଡ଼ିକ ତାଙ୍କ ଗ୍ରନ୍ଥରେ ଉଲ୍ଲେଖ କରି ଓଡ଼ିଶୀ ସଙ୍ଗୀତର ପଦ୍ଧତି ସମତୁଲ କରିଛନ୍ତି, ସେ ନିଶ୍ଚିତ ଭାବରେ ଯେ ଓଡ଼ିଶାର ଜଣେ ସଙ୍ଗୀତଜ୍ଞ ପଣ୍ଡିତ ହୋଇଥିଲେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ପ୍ରକୃତରେ ଅହୋବଳ କିଏ ?

 

ଶ୍ରୀ ଦାସଙ୍କର ଉପରୋକ୍ତ କଳ୍ପନାଟି ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ କେତେକ ପରିମାଣରେ ସତ୍ୟ ବୋଲି ମୋର ମନେହୁଏ । ତେଣୁ ନିମ୍ନରେ ଅହୋବଳଙ୍କ ସମ୍ବନ୍ଧରେ କେତେକ ତଥ୍ୟ ପ୍ରକାଶ କରି ପଣ୍ଡିତମାନଙ୍କ ପକ୍ଷରୁ ଏଥିର ଅଧିକ ଗବେଷଣା ପାଇଁ ପଥ ଉନ୍ମୁକ୍ତ କରିଦେଉଛି-

 

‘‘ସଙ୍ଗୀତ ପାରିଜାତ’’ ପୁସ୍ତକଟି ଦେବନାଗିରୀରେ ଯେ ପ୍ରକାଶ କରିଅଛନ୍ତି, ସେ ତାଙ୍କ ମୁଖବନ୍ଧରେ ଲେଖକଙ୍କ ସମ୍ୟକ ପରିଚୟ ଦେଇପାରି ନାହାନ୍ତି । ‘ସଙ୍ଗୀତ-ପାରିଜାତ’ର ସଂସ୍କୃତ ଶ୍ଳୋକଗୁଡ଼ିକରେ ମଧ୍ୟ ଏପରି କୌଣସି ସୂଚନା ନାହିଁ; ଯାହା ସାହାଯ୍ୟରେ ଲେଖକଙ୍କର ସଠିକ ପରିଚୟ ମିଳିପାରନ୍ତା । କେବଳ ଗ୍ରନ୍ଥ ଆରମ୍ଭରେ ଯେଉଁ ମଙ୍ଗଳା-ଚରଣ ଶ୍ଳୋକଟି ଅଛି, ସେଥିରୁ ଜଣାଯାଉଛି ଯେ, ଅହୋବଳଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ହରି; ଯାହାଙ୍କର ପାଦପଦ୍ମରେ ଦେବତାମାନେ ଶରଣାପନ୍ନ ହୁଅନ୍ତି । ଏ ଦୃଷ୍ଟିରୁ ବିଚାର କଲେ, ଅହୋବଳ ଜଣେ ବୈଷ୍ଣବଧର୍ମାବଲମ୍ବୀ ସଙ୍ଗୀତଜ୍ଞ ବୋଲି ନିର୍ଦ୍ଦେଶ କରିବା ଯୁକ୍ତିଯୁକ୍ତ ।

 

ତାଙ୍କର ଲେଖାଶୈଳୀରୁ କେହି କେହି ମନେକରନ୍ତି ସେ ଜଣେ ଦକ୍ଷିଣ ଭାରତୀୟ ବ୍ୟକ୍ତି, କିନ୍ତୁ ଉତ୍ତରାଞ୍ଚଳରେ ରହିଥିବେ । କାରଣ ତାଙ୍କ ଲେଖାରୁ ଭାରତର ଉଭୟ ପ୍ରକାର ରାଗ ରାଗିଣୀ (କର୍ଣ୍ଣାଟୀ ଓ ହିନ୍ଦୁସ୍ଥାନୀ)ରେ ଏକପ୍ରକାର ଯୋଗାଯୋଗ ପରିଲକ୍ଷିତ ହୋଇଅଛି । ଆମ୍ଭ ମତରେ, ଅହୋବଳ ନିଶ୍ଚିତଭାବରେ ଜଣେ ଦାକ୍ଷିଣାତ୍ୟ ପଣ୍ଡିତ ଏବଂ ତାଙ୍କର ଜୀବିତ କାଳ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀର କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀର ଶେଷ । ଦାକ୍ଷିଣାତ୍ୟରେ ଅହୋବଳେଶ୍ୱର ନାମକ ପ୍ରସିଦ୍ଧ ଶିବ ଲିଙ୍ଗ ପ୍ରତିଷ୍ଠିତ ହୋଇଥିବା ବିଷୟ ଆନ୍ଧ୍ର ପ୍ରଦେଶର କାଡ଼ପା ଓ କାର୍‌ର୍ନୂଲ ଜିଲାରୁ ପ୍ରାପ୍ତ କେତେକ ଅଭିଲେଖରୁ ପ୍ରମାଣିତ ହୋଇଛି * । ଅହୋବଳା, ପେରୁମଳଙ୍କ ମନ୍ଦିର ଥିବା କଥା ମଦୁରାର ଗୋଟିଏ ଅଭିଲେଖରୁ ମଧ୍ୟ ଜଣାଯାଏ । ଅହୋବଳ-ମଠ କର୍‌ର୍ନୂଲରେ ପ୍ରତିଷ୍ଠା ଲାଭ କରିଥିଲା । ଦାକ୍ଷିଣାତ୍ୟରେ ଦେବଦେବୀଙ୍କ ନାମ ସନ୍ତାନମାନଙ୍କୁ ଦେବା ବିଧି ଅଦ୍ୟାପି ରହିଛି । ଯେପରୀ ଭେଙ୍କଟେଶ୍ୱର, ସୁବ୍ରମଣ୍ୟ ପ୍ରଭୃତି । ଏପରି ନାମଗୁଡ଼ିକ ଅନ୍ୟତ୍ର ପ୍ରାୟ ବ୍ୟବହୃତ ହୁଏ ନାହିଁ । ସୁତରାଂ ଅହୋବଳ ନାମ ଦାକ୍ଷିଣାତ୍ୟମାନଙ୍କ ପକ୍ଷରେହିଁ ସମ୍ଭବ । ଏଣୁ ‘‘ସଙ୍ଗୀତ ପାରିଜାତ’’ର ଲେଖକ ଆନ୍ଧ୍ର ପ୍ରଦେଶର ଜଣେ ପଣ୍ଡିତ ବୋଲି କହିବା ଅସଙ୍ଗତ ନୁହେଁ ।

 

ଓଡ଼ିଶାରେ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ତାଙ୍କ ସାମ୍ରାଜ୍ୟର ବିସ୍ତୃତି ଦକ୍ଷିଣରେ କାଞ୍ଚି ରାଜ୍ୟ ପର୍ଯ୍ୟନ୍ତ ଥିଲା । ମହାରାଜା ଅନଙ୍ଗଭୀମଙ୍କ ଦୁଇଟି ଅଭିଲେଖ ଅଦ୍ୟାପି କାଞ୍ଚିପୁରସ୍ଥ ଅମରେଶ୍ୱର ମନ୍ଦିରରେ ବିଦ୍ୟମାନ । + । ତାଙ୍କ ପରେ କେତେକାଳ ଗଙ୍ଗବଂଶର ପ୍ରାଧାନ୍ୟ ଦକ୍ଷିଣ-ଭାରତରେ ରହିଥିଲା । ପୂର୍ବରୁ ଦାକ୍ଷିଣାତ୍ୟ ରାଜବଂଶମାନଙ୍କ ସଙ୍ଗେ ଗଜପତି ବଂଶଙ୍କ ବୈବାହିକ ସମ୍ବନ୍ଧ ସୁଦୃଢ଼ ଥିଲା । ଦାକ୍ଷିଣାତ୍ୟର ବହୁ ପଣ୍ଡିତ ଓ କବି ଓଡ଼ିଶାରେ ସେତେବେଳେ ସ୍ଥାୟୀ ଭାବରେ ରହୁଥିଲେ । ଆଉ ମଧ୍ୟ ଦାକ୍ଷିଣାତ୍ୟ ସଂସ୍କୃତି, କଳା, ଶିଳ୍ପ ଓ ସଙ୍ଗୀତ ଓଡ଼ିଶାରେ ପ୍ରସାର ଲାଭକଲା । ଖ୍ରୀଷ୍ଟୀୟ ୧୪ଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ୪ର୍ଥ ନରସିଂହ ଦେବଙ୍କର ରାଜତ୍ୱ କାଳରେ ଗଙ୍ଗ-ସାମ୍ରାଜ୍ୟର ଦକ୍ଷିଣ ସୀମା ସଙ୍କୁଚିତ ହୋଇଗଲା । ଗୋଦାବରୀ ତଟବତ୍ତୀ ରାଜମହେନ୍ଦ୍ରୀ ସମେତ କଣ୍ଡାବିଡ଼ୁ ପ୍ରଭୃତି ଦୁର୍ଗ ରେଡ଼ି ବଂଶୀୟ ରାଜାମାନେ ଅଧିକାର କଲେ । ସେମାନଙ୍କ ମଧ୍ୟରେ କୁମାରଗିରିର ରାଜା ବସନ୍ତ ରାଜ ପ୍ରଧାନ କହିଲେ ଚଳେ । ତାଙ୍କର ଭାଗିନେୟ କାଟୟବେମା, କଣ୍ଡାବିଡ଼ୁର ଶାସନକର୍ତ୍ତାରୂପେ ନିଯୁକ୍ତ ହୋଇ ରେଡ଼ି ବଂଶର ପ୍ରାଧାନ୍ୟ କଳିଙ୍ଗର ଦକ୍ଷିଣ ସୀମାରେ ପ୍ରସାରିତ କଲେ । କାଟୟବେମାଙ୍କର ଗୋଟିଏ ତାମ୍ର ଶାସନ ଆନ୍ଧ୍ର ପ୍ରଦେଶସ୍ଥ ପୂର୍ବ ଗୋଦାବରୀ ଜିଲ୍ଲାର ତୋତ୍ତରମୁଡ଼ି ଗ୍ରାମରୁ ମିଳିଅଛି । * । ସେଥିରୁ କାଟୟବେମାଙ୍କର ପ୍ରଶସ୍ତିରେ ନିମ୍ନୋକ୍ତ ଶ୍ଳୋକଟି ଦେଖିବାକୁ ମିଳେ :–

 

*

V. Rangachaya, Inscription of Madras Presidency, Vol-II

*

Inscriptions of Orrisa, Vol. V, pt. i ଦ୍ରଷ୍ଟବ୍ୟ

*

Epigraphia Indica, Vol. IV ଦ୍ରଷ୍ଟବ୍ୟ

 

କାଟୟେବେମ କଟାକ୍ଷେ ପ୍ରଭବତି ସଦୟେ ଚ ନିର୍ଦ୍ଦୟେ ଚ ତଥା ।।

ଗଜପତି ମୁଖ ନୃପତୀନାଂ ଚିତ୍ରଂ ମୁତ୍ରାତ ପତ୍ରତା ଭବତି ।।

 

ଶ୍ଳେଷାତ୍ମକ ଭାଷାରେ ଲିଖିତ ଶ୍ଳୋକରୁ ଅନୁମିତ ହୁଏ, କାଟୟବେମା ଓଡ଼ିଶାର ତାତ୍କାଳୀନ ଗଜପତି ରାଜାଙ୍କୁ ପରାଜିତ କରିଥିଲେ ଏବଂ ଅନୁଗ୍ରହ ଦେଖାଇ ତାଙ୍କ ରାଜ୍ୟ ତାଙ୍କୁ ସମର୍ପଣ ମଧ୍ୟ କରିଥିଲେ । ଏହି ତାମ୍ର ଶାସନଟି ୧୩୩୩ ଶକାବ୍ଦ, ଅର୍ଥାତ୍‌ ୧୪୧୧ ଖ୍ରୀଷ୍ଟାବ୍ଦରେ ଯେଉଁ ବ୍ରାହ୍ମଣଙ୍କୁ ଦାନ କରା ଯାଇଥିଲା ସେ ହେଉଛନ୍ତି, କାଶ୍ୟପଗୋତ୍ରୀୟ କାଣ୍ୱଶାଖାଧ୍ୟାୟୀ ବ୍ରାହ୍ମଣ ଆପାୟାର୍ଯ୍ୟଙ୍କର ପୌତ୍ର ଏବଂ ଅହୋବଳଙ୍କ ପୁତ୍ର ନରସିଂହ ।

 

ଏହି ତାମ୍ର ଶାସନ ଅନୁସାରେ ନରସିଂହଙ୍କୁ ମଲ୍ଲାବରଂ ନାମକ ଗୋଟିଏ ଗ୍ରାମ କାଟୟବେମାଙ୍କର ରାଣୀ ମଲ୍ଲାମ୍ବିକା କୋଣ ଦେଶରେ ପ୍ରବାହିତ ବୃଦ୍ଧ ଗୌତମୀ ନଦୀ କୂଳରେ ପ୍ରତିଷ୍ଠିତ ମୁକ୍ତେଶ୍ୱର ମନ୍ଦିରରେ କାର୍ତ୍ତିକ ପୌର୍ଣ୍ଣମୀ ଦିନ ଦାନ କରିଥିଲେ । ନରସିଂହଙ୍କର ପିତା ଅହୋବଳ ଜଣେ ବ୍ରାହ୍ମଣ ପଣ୍ଡିତ ଏବଂ ତାଙ୍କର ପିତା ଆପାୟାଆର୍ଯ୍ୟ ମଧ୍ୟ ଜଣେ ବିଶିଷ୍ଟ ସଂସ୍କୃତ ପଣ୍ଡିତ । ସେହି ପଣ୍ଡିତମାନଙ୍କ ମଧ୍ୟରୁ କେହି ଜଣେ ‘‘କୁମର ଗିରିରାଜ ଜୟଂ’’ ନାମରେ କଳିଦାସଙ୍କ ‘ଶକୁନ୍ତଳା ନାଟକ’ର ଗୋଟିଏ ସୁନ୍ଦର ଟିକା କାଟୟବେମାଙ୍କ ନାମରେ ରଚନା କରିଅଛନ୍ତି ବୋଲି ମନେହୁଏ । ବେମାରେଡ଼ିଙ୍କ ଦରବାରରେ ବହୁ ମାନଗଣ୍ୟ ଶାସ୍ତ୍ରଜ୍ଞ ପଣ୍ଡିତଙ୍କ ସଙ୍ଗେ ସଙ୍ଗୀତଜ୍ଞ କବି ତଥା ନାଟ୍ୟଶାସ୍ତ୍ର ବିଶାରଦମାନଙ୍କର ସମାବେଶ ହୋଇଥିଲା । ଏର୍‌ରାପ୍ରେଗଡ଼ ନାମକ ଜଣେ କବି ତାଙ୍କ ଦରବାରରେ ରହି ‘ହରିବଂଶ’, ତେଲୁଗୁ ‘ମହାଭାରତ’ ଏବଂ ‘ଅହୋବଳ ମାହାତ୍ମ୍ୟମ୍‌’ ନାମକ ଗ୍ରନ୍ଥମାନ ଲେଖିଥିଲେ । ‘କୁମାରଗିରି ରାଜିୟମ’ ନାମକ ଭାଷ୍ୟରେ ସ୍ପଷ୍ଟ ଉଲ୍ଲେଖ ଅଛି, କଣ୍ଡାବିଡ଼ୁର ରାଜା ଏବଂ କୁମାର ଗିରିର ରାଜା ସଙ୍ଗୀତ ଓ ନାଟ୍ୟ କଳାର ପ୍ରଭୂତ କଲ୍ୟାଣ ସାଧନ ପାଇଁ ମାର୍ଗ ପ୍ରଶସ୍ତ କରି ଗ୍ରନ୍ଥମାନ ରଚନା କରାଇ ଅଛନ୍ତି । ଉପରୋକ୍ତ ‘କୁମାରଗିରି ରାଜିଜୟମ’ ଭାଷ୍ୟରେ ନିମ୍ନୋକ୍ତ ଶ୍ଳୋକ ଗୁଡ଼ିକରୁ ଏଥିର ସ୍ପଷ୍ଟ ପ୍ରମାଣ ମିଳେ:-

 

ମୁନୀନାଂ ଭରତାଦୀନାଂ

ଭୋଜାଦୀନାଂ ଚ ଭୂଜୁଜାମ୍‌ ।

ଶାସ୍ତ୍ରାଣି ସମ୍ୟଗାଲୋଚ୍ୟ

ନାଟ୍ୟ-ବେଦାର୍ଥ-ବେଦିନାମ୍‌ ।। ଶ୍ଳୋ ୧୬ ।।

 

ପ୍ରୋକ୍ତଂ ବସନ୍ତ ରାଜେନ

କୁମାର ଗିରି ଭୂଭୁଜା

ନାମ୍ନା ବସନ୍ତ ରାଜୋଽୟଂ

ନାଟ୍ୟଶାସ୍ତ୍ରଂ ଯଦୁତ୍ତ୍ୱମମ୍‌ ।।୧୭।।

 

ତତ୍ରୋକ୍ତେନୈବ ମାର୍ଗେଣ

ଦର୍ଶିତା ଶେଷ ଲକ୍ଷଣମ୍‌ ।

କବୀନାମାଶ୍ରୟୀ ମନ୍ତ୍ରୀ କାଟଭୂପତନୂଭବଃ ।।୧୮।।

 

ସୋଽୟଂ ବେମବିଭୁଃ କୁମାର ଗିରିଣା

            ରାଜ୍ଞା ନିଯୁକ୍ତୀ କୃତୀ ।

ନାଟ୍ୟାନାଂ ତ୍ରିତୟଂ କୃତଂ କୃତଧିୟା

            ଶ୍ରୀ କାଳିଦାସେନ୍‌ ଯତ୍‌ ।

 

ତସ୍ୟୋଦୀର୍ଣ୍ଣ ରସାର୍ଣ୍ଣବସ୍ୟ ରସିକଃ

ଶାକୁନ୍ତଳା ଦେଃ ସ୍ୱୟଂ

ବ୍ୟାଖ୍ୟାନଂ କୁରୁତେ କୁମାର ଗିରିରା–

      ଜୀୟାଖ୍ୟ ମସ୍ମୈକୃତମ୍‌ ।।୧୯।।

 

ଏଥିରୁ ସ୍ପଷ୍ଟ ସୂଚିତ ହେଉଛି ଯେ, କୁମାର ଗିରି ଏବଂ କଣ୍ଡାବିଡ଼ୁରେ ରେଡ଼ିବଂଶୀୟ ରାଜାମାନଙ୍କ ଆନୁକୂଲ୍ୟରେ ସଙ୍ଗୀତ ଶାସ୍ତ୍ରରେ ଗବେଷଣା ଯଥେଷ୍ଟ ବୃଦ୍ଧି ଲାଭ କରିଥିଲା । ଏଣୁ ସଙ୍ଗୀତ ପାରିଜାତର ଗ୍ରନ୍ଥକର୍ତ୍ତା ଅହୋବଳ ଯେ ଉପରୋକ୍ତ ତାମ୍ର ଶାସନର ଦାନ-ଗ୍ରହୀତା ନରସିଂହଙ୍କର ପିତା ଅହୋବଳ ହୋଇଥିବେ, ଏଥିରେ ଆମ୍ଭର ବିଶ୍ୱାସ ହେଉଛି ।

 

ପ୍ରଥମେ କୁହାଯାଇଛି ଯେ, ଅହୋବଳ ବୈଷ୍ଣବ ଧର୍ମାବଲମ୍ବୀ ଥିଲେ । ତେଣୁ ତାଙ୍କର ମଙ୍ଗଳା ଚରଣ ଶ୍ଳୋକରେ ଭଗବାନ ହରିଙ୍କର ବନ୍ଦନା କରାଯାଇଛି । ଦାକ୍ଷିଣାତ୍ୟରେ ସେତେବେଳେ କେତେକ ବୈଦିକ ବ୍ରାହ୍ମଣ ସମ୍ପ୍ରଦାୟ ମାଧବାଚାର୍ଯ୍ୟଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ-। ସେମାନଙ୍କର ଆରାଧିତ ବୈଷ୍ଣବ ମୂର୍ତ୍ତି ଗୁଡ଼ିକ ଯେଉଁ ମନ୍ଦିରମାନଙ୍କରେ ପ୍ରତିଷ୍ଠା ଲାଭ କରିଥିଲେ, ସେଠାରେ ତୈଲଙ୍ଗ ବୈଷ୍ଣବ ସମ୍ପ୍ରଦାୟର ଭକ୍ତମାନେ ସଙ୍ଗୀତ ଓ ନୃତ୍ୟକଳାର ପ୍ରସାର କରି ଦେବଦାସୀମାନଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲେ । ଓଡ଼ିଶାରେ ମଧ୍ୟ ପୂର୍ବରୁ ଦେବଦାସୀ ପ୍ରଥା ପ୍ରଚଳିତ ହୋଇଥିବାରୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସଙ୍ଗୀତ ଓ ନୃତ୍ୟ ଗୋଟିଏ ନିଯୋଗରୂପେ ଧାର୍ଯ୍ୟ ହୋଇଥିଲା । ସେଥିରେ ତୈଲଙ୍ଗ ସମ୍ପ୍ରଦାୟ ମଧ୍ୟ ଯୋଗ ଦେଉଥିଲେ । ସୂର୍ଯ୍ୟବଂଶୀୟ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ଖୋଦିତ ଗୋଟିଏ ଶିଳାଲେଖ ଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ଥାପିତ ହୋଇଅଛି । ସେଥିରେ ଲେଖାଅଛି ଯେ, ଜୟଦେବଙ୍କର ‘ଗୀତ ଗୋବିନ୍ଦ’ ବ୍ୟତୀତ ଅନ୍ୟ କୌଣସି ଗୀତ ସେଠାରେ ବୋଲାଯିବ ନାହିଁ । ତୈଲଙ୍ଗ ସମ୍ପ୍ରଦାୟ ମଧ୍ୟ ଏହି ନିର୍ଦ୍ଦେଶ ମାନି ଚଳିବେ । * ଏପରି ନିର୍ଦ୍ଦେଶ ଦେବାର ଅର୍ଥ ହେଉଛି, ପୂର୍ବେ ଶ୍ରୀଜଗନ୍ନାଥ ଛାମୁରେ ନାଟ୍ୟଶାଳାରେ ବିଭିନ୍ନ ପ୍ରକାର ସଙ୍ଗୀତ ଓ ନୃତ୍ୟ ନିୟମିତରୂପେ ପ୍ରତ୍ୟହ ଅନୁଷ୍ଠିତ ହେଉଥିଲା ।

 

ରାଜମହେନ୍ଦ୍ରୀ ସମେତ କଣ୍ଡାବିଡ଼ୁ ଦୁର୍ଗରେ ଯେଉଁ ରେଡ଼ିବଂଶୀୟ ରାଜାମାନେ ଓଡ଼ିଶାର ଦକ୍ଷିଣାଞ୍ଚଳ ଆକ୍ରମଣ କରି ଗଙ୍ଗବଂଶୀୟ ଗଜପତିମାନଙ୍କୁ ପରାଜିତ କରିଥିଲେ, ସେହି ବଂଶର ଶେଷରାଜା କାଟୟବେମାଙ୍କ ପରେ ସେଠାରେ ରେଡ଼ିବଂଶର ଦୁର୍ବଳତା ଦେଖାଦେଲା । ଖ୍ରୀ: ୧୪୩୬ରେ ଓଡ଼ିଶାର ଶେଷ ରାଜା ନିଶଙ୍କ ଭାନୁଦେବ ନିଃସନ୍ତାନ ହେବାରୁ ସୂର୍ଯ୍ୟବଂଶୀୟ କପିଳେନ୍ଦ୍ର ଦେବ ଦକ୍ଷିଣରୁ ଆସି ଓଡ଼ିଶା ସିଂହାସନ ଅଧିକାର କଲେ । ତାଙ୍କ ପରାକ୍ରମ ଏବଂ ରଣକୌଶଳ ସମ୍ମୁଖରେ ଦାକ୍ଷିଣାତ୍ୟ ରାଜାମାନେ ପରାଜିତ ହୋଇ ଗଜପତିଙ୍କର ଅଧୀନତା ସ୍ୱୀକାର କଲେ । ସୁଦୂର ତୁଙ୍ଗଭଦ୍ରା ନଦୀ ପର୍ଯ୍ୟନ୍ତ ସମଗ୍ର ଉପକୂଳ ଅଞ୍ଚଳ କପିଳେନ୍ଦ୍ରଙ୍କର ବିରାଟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ଯେଉଁ କଣ୍ଡାବିଡ଼ୁରେ ଦିନେ ସଙ୍ଗୀତ ଓ ନାଟ୍ୟଶାସ୍ତ୍ର ବିଶାରଦମାନେ ସଙ୍ଗୀତ ଗବେଷଣାରେ ଉଚ୍ଚ ଆସନ ଅଧକାର କରିଥିଲେ ଏବଂ ରେଡ଼ି ରାଜବଂଶର ସହାନୁଭୂତି ଲାଭ କରିଥିଲେ, ସେମାନେ କପିଳେନ୍ଦ୍ରଙ୍କର ରାଜଦରବାର ମଣ୍ଡନ କଲେ । ଉତ୍ତମ ଗାୟକ ଓ ନାଟ୍ୟ ଶାସ୍ତ୍ରଜ୍ଞମାନଙ୍କୁ ସମ୍ମାନ ଦେଖାଇ କପିଳେନ୍ଦ୍ର ସ୍ୱୀୟ ରାଜ୍ୟର ପ୍ରଧାନ ଧର୍ମକ୍ଷେତ୍ର ନୀଳାଚଳ ଧାମରେ ତାଙ୍କୁ ରଖାଇ ତାଙ୍କଦ୍ୱାରା ଶିକ୍ଷା ଲାଭ କରିଥିବା ଗାୟକଙ୍କୁ ଶ୍ରୀମନ୍ଦିରର ନୃତ୍ୟଗୀତ ଇତ୍ୟାଦି ନିତ୍ୟ-ନୈମିତ୍ତିକ ବିଧାନ ପ୍ରଚଳିତ କରାଇଥିଲେ । ତଦବଧି ଯେଉଁ ସଙ୍ଗୀତ ଦିନେ କଣ୍ଡାବିଡ଼ୁ ରାଜ ଦରବାରରେ ଉନ୍ମେଷ ଲାଭ କରିଥିଲା, ତାହା ଓଡ଼ିଶାର ନିଜସ୍ୱ ହୋଇ ରହିଲା । ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି କପିଳେନ୍ଦ୍ରଙ୍କ ରାଜତ୍ୱ କାଳରେହିଁ ସମ୍ଭବ ହେଲା । ସେତେବେଳେ ଓଡ଼ିଶାର ଆଦିକବି ସାରଳାଦାସ ‘ମହାଭାରତ’ ରଚନା କରିଥିଲେ । ରାଜକୀୟ ବ୍ୟାପାରରେ ଓଡ଼ିଆ ଭାଷାର ପ୍ରଚଳନ କପିଳେନ୍ଦ୍ରଙ୍କ ରାଜତ୍ୱର ଏକ ବିଶେଷ ଘଟଣା । ଏ ଦୃଷ୍ଟିରୁ ବିଚାର କଲେ ଜଣାଯାଉଛି ଯେ, ଗୋଦାବରୀ ତଟ-ନିବାସୀ ଅହୋବଳଙ୍କୁ ଯଦି ‘‘ସଙ୍ଗୀତ-ପାରିଜାତ’’ ଗ୍ରନ୍ଥକର୍ତ୍ତା ବୋଲି ପ୍ରମାଣ କରାଯାଏ, ତା’ହେଲେ ତାଙ୍କର ଶିଷ୍ୟ-ପ୍ରଶିଷ୍ୟମାନେ ଓଡ଼ିଶାରେ ରହି ସେହି ସଙ୍ଗୀତର ଗୋଟିଏ ସ୍ୱତନ୍ତ୍ର ପଦ୍ଧତିରେ ତାହା ପ୍ରାଣବନ୍ତ କରିଥିବା ନିଶ୍ଚିତ । ସମ୍ଭବତଃ ସେହି ପଦ୍ଧତି ଅତି ପ୍ରାଚୀନ କାଳରୁ କଳିଙ୍ଗରେ ଲୋକ ମୁଖରେ ରହିଥିଲା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହାରାଜ ଖାରବେଳ ହାତୀ ଗୁମ୍ଫା ଲିପିରେ ଲେଖିଅଛନ୍ତି :–

 

‘‘ତୃତୀୟେ ପୁନ ବର୍ଷେ ଗନ୍ଧର୍ବ-ବେଦ ବୁଧଃ ଦର୍ପ-ନୃତ୍ତ-ଗୀତ-ବାଦତ୍ର ସନ୍ଦର୍ଶନୈ ରୁତ୍ସବଃ ସମାଜ କାରଣାଭିଶ୍ଚ କ୍ରାଡ଼ୟତି ନଗରୀମ୍‌’’ ।

 

*

Journal of Asiatic Society, Bengal, 1893 ଦ୍ରଷ୍ଟବ୍ୟ

 

ଅର୍ଥାତ୍‌ ଗନ୍ଧର୍ବ-ବିଦ୍ୟାନିପୁଣ ଖାରବେଳ ତାଙ୍କ ରାଜତ୍ୱର ତୃତୀୟ ବର୍ଷରେ କଳିଙ୍ଗର ନାଗରିକଙ୍କୁ ନୃତ୍ୟ, ଗୀତ ଓ ବାଦ୍ୟରେ ଆମୋଦ କରାଇଥିଲେ । ‘ଗନ୍ଧର୍ବ-ବିଦ୍ୟା’ ସଙ୍ଗୀତ ବିଷୟକ ବିଦ୍ୟା, ସେତେବେଳେ କଳିଙ୍ଗରେ ତାହା ଅଧ୍ୟୟନ କରାଯାଉଥିଲା । ତେବେ କେଉଁ ପ୍ରକାର ରାଗ ରାଗିଣୀ ଏ ଦେଶରେ ଲୋକମୁଖରେ ଥିଲା ତାହା ଜଣା ପଡ଼ିନାହିଁ । ହୁଏତ ‘‘ସଙ୍ଗୀତପାରିଜାତ’’ ଗ୍ରନ୍ଥରେ ଯେଉଁ ନୂତନ ପଦ୍ଧତି ସମ୍ବଳିତ ରାଗଗୁଡ଼ିକ ଅହୋବଳ ଉଦ୍ଧାର କରିଅଛନ୍ତି, ତାହାହିଁ ପ୍ରାଚୀନ କଳିଙ୍ଗ ସଙ୍ଗୀତର ପରିଚୟ ଦିଏ, ତାହା ଆଜି ‘ଓଡ଼ିଶୀ ସଙ୍ଗୀତ’ ନାମରେ ପରିଚିତ ହୁଏ । ଓଡ଼ିଶାର ଭୌଗୋଳିକ ପରିସ୍ଥିତି ଦୃଷ୍ଟିରୁ ସେହି ପଦ୍ଧତିରେ କର୍ଣ୍ଣାଟୀ ଓ ହିନ୍ଦୁସ୍ଥାନୀ ପଦ୍ଧତିର ଏକ ଶୃଙ୍ଖଳାତ୍ମକ ଯୋଗସୂତ୍ର, ଏଣୁ ‘ସଙ୍ଗୀତ ପାରିଜାତ’ ଓଡ଼ିଶାକୁ ଏକ ଅପୂର୍ବ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅହୋବଳଙ୍କ ଉପରେ ପ୍ରାଚୀନ କଳିଙ୍ଗ ସଙ୍ଗୀତର ପ୍ରଭାବ ଆମ ଦେଶର ସାଂସ୍କୃତିକ ଇତିହାସରେ ମଧ୍ୟ ଚିର ସ୍ମରଣୀୟ ହୋଇ ରହିବ ।

 

***

 

ଶିଶୁ-ସାହିତ୍ୟର ଗତି ଓ ପ୍ରକୃତି

ଡକ୍‌ଟର କୃଷ୍ଣଚରଣ ବେହେରା

 

‘ଶିଶୁ-ସାହିତ୍ୟ’ ବୋଇଲେ, ଶିଶୁମାନଙ୍କଦ୍ୱାରା ରଚିତ ସାହିତ୍ୟ ଏବଂ ଶିଶୁମାନଙ୍କର ବା ଶିଶୁମାନଙ୍କ ପାଇଁ ଲିଖିତ ସାହିତ୍ୟ-ଏହିପରି ଦୁଇଟି ଅର୍ଥ ଗ୍ରହଣ କରାଯାଇ ପାରେ । କିନ୍ତୁ ପ୍ରଥମ ଅର୍ଥ-ଅର୍ଥାତ୍‌ ଶିଶୁମାନଙ୍କଦ୍ୱାରା ସାହିତ୍ୟ ସୃଷ୍ଟିର କେତେ କ’ଣ ତାତ୍ପର୍ଯ୍ୟ ରହିଛି, ଆମକୁ ତାହା ବିଚାର କରି ଦେଖିବାକୁ ହେବ । ଝିଅମାନଙ୍କ କ୍ଷେତ୍ରରେ ଦୁଇବର୍ଷରୁ ତେରବର୍ଷ ବୟସ ପର୍ଯ୍ୟନ୍ତ ଏବଂ ପୁଅମାନଙ୍କ କ୍ଷେତ୍ରରେ ଦୁଇବର୍ଷରୁ ଚଉଦବର୍ଷ ବୟସ ପର୍ଯ୍ୟନ୍ତ ଶୈଶବ ଅବସ୍ଥା ବୋଲି ମନୋବିଜ୍ଞାନୀମାନେ ମତ ଦେଇ ଥାଆନ୍ତି । * ଏହି ଶୈଶବ ଅବସ୍ଥାରେ ବିଭିନ୍ନ ପ୍ରକାର ସର୍ଜନଶୀଳତା (Creativity) ପ୍ରକାଶ ପାଇଥାଏ । ପ୍ରଥମେ ଶିଶୁମାନଙ୍କର ଖେଳାଧୂଳାରେ–ତତ୍ପରେ ସ୍କୁଲ ତଥା ଗୃହ ମଧ୍ୟରେ ସେମାନଙ୍କର ବିଭିନ୍ନ କାର୍ଯ୍ୟକଳାପରେ ଏହା ପରିଲିକ୍ଷିତ ହୋଇଥାଏ । ଗପ କହିବା, ଜଡ଼ବସ୍ତୁରେ ଜୀବନ ଆରୋପ କରିବା, ଦିବା ସ୍ୱପ୍ନ ବା ଅଳୀକ କଳ୍ପନା ଭିତରେ ମଜ୍ଜି ରହିବା, ଅନୁକରଣଶୀଳ ଅଭିନୟ ଖେଳ ଖେଳିବା ଇତ୍ୟାଦି ଶିଶୁମାନଙ୍କର ସର୍ଜନଶୀଳତାର ଅନ୍ତର୍ଗତ । ସେହି ସର୍ଜନଶୀଳତା ମଧ୍ୟରେ ଠିକ୍‌ ସାହିତ୍ୟ ସୃଷ୍ଟିର କାର୍ଯ୍ୟଟି କ୍ୱଚିତ୍‌ ସମାହିତ ହୋଇଥାଏ । ସଫଳ ସାହିତ୍ୟ ସୃଷ୍ଟି ଅନେକାଂଶରେ ଜ୍ଞାନାର୍ଜନ, ଶିକ୍ଷାଦୀକ୍ଷା-ଲାଭ ଏବଂ ଅଭିଜ୍ଞତା-ଅନୁଭୂତି-ସଞ୍ଚୟ ଉପରେ ନିର୍ଭରଶୀଳ । ଏହା ସବୁ ଶିଶୁମାନଙ୍କଠାରେ ଆବଶ୍ୟକ ପରିମାଣରେ ନ ଥିବାରୁ, ଆମେ ସେମାନଙ୍କଠାରୁ ସାହିତ୍ୟ-ସୃଷ୍ଟି କିପରି ଆଶା କରିବା ? ତଥାପି ଶିଶୁମାନେ ଯେ ସାହିତ୍ୟ ସୃଷ୍ଟି ପାରିବେ ନାହିଁ, କିମ୍ବା ଆଦୌ କରି ନାହାନ୍ତି, ସେକଥା ବୋଲାଯାଇ ପାରିବ ନାହିଁ । ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର କବି ଅଭିମନ୍ୟୁ ସାମନ୍ତସିଂହାର ଶୈଶବ ଅବସ୍ଥାରେ ‘ବାଘ ଗୀତ’, ‘ଚଢ଼ାଇ ଗୀତ’, ‘ମୋର ହୁଁ ଗୋ ଗୀତ’ ରଚନା କରିଥିବାର ଜଣାପଡ଼େ । ଏହି ଗୀତଗୁଡ଼ିକ ନଅବର୍ଷରୁ ବାରବର୍ଷ ବୟସ ମଧ୍ୟରେ ଅଭିମନ୍ୟୁ ରଚନା କରିଥିଲେ ବୋଲି ଗବେଷକ ପଣ୍ଡିତମାନେ ମତ ଦିଅନ୍ତି । ୧୯୩୭ ମସିହାରେ ପ୍ରକାଶିତ ଇଂରାଜୀ ରଚନା‘ଦି ଫାର୍‌-ଡିଷ୍ଟାଣ୍ଟ ଓକ୍‌ସସ୍‌’ (The Far-distant Oxus) କୁମାରୀ କ୍ୟାଥେରିନ୍‌ ହଲ୍‌ ଏବଂ କୁମାରୀ ପାମୋଲା ହୁଇଟ୍‌ଲକ୍‌ ସ୍କୁଲ ଜୀବନରେହିଁ ରଚନା କରିଥିଲେ । ଏହି ଆନ୍ତର୍ଜାତିକ ଶିଶୁ ସମ୍ବତ୍ସର ୧୯୭୯ ମସିହା ଅଗଷ୍ଟ ମାସରେ ବିଖ୍ୟାତ ‘ସୋଭିଏଟ୍‌ ଲିଟରେବର୍‌’ ପତ୍ରିକାର ଏକ ଶିଶୁ କାହାଣୀ ବିଶେଷାଙ୍କ ପ୍ରକାଶିତ ହୋଇଛି । ତହିଁରେ ଶିଶୁଉପଯୋଗୀ ସତରଟି ଲୋକ-କାହାଣୀ ସମେତ ଲିଓଟଲଷ୍ଟୟ, ମାର୍କିସ୍‌ ଗୋର୍କି ପ୍ରମୁଖ ପ୍ରସିଦ୍ଧ ଲେଖକମାନଙ୍କର ସତେଇଶ ଗୋଟି ଗଳ୍ପ ତ ରହିଛି ! ଅଧିକନ୍ତୁ ସାତ ବର୍ଷଠାରୁ ତେର ବର୍ଷ ବୟସ ପର୍ଯ୍ୟନ୍ତ ସୋଭିଏଟ୍‌ ଦେଶରେ ପିଲାମାନଙ୍କ ଲେଖା ଏଗାରଟି କାହାଣୀ ପତ୍ରସ୍ଥ କରାଯାଇଛି । ତେଣୁ ଶିଶୁମାନେ ସାହିତ୍ୟ ସୃଷ୍ଟିରେ ଅକ୍ଷମ ବା ଅସମର୍ଥ ନୁହନ୍ତି । କିନ୍ତୁ ସେହି ସାହିତ୍ୟ ସୃଷ୍ଟିର ସାଫଲ୍ୟ ବା ଗୁଣାତ୍ମକ ମୂଲ୍ୟ ସମ୍ପର୍କରେ ପ୍ରଶ୍ନ ଉଠିପାରେ । ପୁଣି ଅନୁସନ୍ଧାନରୁ ଯାହା ଜଣାପଡ଼ୁଛି-ଶିଶୁମାନଙ୍କଦ୍ୱାରା ରଚିତ ସାହିତ୍ୟ ସାଧାରଣତଃ ଶିଶୁମାନଙ୍କର ଗ୍ରହଣଯୋଗ୍ୟ ହେଉ ନାହିଁ । ଶିଶୁମାନେ ଯାହା ଲେଖୁଛନ୍ତି, ମୁଖ୍ୟତଃ ସାଁବାଳକମାନେ ତାହା ଗ୍ରହଣ କରୁଛନ୍ତି । ଉଦାହରଣ ସ୍ୱରୂପ-କବି ଅଭିମନ୍ୟୁଙ୍କର ଶୈଶବ ଅବସ୍ଥାରେ ଲେଖା ତିନିଟିଯାକ ଗୀତର ଅଂଶବିଶେଷ ଏଠାରେ ଉଦ୍ଧାର କରାଯାଉଛି ।

 

*

Child Development-Elizabeth B. Hurlock,

 

Megraw Hill Kogakusha Ltd., Tokyo (1978)-page 37.

 

ବାଲିଆ ବୋଲି ଯେ ଏକ ନଗର      ତହିଁ ନୃପତି ସାମନ୍ତସିଂହାର

ରସିକ ବିବେକୀ ବଡ଼ ଧାର୍ମିକ            ପ୍ରଶଂସା କରନ୍ତି ବହୁତ ଲୋକ

ତହିଁରେ ପ୍ରବଳ ନିରତେ ଶୁଭଇ ଶାର୍ଦ୍ଦୁଳ ଗୋଳ ।।୧।।

X            X            X            X

ବାଘ ମାରି ସାରି ହରଷ ହୋଇ      ଯାଗୁଳାଈଙ୍କି ମାର୍ଜନା କରାଇ

ସେନାପତିଙ୍କି ପାଟଶାଢ଼ୀ ଦେଇ      ନଗରେ ରହିଲେ ନିଶ୍ଚିନ୍ତ ହୋଇ

ରଖ ଯାଗୁଳାଈ ସାମନ୍ତ ସିଂହାର ଭାବେ ଭଣଇ ।।୨୦।।

–ବାଘ ଗୀତ

 

ଗୋବରା କଉତୁକୀମାନେ ଶୁଣ      ଚଢ଼ାଇମାନଙ୍କ ଯେତେ ଲକ୍ଷଣ

ଜାତି ରୀତି ଗତି ଯୁଦ୍ଧ ବିଧାନ            ପାଗ ଯୋଗ ସ୍ଥାନ ବଳ ପ୍ରଧାନ

ଏହା ଯେ ଜାଣିବ କଇତୁକୀବର ସେ ବୋଲାଇବ ।।୧।।

X      X      X      X      X

ଏ ଗୀତ ଚଢ଼ାଇ ପୋଷା ପହଳି      କଉତୁକୀମାନଙ୍କର ସଙ୍ଖାଳି

କଉତୁକେ ରାଧାମୋହନ ଚିନ୍ତି            ସାମନ୍ତସିଂହାର ବୀର ଏ ଉକ୍ତି

ଘେନ ମନ ଦେଇ ବୈଶ ପସରାରେ କିସ ନ ଥାଇ ।।୨୩।।

–ଚଢ଼ାଇ ଗୀତ

 

କର୍ମଙ୍ଗା ଗଛର ଛାଇ ଗୋ             ମୋର ହୁଁ ଗୋ

କରମ ଯାହାର ସୁଫଳ ହୋଇବ      କୃଷ୍ଣଙ୍କୁ ଲଭିବ ସେହି ଗୋ

ମୋର ହୁଁ ଗୋ ।।

ଗଞ୍ଜେଇ ଗଛର ଛାଇ ଗୋ            ମୋର ହୁଁ ଗୋ

ବେଣୁ ବିନୋଦିଆ ଯେଣେ ଯାଉଥାଇ            ତେଣେ ହୁରି ପଡ଼ୁଥାଇ ଗୋ

ମୋର ହୁଁ ଗୋ ।।

–ମୋର ହୁଁ ଗୋ ଗୀତ

 

ବୋଲିବା ବାହୁଲ୍ୟ ଯେ–ଏହା ସବୁ ଶିଶୁମାନଙ୍କ ଅପେକ୍ଷା ସାଁବାଳାକମାନଙ୍କଠାରେ ବେଶି ପ୍ରିୟ ଓ ଗ୍ରହଣଯୋଗ୍ୟ । ସେହିପରି ସୋଭିଏଟ୍‌ ରୁଷିଆର ସାତ ବର୍ଷ ବୟସ୍କା କୁମାରୀ ଏଲେନାର ଗଳ୍ପ–‘ଫୁଟାଣିଆ ଗୋଲାପ’ ଏହିପରି : ‘‘ବଗିଚାରେ ଗୋଲାପ ଫୁଲଟିଏ ଫୁଟିଛି । କଅଁଳିଆ ଖରାରେ କି ସୁନ୍ଦର ନାଲି ନାଲି ପାଖୁଡ଼ା ମେଲାଇ ଧୀର ପବନରେ ନାଚି ନାଚି ଖେଳୁଛି-। ସଭିଙ୍କର ଦୃଷ୍ଟି ତାରି ଉପରେ । ଫୁଟାଣି ତା’ର କହିଲେ ନ ସରେ । ସେ ଭାବିଲା–ମୁଁ କେଡ଼େ ସୁନ୍ଦର ସତେ ! ଏହି ସୂର୍ଯ୍ୟଠାରୁ ମଧ୍ୟ ବେଶି ସୁନ୍ଦର । କ୍ରମେ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡ଼ିଗଲେ । ରାତି ହେଲା । ଗୋଲାପଟି ଝାଉଁଳି ପଡ଼ିଲା । ରଙ୍ଗ ତାହାର ଫିକା ପଡ଼ିଗଲା । ସୂର୍ଯ୍ୟ ନ ଥିଲା ବେଳେ ସବୁ ଜିନିସ ତ ଫିକା ପଡ଼ିଯାଏ !’’–ସୋଭିଏଟ୍‌ ଲିଟରେଚର, ଅଗଷ୍ଟ ୧୯୭୯ ସଂଖ୍ୟା ।

 

ଏହି ଗଳ୍ପର ଶେଷ ଭାଗରେ ଥିବା ବ୍ୟଞ୍ଜନା ଶିଶୁମାନେ ଧରି ପାରିବେ କି ନା, ସନ୍ଦେହ । ନିଜେ କୁମାରୀ ଏଲେନା ଗଳ୍ପ ଲେଖିଲା ବେଳେ ଏ ବିଷୟରେ ସଚେତନ ଥାଇ ଲେଖିଛି କି ନା, ତାହା ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ବୋଲାଯାଇ ପାରିବ ନାହିଁ । କିନ୍ତୁ ଏ ଗଳ୍ପ ବୟସ୍କ ପାଠକ ପାଠିକାଙ୍କ ନିକଟରେ ବେଶ ଗ୍ରାହ୍ୟ ଓ ସ୍ପୃହଣୀୟ ହେବ । ସୁତାରାଂ ଶିଶୁ-ସାହିତ୍ୟ ସାଧାରଣତଃ ଶିଶୁମାନଙ୍କଦ୍ୱାରା ରଚିତ ସାହିତ୍ୟ ନୁହେଁ, ଶିଶୁମାନଙ୍କ ପାଇଁ ସାଁବାଳକମାନଙ୍କଦ୍ୱାରାହିଁ ରଚିତ ସାହିତ୍ୟ । ଶିଶୁ ଯାହା କିଛି ଲେଖେ, ତାହା ହୁଏତ ନିଜର ଆତ୍ମପ୍ରକାଶର ଆନନ୍ଦ ପାଇଁ ଲେଖେ, ଆଉ ଆଉ ଶିଶୁମାନଙ୍କ ଗ୍ରହଣୀୟ ହେବା ପାଇଁ ଲେଖେନା–ବା ସେଭଳି ଲେଖିବାର ସଚେତନ ପ୍ରୟାସ କରେ ନା । ବୟସ୍କ ଲେଖକ ଲେଖିକାମାନେହିଁ ମୁଖ୍ୟତଃ ଶିଶୁ-ସାହିତ୍ୟର ସ୍ରଷ୍ଟା । ପୃଥିବୀର ବିଭିନ୍ନ ଦେଶରେ ଶିଶୁମାନେ ନୁହନ୍ତି, ସାଁବାଳମାନେହିଁ ଉତ୍କୃଷ୍ଟ ଶିଶୁ-ସାହିତ୍ୟ ସୃଷ୍ଟି କରିଥିବାର ଦେଖାଯାଏ । ସେହି ସାହିତ୍ୟ ସୃଷ୍ଟି ମୁଖ୍ୟତଃ ଶିଶୁମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହେଲେ ହେଁ, ସାଁବାଳକମାନେ ତାହା ଗ୍ରହଣ କରିବାରେ କୌଣସି ବାଧା ନାହିଁ । ବସ୍ତୁତଃ ଶିଶୁସାହିତ୍ୟ, ଶିଶୁ ତଥା ବୟସ୍କ ବ୍ୟକ୍ତି ଉଭୟଙ୍କଦ୍ୱାରା ବରାବର ଗୃହୀତ ହୋଇ ଆସିଛି ।

 

ଶିଶୁମାନଙ୍କ ପାଇଁ ରଚିତ ଗଳ୍ପ, ଉପନ୍ୟାସ, କବିତା, ନାଟକ ଇତ୍ୟାଦି ଠିକ୍‌ ସାହିତ୍ୟ-ପର୍ଯ୍ୟାୟଭୁକ୍ତ କି ? ଅର୍ଥାତ୍‌ ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରକାର ରଚନାକୁ କେତେଦୂର ‘ସାହିତ୍ୟ’ ବୋଲା ଯାଇପାରେ ? ଏହି ଆଲୋଚକ ଏପରି ଜିଜ୍ଞାସାବାଦ କରିବାର କେତେକ କାରଣ ରହିଛି । ଚାରିଆଡ଼େ ଯାହା ଦେଖାଯାଉଛି, ଶିଶୁମାନଙ୍କ ପାଇଁ ରଚନାବଳୀକୁ ସାହିତ୍ୟର ମର୍ଯ୍ୟାଦା ଦେବା ପାଇଁ ଅନେକ କୁଣ୍ଠା ବା ଦ୍ୱିଧାବୋଧ କରନ୍ତି । ଦେଶ-ବିଦେଶର ସାହିତ୍ୟ-ଇତିହାସ ଗ୍ରନ୍ଥମାନଙ୍କରେ ସାଧାରଣତଃ ଶିଶୁ-ସାହିତ୍ୟ ବା ଶିଶୁ-ସାହିତ୍ୟସ୍ରଷ୍ଟାଙ୍କ ବିଷୟରେ ସ୍ୱତନ୍ତ୍ର ଆଲୋଚନା କରାଯାଉ ନ ଥିବାର ଦେଖାଯାଏ । ବିଭିନ୍ନ ବିଦେଶୀ ଜ୍ଞାନକୋଷ ଓ ଆକାର-ଗ୍ରନ୍ଥମାନଙ୍କରେ ‘ଶିଶୁ ସାହିତ୍ୟ’ ବା 'Children's Literature' କଥାଟି ପ୍ରାୟ ଦେଖିବାକୁ ମିଳେନା; ବରଂ ସେହି ଅର୍ଥରେ Juvenile, Children's Books, Writing for Children ପ୍ରଭୃତି କଥା ପରିଲକ୍ଷିତ ହୁଏ । ଏହି ପ୍ରସଙ୍ଗରେ ଗୋଟିଏ ବ୍ୟକ୍ତିଗତ ଅନୁଭୂତି ଆପଣମାନଙ୍କ ଆଗରେ ନିବେଦନ କରିବି । ଅଳ୍ପ କିଛି ବର୍ଷ ତଳେ ଶିଶୁ-ସାହିତ୍ୟ ସମ୍ପର୍କରେ ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ସହ କଥାବାର୍ତ୍ତା କରୁଥିଲାବେଳେ ଉଦୟନାଥ ବାବୁ କ୍ଷୋଭ ପ୍ରକାଶ କରି କହିଥିଲେ ଯେ-ଆମେ ପୂରାପୂରି ଲେଖକ ନୋହୁଁ, ଅଧା ଲେଖକ ଭାବରେ ପରିଗଣିତ ହେଉଛୁଁ । ସାଧାରଣ ଗଳ୍ପ, ଉପନ୍ୟାସ, କାବ୍ୟ, ନାଟକାଦିର ଲେଖକଙ୍କ ଭଳି ଆମର ସମ୍ମାନ ବା ସ୍ୱୀକୃତି ନାହିଁ । ଏକାଡେମୀ ଏବଂ ବିଭିନ୍ନ ସରକାରୀ-ବେସରକାରୀ ପୁରସ୍କାରର ପରିମାଣ ମଧ୍ୟ ଆମ ପାଇଁ ଅତ୍ୟନ୍ତ ଊଣା । ଯେଉଁମାନେ ପିଲାଙ୍କ ପାଇଁ ଲେଖାଲେଖି କରନ୍ତି, ସେମାନେ ବୋଧହୁଏ ସରକାର ତଥା ଜନସାଧରଣଙ୍କ ଦୃଷ୍ଟିରେ ଅଧା ଲେଖକ । କଥାଟି ସେତେବେଳେ ମୋତେ ଖରାପ ଲାଗିଥିଲେ ମଧ୍ୟ, ଶିଶୁ-ସାହିତ୍ୟ ଏବଂ ସେହି ସାହିତ୍ୟର ସ୍ରଷ୍ଟାମାନଙ୍କ ବିଷୟରେ କିଛି ଚିନ୍ତା କରିବାକୁ ସୁଯୋଗ ଦେଇଥିଲା । ସୁଧାମଣ୍ଡଳୀ ନିକଟରେ ‘ଶିଶୁ ସାହିତ୍ୟ’ର ଧାରଣାଟି ଯେପରି ସ୍ପୃହଣୀୟ ନୁହେଁ ! ଶିଶୁମାନଙ୍କ ପାଇଁ ରଚନାବଳୀକୁ ସେମାନେ ଠିକ୍‌ ‘ସାହିତ୍ୟ’ ବୋଲିବାକୁ ଯେପରି କୁଣ୍ଠିତ ! ସେମାନେ ହୁଏତ ମନେକରନ୍ତି-ସ୍କୁଲର ପାଠ୍ୟପୁସ୍ତକ ଏବଂ ଶିଶୁସାହିତ୍ୟ ମଧ୍ୟରେ ଥିବା ବିଭେଦ-ରେଖା ଅତି ଅସ୍ପଷ୍ଟ-। ଭାଷା ଶିକ୍ଷା ଓ ସାହିତ୍ୟ ପାଠ ସକାଶେ ଯେଉଁ ପାଠ୍ୟପୁସ୍ତକମାନ ପ୍ରଚଳିତ ଅଛି, ତନ୍ମଧ୍ୟରୁ ଅନେକ ଦରକାରୀ ଜ୍ଞାନ ବା ବିଭିନ୍ନ ତଥ୍ୟ ଯୋଗାଣ ଲାଗି ଉଦ୍ଦିଷ୍ଟ ଏବଂ ଉପଦେଶ ପ୍ରଦାନ ପାଇଁ ଅଭିପ୍ରେତ, ତେଣୁ ଠିକ୍‌ ସାହିତ୍ୟ ପଦବାଚ୍ୟ ନୁହେଁ । ପୁଣି ସାଧାରଣ ସାହିତ୍ୟ, ପାଠକ-ହୃଦୟରେ ଯେଉଁଭଳି ବିଭିନ୍ନ ରସର ଉଦ୍‌ବୋଧନ କରିଥାଏ, ଶିଶୁ-ରଚନା ସବୁ ଶିଶୁ-ହୃଦୟରେ ସେହିପରି ଭାବରେ ରସ-ଉଦ୍‌ବୋଧନ କରି ନ ଥାଏ । ଶିଶୁ ପ୍ରାଣ ବା ଶିଶୁ ହୃଦୟ ସକଳ ପ୍ରକାର ସାରସ୍ୱତ ରସର ଉଦ୍‌ବୋଧନ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ କ୍ଷେତ୍ର ନୁହେଁ । ବିଶେଷତଃ ଶିଶୁ ହୃଦୟରେ ଶାନ୍ତ ଓ ଶୃଙ୍ଗାର ରସର ଉଦ୍‌ବୋଧନ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର । ତେଣୁ ଶିଶୁମାନଙ୍କ ପାଇଁ ଲେଖା ଗଳ୍ପ, ଉପନ୍ୟାସ, କବିତା, ନାଟକ ଆଦି ବିଭିନ୍ନ ରଚନାକୁ ଠିକ୍‌ ‘ସାହିତ୍ୟ’ ବୋଲାଯିବ କିପରି ?

 

କଥାଟିକୁ ପୂରାପୂରି ଅସ୍ୱୀକାର କରାଯାଇ ନ ପାରେ । ତଥାପି ଶିଶୁମାନଙ୍କ ପାଇଁ ରଚନାବଳୀକୁ ‘ସାହିତ୍ୟ’ ପର୍ଯ୍ୟାୟଭୁକ୍ତ କରିବା ପାଇଁ ଆମ ହାତରେ ବଳିଷ୍ଟ ପ୍ରମାଣର ଅଭାବ ନାହିଁ-। ଶିଶୁ-ସାହିତ୍ୟ, ଶିଶୁମାନଙ୍କଠାରେ ସକଳ ପ୍ରକାର ରସର ଉଦ୍‌ବୋଧନ କରି ନ ପାରିଲ ମଧ୍ୟ ସୂଚାରୁରୂପେ କେତେକ ନିର୍ଘିଷ୍ଟ ରସସଞ୍ଚାର କରାଇଥାଏ । ମନୋବିଜ୍ଞାନୀମାନଙ୍କ ମତରେ ଯେଉଁ ଦୁଇଟି ଭାବାବେଗ ସାଧାରଣତଃ ସର୍ବତ୍ର ଶିଶୁଠାରେ ଦେଖାଯାଏ, ତାହା ହେଉଛି-ଭୟ ଓ କ୍ରୋଧ । * ଏହା ବ୍ୟତୀତ ଶିଶୁମାନେ ମଧ୍ୟ ହାସ୍ୟ, ଶୋକ, ବିସ୍ମୟ ଆଦି ଭାବାବେଗର ବଶବର୍ତ୍ତୀ ହୋଇପାରନ୍ତି । ଶିଶୁ-ସାହିତ୍ୟ ଏହି ସବୁ ଭାବାନୁସାରୀ ରସରେ ଶିଶୁମାନଙ୍କୁ ଉଦ୍‌ବୁଦ୍ଧ କରିପାରେ ଏବଂ ଶିଶୁ-ହୃଦୟରେ ଅବରୁଦ୍ଧ ବା ଅବଦମିତ ଭାବାବେଗର ରେଚନ-କ୍ରିୟା (emotional catharsis) ସଂପାଦନ କରିପାରେ ମଧ୍ୟ । ଇସପଙ୍କ ବିଭିନ୍ନ ରୂପକ ଗଳ୍ପ ଏବଂ ଆରବ୍ୟ ରଜନୀର ବିଭିନ୍ନ କାହାଣୀ ଶିଶୁଠାରେ ଅଦ୍ଭୁତ, ଭୟାନକ ଓ ରୋଦ୍ରରସର ଉଦ୍‌ବୋଧନ କରିପାରେ-। ଆପଣମାନେ ଜାଣନ୍ତି–ଏହା ସବୁ ଉତ୍କୃଷ୍ଟ ଶିଶୁ-ସାହିତ୍ୟ ହିସାବରେ ବହୁକାଳ ହେଲା ପୃଥିବୀର ବିଭିନ୍ନ ଦେଶରେ ପ୍ରଚଳିତ ହୋଇ ଆସୁଛି । ସେହିପରି ଦାନିଏଲ୍‌ ଡିଫୋଙ୍କର ‘ରବିନସନ୍‌ କ୍ରୁସୋ’ (୧୭୧୯), ଜନାଥନ୍‌ ସୁଇଫ୍‌ଟଙ୍କର ‘ଗଲିଭରସ୍‌ ଟ୍ରାଭଲସ୍‌’ (୧୭୨୯) ଉଦୟନାଥ ଷଡ଼ଙ୍ଗୀଙ୍କର ‘କୁତୁକୁତୁ’ (୧୯୩୩) ପ୍ରଭୃତି ବିଭିନ୍ନ ଗଳ୍ପ ଶିଶୁ ହୃଦୟରେ ଅଦ୍ଭୁତ ଓ ହାସ୍ୟରସର ସଞ୍ଚାର ଘଟାଇ ପାରେ । ତେଣୁ ଶିଶୁଙ୍କ ପାଇଁ ରଚନାବଳୀକୁ ସାହିତ୍ୟର ମର୍ଯ୍ୟାଦା ଦେବାରେ ଆଉ ବାଧା କେଉଁଠି-? ସର୍ବୋପରି ଖ୍ରୀଷ୍ଟପୂର୍ବ ଯୁଗରୁ ଆଜି ପର୍ଯ୍ୟନ୍ତ-କି ପ୍ରାଚ୍ୟ, କି ପାଶ୍ଚାତ୍ୟ, ଉଭୟ ଭୂଖଣ୍ଡରେ ଶିଶୁମାନଙ୍କପାଇଁ ପ୍ରକୃତ ଅର୍ଥରେ ସାହିତ୍ୟ ସୃଷ୍ଟି ହୋଇ ଆସିଛି । ଇସପ୍‌ଙ୍କ ରୂପକ ଗଳ୍ପ ବିଷ୍ଣୁ ଶର୍ମାଙ୍କର ‘ପଞ୍ଚତନ୍ତ୍ର’ଠାରୁ ଆରମ୍ଭ କରି ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ରଚନାବଳୀ ପର୍ଯ୍ୟନ୍ତ ତାହାର ଏକ ନୀତିଦୀର୍ଘ ତାଲିକା ପ୍ରସ୍ତୁତ କରାଯାଇ ପାରେ । ସୁତରାଂ ଶିଶୁ-ରଚନାକୁ ‘ସାହିତ୍ୟ’ ଅଭିଧାରେ ଚିହ୍ନିତ କରିବା ଅଯଥାର୍ଥ ବା ଅସମୀଚୀନ ନୁହେଁ ।

 

*

Child Development-Elizabeth B, Hurlock-Page 221

 

ଅନ୍ୟ ସକଳ ପ୍ରକାର ସାହିତ୍ୟର ଉଦ୍ଦେଶ୍ୟ ଭଳି ଶିଶୁ-ସାହିତ୍ୟର ଉଦ୍ଦେଶ୍ୟ ମଧ୍ୟ ରସ-ଉଦ୍‌ବୋଧନ ବା ଅନ୍ୟ ଭାଷାରେ କହିଲେ-ଆନନ୍ଦ ଦାନ । ମାତ୍ର ଅନୁସନ୍ଧାନରୁ ଜଣାଯାଉଛି = ମୁଖ୍ୟତଃ ଆନନ୍ଦ ଦାନ ବା ଚିତ୍ତବିନୋଦନ ପାଇଁ ଶିଶୁ-ସାହିତ୍ୟର ସୃଷ୍ଟି ଅପେକ୍ଷାକୃତ ଏକ ଆଧୁନିକ ବ୍ୟାପାର । ପୂର୍ବରୁ ରଚିତ ହୋଇଥିବା ଶିଶୁ-ସାହିତ୍ୟ କେବଳ ଆନନ୍ଦ ଦାନ ବା ଚିତ୍ତବିନୋଦନ ଲାଗି ଉଦ୍ଦିଷ୍ଟ ନ ଥିଲା । ଶିଶୁମାନଙ୍କର ଚିତ୍ତବିନୋଦନ ସଙ୍ଗେ ସଙ୍ଗେ ତାହା ଶିଶୁମାନଙ୍କୁ ନୈତିକ ଶିକ୍ଷା ବା ଜୀବନ ଚର୍ଯ୍ୟା ପାଇଁ ଉପଦେଶ ଦେଉଥିଲା-ଦରକାରୀ ଜ୍ଞାନ ଯୋଗାଉ ଥିଲା । ଗୋଟିଏ ବାକ୍ୟରେ କହିଲେ-ପୂର୍ବରୁ ଶିଶୁସାହିତ୍ୟ ଶିକ୍ଷାଦାନ ସଙ୍ଗେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିଲା । + ଇଉରୋପର ସେତେବେଳେ ବାଇବେଲ୍‌ର ବିଭିନ୍ନ କାହାଣୀ, କଟ୍‌ସି ବୁକ୍‌ସ (Courtesy Books) ପ୍ରଭୃତିରେହିଁ ଶିଶୁସାହିତ୍ୟ ସୀମାବଦ୍ଧ ଥିଲା । ଭାରତରେ ସେହିପରି ପୂର୍ବରୁ ଶିକ୍ଷାଦାନ ସଙ୍ଗେ ଶିଶୁସାହିତ୍ୟ ସଂପୃକ୍ତ ଥିବାର ଜଣାପଡ଼େ । ବିଷ୍ଣୁ ଶର୍ମାଙ୍କ ‘ପଞ୍ଚତନ୍ତ୍ର’, ନାରାୟରଙ୍କର ‘ହିତୋପଦେଶ’ ପ୍ରଭୃତିର ପ୍ରସାର ଏହାର ପ୍ରମାଣ । ଶିକ୍ଷାଦାନ କବଳରୁ ଏବେ ସୁଦ୍ଧା ଶିଶୁସାହିତ୍ୟ ସଂପୂର୍ଣ୍ଣ ମୁକ୍ତିଲାଭ କରି ନାହିଁ । ସ୍କୁଲ ପାଠ୍ୟପୁସ୍ତକ ଓ ଶିଶୁସାହିତ୍ୟ ମଧ୍ୟରେ ସୀମାରେଖର ସୁସ୍ପଷ୍ଟ ହୋଇ ନାହିଁ । ବଙ୍ଗଳାର ଶ୍ରୀରାମପୁର ମିସନ୍ ପ୍ରେସରୁ ୧୮୧୮ ମସିହାରେ ପ୍ରକାଶିତ ଶିଶୁସାହିତ୍ୟ ପତ୍ରିକା ‘ଦିଗ୍‌ଦର୍ଶନ’ ଥିଲା-‘‘ଯୁବଲୋକେର୍‌ କାରନ୍‌ ସଂଗୃହୀତ ନାନା ଉପଦେଶ୍‌’’ । ଶିକ୍ଷାଦିଗ ପ୍ରତି ଲକ୍ଷ୍ୟ ରଖି ଛାତ୍ରପାଠ୍ୟ ବିଭିନ୍ନ ବିଷୟ ଏଥିରେ ପ୍ରକାଶ ଲାଭ କରୁଥିଲା । ସେହିପରି ୧୯୦୯ ମସିହାରେ ପ୍ରକାଶିତ ଶ୍ରୀମତୀ ରେବା ରାୟଙ୍କଦ୍ଵାରା ସମ୍ପାଦିତ ଓଡ଼ିଆ ଶିଶୁ-ପତ୍ରିକା ‘ପ୍ରଭାତ’ର ଅଗ୍ରଲେଖରେ ବୋଲା ଯାଇଥିଲା–‘‘ଆମ୍ଭମାନଙ୍କର ଏହି ଶିଶୁ ‘ପ୍ରଭାତ’ ଉତ୍କଳରେ ନିୟମିତ ପ୍ରକାଶିତ ହୋଇ ବାଳକ ବାଳିକାଙ୍କ ହୃଦୟରେ ଆନନ୍ଦ, ଉତ୍ସାହ, ଜ୍ଞାନ, ପୁଣ୍ୟ ସଞ୍ଚରିତ କରି ତାହାର କ୍ଷୁଦ୍ର ଜୀବନକୁ ଧନ୍ୟ ଓ କୃତାର୍ଥ କରୁ, ପରମପିତାଙ୍କ ଚରଣ ତଳେ ଏହାହିଁ ଆମ୍ଭମାନଙ୍କର ଏକାନ୍ତ ପ୍ରାର୍ଥନା ।’’ ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି-ଶିଶୁ ରଚନାବଳୀ ଯେପରି ଖାଲି ଆନନ୍ଦଦାନ ବା ରସ-ଉଦ୍‌ବୋଧନ ପାଇଁ ଉଦ୍ଦିଷ୍ଟ ନୁହେଁ; ଆନନ୍ଦ ସହିତ ଉତ୍ସାହ, ଜ୍ଞାନ ପୁଣ୍ୟ ସଞ୍ଚାର ପାଇଁ ମଧ୍ୟ ଅଭିପ୍ରେତ । କିନ୍ତୁ ଏବେ ଶିଶୁ-ମନୋବିଜ୍ଞାନର ପ୍ରବର୍ତ୍ତନ ଓ ଚର୍ଚ୍ଚା ଫଳରେ ଏହି ଧାରଣା କ୍ରମଶଃ ପରିବର୍ତ୍ତିତ ହେଉଛି । ଶିକ୍ଷାଦାନ, ଉପଦେଶାତ୍ମକଠାରୁ ବିଚ୍ଛିନ୍ନ ହୋଇ ଆଜିକାଲି ଯଥାର୍ଥ ସାହିତ୍ୟ ହିସାବରେ ଶିଶୁସାହିତ୍ୟର ଉତ୍ତରଣ ହେବାରେ ଲାଗିଛି ।

 

+

Encyclopaedia Britanica Vol. V (1947)-Page 1686.

 

ପ୍ରଥମାବସ୍ଥାରୁ ଶିଶୁସାହିତ୍ୟ ବହୁ ପରିମାଣରେ ଲୋକ-ସାହିତ୍ୟ ସହ ମିଶିକରି ରହିଛି । ବିଭିନ୍ନ ଲୋକଗୀତିକା, ଲୋକ-କାହାଣୀ, ରୂପକଥା ଏକଦା ମୌଖିକ ଭାବରେ ଶିଶୁସମାଜରେ ପ୍ରସାରଲାଭ କରିଥିଲା । କାଳକ୍ରମେ ତାହା ସବୁ ବଡ଼ ବଡ଼ କବି, ଲେଖକଙ୍କଦ୍ୱାରା ଲିପିବଦ୍ଧ କରାଗଲା, କିମ୍ବା ସେହି ଲୋକସାହିତ୍ୟ ଭିତ୍ତିରେ ନୂତନ ଶିଶୁସାହିତ୍ୟ ରଚିତ ହେଲା । ସୁପରିଚିତ ‘ସିଣ୍ଡେରେଲା’ ରୂପକଥା ସେହିପରି ମୌଖିକ ଅବସ୍ଥାରୁ ଲିଖିତ ଅବସ୍ଥା ପ୍ରାପ୍ତ ହୋଇଛି ଏବଂ ବିଶ୍ୱ ଶିଶୁସାହିତ୍ୟ ଭଣ୍ଡାରରେ ସ୍ଥାନଲାଭ କରିଛି । ଓଡ଼ିଶାରେ ସେହିପରି ବହୁ ଶିଶୁଗଳ୍ପ ଓ ଗୀତିକା ଲୋକସାହିତ୍ୟର କୁକ୍ଷିଗତ ହୋଇ ରହିଛି । ଡକ୍ଟର କୁଞ୍ଜବିହାରୀ ଦାଶ ସେ ସବୁର କିଛି ସଞ୍ଚୟନ ଆମ ହାତରେ ଦେଇଛନ୍ତି ।

 

ଆ ଜହ୍ନମାମୁଁ ଶରଦଶଶୀ            ମୋ କାହ୍ନୁ ହାତରେ ପଡ଼ରେ ଖସି

ଆ-ଆ ଜହ୍ନମାମୁଁ ଆ-ଆ            ପାଟ କାଛଟିଏ ଦେଇ ଯା ।

ଗୋଟିଏ ହେଲେ କାହ୍ନୁ ମୋର ହସିବ

ଯୋଡ଼ିଏ ହେଲେ ପିଢ଼ା ମାଡ଼ି ବସିବ ।।

 

ଅଥବା-

 

ଦୋଳି ହୁଏ ରଟମଟ ସଙ୍ଗାତ ଲୋ ଦୋଳି ହୁଏ ରଟମଟ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁଥିବ ଝଟଝଟ ।।

ଦୋଳି ଉଡ଼େ ସାଇଁ ସାଇଁ ସଙ୍ଗାତ ଲୋ ଦୋଳି ଉଡ଼େ ସାଇଁ ସାଇଁ

ମୋ ଭାଇ ଯୁଦ୍ଧରୁ ଫେରିବା ପାଇଁ ଲୋ ଦୁଆରେ ବସିଛି ଚାହିଁ ।।

 

ଏଗୁଡ଼ିକର ଶିଶୁ ମନୋରଞ୍ଜନ-କ୍ଷମତା ଆଦୌ ଊଣା ନୁହେଁ । ଆମର ଶିଶୁସମାଜରେ ଏପର୍ଯ୍ୟନ୍ତ ଏହାସବୁ ସମାଦୃଶ ହେଉଛି । ଏହି ପାରମ୍ପରିକ ଶିଶୁସାହିତ୍ୟ ଅବଲମ୍ବନରେ ପଲ୍ଲୀକବି ନନ୍ଦକିଶୋର ବଳ ଆଧୁନିକ ଯୁଗରେ ନୂତନ ଶିଶୁସାହିତ୍ୟ ସୃଷ୍ଟି କରିଛନ୍ତି । ତାଙ୍କର ‘ନାନାବାୟା ଗୀତ’ରୁ ଏହାର ଚମତ୍କାର ଉଦାହରଣ ମିଳିବ । ଚୂଟିଆମୂଷା, ବିଲୁଆନନା, ଡାମରାକାଉ, ପାରାଯୋଡ଼ିକ ପ୍ରଭୃତି କବିତା ଶିଶୁଗୀତିକାରୁ ଆହୃତ ହୋଇ ତାଙ୍କ ଲେଖନୀରେ ନୂତନ ଶିଶୁସାହିତ୍ୟରୂପେ ପ୍ରତିଭାତ ହେଇଛି ।

 

ଉଦାହରଣ ସ୍ୱରୂପ–

 

ଚାଲୁଣି ଚଲଉଁ ଚଲଉଁ ପାଇଲି ମୁଁ ଗୋଡ଼ି

କି ସୁନ୍ଦର ପାରା ଯୋଡ଼ିକ ଯାଉଛନ୍ତି ଉଡ଼ି ।

ଆସ ଆସ ପାରା ଯୋଡ଼ିକ ମୋର ପିଣ୍ଡାରେ ବସ

ଖାଇବାକୁ ଦେବି ତୁମକୁ ମୁହିଁ ନଡ଼ିଆ ରସ ।

ପିଇବାକୁ ଦେବି ତୁମକୁ ବେଣ୍ଟ ପୋଖରୀ ପାଣି

ଶୋଇବାକୁ ଦେବି ଖଟୁଳୀ ମାଳୀ ଘରୁ ମୁଁ ଆଣି ।

ମାଳୀ ଘର ଖଟୁଳୀରେ ଯେ ବାଉଁଶର ପାତିଆ

ରଜାଘର ଝିଅ ଗୋଡ଼ରେ ରତନର ଝୁଣ୍ଟିଆ ।

 

ତା’ପରେ ମନ୍ତ୍ରୀ ପୁଅ, କଟୁଆଳ ପୁଅ, ସାଧବ ପୁଅ-ଏଇ ତିନି ସଙ୍ଗାତଙ୍କୁ ସାଙ୍ଗରେ ଘେନି ରଜାପୁଅ, ବୁଢ଼ୀ ଅସୁରୁଣୀ ଘରୁ ରଜାଝିଅକୁ ଉଦ୍ଧାର କରି ବିଭା ହେବାର ଚିତ୍ତାକର୍ଷକ ଗାଥା-ଲୋକ-ସାହିତ୍ୟ ସହ ଶିଶୁ-ସାହିତ୍ୟର କ୍ଷୀର-ନୀର ମିଶ୍ରଣ ।

 

ଶିଶୁ-ସାହିତ୍ୟ ବହୁଳାଂଶରେ ଭ୍ରମଣଶୀଳ ଓ ଆନ୍ତର୍ଜାତିକ ବୋଲି ମନେହୁଏ । ଅର୍ଥାତ ଗୋଟିଏ ଭାଷାର ବା ଗୋଟିଏ ଅଞ୍ଚଳର ଚମତ୍କାର ଶିଶୁ ଗଳ୍ପଟିଏ କିମ୍ବା ଶିଶୁ କବିତାଟିଏ ସେହି ଭାଷା ବା ଅଞ୍ଚଳ ଭିତରେ ସୀମାବଦ୍ଧ ହୋଇ ରହେନା; ତାହା କାଳକ୍ରମେ ଭିନ୍ନ ଭିନ୍ନ ଭାଷା ବା ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରଚଳିତ ହୋଇଥାଏ । ମୁଦ୍ରଣ ଶିଳ୍ପର ପ୍ରସାର ଫଳରେ ଶିଶୁ-ସାହିତ୍ୟର ଏହି ଆନ୍ତର୍ଜାତିକ ରୂପ ଅଧିକ ପ୍ରକଟିତ ହୋଇଥିବାର ଦେଖାଯାଏ । ଶିଶୁମାନଙ୍କର ସୁପରିଚିତ ରୂପକଥା ‘ସିଣ୍ଡେରେଲା’ ବିଶ୍ୱର ବହୁ ଅଞ୍ଚଳରେ ବିଭିନ୍ନ ରୂପ-ରୂପାନ୍ତର ସହ ପ୍ରଚଳିତ; ମୂଳତଃ ଏହା ଫ୍ରାନ୍‌ସ ଦେଶରୁ ସୃଷ୍ଟି ହୋଇଥିବାର ପଣ୍ଡିତମାନେ ମତ ଦିଅନ୍ତି । ପ୍ରାଚ୍ୟର ‘ପଞ୍ଚତନ୍ତ୍ର’ ‘ଆରବ୍ୟ ରଜନୀ’ର କାହାଣୀମାଳା ବିଭିନ୍ନ ପଶ୍ଚାତ୍ୟଦେଶୀୟ ଶିଶୁମାନଙ୍କର କର୍ଣ୍ଣମନ-ରସାୟନ ହୋଇଛି । ଅନ୍ୟପକ୍ଷରେ-ପାଶ୍ଚାତ୍ୟର ଗ୍ରୀମ୍‌ ଭ୍ରାତୃଦ୍ୱୟ (ଜେକବ୍‌ ଗ୍ରୀମ୍‌ ଏବଂ ଉଇଲହେଲମ୍‌ ଗ୍ରୀମ୍‌) ହାନସ୍‌ ଏଣ୍ଡରସନ୍‌ଙ୍କ ରୂପକଥା ସମୂହ ପ୍ରାଚ୍ୟଦେଶୀୟ ଶିଶୁସମାଜର ଚିତ୍ତ-ବିନୋଦନ କରିଛି । ସାରଲ୍ୟ ଓ ସତେଜତା ହେତୁ ଗୋଟିଏ ଶିଶୁ ଯେପରି ଦେଶ-ଜାତି-ନିର୍ବିଶେଷରେ ସମସ୍ତଙ୍କର ଆଦରଣୀୟ, ଚଟୁଳତା ଓ ଚମତ୍କାରିତା ହେତୁ ଶିଶୁସାହିତ୍ୟ ସୃଷ୍ଟି ସେହିପରି ସାର୍ବଜନୀନ ।

 

ମୁଦ୍ରଣ-ଶିଳ୍ପର ପ୍ରବର୍ତ୍ତନ ପରେ ବିଶ୍ୱର ବିଭିନ୍ନ ଦେଶରେ ଶିଶୁସାହିତ୍ୟ ଏକ ସ୍ଥାୟୀ ଓ ନିର୍ଦ୍ଦିଷ୍ଟ ରୂପ ଗ୍ରହଣ କରିଥିବାର ଦେଖାଯାଏ । ୟୁରୋପରେ ପ୍ରାଥମିକ ମୁଦ୍ରିତ ଗ୍ରନ୍ଥଗୁଡ଼ିକ ମଧ୍ୟରେ ଶିଶୁପାଠ୍ୟ ଇସପ୍‌ଙ୍କ ରୂପକ ଗଳ୍ପ ଏବଂ ବାଇବେଲର କାହାଣୀ ଅନ୍ୟତମ । ଗବେଷକ ପଣ୍ଡିତମାନଙ୍କ ମତରେ-ଶିଶୁସାହିତ୍ୟର ସମୃଦ୍ଧିରେ ଫ୍ରାନ୍‌ସର ଦାନ ଯଥେଷ୍ଟ । ଫ୍ରାନ୍‌ସରୁ ଇଂଲଣ୍ଡ ଏବଂ ଇଉରୋପର ଅନ୍ୟାନ୍ୟ ଦେଶକୁ ଶିଶୁ-ସାହିତ୍ୟ ସଂପ୍ରସାରିତ ହୋଇଯାଇଛି । ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀ, ଇଂରାଜୀ ଶିଶୁ-ସାହିତ୍ୟର ସ୍ୱର୍ଣ୍ଣଯୁଗ ନାମରେ ଚିହ୍ନିତ ହୋଇଥାଏ । ଏତିକିବେଳେ ଉଚ୍ଚକୋଟୀର ମୌଳିକ ଶିଶୁ-ସାହିତ୍ୟ ତ ସୃଷ୍ଟି ହୋଇଥିଲା । ତାହା ସହିତ ‘ପିଲଗ୍ରୀମ୍‌ସ ପ୍ରୋଗ୍ରେସ୍‌’, ‘ରବିନସନ୍‌ ତ୍ରୁସୋ’, ‘ଗଲିଭରସ୍‌ ଟ୍ରାଭଲସ୍‌’ ପ୍ରଭୃତି ସାଁବାଳକଙ୍କ ପାଇଁ ଉଦ୍ଦିଷ୍ଟ ବହୁ ଗ୍ରନ୍ଥର ଶିଶୁ-ଉପଯୋଗୀ ସଂସ୍କରଣ ପ୍ରଥମେ ପ୍ରକାଶିତ ହୋଇଥିଲା । ଏହି ସମୟରେ ମଧ୍ୟ ଲଣ୍ଡନରେ ଶିଶୁ-ସାହିତ୍ୟର ସ୍ୱତନ୍ତ୍ର ପ୍ରକାଶକ ଓ ବିକ୍ରେତା ପ୍ରଥମେ ଆତ୍ମପ୍ରକାଶ କଲେ । * ଇଂରାଜୀ ଶିଶୁ-ସାହିତ୍ୟ କ୍ଷେତ୍ରରେ ଅଷ୍ଟାଦଶ ଶତାବ୍ଦୀରେ ଯାହା ସଂଘଟିତ ହୋଇଥିଲା, ଆମ ଦେଶରେ ତାହା ସମ୍ଭବ ହେଲା ପ୍ରାୟ ଦୁଇଶହ ବର୍ଷ ପରେ । ଭାରତୀୟ ବିଭିନ୍ନ ଭାଷାର ଶିଶୁ ସାହିତ୍ୟ-ବିଶେଷତଃ ଓଡ଼ିଆ ଶିଶୁ-ସାହିତ୍ୟ ଚଳିତ ବିଂଶ ଶତାବ୍ଦୀରେହିଁ ବିଧିବଦ୍ଧ ବିକଶିତ ରୂପ ଲାଭ କରି ଥିବାର ଦେଖାଯାଏ । ଏହା ଗତିଧାରା ଓ କ୍ରମବିକାଶର ବିବରଣୀ ୧୯୫୬ ମସିହାରେ ପ୍ରକାଶିତ ‘ଡଗର’ ପତ୍ରିକାର ସାହିତ୍ୟ ବିଶେଷଙ୍କରୁ, ବିଭିନ୍ନ ସମୀକ୍ଷକଙ୍କ ଆଲୋଚନାରୁ-ବିଶେଷତଃ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କର ‘ଓଡ଼ିଆ ଶିଶୁ-ସାହିତ୍ୟ’ ସମ୍ପର୍କୀୟ ଗବେଷଣା-ପ୍ରବନ୍ଧରୁ ଆପଣମାନେ ପାଇପାରିବେ ।

 

*

Cassell's Encyclopaedia of Literature. Vol. I–

 

Ed. by S. H. Steinberg, Cassell & Co. Ltd., London (1953)

 

Pages 93-96.

 

ଉପସଂହାରରେ ମୋ’ ବକ୍ତବ୍ୟର ସାରକଥାତକ କହିଦିଏଁ । ‘ଶିଶୁ ସାହିତ୍ୟ’ ଅର୍ଥରେ ଆମକୁ ମୁଖ୍ୟତଃ ଶିଶୁମାନଙ୍କ ପାଇଁ ବୟସ୍କ ବ୍ୟକ୍ତିମାନଙ୍କଦ୍ୱାରା ରଚିତ ସାହିତ୍ୟକୁ ବୁଝିବାକୁ ହେବ । ଶିଶୁମାନେ ସାହିତ୍ୟ ସୃଷ୍ଟିରେ ଅକ୍ଷମ ବା ଅପାରଗ ନ ହେଲେ ମଧ୍ୟ, ସେମାନଙ୍କଦ୍ୱାରା ରଚିତ ସାହିତ୍ୟ, ଶିଶୁ ଅପେକ୍ଷା ସାଁବାଳକଙ୍କ ପକ୍ଷରେ ଅଧିକ ଗ୍ରାହ୍ୟ ଓ ସ୍ପୃଦଣୀୟ ହୋଇଥିବାର ଦେଖାଯାଏ । ଶିଶୁମାନଙ୍କୁ ପାଇଁ ରଚିତ ଗଳ୍ପ-ଉପନ୍ୟାସ, କବିତା, ନାଟକ ଆଦି ଠିକ୍‌ ସାହିତ୍ୟ ପର୍ଯ୍ୟାୟଭୁକ୍ତ ହୋଇ ପାରିବ କି ନା-ସେ ବିଷୟରେ ପ୍ରଶ୍ନବାଚୀ ଓ ଜିଜ୍ଞାସାବାଦ ରହିଛି । କିନ୍ତୁ ତାହା ସବୁ ସାହିତ୍ୟର ମର୍ଯ୍ୟାଦା ପାଇବାରେ ବାଧା ବା ଅସୁବିଧା ନାହିଁ; କାରଣ ସାଧାରଣ ସାହିତ୍ୟ ଭଳି ଶିଶୁ ରଚନା ମଧ୍ୟ ଶିଶୁମାନଙ୍କୁ ବିଭିନ୍ନ ଭାବାବେଗରେ ଉଦ୍‌ବୁଦ୍ଧ କରିପାରେ-ଶିଶୁ-ହୃଦୟରେ ବିଭିନ୍ନ ରସର ସଞ୍ଚାର କରିପାରେ । ପୂର୍ବରୁ ଶିଶୁ-ସାହିତ୍ୟ ଶିକ୍ଷାଦାନ ସଙ୍ଗେ ସଂଶ୍ଳିଷ୍ଟ ଥିଲା । କେବଳ ଆନନ୍ଦ ଦାନ ବା ରସର ଉଦ୍‌ବୋଧନ ପାଇଁ ଶିଶୁ-ସାହିତ୍ୟ-ସୃଷ୍ଟି ଅପେକ୍ଷାକୃତ ଏକ ଆଧୁନିକ ବ୍ୟାପାର । ଶିଶୁ-ମନୋବିଜ୍ଞାନର ପ୍ରବର୍ତ୍ତନ ଓ ଚର୍ଚ୍ଚା ଫଳରେ କ୍ରମେ ଶିକ୍ଷାଦାନ, ଉପଦେଶାତ୍ମକତାଠାରୁ ବିଚ୍ଛିନ୍ନ ହୋଇ ଯଥାର୍ଥ ସାହିତ୍ୟ ହିସାବରେ ଶିଶୁ ରଚନାବଳୀର ବିକାଶ ହେଉଛି । ପ୍ରଥମାବସ୍ଥାରୁ ଶିଶୁ-ସାହିତ୍ୟ ଅନେକାଂଶରେ ଲୋକ-ସାହିତ୍ୟ ସହ ମିଶିକରି ରହିଛି । ପରବର୍ତ୍ତୀ କାଳରେ ଲୋକ-ସାହିତ୍ୟ ଭିତ୍ତିରେ ବା ଅବଲମ୍ବନରେ ଶିଶୁ-ସାହିତ୍ୟ ମଧ୍ୟ ରଚିତ ହୋଇଛି । ଶିଶୁସାହିତ୍ୟ ବହୁଳାଂଶରେ ଆନ୍ତର୍ଜାତିକ । ଉତ୍କୃଷ୍ଟ ଶିଶୁ ରଚନା ସମୂହ ନିର୍ଦ୍ଧିଷ୍ଟ ଦେଶ ଓ କାଳର ସୀମା ମଧ୍ୟରେ ଆବଦ୍ଧ ନ ରହି, ସାର୍ବକାଳୀନ ହେଉଥିବାର ଦେଖାଯାଏ । ମୁଦ୍ରଣ ଶିଳ୍ପର ପ୍ରବର୍ତ୍ତନ ପରେ ଶିଶୁ-ସାହିତ୍ୟ ସ୍ଥାୟୀ, ନିର୍ଦ୍ଦିଷ୍ଟ ରୂପରେଖ ଲାଭ କରିଛି । ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀରେ ଇଉରୋପରେ ବିଶେଷତଃ ବିଲାତରେ ଶିଶୁ-ସାହିତ୍ୟର ଭୂୟୋବିକାଶ ସାଧିତ ହୋଇଥିଲା । ଭାରତରେ ବିଶେଷତଃ ଓଡ଼ିଶାରେ ଚଳିତ ବିଂଶ ଶତାବ୍ଦୀରେ ଶିଶୁ-ସାହିତ୍ୟ ବିଧିବଦ୍ଧ ବିକଶିତ ରୂପ ଲାଭ କରିଛି । *

 

*

୧୩-୧-୧୯୮୦ ତାରିଖରେ ବାଲେଶ୍ୱରଠାରେ ‘ଫକୀରମୋହନ ସାହିତ୍ୟ ପରିଷଦ’ ତରଫରୁ ଅନୁଷ୍ଠିତ ଶିଶୁ ସାହିତ୍ୟ-ଆଲୋଚନା ଚକ୍ରରେ ପଠିତ ।

 

***

 

Unknown

ସାରଳା ମହାଭାରତରେ ଲୋକଗାଥା ଓ ଗଳ୍ପର ଭୂମିକା

ଶ୍ୟାମସୁନ୍ଦର ମହାପାତ୍ର

 

ଭାରତୀୟ ଜନଜୀବନ ଧାରାରେ ବ୍ୟାସଙ୍କ ସଂସ୍କୃତ ମହାଭାରତର ପ୍ରଭାବ ଅନସ୍ୱୀକାର୍ଯ୍ୟ-। ସମ୍ଭବତଃ ପ୍ରଥମ ଶତାବ୍ଦୀର ପ୍ରାରମ୍ଭ ବେଳକୁ ମହାକାବ୍ୟଟି ପୂର୍ଣ୍ଣ ବିକଶିତ ରୂପ ଲାଭ କରିଥିଲା । (୧) କାଳକ୍ରମେ ଏହା ବିଭିନ୍ନ ପ୍ରାନ୍ତୀୟ ଭାଷାର ଆତ୍ମପ୍ରକାଶ କରିଛି । କିନ୍ତୁ ପ୍ରାନ୍ତୀୟ ଭାଷାରେ ପ୍ରଚଳିତ ମହାଭାରତ ସବୁ କ୍ଷେତ୍ରରେ ମୂଳ ମହାଭାରତ ସଠିକ ଅନୁବାଦ ନୁହେଁ, ଉଭୟ ଗ୍ରନ୍ଥ ମଧ୍ୟରେ ନାନା ପାର୍ଥକ୍ୟ ପରିଲକ୍ଷିତ । ବିଶେଷ କରି ପ୍ରାନ୍ତୀୟ ମହାଭାରତରେ ପରିଦୃଷ୍ଟ ବହୁ ଘଟଣା ବା କାହାଣୀ ମୂଳ ମହାଭାରତରେ ନାହିଁ । ସାରଳା ମହାଭାରତରେ ସନ୍ନିବିଷ୍ଟ ଏହିପରି ବହିରାଗତ କାହାଣୀଗୁଡ଼ିକର ସ୍ୱରୂପ, ଉଦ୍ଦେଶ୍ୟ ଓ ଗୁରୁତ୍ୱ ନିର୍ଣ୍ଣୟ ଆମର ଲକ୍ଷ୍ୟ ।

 

ସାରଳା ମହାଭାରତକୁ ସଂସ୍କୃତ ମହାଭାରତର ଏକ ଓଡ଼ିଶୀ ସଂସ୍କରଣ କୁହାଯାଇ ପାରେ-। ସାରଳା ଦାସ ସଂସ୍କୃତ ମହାଭାରତର ଅନୁବାଦ କରିବା ପରିବର୍ତ୍ତେ ଉତ୍କଳୀୟ ପଟ୍ଟଭୂମିରେ ତାହାର ପୁନର୍ବିନ୍ୟାସ କରିଛନ୍ତି । ଉତ୍କଳୀୟ ଜୀବନ ଧାରା, ଲୋକ ପରମ୍ପରା ଓ ଲୋକ ବିଶ୍ୱାସ ଏଥିରେ ପ୍ରତିଫଳିତ; ରୁଚି ଓ ବ୍ୟବହାର ଦୃଷ୍ଟିରୁ ଚରିତ୍ରଗୁଡ଼ିକ ଉତ୍କଳୀୟ । ବସ୍ତୁତଃ ସାରଳା ମହାଭାରତ ଉତ୍କଳୀୟ ସଂସ୍କୃତିର ଏକ ମହାନ ଆକର ଗ୍ରନ୍ଥ । ଏ ପ୍ରକାର ଗ୍ରନ୍ଥରେ ମୂଳ ମହାଭାରତରେ ନ ଥିବା ବହୁ ଉପକଥା ବା କାହାଣୀ ପରିଦୃଷ୍ଟ ହେବା ବିଚିତ୍ର ନୁହେଁ । ପଣ୍ଡିତ ଗୋପିନାଥ ନନ୍ଦଶର୍ମା (୨) ଓ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୩)ଙ୍କ ସଂପୃକ୍ତ ଗ୍ରନ୍ଥ ଅବଲମ୍ବନରେ ନିର୍ବାଚିତ କାହାଣୀ ଏ ଆଲୋଚନାର ଆଧାର ।

 

ଓଡ଼ିଆରେ ମହାଭାରତ ରଚିତ ହେବା ପୂର୍ବରୁ ସଂସ୍କୃତ ଭାଷା ମାଧ୍ୟମରେହିଁ ଏହାର ରସାସ୍ୱାଦନ ସମ୍ଭବ ଥିଲା । ଜନସାଧାଣଙ୍କର ତା ଭିତରକୁ ସିଧାସଳଖ ପ୍ରବେଶ ନ ଥିଲା । ପୁରାଣ ପଣ୍ଡାଙ୍କ ବ୍ୟାଖ୍ୟାହିଁ ଥିଲା ତାଙ୍କର ସମ୍ବଳ । ଲବ୍‌ଧଜ୍ଞାନକୁ ସେମାନେ ସ୍ମୃତିରେ ସାଇତି ରଖୁଥିଲେ । ଲୋକ-ସମାଜ ମଧ୍ୟରେ ପୁଣି ତାହା ତୁଣ୍ଡରୁ ତୁଣ୍ଡକୁ ପ୍ରସରିଯିବା ସ୍ୱାଭାବିକ । ଏ ପ୍ରକ୍ରିୟାରେ ମହାଭାରତର ମୂଳ କାହାଣୀ ଅବିକୃତ ହେବା ସମ୍ଭବ ନୁହେଁ । ଜନସାଧାରଣଙ୍କର କଳ୍ପନା, ବିଶ୍ୱାସ ଓ ସ୍ମୃତି-ବିଚ୍ୟୁତି ମଧ୍ୟରେ ସେଗୁଡ଼ିକର ରୂପାନ୍ତର ଅବଶ୍ୟମ୍ଭାବୀ । ଏହି ରୂପାନ୍ତରିତ ବା ନୂତନ ସୃଷ୍ଟ କାହାଣୀ ସମୂହ କ୍ରମେ ଲୋକ-ସମାଜ ମଧ୍ୟରେ ମୂଳ କାହାଣୀର ଗୌରବ ପାଇବା ଅସମ୍ଭବ ନୁହେଁ-। ମହାଭାରତକୁ ଉତ୍କଳୀୟ ସମାଜୋପଯୋଗୀ କରିବା ପାଇଁ ସେ ସବୁକୁ ସାରଳା ଦାସ ମହାକାବ୍ୟର ସାମିଲ କରିଥିବା ସମୀଚୀନ । ମୂଳ ମହାଭାରତକୁ ପୂର୍ଣ୍ଣତର ରୂପଦେବା, ଜଟିଳ ତତ୍ତ୍ୱର ବିଶ୍ଳେଷଣ ପାଇଁ ଉଦାହରଣ ଦେବା, ନୀତିଶିକ୍ଷା ଦେବା ବା ବକ୍ତବ୍ୟକୁ ସରସ ସୁନ୍ଦର କରି କାବ୍ୟାନନ୍ଦ ଦେବା ଆଦି ନାନା ଉଦ୍ଦେଶ୍ୟ ଏ ଗଳ୍ପଗୁଡ଼ିକଦ୍ୱାରା ସାଧିତ ହୋଇପାରେ ।

 

ମହାକାବ୍ୟରେ କଥାବସ୍ତୁର ପରିସର ଅତି ବ୍ୟାପକ । ବିଭିନ୍ନ ଘଟଣା ଓ ଚରିତ୍ର ସମ୍ବନ୍ଧରେ ପୂର୍ଣ୍ଣାଙ୍ଗ ବିବରଣୀ ଏଥିରୁ ମିଳିଥାଏ । ତଥାପି କେଉଁଠି କିମିତି ରହିଯାଇଥିବା କିଛି ଅପରିପୂର୍ଣ୍ଣତା ଶ୍ରୋତା ମନରେ ପ୍ରଶ୍ନବାଚୀ ତୋଳିପାରେ । ଉଦାହରଣ ସ୍ୱରୂପ ମନରେ ପ୍ରଶ୍ନଉଠେ ଦ୍ରୌପଦୀଙ୍କ ପରି ଜଣେ ମହିୟସୀ ନାରୀ ସଭା ମଧ୍ୟରେ ଲାଞ୍ଛିତା ହେଲେ କାହିଁକି ? ସ୍ୱାମୀ ପଶାଖେଳରେ ହାରିଯିବା କ’ଣ ଏଭଳି ଏକ ଦୁର୍ଯ୍ୟୋଗର ଏକମାତ୍ର କାରଣ ? ମୂଳ ମହାଭାରତରେ ଏ ପ୍ରଶ୍ନର ଯଥାଯଥ ଉତ୍ତର ମିଳେ ନାହିଁ । କିନ୍ତୁ ସାରଳା ମହାଭାରତରେ ତା’ର ସ୍ୱାଦ୍ୟ ଉତ୍ତର ରହିଛି : ଏକଦା ନାରାୟଣ କ୍ଷୀର ସମୁଦ୍ରରେ ନାଗ ପିଠିରେ ଶୟନ କରିଥାନ୍ତି । ସରସ୍ୱତୀ ପାଦସେବା କରୁଥାନ୍ତି । ନାରାୟଣଙ୍କ ଆଖିରୁ ଅଶ୍ରୁଜଳ ପଡ଼ିଲା । ସେଥିରୁ ପଞ୍ଚଦଶ ବ୍ରହ୍ମାଜାତ ହେଲେ । ନାରାୟଣ ପୁଣି ନୟନ ମୁଦିଲେ । ସଙ୍ଗେ ସଙ୍ଗେ ପଞ୍ଚଦଶ ବ୍ରହ୍ମା ସରସ୍ୱତୀଙ୍କୁ ହରଣ କରିବାକୁ ବସିଲେ । ସରସ୍ୱତୀ କ୍ରୋଧାନ୍ୱିତା ହୋଇ କେତୁକାକୁ ଜାତ କଲେ । ତାଙ୍କ ଆଦେଶରେ କେତୁକା ଚତୁର୍ଦ୍ଦଶ ବ୍ରହ୍ମାଙ୍କୁ ବିନାଶ କଲା । କେବଳ ଶୁଦ୍ରେକ ନାମକ ବ୍ରହ୍ମା ନାରାୟଣଙ୍କଠାରେ ଶରଣ ପଣିଲା । ତା’ର ଆର୍ତ୍ତନାଦରେ ନାରାୟଣ ନିଦରୁ ଉଠିଲେ । କେତୁକାକୁ କ୍ଷାନ୍ତକରି କହିଲେ, ‘‘ଦ୍ୱାପର ଯୁଗରେ ତୁ ୟେହାକଇଂ ଭକ୍ଷ ।’’ ସେଇ ଶୁଦ୍ରେକ ବ୍ରହ୍ମା ଦ୍ୱାପର ଯୁଗରେ ଦୁଃଶାସନ ରୂପରେ ଓ କେତୁକା ଦ୍ରୌପଦୀ ରୂପରେ ଜନ୍ମଗ୍ରହଣ କରିଥିଲେ । (୪) ଏଭଳି ଗଳ୍ପର ସଂଯୋଜନ ବ୍ୟାସଙ୍କ ପରିତ୍ୟକ୍ତ ଶୂନ୍ୟସ୍ଥାନ ପୂରଣରେ ସହାୟକ ହୋଇଥାଏ ।(୫)

 

ଗଳ୍ପ ମାଧ୍ୟମରେ ନୀତିଶିକ୍ଷା ଦେବା ବା ତତ୍ତ୍ୱ ପରିବେଷଣ କରିବାର ପରମ୍ପରା ଅତି ପ୍ରାଚୀନ । ଶୁଷ୍କ ନୀତିବାକ୍ୟ ଅପେକ୍ଷା ଏଗୁଡ଼ିକର ଆବେଦନ ଗଭୀରତର । ମହାକାବ୍ୟର ଅନ୍ୟତମ ଉଦ୍ଦେଶ୍ୟ ସୁସ୍ଥ ସାମାଜିକ ଜୀବନ ଗଢ଼ି-ତୋଳିବା ହୋଇଥିବାରୁ ସେଥିରେ ଏ ପ୍ରକାର ଗଳ୍ପ ବହୁ ସଂଖାରେ ଦୃଷ୍ଟି ଗୋଚର ହୁଏ । ସାରଳା ମହାଭାରତରେ ସନ୍ନିବିଷ୍ଟ ବହୁ ବହିରାଗତ କାହାଣୀ ଏହି ଉଦ୍ଦେଶ୍ୟ ସାଧନା କରେ । ସିଂହ, ଶୃଗାଳ ଓ ଶଶକ କଥା (୬) ଏହାର ଏକ ପ୍ରକୃଷ୍ଟ ଉଦାହରଣ । ସିଂହ ଭୟରେ ଶଶକ ପଳାଇ ଯାଇ ଦୁର୍ଯ୍ୟୋଗକୁ ଗୋଟିଏ ଶୃଗାଳ ଗର୍ତ୍ତରେ ପ୍ରବେଶ କରିଛି । ଗର୍ତ୍ତ ମୁଖରେ ସିଂହ, ଭିତରେ ଶୃଗାଳ । ଶଶକ ଅନନ୍ୟୋପାୟ ହୋଇ ଈଶ୍ୱରଙ୍କୁ ଆକୁଳ ପ୍ରାର୍ଥନା କରିଛି । ସମାଧାନର ବାଟ ତାକୁ ଦେଖା ଯାଇଛି । ସେ ଶୃଗାଳକୁ ଜଙ୍ଗଳର ରାଜା ହେବାର ନିମନ୍ତ୍ରଣ ଜଣାଇବାକୁ ଆସିଥିବାର ଛଳନା କରିଛି । ଶୃଗାଳ ରାଜା ହୋଇଥିବାରୁ ଆଗେ ଆଗେ ଚାଳିବା ପାଇଁ ଶଶକ ତାକୁ ପ୍ରବର୍ତ୍ତାଇଛି । ଶୃଗାଳ ପ୍ରଥମେ ଗର୍ତ୍ତ ମଧ୍ୟରୁ ବାହାରି ସିଂହ କବଳରେ ପଡ଼ିଛି । ଶଶକ ଉଦ୍ଧାର ପାଇଛି । ଗଳ୍ପଟିରେ ଈଶ୍ୱର ଭକ୍ତିର ପରାକାଷ୍ଠା ସୂଚିତ । ସେହିପରି ଯୁଦ୍ଧ କ୍ଷେତ୍ରରେ ହାତୀର ଘଣ୍ଟି ତଳେ ଆଶ୍ରୟ ପାଇଥିବା ତାରାକ୍ଷୀ ପକ୍ଷୀର ଶାବକ କଥା (୭) ଈଶ୍ୱରଙ୍କ ଅସୀମ କରୁଣାର ବାର୍ତ୍ତା ବହନ କରେ । ଅନେକଙ୍କ ଉପଦେଶକୁ ଅବଜ୍ଞା କରି କୃଷକର ଜାଲରେ ପଡ଼ିଥିବା ବାବନା ଭୁତ କଥା (୮) ଗୁରୁପତ୍ନୀ ହରଣ କରିଥିବା ଭରଦାର ନିର୍ଯ୍ୟାତନା କଥା (୯) କାର୍ଯ୍ୟ ହାସଲ କରିବା ପାଇଁ ଶ୍ରୀକୃଷ୍ଣ ଗଧପାଦ ଧରିବା କଥା (୧୦) ସେହିପରି ଶିକ୍ଷାପ୍ରଦ ।

 

ଗୋଟିଏ ଗୋଟିଏ ଅତି ସଂକ୍ଷିପ୍ତ ଓ ସରଳ କାହାଣୀ ଜଟିଳ ରାଜନୀତି ବିଶ୍ଳେଷଣ କରିବାକୁ ସୁକ୍ଷମ । ପାଣ୍ଡବଙ୍କ ବିପକ୍ଷରେ ଦୁର୍ଯ୍ୟୋଧନ ଅନୁସରଣ କରୁଥିବା ନୀତିକୁ ଶ୍ରୋତାର ବୋଧଗମ୍ୟ କରାଇବା ସହଜସାଧ୍ୟ ହୋଇ ନ ପାରେ । କିନ୍ତୁ ଉପଯୁକ୍ତ ଗଳ୍ପର ପ୍ରୟୋଗଦ୍ୱାରା ଅତି ସରସ, ସୁନ୍ଦର ଭାବରେ ତାହା କରାଯାଇ ପାରିଛି : ସିଂହ, ଶୃଗାଳ ଓ ନକୁଳ ମିଶି ହରିଣଟିଏ ଶିକାର କଲେ । ଶୃଗାଳ ସମସ୍ତ ଶିକାର ନିଜେ ହସ୍ତଗତ କରିବାକୁ ମନସ୍ଥ କଲା । ସେ ପ୍ରସ୍ତାବ ଦେଲା ଯେ ସମସ୍ତେ ସ୍ନାନ କରି ମାଂସ ଆହାର କରିବେ । ସେ ନିଜେ ଶିକାରକୁ ଜଗି ରହିଲା । ସିଂହ ଗାଧୋଇ ଆସିବା ବେଳକୁ ଶୃଗାଳ ତାକୁ କହିଲା ଯେ ବ୍ୟାଘ୍ର ପୂର୍ବରୁ ଆସି ମାଂସ ଚାଖି ଦେଇଛି । ଏହାକୁ ଅପମାନ ମନେ କରି ସିଂହ ଉତ୍‌କ୍ଷିପ୍ତ ହୋଇ ଚାଲିଗଲା । ବ୍ୟାଘ୍ର ଆସିବା ବେଳକୁ ଶୃଗାଳ ତାକୁ କହିଲା ଯେ ସିଂହ ବଡ଼ ଉତ୍‌କ୍ଷିପ୍ତ । ବ୍ୟାଘ୍ର ଡ଼ରି ଚାଳିଗଲା । ନକୁଳ ଆସିବା ବେଳକୁ ଶୃଗାଳ ତା’ ଉପରେ ଚଢ଼ାଉ କଲା । ନକୁଳ ପ୍ରାଣ ଘେନି ପଳାଇଲା । ଏକା ଶୃଗାଳ ସମସ୍ତ ମାଂସ କରଗତ କଲା । (୧୧) ଏହିପରି ଭାବରେ କୌଶଳଦ୍ୱାରା ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ତାଙ୍କ ନ୍ୟାଯ୍ୟଦାବୀରୁ ବଞ୍ଚିତ କରିବାର ଉପାୟ କରିଥିଲା । ଗଳ୍ପଟି ସଂସ୍କୃତ ମହାଭାରତରେ ଅଛି । କିନ୍ତୁ ସାରଳା ମହାଭାରତରେ ଏହା ପରିବର୍ତ୍ତିତ ରୂପରେ ସନ୍ନିବିଷ୍ଟ । ସଂସ୍କୃତ ମହାଭାରତର ମୂଷିକ ଚରିତ୍ରଟି ଏଥିରେ ବାଦ ପଡ଼ିଛି । ସମ୍ଭବତଃ ମୂଳ ଗଳ୍ପଟି ଲୋକ-ପରମ୍ପରାରେ ସରଳୀକୃତ ହୋଇ ସାରଳା ମହାଭାରତରେ ସ୍ଥାନ ପାଇଛି ।

 

ଡକ୍ଟର ପାଣିଗ୍ରାହୀଙ୍କ ଭାଷାରେ କେତେକ କାହାଣୀ ମଞ୍ଜୁଳ କଳ୍ପନାର ଉଜ୍ଜ୍ୱଳ ଆଲେଖ୍ୟ ବହନ କରେ । ଏ ପ୍ରସଙ୍ଗରେ ସେ ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୁର୍ଯ୍ୟୋଧନ ନିଜ ପୁତ୍ର ଲକ୍ଷ୍ମଣ କୁମାରଙ୍କ ଶବ ଉପରେ ଭରାରଖି ରକ୍ତ ନଦୀ ସନ୍ତରଣ କରିଛନ୍ତି । (୧୨) ଦୁର୍ଯ୍ୟୋଧନଙ୍କ ଚରମ ଅସହାୟ ମୁହୂର୍ତ୍ତ ଏଥିରେ ଚିତ୍ରିତ; ପରିବେଶ କରୁଣାର୍ଦ୍ର । କାହାଣୀଟି ସାରଳା ଦାସଙ୍କ କପୋଳକଳ୍ପିତ ବୋଲି ଡଃ. ପାଣିଗ୍ରାହୀ ଅନୁମାନ କରନ୍ତି । (୧୩) ଏହା ପରମ୍ପରାରେ ପ୍ରଚଳିତ ଲୋକଗଳ୍ପ ମଧ୍ୟ ହୋଇପାରେ ।       

 

ଗୋଟିଏ ଗୋଟିଏ ଲୋକ-କାହାଣୀ ମହାଭାରତର ମୌଳ ବିଷୟରେ ମଧ୍ୟ ପରିବର୍ତ୍ତିନ ଆଣିଛି । କୁରୁ ପାଣ୍ଡବଙ୍କ ଝିମିଟି ଖେଳ ପ୍ରସଙ୍ଗଟି ଏଠାରେ ଉଲ୍ଲେଖଯୋଗ୍ୟ । ଅତି ଛୋଟ ଛୋଟ ଘଟଣାରୁ ବହୁ ଗ୍ରାମ୍ୟ ବିବାଦର ସୂତ୍ରପାତ ଘଟିଥାଏ । ମହାଭାରତର ଘନଘଟା ମଧ୍ୟ କୌଣସି ଗୋଟିଏ ସାମାନ୍ୟ ଘଟଣାକୁ କେନ୍ଦ୍ରିକରି ଘଟିଥିଲା ବୋଲି ବିଶ୍ୱାସ ପ୍ରଚଳିତ ଥିବା ସ୍ୱାଭାବିକ । ସେଥିପାଇଁ କଥିତ ଅଛି ‘ଝିମିଟି ଖେଳରୁ ମହାଭାରତ’ । ଝିମିଟି, ଝିମାଣି ବା ଡ଼ୁଡ଼ୁ ଖେଳ ଓଡ଼ିଶାର ଗାଁ ଗହଳିରେ ସୁ-ପ୍ରଚଳିତ । ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଏ ପ୍ରତିଯୋଗିତା ଓ କୌରବଙ୍କ ପରାଜୟରୁ ଭ୍ରାତୃବିବାଦର ସୂତ୍ରପାତ ଘଟିଥିଲା ବୋଲି ପ୍ରଚଳିତ ଲୋକ-ଗଳ୍ପକୁ ସାରଳା ଦାସ ଯଥାର୍ଥ ମର୍ଯ୍ୟାଦା ଦେଇଛନ୍ତି । ଏଠାରେ ରାଜକୁମାରଗଣ ସାଧାରଣ ଗ୍ରାମ୍ୟ ଯୁବକ ସ୍ତରକୁ ଉହ୍ଲେଇ ଆସିଛନ୍ତି । ମହାଭାରତର ଭ୍ରାତୃବିବାଦର ମୂଳ କାରଣ ସମ୍ବନ୍ଧରେ ପ୍ରତ୍ୟେକ ଶ୍ରୋତା ଅନୁସନ୍ଧିତ୍ସୁ ହେବା ସ୍ୱାଭାବିକ । ଏ କ୍ଷେତ୍ରରେ ସାରଳା ଦାସ ନିଜର ଏକ ମନଗଢ଼ା କାହାଣୀ ଶ୍ରୋତାଙ୍କ ଭିତରେ ଚଳାଇ ଦେବା ସହଜସାଧ୍ୟ ନୁହେଁ । ଅନ୍ୟ ପକ୍ଷରେ ପରମ୍ପରାରେ ପ୍ରଚଳିତ କାହାଣୀ ମହାକାବ୍ୟର ଅନ୍ତର୍ଭୁକ୍ତ ହେଲେ ତାହା ମହାକାବ୍ୟକୁ ଜନପ୍ରିୟ କରିବାର ସମ୍ଭାବନା ଅଧିକ । ସାରଳା ଦାସ ଏ ସୁଯୋଗ ଗ୍ରହଣ କରିଥିବା ସମୀଚୀନ ।

 

କେତେକ କାହାଣୀ ବ୍ୟଙ୍ଗ ବିଦ୍ରୂପ ବା ହାସ୍ୟରସ ସୃଷ୍ଟି ପାଇଁ ଉଦ୍ଦିଷ୍ଟ । ମହାଭାରତର କଥାବସ୍ତୁକୁ ଏହା ଅଧିକ ମନୋଜ୍ଞ କରିପାରିଛି । ସେଥିପାଇଁ ସାରଳା ମହାଭାରତରେ ସ୍ଥାନେ ସ୍ଥାନେ ଯୁକ୍ତିତର୍କ ଭିତରେ କାହାଣୀର ଖଣ୍ଡିଯୁଦ୍ଧ ଘଟିଯାଇଥିବାର ଦେଖାଯାଏ । ଦୁଇ ବିବାଦମାନ ଚରିତ୍ର ନିଜ ନିଜର ଯୁକ୍ତିର ପ୍ରତିପାଦିତ କରିବାକୁ ଯାଇ ଉଦାହରଣ ଛଳରେ କାହାଣୀଟିଏ କହିଥାନ୍ତି-। ଠିକ ପରମୁହୂର୍ତ୍ତରେ ଅନୁରୂପ ଯୁକ୍ତି ଓ କାହାଣୀଦ୍ୱାରା ପ୍ରଥମ ଯୁକ୍ତି ଖଣ୍ଡିତ ହୁଏ । ଧୃତରାଷ୍ଟ୍ର ଓ ଶକୁନିଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଏହାର ପ୍ରକୃଷ୍ଟ ଉଦାହରଣ । ଧୃତରାଷ୍ଟ୍ର ପାଣ୍ଡବ ଓ କୌରବଙ୍କ ମଧ୍ୟରେ ବୁଝାମଣା ଚାହୁଁଥିବା ବେଳେ ଶକୁନି ନିଜର ଉଦ୍ଦେଶ୍ୟ ସାଧନ ପାଇଁ ଯୁଦ୍ଧ ଚାହୁଁଥିଲେ । ସଭା ମଧ୍ୟରେ ଧୃତରାଷ୍ଟ୍ରଙ୍କ ବିଦ୍ରୂପ କରିବାକୁ ଯାଇ ସେ ତାଙ୍କୁ ତୁଳସୀ ବଣର ବାଘ ବୋଲି ଆଖ୍ୟା ଦେଲେ । ତା’ପରେ ବାଘ କିପରି ନିଜେ ଧର୍ମାତ୍ମା ବୋଲି ଛଳନା କରି ନିର୍ବୋଧ ମାଙ୍କଡ଼ର ସର୍ବନାଶ କଲା ସେଇ କାହାଣୀଟି କହିଲେ । (୧୪) ଉତ୍ତରରେ ଧୃତରାଷ୍ଟ୍ର କହିଲେ ଯେ ପିତୃପୁରୁଷଙ୍କର ଋଣ ପରିଶୋଧ କରିବା ପାଇଁ ବେଳ ଆସିଯାଇଛି । ଯୁଦ୍ଧ ଘଟାଇ ସେ କୌରବକୁଳକୁ ଧ୍ୱଂସ କରିପାରିବ । ତା ଭୂମିକା ତୁଳାମୁହାଁ ବକ ପରି । ତା’ପରେ ସେ ତୁଳାମୁହାଁ ବଗ କିପରି ମାଛଙ୍କ ବିଶ୍ୱାସ ଜନ୍ମାଇ ତାଙ୍କୁ ଗୋଟି ଗୋଟି କରି ଆହାର କଲା ସେଇ କାହାଣୀଟି ଶୁଣାଇଛନ୍ତି । (୧୫) ଗଳ୍ପ-ସମନ୍ୱିତ ହୋଇ ଉଭୟ ପକ୍ଷର ଯୁକ୍ତି ଶାଣିତତର ହୋଇଛି । ସଂପୃକ୍ତ ଅଂଶର କାବ୍ୟିକ ଆବେଦନ ନିଶ୍ଚିତ ଭାବରେ ବୃଦ୍ଧି ପାଇଛି । ଡଃ ପାଣିଗ୍ରାହୀଙ୍କ ମତରେ ଉପରୋକ୍ତ ଦୁଇଟି କାହାଣୀ ସାରଳା ଦାସ ପଞ୍ଚତନ୍ତ୍ରରୁ ନେଇଛନ୍ତି । କିନ୍ତୁ ନିଜର ଆବଶ୍ୟକତା ଅନୁଯାୟୀ ସେଥିରେ କିଛି ପରିବର୍ତ୍ତନ କରିଛନ୍ତି । (୧୬) ଏ ପ୍ରକାର ଗଳ୍ପ ସମ୍ବନ୍ଧରେ ଅନ୍ୟ ସମ୍ଭାବନା ଥିବା କଥା ପୂର୍ବରୁ ସୂଚିତ : ପଞ୍ଚତନ୍ତ୍ରର ଗଳ୍ପଗୁଡ଼ିକ ମହାଭାରତର ମୂଳ କଥାବସ୍ତୁକୁ କେନ୍ଦ୍ର କରି ଲୋକପରମ୍ପରାରେ ବର୍ତ୍ତମାନର ରୂପ ଗ୍ରହଣ କରିଥାଇ ପାରେ । ସାରଳା ଦାସ ସେଗୁଡ଼ିକୁ ମୂଳ ପଞ୍ଚତନ୍ତ୍ରରୁ ଗ୍ରହଣ ନ କରି ମୌଖିକ ପରମ୍ପରାରୁ ଗ୍ରହଣ କରିଥାଇ ପାରନ୍ତି ।

 

ବ୍ୟଙ୍ଗବିଦ୍ରୂପ ପାଇଁ ଶିଶୁପାଳଙ୍କ ମୁଖରେ ଦିଆ ହୋଇଥିବା ଅନ୍ୟ ଏକ କାହାଣୀ ସେହିପରି ଆକର୍ଷଣୀୟ । ଏ ବ୍ୟଙ୍ଗ ଶ୍ରୀକୃଷ୍ଣଙ୍କ ପ୍ରତି ଉଦ୍ଦିଷ୍ଟ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ଛଳନାପୂର୍ଣ୍ଣ ବନ୍ଧୁତାର ଛଳନା କରି ପାଣ୍ଡବଙ୍କର ସର୍ବନାଶ ଘଟାଇବା ତାଙ୍କର ଉଦ୍ଦେଶ୍ୟ ବୋଲି ଶିଶୁପାଳ କହିବାକୁ ଚାହାନ୍ତି । ଶତ୍ରୁ ପକ୍ଷରେ ବିଭେଦ ସୃଷ୍ଟି ପାଇଁ ଏହା ଏକ ପ୍ରକୃଷ୍ଟ ଉପାୟ । ବରଦାୟକ ବ୍ରାହ୍ମଣ କଥାଟି (୧୭) ଏ କ୍ଷେତ୍ରରେ ଅତ୍ୟନ୍ତ ଉପଯୋଗୀ ହୋଇଛି । ବ୍ରାହ୍ମଣ ଜଣକ କୁମାର୍ଗରେ ଯାଇ ଦରିଦ୍ର ହୋଇଛି । ଉଦର ପୋଷଣ ପାଇଁ ଦୂରଦେଶକୁ ଯାଇ ପବନ ଆହାରୀ ସନ୍ନ୍ୟାସୀ ବୋଲ ଛଳନା କରିଛି । ରାତିରେ କିନ୍ତୁ ରୋଷଶାଳାରେ ପଶି ପ୍ରଚୁର ଭୋଜନ କରୁଥାଏ । କ୍ରମେ ସେ ସ୍ୱାସ୍ଥ୍ୟବାନ ହେବାକୁ ଲାଗିଲା । ଅବଶେଷରେ ଧରାପଡ଼ି ନିସ୍ତୁକ ମାଡ଼ରେ ପ୍ରାଣ ହରାଇଲା । ଶିଶୁପାଳ ଶ୍ରୀକୃଷ୍ଣଙ୍କୁ ଏହି ଶଠ ବ୍ରାହ୍ମଣ ସହ ତୁଳନା କରିଛନ୍ତି ।

 

ଚରିତ୍ରଗତ ବୈଶିଷ୍ଟ୍ୟ ଉଦ୍‌ଘାଟନ କରିବାରେ କୌଣସି କୌଣସି ଗଳ୍ପ ସାହାଯ୍ୟ କରେ । ଏ ଦୃଷ୍ଟିରୁ ସତ୍ୟ ଆମ୍ବ (୧୮) କାହାଣୀଟି ଗୁରୁତ୍ୱପୂର୍ଣ୍ଣ । ଏହା ନାରୀ ମନସ୍ତତ୍ତ୍ୱ ଉପରେ ଆଲୋକପାତ କରେ । ଆଧୁନିକ ଯୁଗର ମନସ୍ତାତ୍ତ୍ୱିକ ଅଧ୍ୟୟନ ପୂର୍ବରୁ ନାରୀ-ମନ ଗହଣକୁ ପ୍ରବେଶର ଉପାୟ ନ ଥିଲା । ନାରୀଙ୍କ ସ୍ୱଭାବଗତ ଲଜ୍ଜାଶୀଳତା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା । ତଥାପି ନାରୀ ମନର ପ୍ରକୃତ ଚିତ୍ର ଲୋକଦୃଷ୍ଟିକୁ ଏଡ଼ାଇ ପାରିବ ନାହିଁ । ସତ୍ୟଆମ୍ବ କଥାରେ ଦ୍ରୌପତିଙ୍କ ବକ୍ତବ୍ୟ ଭିତରେ ସାଧାରଣ ନାରୀ-ମନର କଥାହିଁ ପ୍ରକାଶ ପାଇଛି । ଦୁର୍ଯ୍ୟୋଧନଙ୍କ ଚର ଗୌରମୁଖ ବ୍ରାହ୍ମଣ ଶରତ ଋତୁରେ ପାଚିଲା ଆମ୍ବ ଚାହିଁଛି । ନ ହେଲେ ଅଭିଶାପ । ଶ୍ରୀକୃଷ୍ଣ ଏହାର ସମାଧାନ ପନ୍ଥା ବତାଇଛନ୍ତି । ନିଜ ସମ୍ବନ୍ଧରେ ସତ୍ୟ କଥା କହିଲେ ଟାକୁଆରୁ ଗଛ ହେବ; ଆମ୍ବ ଧରି ପାଚିବ । ଯୁଧଷ୍ଟିର, ଭୀମ ଆଦି ନିଜ ନିଜ କଥା କହିଛନ୍ତି । ଆମ୍ବ ଫଳ ଝୁଲିଛି, ଦ୍ରୌପଦୀ ନିଜ ବିଷୟରେ ସତ କହିଲେ ପାଚିବ ଅବଶେଷରେ ଦ୍ରୌପଦୀ ସ୍ୱୀକାର କରିଛନ୍ତି ଯେ, ସ୍ୱାମୀ ହେଉ ପୁତ୍ର ହେଉ, ସୁନ୍ଦର ପୁରୁଷ ଦେଖିଲେ ସ୍ତ୍ରୀଙ୍କର କାମଭାବ ଜାଗ୍ରତ ହୁଏ-। ପଞ୍ଚ ପାଣ୍ଡବ ତାଙ୍କର ସ୍ୱାମୀ ହେଲେ ମଧ୍ୟ ଅର୍ଜ୍ଜୁନଙ୍କ ପ୍ରତି ସେ ବିଶେଷ ଆକୃଷ୍ଟ ।

 

ବହିରାଗତ ଗଳ୍ପଗୁଡ଼ିକ ମନୁଷ୍ୟ, ପଶୁ, ପକ୍ଷୀ, ଦେବତା, ଅସୁର ଆଦି ନାନା ବିଷୟକୁ କେନ୍ଦ୍ର କରି ଗଢ଼ି ଉଠିଛି । ଏ ପ୍ରକାରର କାହାଣୀ ଭାରତର ସର୍ବତ୍ର ଲୋକସାହିତ୍ୟ ତଥା ପୁରାଣରେ ଦେଖାଯାଏ । ଭାରତୀୟ ସଂସ୍କୃତି, ପରମ୍ପରା ତଥା ଲୋକ-ବିଶ୍ୱାସ ଉପରେ ଏଗୁଡ଼ିକ ଆଧାରିତ । ତଥାପି କେତେଗୁଡ଼ିଏ କାହାଣୀ ଉତ୍କଳୀୟ ସଂସ୍କୃତର ଦ୍ୟୋତକ । ଦେଉଳ ତୋଳା କାହାଣୀ (୧୯) ଓ ସହଜ ସୁନ୍ଦରୀ କଥା (୨୦) ଏହାର ପ୍ରକୃଷ୍ଟ ଉଦାହରଣ ।

 

ଦେଉଳ ତୋଳା କଥାରେ ଆର୍ଯ୍ୟ ଓ ଆର୍ଯ୍ୟେତର ସଂସ୍କୃତିର ମଧୁର ସମନ୍ୱୟ ଘଟିଥିବା ବିଷୟ ବହୁ ବିଦିତ । ପୂର୍ବରୂ ପ୍ରଭୁ ଜଗନ୍ନାଥ ନୀଳମାଧବ ବା କୃଷ୍ଣ ରୂପରେ ଜରାଶବରଦ୍ୱାରା ପୂଜିତ ହେଉଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କୁ ବଡ଼ ଦେଉଳରେ ସ୍ଥାପିତ କଲେ । ବ୍ରାହ୍ମଣ ବିଦ୍ୟାପତି ଓ ଜରାଶବର ମିଳିତ ଭାବରେ ଜଗନ୍ନାଥଙ୍କ ଦାରୁ ଉଠାଇପାରିବା କଥା, ଉଭୟ ବ୍ରାହ୍ମଣ ଓ ଶବର ଶ୍ରୀମନ୍ଦିରରେ ସେବକ ନିଯୁକ୍ତି ହେବା କଥା ଏଥିରେ ବର୍ଣ୍ଣିତ ।

 

ସାରଳା ଦାସଙ୍କ ସମୟକୁ ‘ସହଜ ଯାନ’ ପତନୋନ୍ମୁଖୀ । ଏହି ସଂପ୍ରଦାୟର ସାଧକଗଣ ଅବାଧ ଯୌନଚର୍ଯ୍ୟାକୁ ସାଧନାର ମାଧ୍ୟମ ଭାବରେ ଗ୍ରହଣ କରିଥିଲେ । ସାରଳା ମହାଭାରତରୁ ଏହାର ଆଭାସ ମିଳେ । ସାରଳା ଦାସଙ୍କ ଶ୍ରୀକୃଷ୍ଣ ସହଜିଆ ଗୁଣ-ମଣ୍ଡିତ । ବ୍ୟଭିଚାର ତାଙ୍କର ଅନ୍ୟତମ ଚାରିତ୍ରିକ ବୈଶିଷ୍ଟ୍ୟ । ଖନୀକାରର ଜନ୍ମବୃତ୍ତାନ୍ତ ପ୍ରସଙ୍ଗରେ ଶ୍ରୀକୃଷ୍ଣ ଜନୈକା ବୃଦ୍ଧା ଗୋପନାରୀଙ୍କ ସହ ମିଳିତ ହେବା କଥା ବର୍ଣ୍ଣିତ । କାହାଣୀଟି ସାରଳା ଦାସଙ୍କ ନିଜସ୍ୱ ରଚନା ବୋଲି ସମାଲୋଚକ ସୁରେନ୍ଦ୍ର ମହାନ୍ତି ମନେ କରନ୍ତି । ସହଜିଆ ସାଧକଙ୍କ ବ୍ୟଭିଚାର ପ୍ରତି ସମାଜର ଦୃଷ୍ଟି ଆକର୍ଷଣ କରିବା ପ୍ରୟାସରେ ସାରଳା ଦାସ ଶ୍ରୀକୃଷ୍ଣଙ୍କ ଏହି ଭାବରେ ଚିତ୍ରିତ କରିଛନ୍ତି ବୋଲି ତାଙ୍କର ମତ । (୨୧) କିନ୍ତୁ କେବଳ ଏହି ଉଦ୍ଦେଶ୍ୟ ସାଧନ ପାଇଁ ମୂଳ ମହାଭାରତରୁ ଦୂରେଇ ଯାଇ ମହାକାବ୍ୟର ଜନୈକ ପ୍ରମୁଖ ଚରିତ୍ରକୁ ସାରଳା ଦାସ ଏ ଭାବରେ ବିକଳାଙ୍ଗ କରିବା ଅସମୀଚୀନ ବୋଧହୁଏ । ଅନ୍ୟ ପନ୍ଥାରେ ମଧ୍ୟ ସେ ଏହି ଉଦ୍ଦେଶ୍ୟ ସାଧନ କରିପାରିଥାନ୍ତେ । ବରଂ ଏକଥା କୁହାଯାଇପାରେ ଯେ ସହଜିଆ ସାଧକମାନେ ଶ୍ରୀକୃଷ୍ଣଙ୍କ ସହ ଆପଣାର ଆଦର୍ଶଗତ ସାଦୃଶ୍ୟ ପ୍ରତିଷ୍ଠା କରିବା ପାଇଁ ମହାଭାରତର ଗଳ୍ପକୁ ଏଭଳି ଭାବରେ ପରିବର୍ତ୍ତିତ କରିଛନ୍ତି । ଆପଣା ବ୍ୟଭିଚାରକୁ ଧର୍ମୀୟ ଭିତ୍ତି ପ୍ରଦାନ କରିବାକୁ ଯାଇ ସହଜିଆ ସାଧକମାନେ ମହାପୁରୁଷଙ୍କ ବାଣୀ ଓ ପବିତ୍ର ଗ୍ରନ୍ଥାଦିର ସାହାଯ୍ୟ ନେଉଥିଲେ ବୋଲି ଶ୍ରୀଯୁକ୍ତ ମହାନ୍ତି କହିବାବେଳେ ପ୍ରକାରାନ୍ତରେ ଏ କଥାକୁ ସ୍ୱୀକାର କରିଛନ୍ତି । ଏ ପ୍ରକାର କାହାଣୀ ଅତୀବ ଆକର୍ଷଣୀୟ; ସମାଜରେ ସହଜରେ ପ୍ରସାରକ୍ଷମ । ସମ୍ଭବତଃ ସାରଳା ଦାସ କାହାଣୀଟି ମୌଖିକ ପରମ୍ପରାରୁହିଁ ଗ୍ରହଣ କରିଛନ୍ତି ।

 

ସାରଳା ମହାଭାରତର ଅନ୍ତର୍ଭୁକ୍ତ ହେବା ପୂର୍ବରୁ ଲୋକଗାଥା ବା ଗଳ୍ପର ସ୍ୱରୂପ କ’ଣ ଥିଲା ତାହା ବର୍ତ୍ତମାନ ସଠିକ ଭାବରେ ନିର୍ଦ୍ଦେଶ କରିବା ସମ୍ଭବ ନୁହେଁ । ମହାକାବ୍ୟର ଅନ୍ତର୍ଭୁକ୍ତ ହେବା ସଙ୍ଗେ ସଙ୍ଗେ ମହାକାବ୍ୟିକ ଆଖ୍ୟାନଶୈଳୀରେ ଏଗୁଡ଼ିକ ନିର୍ଜିତ । ତଥାପି ଆକସ୍ମିକ ପ୍ରାରମ୍ଭ, ଦ୍ରୁତ ଆଖ୍ୟାନଶୈଳୀ, ଟିକିନିଖି ବୀବରଣୀ ପରିହାର, ପୁନରାବୃତ୍ତି, ସଂଳାପ, ଆକସ୍ମିକ ପରିସମାପ୍ତି ପରି ଗାଥାର ଲକ୍ଷଣ ଏହି ଅଂଶଗୁଡ଼ିକରେ ଦେଖାଯାଏ । କାହାଣୀଗୁଡ଼ିକ ଯେ ଏକଦା ଗାଥା ଭାବରେ ପ୍ରଚଳିତ ଥିଲା ଏଥିରୁ ତାହା ଅନୁମେୟ । ଯୁଧିଷ୍ଠିରଙ୍କ ସୁହାଣୀ କନ୍ୟା ସହ ପାଣ୍ଡବଙ୍କର ଭେଟ । ସୁହାଣୀ କନ୍ୟା ବିବାହଯୋଗ୍ୟା କିନ୍ତୁ ଅଭିଶପ୍ତା । ବିବାହ କାଳରେ ତା’ର ମୃତ୍ୟୁ ଘଟିବ । ପିତା ହରି ସାହୁର ଭାବନାର ଅନ୍ତ ନାହିଁ । ଅର୍ଜ୍ଜୁନ ଗୋଟିଏ ପାହାଡ଼ରେ ଯମକୁ ବାନ୍ଧି ପକାଇଛନ୍ତି । ବିବାହ ଯଥାବିଧି ସମ୍ପନ୍ନ ହୋଇଛି । ଗଳ୍ପଟିରେ କେବଳ ହରି ସାହୁର ଯମକୁ ପ୍ରାର୍ଥନା ଅଂଶଟି ଦୀର୍ଘ ହେଇପଡ଼ିଛି । ସେହିପରି ବ୍ୟବସାୟ ସମ୍ପର୍କରେ ହରି ସାହୁଙ୍କୁ ଯମଙ୍କର ଦୀର୍ଘ ଉପଦେଶ ଗାଥାର ଆଙ୍ଗିକ ଆଦର୍ଶର ଅନୁକୂଳ ନୁହେଁ । ଗୋଟିଏ ଗାଥା ମହାକାବ୍ୟର ଅନ୍ତର୍ଭୁକ୍ତ ହେବାବେଳେ ଏଭଳି ବାହୁଲ୍ୟ ପରିଦୃଷ୍ଟ ହେବା ସ୍ୱାଭାବିକ ।

 

ସାରଳା ମହାଭାରତର ଦେଉଳ ତୋଳା ଅଂଶଟି ଗୋଟିଏ ଗାଥାଚିତ୍ରର ସୂଚନା ଦିଏ । ଏହା ମୂଷଳୀ ପର୍ବର ଛ’ଟି ଅଧ୍ୟାୟରେ ପରିବ୍ୟାପ୍ତ । କେତୋଟି ଶାଖା କାହାଣୀ ଏଥିରେ ରହିଛି, ଯଥା ଜରାଶବର ପୂଜା କରୁଥିବା ନୀଳମାଧବଙ୍କୁ ଆଣିବା ପାଇଁ ରାଜା ଗାଲମାଧବଙ୍କ ଅନୁସନ୍ଧାନ, ବ୍ରାହ୍ମଣ ବାସୁଦେବଙ୍କ କୌଶଳ ଓ ନୀଳମାଧବ ପ୍ରାପ୍ତି, ଅର୍ଜ୍ଜୁନ କର୍ତ୍ତୃକ ଶ୍ରୀକୃଷ୍ଣଙ୍କ ମୃତ ଦେହ ସମୁଦ୍ରରେ ବିସର୍ଜନ, ପୂରୀ ସମୁଦ୍ରତଟରେ ଦାରୁର ଆବିର୍ଭାବ, ଜନୈକ ଅଦ୍‌ଭୂତ କାରିଗରଦ୍ୱାରା ମୂର୍ତ୍ତି ନିର୍ମାଣ, ମାର୍କଣ୍ଡ ବ୍ରହ୍ମା, ଗୋମୁଖୀ ହର, ବାସୁଦେବଙ୍କ ପୁତ୍ରଙ୍କୁ ବଳରାମ ଜୀବନ୍ୟାସ ଦେବା ଇତ୍ୟାଦି । ଏ ପ୍ରକାର କାହାଣୀ ଗୁଚ୍ଛରୁ ମନେହୁଏ ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ କେନ୍ଦ୍ର କରି କାଳକ୍ରମେ ଏକ ଗାଥାଚତ୍ର ଗଢ଼ି ଉଠିଥିଲା । ଏହିପରି ଭାବରେ ଆଲୋଚ୍ୟ କାହାଣୀଗୁଡ଼ିକର ମୂଳ ମୌଖିକ ରୂପ ଜାଣିବା ସମ୍ଭବପର ନ ହେଲେ ମଧ୍ୟ ଏଥିରୁ ଅନ୍ତତଃ ସେଗୁଡ଼ିକର ଆଭାସ ମିଳେ । ଏ କ୍ଷେତ୍ରରେ କେବଳ କଥାବସ୍ତୁ ନେଇ ଆମକୁ ସନ୍ତୁଷ୍ଟ ହେବାକୁ ହେବ । ସମ୍ଭବତଃ ସାରଳା ମହାଭାରତର ଲୋକପ୍ରିୟତା ବୃଦ୍ଧି ସଙ୍ଗେ ସଙ୍ଗେ ସେଗୁଡ଼ିକର ମୌଖିକ ରୂପ ବିସ୍ମତ ହୋଇଛି ।

 

ଆଲୋଚ୍ୟ କାହାଣୀଗୁଡ଼ିକ ମଧ୍ୟରୁ କେତୋଟି ଇତିମଧ୍ୟରେ ମୌଖିକ ପରମ୍ପରାରୁ ସଂଗୃହୀତ । (୨୩) ସାରଳା ମହାଭାରତର ଜରିଆରେ କାହାଣୀଗୁଡ଼ିକ ବହୁ ପ୍ରଚଳିତ ହୋଇଥିବାରୁ ସାରଳା ମହାଭାରତର ଗଳ୍ପ ଓ ବର୍ତ୍ତମାନ ମୌଖିକ ପରମ୍ପରାରେ ପ୍ରଚଳିତ ଗଳ୍ପ ମଧ୍ୟରେ ପାର୍ଥକ୍ୟ ଦେଖା ନ ଯିବା ସ୍ୱାଭାବିକ । ତଥାପି କେତେକ କ୍ଷେତ୍ରରେ ଭିନ୍ନତା ସ୍ପଷ୍ଟ । ବାବନା ଭୂତ କାହାଣୀଟି ଏ ଦୃଷ୍ଟିରୁ ବିଚାର୍ଯ୍ୟ । ଲୋକକଥା ଅନୁଯାୟୀ ଭୂତମାନଙ୍କୁ ଜଣେ ନାପିତ ଦର୍ପଣ ସାହାଯ୍ୟରେ ଧରିଛି । ବାବନା ଭୂତ ଗୋଟିଏ କଳା ବିରାଡ଼ି ରୂପର ନଳା ମୁହଁ ଦେଇ ପଳାଇ ଯାଉଥିବାବେଳେ ନାପିତର ସ୍ତ୍ରୀ ତା’ ଲାଞ୍ଜକୁ ଭିଡ଼ି ଧରିଛି । କିନ୍ତୁ ସାରଳା ମହାଭାରତର ଗଳ୍ପ ଅନୁଯାୟୀ ଜଣେ କୃଷକ ତା’ ଜାଲରେ ଭୂତଙ୍କୁ ଧରିଛି । ଲୋକଗଳ୍ପରେ ଗୋଟିଏ ବ୍ରହ୍ମ ରାକ୍ଷାସର ଉଲ୍ଲେଖ ଥିବାବେଳେ ମହାଭାରତରେ ତା’ ନାହିଁ । କିନ୍ତୁ ଉଭୟ କ୍ଷେତ୍ରରେ ବାବନା ଭୂତ ନିଜ ସହଚରଙ୍କ ମଥା ନ ମାନବାରୁ ବିପଦରେ ପଡ଼ିଛି । ସାରଳା ଦାସଙ୍କ ସମୟକୁ ଗଳ୍ପଟି ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଥିବା ଓ ସାରଳା ଦାସ ତହିଁରୁ ଗୋଟିଏ ଗ୍ରହଣ କରିଥିବା ସମ୍ଭବ । ସାରଳା ମହାଭାରତ ମାଧ୍ୟମରେ ସବିଶେଷ ପ୍ରଚାରିତ ହୋଇ ଲୋକଗଳ୍ପଟି ପୁଣି ମୌଖିକ ପରମ୍ପରାରେ ଭିନ୍ନ ରୂପ ଗ୍ରହଣ କରିଥିବା ମଧ୍ୟ ସମ୍ଭବ ।

 

ଏହିପରି ଭାବରେ ବହିରାଗତ କାହାଣୀଗୁଡ଼ିକ ସାରଳା ମହାଭାରତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବହିରାଗତ ବୋଲି ଏଗୁଡ଼ିକ ଅବାଞ୍ଛିତ ନୁହେଁ; ବରଂ ସାରଳା ମହାଭାରତ ଅବିଚ୍ଛେଦ୍ୟ ଅଙ୍ଗ । ମୂଳ ମହାଭାରତର କଥାବସ୍ତୁକୁ କେନ୍ଦ୍ର କରି ଲୋକପରମ୍ପରାରେ ଏଗୁଡ଼ିକ ଗଢ଼ି ଉଠିଛି । ଜଣେ ନିପୁଣ ଶିଳ୍ପୀ ଭାବରେ ସାରଳା ଦାସ ସେଗୁଡ଼ିକର ଉପଯୁକ୍ତ ଗୁମ୍ଫନ କରିଛନ୍ତି । ସାରଳା ମହାଭାରତ ସୌନ୍ଦର୍ଯ୍ୟ ବୃଦ୍ଧିରେ ଏଗୁଡ଼ିକର ଅବଦାନ ଅନସ୍ୱୀକାର୍ଯ୍ୟ । ପ୍ରାନ୍ତୀୟ ଭାଷାରେ ମହାଭାରତ ରଚିତ ହେବା ଓ ସେଥିରେ ଆଞ୍ଚଳିତ ବୈଶିଷ୍ଟ୍ୟ ଗୁରୁତ୍ୱ ଲାଭ କରିବା ଏକ ସର୍ବଭାରତୀୟ ଘଟଣା । ଆଧୁନିକ ସମାଜରେ ପ୍ରତ୍ୟେକ ଜାତି ସ୍ୱକୀୟ ବୈଶିଷ୍ଟ୍ୟ (self identity) ପ୍ରତିପାଦନ କରିବାର ପ୍ରବଣତା ସହିତ ଏହା ତୁଳନୀୟ ।

 

ସହାୟକ ଗ୍ରନ୍ଥ–

Arthur A. Mc. Donell, History of Sanskrit Literature, Banarasi Das, Delhi 7 (1965), PP. 240

ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା, ଶ୍ରୀ ଭାରତ ଦର୍ପଣ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧ (୧୯୬୪)

Dr K.C. Panigrahi, Sarala Das, Sahitya Akademi, New Delhi (1975)

ସାରଳା ମହାଭାରତ (ଶୁଦ୍ଧ ସଂସ୍କରଣ), ସଭାପର୍ବ, ୨ୟ ଖଣ୍ଡ, ପୃ : ୫୧୨ ।

T. V, Subba Rao, Eolk Additions to Telugu Mahabharata; Folklore (Cal) No. 8-9, August-Septmber, (1976)

ସଭାପର୍ବ, ୨ୟ ଖଣ୍ଡ, ପୃ: ୪୮୮

ଭୀଷ୍ମ ପର୍ବ, ପୃ: ୧୪୦

୮.

ଉଦ୍‌ଯୋଗ ପର୍ବ, ପୃ: ୧୬୭

ଉଦଯୋଗ ପର୍ବ, ପୃ: ୩୧୧

୧୦

ସଭାପର୍ବ, ପ୍ରଥମ ଖଣ୍ଡ, ପୃ: ୪୦

୧୧

ସଭା ପର୍ବ, ପ୍ରଥମ ଖଣ୍ଡ, ପୃ: ୩୯୪

୧୨

ଗଦା ପର୍ବ, ପୃ: ୧୬

୧୩

Dr. K. C Panigrahi, sarala Das, Sahitya Akademi, New Delhi (1975)

୧୪

ଉଦଯୋଗ ପର୍ବ, ପୃ ୩୧୧

୧୫

ତତୈବ, ପୃ ୩୩୬

୧୬

Dr. K.C. Panigrahi, Sarala Das, PP, 52

୧୭

ସଭାପର୍ବ, ୨ୟ ଖଣ୍ଡ, ପୃ:୩୩୯

୧୮

ତତୈବ, ପୃ ୪୮୮

୧୯

ମୂଷଳୀ ପର୍ବ, ପୃ: ୭୫

୨୦

ଆଦିପର୍ବ, ପ୍ରଥମଖଣ୍ଡ, ପୃ:୫୧୭

୨୧

ସୁରେନ୍ଦ୍ର ମହାନ୍ତି, ଓଡ଼ିଆ ସାହିତ୍ୟର ଆଦିପର୍ବ (୧୯୭୭) ପୃ: ୧୪୩

୨୨

ସ୍ୱର୍ଗାରୋହଣ ପର୍ବ, ପୃ. ୧୨

୨୩

ଡଃ କୁଞ୍ଜବିହାରୀ ଦାଶ, ଲୋକଗଳ୍ପ ସଞ୍ଚୟନ ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୭୭)

 

***

 

ଦଧିନାଟ

ଡକଟର ମନୀନ୍ଦ୍ର ମହାନ୍ତି

 

ସାହିତ୍ୟର ‘ନାଟକ’ ପର୍ଯ୍ୟାୟଟିରେ ଗୋଟିଏ ଦେଶ ବା ଜାତିର ବ୍ୟକ୍ତି, ସମାଜ ଚଳଣି, ଆଚରଣ, ପରମ୍ପରାର ସ୍ୱରୂପ ବିସ୍ତୃତ ଓ ପ୍ରାଞ୍ଜଳ ଭାବରେ ଯେପରି ଦେଖିବାକୁ ମିଳେ, ତାହା ଉପନ୍ୟାସ, ଗଳ୍ପ, କାବ୍ୟ, କବିତା ପ୍ରବନ୍ଧ ଆଦିରେ ସେହି ପରିମାଣରେ ଦେଖିବାକୁ ମିଳେ ନାହିଁ । ସେଥିପାଇଁ କୁହାଯାଏ-ଗୋଟିଏ ଜାତି ତା’ର ରଙ୍ଗମଞ୍ଚ (ନାଟକ) ମଧ୍ୟରେହିଁ ଜଣାଯାଇଥାଏ । ପୁନଶ୍ଚ, ନାଟକ-ରାଜ୍ୟର ବିଭିନ୍ନ ପ୍ରକାର ନାଟକରେ ଲୋକ-ନାଟକ (Folk Drama)ରେ ଲୋକଜୀବନର ଚିତ୍ର ସର୍ବାପେକ୍ଷା ଅଧିକ ପରିମାଣରେ ପ୍ରକାଶ ପାଇଥିବା ଏକ ସ୍ୱାଭାବିକ କଥା । ଏଥିପାଇଁ ସମାଜ-ବିଜ୍ଞାନର ଗବେଷକମାନେ ଏହି ଲୋକ-ନାଟକ (ଲୋକ-ନାଟ୍ୟ)କୁ ସେମାନଙ୍କ ଉପାଦାନର ଚାଙ୍ଗୁଡ଼ି ମଧ୍ୟକୁ ତୋଳି ନେଇଥାନ୍ତି ।

 

ଲୋକ-ସଂସ୍କୃତିର ଅଧ୍ୟୟନ ପାଇଁ ମଧ୍ୟ ଏହି ଲୋକ-ନାଟ୍ୟର ଭୂମିକାକୁ ଆଦୌ ଏଡ଼ାଇ ଦେଇ ହେବ ନାହିଁ । କାରଣ ଏହି ଲୋକନାଟ୍ୟ ଏପରି ଏକ ଜୀବନ୍ତ କଳା ଯେ ଏହାର ରଚନା ସହିତ ସଙ୍ଗୀତର ସ୍ୱର ଲହରୀ, ବାଦ୍ୟଯନ୍ତ୍ର, କଥନ ଭଙ୍ଗୀ, ଉଚ୍ଚାରଣ ଢଙ୍ଗ ଓ ଅଭିନୟ ମଧ୍ୟରେ ସଂସ୍କୃତିର ପୁଙ୍ଖାନୁପୁଙ୍ଖ ଚିତ୍ର ପରିଦୃଷ୍ଟ ହୁଏ ।
 

ଓଡ଼ିଆ ଲୋକ-ସାହିତ୍ୟର ଆଦି ଗବେଷକ ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶ ତାଙ୍କର ‘ଓଡ଼ିଆ ଲୋକଗୀତ ଓ କାହାଣୀ’ (୧୯୫୮) ଗବେଷଣାଗ୍ରନ୍ଥରେ ପ୍ରସଙ୍ଗକ୍ରମେ ଚଇତି ଘୋଡ଼ାନାଟ, ସଖୀନାଟ, ଦଣ୍ଡନାଟ, ମୋଗଲ ତାମସା ଆଦି ଲୋକନାଟ୍ୟର ଆଲୋଚନା କରିଛନ୍ତି-। ରାଉରକେଲାସ୍ଥିତ ‘କଲ୍‌ଚରାଲ ଏକାଡେମୀ’ ସାଂସ୍କୃତିକ ଅନୁଷ୍ଠାନଦ୍ୱାରା ସଂକଳିତ ‘ଓଡ଼ିଆ ଲୋକନାଟ୍ୟ’ (୧୯୭୭)ରେ ମଧ୍ୟ ବିକ୍ଷିପ୍ତ ଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ-ନାଟ୍ୟଗୁଡ଼ିକର ପରିଚୟାତ୍ମକ ଲେଖା ରହିଛି । ବିଭିନ୍ନ ପତ୍ରପତ୍ରିକାରେ, ଲେଖକ ସମ୍ମେଳନର ‘ସ୍ମରଣିକା’ରେ ମଧ୍ୟ ଠାଏ ଠାଏ ଏହି ଲୋକନାଟ୍ୟର ବିବରଣାତ୍ମକ ଆଲୋଚନା ଦେଖିବାକୁ ମିଳୁଛି-। କେବଳ ସେତିକି ନୁହେଁ, ରାଜ୍ୟସ୍ତରୀୟ ‘ପ୍ରଥମ ଓଡ଼ିଶା ଲୋକନୃତ୍ୟ ଓ ସଙ୍ଗୀତ ସମ୍ମେଳନ’ (ଭବାନୀପାଟଣା/୧୯୭୬ ମଇ ୨୨,୨୩ ଓ ୨୪ ତାରିଖ) ସ୍ମରଣିକାରେ ମଧ୍ୟ କେତୋଟି ଲୋକ-ନାଟ୍ୟର ଆଲୋଚନା କରାଯାଇଛି । ପୁଣି କଟକ ବାରବାଟୀ ଷ୍ଟେଡ଼ିୟମରେ ‘ଆନ୍ତର୍ଜାତିକ ଲୋକ ସଂସ୍କୃତି’ ଆଲୋଚନା ଚକ୍ର (୧୯୭୮/ ଡିସେମ୍ବର/୧୯ଠାରୁ ୨୩ ତାରିଖ) ଲୋକ-ନାଟ୍ୟର ଅଧ୍ୟୟନ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି । ଏହି ଲୋକ-ନାଟ୍ୟ ‘ଲୋକ-ସାହିତ୍ୟ’ର ଏକ ଅଂଶବିଶେଷ ହୋଇଥିବାରୁ ଏବଂ ଲୋକ-ସାହିତ୍ୟ ମଧ୍ୟରେ ଏକ ଦେଶ ବା ଜାତିର ବୈଶିଷ୍ଟ୍ୟ ପ୍ରକାଶ ପାଉଥିବାରୁ ସାହିତ୍ୟର ଏହି ବିଭାଗଟିରେ ଅଧିକ ଗବେଷଣା ଚାଲିଛି । ଓଡ଼ିଶାର ପୂରପଲ୍ଲୀରେ ପ୍ରଚଳିତ ବହୁ ଲୋକ-ନାଟ୍ୟ ସମାଲୋଚକର ଲେଖନୀ ମୂନରେ ସ୍ଥାନ ପାଇଛି । ତଥାପି କେତୋଟି ଲୋକ-ନାଟ୍ୟ ଏବେ ବି ଲୋକ-ଲୋଚନର ଅନ୍ତରାଳରେ ପଡ଼ିରହିଛି-। ଏ ଦିଗରେ ଅନୁସନ୍ଧିତ୍ସୁ ସଂସ୍କୃତି ସଚେତନ ବ୍ୟକ୍ତିମାନଙ୍କର ଭୂମିକା ସବୁଠାରୁ ଅଧିକ । ତେବେ ସେ ଯାହାହେଉ, ଏଠାରେ ଏକ ଅନାଲୋଚିତ ଲୋକ-ନାଟ୍ୟ ‘ଦଧିନାଟ’ ସମ୍ପର୍କରେ ପରିଚୟ ଦେବା ଏହି ଆଲୋଚନାଟିର ମୁଖ୍ୟ ଲକ୍ଷ୍ୟ ।

 

ଦଧିନାଟ :

ରାଧା ଦଧିଭାଣ୍ଡ ଧରି ମଥୁରାପୁର ହାଟକୁ ଗଲାବେଳେ ଶ୍ରୀକୃଷ୍ଣ ତାଙ୍କୁ ଅଟକାଇବା ଓ ଘାଟ ପାରି ହେବା ପାଇଁ ପଇସା ମାଗିବା ଏବଂ ଶେଷରେ ରାଧାକୃଷ୍ଣଙ୍କର ମିଳନ ହେବା ଆଦି ଏହି ଲୋକ-ନାଟ୍ୟର କଥାବସ୍ତୁ । ଶ୍ରୀରାଧା ଦଧି ବିକ୍ରି କରିବା ପାଇଁ ଗଲାବେଳେ ଏହିସବୁ ଘଟଣା ଘଟିବାରୁ ଏହି ନାଟକୁ ‘ଦଧି ନାଟ’ ବୋଲାଯାଏ । ଏହା ବ୍ୟତୀତ, ଏହି ନାଟକୁ ଶ୍ରୀକୃଷ୍ଣଙ୍କ ‘ଘାଟ ସଉଦା’ ବା ‘ଘାଟ ସଧା’ ନାଟ ମଧ୍ୟ ବୋଲାଯାଏ । ଶ୍ରୀକୃଷ୍ଣ ରାଧାଙ୍କୁ ‘ଘାଟ ସଧା’ (ସଉଦା) ମାଗିଥିବାରୁ ଏହାର ଏପରି ନାମକରଣ ହୋଇଛି । ଏହାକୁ ‘ନାବକେଳି’ ମଧ୍ୟ କୁହାଯାଏ । ନାବ ବା ନୌକାରେ ରାଧା ଓ କୃଷ୍ଣ ବିହାର କରି ଦୁହିଁଙ୍କର ମିଳନ ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି ବୋଲି ଏହାର ଅଭିନେତାମାନେ କହିଥାନ୍ତି ।

 

ଅଭନେତାମଣ୍ଡଳୀ :

ଭାରତର ଲୋକନାଟ୍ୟ ବା ପାରମ୍ପରିକ ନାଟକ ଆରମ୍ଭରେ ପ୍ରାରମ୍ଭିକ ପୂଜାପାଠ ଆଦି ସାଧାରଣତଃ ସ୍ଥାନ ପାଇଥାଏ (୧) । ଏହି ‘ଦଧିନାଟ’ କେବଳ ବୈଷ୍ଣବ ସଂପ୍ରଦାୟର ଲୋକମାନେ ଅଭିନୟ କରିଥାନ୍ତି । ମୃତ୍ୟୁ ପରେ ଦଶାହ କ୍ରିୟା ପରେ ଦ୍ୱାଦଶ ଦିନରେ ‘ଦଧିନାଟ’ ହେବା ଉତ୍ତର ଓ ପୂର୍ବ ଓଡ଼ିଶାରେ ଏକ ପ୍ରଥା ରହିଛି । କିମ୍ୱା ଅଷ୍ଟମ ପ୍ରହରୀ ସଂକୀର୍ତ୍ତନ ପରେ ମଧ୍ୟ ଏହାର ଅଭିନୟ ଚାଲିଥିବାର ଚଳଣି ରହିଛି । ଶ୍ରୀରାଧା ଦଧିଭାଣ୍ଡ ଧରି ଘର ଓ ସାଇପଡ଼ିଶାଙ୍କ ଘରେ ଦଧିସିଞ୍ଚନ କରି ଶୁଦ୍ଧ କରିଥାନ୍ତି । ଏହି ବୈଷ୍ଣବ ସଂପ୍ରଦାୟର କେତେଜଣ ବ୍ୟକ୍ତି ମିଶି ଗୋଟିଏ ଛୋଟ ନାଟଦଳ ଗଢ଼ିଥାନ୍ତି । ଏମାନେ ନନ୍ଦଉତ୍ସବ ବା ଶ୍ରୀକୃଷ୍ଣଙ୍କ ଜନ୍ମଦିନରେ ମଧ୍ୟ ଏହି ଦଧିନାଟକୁ ଅଭିନୟ କରିଥାନ୍ତି ।

 

(୧)

‘‘Even more than in customes, the essential unity of Indian traditional and rural drama is seen in the ‘preliminaries’ to a perfermance.’’-Drama in Rural India-J. C. Mathur-Indian council for cultural relation-Asia publishing House-Culcutta-p. 39.

 

ଦ୍ୱାଦଶଦିନ ଶୁଦ୍ଧିକାର୍ଯ୍ୟରେ ପ୍ରଥମେ ଭାଗବତଗାଦୀ ଗୋଟିଏ ଆସ୍ଥାନ ଉପରେ ରଖି ଗୋସ୍ୱାମୀ ବା ଅଧିକାରୀ ପୂଜା କରିଥାନ୍ତି । ଏହି ପୂଜା ଆସ୍ଥାନ ପାଖରେ ‘ଦଧିପସରା’ ବା ‘ନବରତ୍ନ ପସରା’ ରଖାଯାଇଥାଏ । ଏହି ଦଧିପସରା ହେଲା–ଗୋଟିଏ ଚାଉଳଧୁଆ ପାଛିଆର ଭିତରେ ଗୋଟିଏ ନୂଆ ମାଟିହାଣ୍ଡି । ଏହି ହାଣ୍ଡିର ଉପରାଂଶରେ ଚୂନର ପ୍ରଲେପ ଦିଆଯାଇଥାଏ ଓ ସିନ୍ଦୂର ଟୋପା ମଧ୍ୟ ଦିଆଯାଇଥାଏ । ପସରା ଲୁଗା ଖଣ୍ଡେ କଳସ ଉପରେ କୁଞ୍ଚ ପକାଇ ଏହି ହାଣ୍ଡି ଉପରେ ରଖାଯାଇଥାଏ । ଏହି ଭାଣ୍ଡରେ ଦହି ସହିତ ପଞ୍ଚାମୃତ ରହିଥାଏ । ଏହା ବ୍ୟତୀତ ଏହି ନବରତ୍ନ ପସରାରେ ଚାଉଳ, ଗୋଟାଗୁଆ, ହଳଦୀ, ପାନ, ନଡ଼ିଆ ପ୍ରଭୃତି ପଡ଼ିଥାଏ ।

 

ଯଜମାନଙ୍କ ଗୋସ୍ୱାମୀ ବା ଅଧିକାରୀ ଭାଗବତଗାଦୀ ପୂଜା କରି ଭୋଗ ଲଗାଇ ସାରିବା ପରେ ଶ୍ରୀରାଧା ସହଚରୀମାନଙ୍କ ସହିତ ଦଧି ପସରା ଧରି ମଥୁରା ହାଟକୁ ଚାଲନ୍ତି ଓ ନାଟର ଆରମ୍ଭ ହୁଏ ।

 

ନାଟ ଶେଷରେ ଶ୍ରୀରାଧା ଓ ଶ୍ରୀକୃଷ୍ଣ ଅଭିନେତା ଦୁହେଁ ବିଭିନ୍ନ ପ୍ରକାର ଗୀତ ଗାନ କରି ଘର ଘର ଯାଇ ଧୋତି/ଶାଢ଼ୀ ମାଗଣ ମଧ୍ୟ କରୁଥିବାର ପରମ୍ପରା ରହିଛି । ଏବେ ବହୁ ବୈଷ୍ଣବ ଏହି ବୃତ୍ତିକୁ ଛାଡ଼ିଦେଲେଣି । ତଥାପି ପୁରପଲ୍ଲୀରେ ଏହାକୁ ଜୀବିକା ଭାବରେ ଗ୍ରହଣ କରିଛନ୍ତି । ଗୋଟିଏ ପରିବାର କିମ୍ୱା ଗୋଟିଏ ସାହିର କେତେଜଣ ମିଶି ଏହି ଦଳଟି ପ୍ରସ୍ତୁତ କରିଥାନ୍ତି । ଏମାନେ ଗୀତ ଓ କଥାଗୁଡ଼ିକ ବଂଶାନୁକ୍ରମେ ଏପରି ମନେ ରଖିଥାନ୍ତି ଯେ, ସେଗୁଡ଼ିକୁ ଗୋଟିଏ ଖାତାରେ ଲେଖି ରଖିବାର ଆବଶ୍ୟକତାକୁ ସେମାନେ ଅନୁଭବ କରିପାରନ୍ତି ନାହିଁ । କାରଣ ଏହି ଆଲୋଚକ ଏହି ନାଟ ସମ୍ପର୍କରେ ତଥ୍ୟ ଓ ଗୀତ ସଂଗ୍ରହ କଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି ।

 

ଏବେ କେବଳ ମୃତ୍ୟୁର ବାରଦିନରେ ଶୁଦ୍ଧିକ୍ରିୟା ଭାବରେ କିମ୍ୱା ଅଷ୍ଟ ପ୍ରହରୀ ଶେଷରେ ପୂଜା କର୍ମକାଣ୍ଡ ପରି ଅଭିନୀତ ହେଉନାହିଁ । ଯେ କୌଣସି ସମୟରେ ମଧ୍ୟ ସେମାନେ ଅଭିନୟ କରିବାରେ ଲାଗିଲେଣି । ତେଣୁ ଏହା ଯାତ୍ରା ବା ଚଢ଼େଇଆ ଚଢ଼େଇଆଣୀ ନାଟ ପରି ଏକ ନାଟ୍ୟାନୁଷ୍ଠାନରେ ପରିଣତ ହୋଇଗଲାଣି । ଏହି ବର୍ଦ୍ଧିଷ୍ଣୁ ଲୋକ-ନାଟ୍ୟ-କଳାର ଏଠାରେ ବିଶ୍ଳେଷଣ କରାଯାଉଛି ।

 

କଥାଭାଗ :

‘ଦଧିନାଟ’ ବା ‘ଘାଟସଧା’ରେ ଯେଉଁ କଥାଭାଗ ରହିଛି, ତାହା ହରିବଂଶ ଏବଂ ଭାଗବତରୁ ଗୃହୀତ । ଶ୍ରୀକୃଷ୍ଣଙ୍କ ମାଧୁର୍ଯ୍ୟ ଲୀଳା ପ୍ରସଙ୍ଗରେ ଯେଉଁ ଘଟଣା ସବୁ ରହିଛି, ତନ୍ମମଧ୍ୟରୁ ଘାଟସଉଦା ଏବଂ ବସ୍ତ୍ରହରଣ ଦୁଇଟି ଆକର୍ଷଣୀୟ ଘଟଣା । ଏହି ଦୁଇଟିଯାକ ଘଟଣାକୁ କେନ୍ଦ୍ର କରି ‘ଦଧିନାଟ’ ଦଳ ସେମାନଙ୍କ ଅଭିନୟ ପ୍ରଦର୍ଶନ କରିଥାନ୍ତି ।

 

ପୌରାଣିକ ଆଖ୍ୟାନ ଅଛି-ପଣ୍ଡୁରାଜା ମୃତ ଅବସ୍ଥାରେ ସ୍ୱର୍ଗକୁ ଯାଇ ଅର୍ଦ୍ଧ ସ୍ୱର୍ଗରେ ରହିଲେ । ପୁଅ ଯୁଧିଷ୍ଠିରଙ୍କ ନିକଟକୁ ଏହି ଦୁଃସମ୍ୱାଦ ଦେଲେ । ଯୁଧିଷ୍ଠିର ତହୁଁ ‘ଦଧିନାଟ’ ଆରମ୍ଭ କଲେ । ଫଳରେ, ତାଙ୍କ ପକ୍ଷରେ ସ୍ୱର୍ଗ ଗମନ ସମ୍ଭବ ହେଲା । ଏଥିପାଇଁ ମୃତ୍ୟୁ ପରେ ଆତ୍ମୀୟସ୍ୱଜନମାନେ ‘ଦଧିନାଟ’ର ବ୍ୟବସ୍ଥା କଲେ ସେହି ଆତ୍ମାଟି ସ୍ୱର୍ଗାରୋହଣ କଲା ବୋଲି ମନେ କରାଯାଏ । ଏହିପରି ଏକ ଲୋକ-ବିଶ୍ୱାସ ପାଇଁ ‘ଦଧିନାଟ’ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ।

ରାଜା କଂସର ଆଦେଶ ଥିଲା ଯେ ନନ୍ଦଙ୍କୁ ନବଲକ୍ଷ (ନଅଲକ୍ଷ) ଦୁଧ ଭାର କିମ୍ୱା ନବଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଏଥିରେ ନନ୍ଦରାଜା ବଡ଼ ଚିନ୍ତାରେ ପଡ଼ିଲେ । ଏତେଟଙ୍କା ସେ କେଉଁଠୁ ଆଣିବେ ? ସେ ବ୍ୟସ୍ତ ହୋଇ ପଡ଼ିଲେ । ଦିନେ ଶ୍ରୀକୃଷ୍ଣ ନନ୍ଦଙ୍କୁ ଯଶୋଦା ଓ ବଳଦେବଙ୍କ ଉପସ୍ଥିତିରେ କହିଲେ-କଂସାସୁର ଭାରି ବଳଶାଳୀ ବୀର । ତାହାର ଡଗର ଆଜି ବସିବ । ସେ‘ତ ତୁମ୍ଭଙ୍କୁ ବିଶୋଇ ପଣରେ ନିଯୁକ୍ତ କରିଛି । କିନ୍ତୁ ତାକୁ ଦେବାପାଇଁ ନଅଲକ୍ଷ ଟଙ୍କା ତୁମ୍ଭ ପାଖରେ କାହିଁ ? ଯଶୋଦା କହିଲେ-କହ୍ନେଇ କଅଣ କହୁଛି ଟିକେ ଶୁଣ ! ଏ ପର୍ଯ୍ୟନ୍ତ ବି ତୁମ୍ଭର ଚେତା ପଶୁନାହିଁ ? ନନ୍ଦରାଜା କିନ୍ତୁ କହିଲେ -

 

‘‘X      X      X      X

ଘାଟମାନଙ୍କୁ ଆମ୍ଭେ ଯେ କରିବା ଗମନ ।

ଆରେ ଶିରୀପତି ଆମ୍ଭେ ଆଡ଼େ ଆଡ଼େ ଯିବା,

ଘାଟମାନ ଆମ୍ଭେମାନେ ଚିହ୍ନିଣ ଆସିବା ।

କି ପ୍ରକାରେ ଆମ୍ଭେ ଘାଟ ସାଧନ କରିବୁ,

ନିଶ୍ଚୟ କରି ଆମ୍ଭଙ୍କୁ ତୁହି ଯେ କହିବୁ ।’’ (୨)

 

ଘାଟସଉଦା ଆଦାୟ କରିବାପାଇଁ ଦକ୍ଷିଣ ଭାଗର କଦମ୍ୱଗଛ ତଳ ପର୍ଯ୍ୟନ୍ତ ଘାଟକୁ ଶ୍ରୀକୃଷ୍ଣ ଏବଂ ପଶ୍ଚିମ ପାଖର ଘାଟରେ ନନ୍ଦରାଜା ଜଗିଲେ ।

 

ତା’ପରେ ଗୋପପୁର ଗୋପୀମାନେ ମଥୁରା ହାଟକୁ ଦହି ବିକ୍ରି କରିବା ପାଇଁ ବାହାରିଛନ୍ତି-। ରାଧାଙ୍କର ଅଷ୍ଟସଖୀ-ଲଳିତା, ଦୂତିକା, ଚିତ୍ରଲେଖା, ଇନ୍ଦୁଲେଖା ପ୍ରଭୃତି ମଧ୍ୟ ଦହି ପସରା ନେଇ ହାଟକୁ ବାହାରିଛନ୍ତି । ଶ୍ରୀରାଧା ଗୀତ ବୋଲି ବୋଲି ଚାଲିଛନ୍ତି -

 

‘‘ମୋ’ ଦହି କିଏ ସେ ନେବ ଗୋ ନଗଦ କଉଡ଼ି ଦେଇ,

ମ ଦହି ନାମ ମଧୁକର, ପଇସା ନ ଥିଲେ ଉଧାର କର ।

ଏ ଦହି କିଏ ବସାଇଛି ଅଦା, କପୁର ଦେଇ-

ଏ ଦଧି କିଏ ସେ ନେବ ଗୋ ।।

ଦଧି ଖାଇଥିଲେ ଗୋପ ମାଧୋଇ

ହାତ ଛାପା ମୁଦି ଦେଇ,

ଏ ଦଧି କିଏ ସେ ନେବ ଗୋ-।।’(୩)

 

(୨)

ଖଣ୍ଡିକିଆ ହରିବଂଶ-(ଶ୍ରୀକୃଷ୍ଣଙ୍କ ଘାଟସଧା ଓ ରାସକ୍ରୀଡ଼ା) ୰ ନାରାୟଣ ଦାସ-ନୂତନ ସଂସ୍କରଣ-ଓଡ଼ିଶା ଜଗନ୍ନାଥ କମ୍ପାନୀ-ପୃ: ୧୪୦

(୩)

ସଂଗ୍ରହ ସ୍ଥାନ - ସୁଆଁ/ବାସୁଦେବପୂର/ବାଲେଶ୍ୱର

 

‘ଶ୍ରୀକୃଷ୍ଣଙ୍କ ଘାଟସଧା’ ନାମରେ ଲକ୍ଷ୍ମୀନାରାୟଣଙ୍କ ଭଣିତାରେ ନଅ ପୃଷ୍ଠାର ୬୯ ପଦ ବିଶିଷ୍ଟ ଏକ ପୁସ୍ତକ ମିଳିଛି । ୧୯୨୨ ମସିହାରେ ଶ୍ରୀ ଜଗନ୍ନାଥ ଦୁବେଙ୍କଦ୍ୱାରା ଏହା ପ୍ରଥମ ଥର ପ୍ରକାଶିତ ଓ ‘କଟକ ବ୍ରଜେନ୍ଦ୍ର ପ୍ରେସ’ରେ ମୁଦ୍ରିତ । ଏହାର ମୁଦ୍ରକ ଥିଲେ-ସି: ଏମ୍‌: ଦାସ । ଯେତେବେଳେ ଗୋପୀମାନେ ମଥୁରା ହାଟ ଉଦ୍ଦେଶ୍ୟରେ ବାହାରିଛନ୍ତି, ଏହାକୁ ବର୍ଣ୍ଣନା କରି ଏଥିରେ ଉଲ୍ଲେଖ ରହିଛି-

 

‘‘ସଜାଡ଼ି ପସରା ହୋଇଣ ଯେ ତୋରା ଡାକନ୍ତି ଏକୁ ଆରେକ,

ଆସ ଗୋ ବିଶାଖା ଆଗୋ ପ୍ରାଣସଖା ଆସ ଲଳିତେ ରାଧିକେ ।

ଆଗୋ ସହି ସଙ୍ଗାତ,

କଥା ଭାଷନ୍ତି କରି ଇଙ୍ଗିତ ଯେ ।୬।

 

ଆସ ଗୋ ସୁନ୍ଦରୀ ଯିବା ମଧୁପୂରୀ ବେଳ ହେଉଛି ଉଛୁର,

ପାଇ ରବି କ୍ରାସ ସହିବା ଯେ କ୍ଳେଶ ଆମ୍ୱିଳ ହେବ ଆବର ଗୋ,

କହି ଏମନ୍ତ ବାଣୀ,

ସଜ ହେଲେ ଗୋପର ତରୁଣୀ ଯେ ।୭।

 

X      X      X

ଗୃହରୁ ବାହାରି ଆସି ସର୍ବନାରୀ ଗୋପ ଦାଣ୍ଡରେ ମିଳିଣ,

ଏକକୁ ଆରକେ ନାମ ଧରି ଡାକେ ଇଙ୍ଗିତେ ଭାଷା କହିଣ ଯେ,

କେହୁ ଡାକେ ସଙ୍ଗାତ,

ଆସ ବଉଳ ଅଶୋକ ମିତ ଗୋ ।୧୪।

 

ଶାଖା ଯେ ବିଶାଖା ଦୂତିକା ରାଧିକା ତୁଳଣାଦି ଯେତେ ଗୋଈ,

ମନରେ ଆନନ୍ଦ ହୋଇଣ ସାନନ୍ଦ ମଥାରେ ପସରା ଥୋଇ ସେ ।

ମନ୍ଦ ମନ୍ଦ ଯେ ଗତି,

କରି ଚଳନ୍ତି ଗୋପ ଯୁବତୀ ସେ ।୧୫।’’

 

ଘରୁ ବାହାରିଲାବେଳେ ଦକ୍ଷିଣ ନେତ୍ର ସ୍ଫୁରିବାର ଅଶୁଭ ଘଟଣା ଘଟିବାର ଆଶଙ୍କା କରି ସଖୀମାନେ ଡକାଡ଼କି ହୋଇ ବାହାରିଲେ–

 

‘‘କେ ସଖୀ ବୋଲଇ ଆଗୋ ପ୍ରିୟସହି ଆଜ ନ ଦେଖୁଛୁଁ ଭଲ,

ଯେତେକ ସୂଚକ ଦେଖ ଏକ ଏକ ନୁହେ ଶୁଭ ଅନୁକୂଳ ।

ଆର ସଖୀ ଭାଷଇ,

ମୋର ଦକ୍ଷ ନେତ୍ର ଯେ ସ୍ଫୁରଇ ।୧୬ ।’’

 

ଅକାଳଟାରେ ଯମୁନା ନଦୀରେ ଏତେ ଜଳ ଦେଖି ଗୋପ ନାରୀ ଓ ଶ୍ରୀରାଧା ଆଶ୍ଚର୍ଯ୍ୟ ହୋଇଗଲେ । କୁମ୍ଭୀର ଓ ମଗର ମତ୍ସ୍ୟ ଦେଖି ନାବ ବିନା କିପରି ଯିବେ, ଚିନ୍ତାରେ ପଡ଼ିଗଲେ । ଏଣେ ଦିନ ଗଡ଼ିଯାଉଛି । ଦହି ଆମ୍ୱିଳ ହୋଇଯିବ । ସେମାନେ ନାବ ଖୋଜିଲେ, କିନ୍ତୁ ନଦୀରେ ନାବ କାହିଁ ?

 

‘‘ଦେଖିଲେ ଗୋଈ ଯମୁନା ଯେ ବଢ଼ଇ ବେନି କୂଳେ ଅଛି ପୂରି

କାହୁଁ ଏ ଅକାଳ ପୂରିଅଛି ଜଳ ବରଷି ନାହିଁ ତ ବାରି ଗୋ,

ଭାସୁଅଛି କୁମ୍ଭୀର,

ମତ୍ସ୍ୟ ମଗର ଯେ ଜଳଚର ଗୋ ।୨୨।

 

ଚିନ୍ତିତ ଯେ ହୋଇ ସର୍ବ ଗୋପ ଗୋଈ ଭୟେ ହୋଇ ଛନ୍ନ ଛନ୍ନ

କେମନ୍ତେ ଗୋ ଯିବା ପାର ଯେ ହୋଇବା ଉଛୁର ହେଇଛି ଦିନ ଗୋ,

ନାବ ନଦୀରେ ନାହିଁ,

ତରାଇ ଥିବ ବା କାହିଁ ରହି ଗୋ ।୨୩।’’

 

ହଠାତ୍‌ ଦୂରରେ ବୁଢ଼ାଟିଏ ପୂର୍ବ ପାଖ ମଙ୍ଗରେ ବସିଥିବାର ସେମାନେ ଦେଖିଲେ । ସେମାନେ ତାକୁ ଡାକିଲେ–‘‘X X ତରାଇ ଭାଇ ହେ ! ଆସ ବେଗକରି କରିଦିଅ ପାରି ବେଳ ହେଉଛି ଉଛୁର ।’’ ମାତ୍ର ସେ ଉତ୍ତର ନ ଦେବାରୁ ସେମାନେ କ୍ରୋଧରେ ଭର୍ତ୍ସନା କଲେ –

 

‘‘ମନରେ ଆଣ୍ଟ ଜାତିରେ କେଉଟ ହୀନ କୁଳେ ଜାତ ହୋଇ,

ଯେସନେ ବଧିର ନ ଶୁଣଇ ଗିର ତେମନ୍ତ ପ୍ରକାରେ ତୁହି ରେ,

ସର୍ପ ପରାୟେ ହୋଇ,

ନ ଶୁଣିଣ ନ ଭାଷୁଚୁ ତୁହିରେ ।୨୬।

 

ଘାଟିଆ ହୋଇଣ ପାରି ନ କରିଣ ଆଣ୍ଟ କରିଛି ମନରେ,

କଂସ ନୃପବରେ ଜଣାଇ ଛାମୁରେ ଆକଟ କରିବୁ ତୋତେ,

ଚିହ୍ନି ନାହୁଁ କି ତୁହି,

ବ୍ରଜବଧୂ ଅଟୁ ସର୍ବେ ଗୋଈ ରେ ।୨୭।’’

 

ଶ୍ରୀକୃଷ୍ଣ ସେମାନଙ୍କ ହୃଦୟର କଥା ଜାଣିପାରି ଶୀଘ୍ର ନାବଟିକୁ ସେହି ଘାଟକୁ ବୋହି ଆଣିଲେ । ସେ କୂଳରେ ନାବ ଖଟାଇ ଅଝାଲ ଦଉଡ଼ି ବାନ୍ଧି ପଚାରିଲେ-

 

‘‘X      X      X

କାହିଁକି ଏ କୋପ କଟାଅ ଲୋ ଚୋପ ଦେଇଛ କି ଘାଟପଣ ଗୋ,

ଭାତ ବର୍ତ୍ତନ ଦେଇ,

କିଣି ରଖିଛ କି ଗୋପଗୋଈ ଗୋ ।୨୯।

କଂସ ନୃପରାଟଠାରୁ ଏହି ଘଟ ଆଣିଅଛି ଧନ ଦେଇ,

ଆଉ ଯେ କାହାର ନାହିଁ ଅଧିକାର କେତେ କୁହ ଧମକାଇ ଗୋ ।

ଜାତିରେ ଗଉଡ଼ୁଣୀ,

ବଢ଼ି କହୁଛ ଏମନ୍ତ ବାଣୀ ଗୋ ।୩୦।

 

ଆମ୍ଭେ ପାଇ କ୍ଳେଶ ହୋଇଣ ଆଳସ୍ୟ ଥିଲୁଁ ସୁଖେ ନିଦ୍ରା ଯାଇ

ଦାଦରା ନାବକୁ ପାଇଣ ଭୟକୁ ତେଣୁ ଦୂରେ ଥିଲୁଁ ରହି ଗୋ ।

ଏ ଯେ ବଢ଼ି ନଦୀରେ,

ପାର ହେବ କେମନ୍ତ ପ୍ରକାରେ ଗୋ ।୩୧।

 

ସ୍ୱଭାବେ ଯେପରି ଅଳଙ୍କାର ଭାରି ଅଙ୍ଗରେ ଅଛ ଘେନିଣ

ନାବରେ ବସିଲେ ବଢ଼ିଯିବ ଭଲେ ସ୍ତ୍ରୀ ହତ୍ୟା ହେବ ପୁଣ ଗୋ ।

ଯାଅ ଘରକୁ ଫେରି,

ମୁହିଁ କରି ନ ପାରିବି ପାରି ଗୋ ।୩୨ ।’’

 

ବହୁ ବିକଳ ହୋଇ ଗୋପୀମାନେ ଅନୁରୋଧ କରିବାରୁ ସେ କହିଲେ-

‘‘X            X            X

ଜଣେ ଜଣେ କରି କରିବି ମୁଁ ପାରି ନଦୀ ଅଛି ଯେ ବଢ଼ିଣ,

ବେଶୀ ହୋଇଲା ଭରା

ନ ରହିବ ମୋ’ ନାବ ଦଦରା ।୩୪।

 

ଘାଟ ପାଣି ଗଣ୍ଡା ଗଣି ଗଣ୍ଡା ଗଣ୍ଡା ଆଗ ଦିଅ ମୋତେ ଗୋଈ,

ଜଣେ ଜଣେ ହୋଇ ବୁଝାଇଣ ଦେଇ ନାବରେ ବସିବ ଯାଇ ଗୋ ।

ଘାଟ ନ ଦେଲେ ମୋର,

ନଦୀ ନ କରିବି ମୁହିଁ ପାର ଗୋ ।୩୫।’’

 

‘ଖଣ୍ଡିକିଆ ହରିବଂଶ’ରେ ଉଲ୍ଲେଖ ଅଛି-

 

ଲଡ଼ିଡ଼ି ଖଣ୍ଡିଏ ଘେନି ଦେବ ଦାମୋଦର,

ଯାଇଣ ପ୍ରବେଶ ହେଲେ କଦମ୍ୱ ମୂଳର ।

ଏମନ୍ତ ସମୟେ ଷୋଳ ସହସ୍ର ଯେ ବାଳୀ,

ମଥୁରା ହାଟକୁ ସର୍ବେ ଯାଉଛନ୍ତି ଚଳି ।

 

ଗୋପୀ-ମାନଙ୍କୁ ଦେଖି ଶ୍ରୀକୃଷ୍ଣ ବାଟ ଓଗାଳିଲେ ଏବଂ ଘାଟ ସଉଦା ନ ଦେଲେ ଘାଟପାରି ନ କରିବେ ବୋଲି କହିଲେ । ବୈଷ୍ଣବମାନେ ବାରଦିନର ମୃତକ୍ରିୟା ପ୍ରସଙ୍ଗରେ ଯେଉଁ ‘ଦଧିଗାନ’ ସଂକୀର୍ତ୍ତନ ଗାନ କରିଥାନ୍ତି ସେଥିରେ ମଧ୍ୟ ଏହି ପ୍ରସଙ୍ଗଟି ରହିଛି । ଏହା ଅକ୍ଷର କ୍ରମରେ ରଚିତ ହୋଇଥିବାର ଲକ୍ଷ୍ୟ କରାଯାଏ । ଏହି ପ୍ରସଙ୍ଗରେ ଏଥିରେ ଉଲ୍ଲେଖ ରହିଛି-

 

ଖ-‘‘ଖସିଲା ସୁବର୍ଣ୍ଣ ପ୍ରାୟେ ଦିଶଇ ବଦନ,

ଖରତର ହୋଇ ରାଧା କରନ୍ତି ଗମନ ।

ଖଣ୍ଡେ ଦୂର ଯାଇ ଗଲେ,

ଖଣ୍ଡେ ଦୂର ଯାଇ କୃଷ୍ଣ ବାଟରେ ଭେଟିଲେ ।୨।

 

ଗ–ଗଜ ଯେ ଗମନୀ ରାଧା ସୁବେଶ ଘେନିଣ,

ଘୋଳସ ପସରା ଦଧି ମସ୍ତକେ ଘେନିଣ ।

ଗମେ ମଥୁରାର ହାଟ,

ଗୋପୀନାଥ ମହାପ୍ରଭୁ ଓଗାଳିଲେ ବାଟ ।୩।

 

ଘ–ଘାଟ ମୁଣ୍ଡେ ଥାଇଣ ବୋଲନ୍ତି ନାରାୟଣ,

ଘେନିଛ ଅମୂଲ୍ୟ ନିଧି ବେଗେ ଦିଅ ଦାନ ।

ଘୋଳ ପସରାକୁ ମାନ,

ଘଞ୍ଚାଳ ନ କର ଗୋ ରାଧା ବେଗେ ଦିଅ ଦାନ ।୪।’’ (୪)

 

(୪)

ସଂଗ୍ରହସ୍ଥାନ-ପାଳିଆ/ବାଲେଶ୍ୱର (ପାଣ୍ଡୁଲିପି)

 

କିନ୍ତୁ ଅନ୍ୟତ୍ର ଏକ ଦଧିନାଟ ଦଳ ଏହି ଦଧିଗାନ ଚଉତିଶାରୀତିରେ ସାମାନ୍ୟ ଭିନ୍ନ ଭାବରେ ବୈଦ୍ୟନାଥଙ୍କ ଭଣିତାରେ ଉଲ୍ଲେଖ ଅଛି–

 

‘‘ଘାଟ ମୁଣ୍ଡେ ବଜ୍ରବାଳୀ ଭେଟି ଜନାର୍ଦ୍ଦନ,

ଘେରାଇ ଗୋପୀଙ୍କୁ ସେ ଯେ ମାଗିଲେ ଘାଟଦାନ ।

ଘୋଳ ଅମୂଲ୍ୟ ଦହି,

ଘାଟ ନ ଦେଲେ ମୁଁ କେବେ ଛାଡିବି ନାହିଁ ।’’ (୫)

 

(୫)

ସଂଗ୍ରହ ସ୍ଥାନ-ସୁଆଁ/ବାସୁଦେବପୁର/ବାଲେଶ୍ୱର

 

ମଥୁରାରୁ ଫେରିଲେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଘାଟ ସଉଦା ଦେବେ ବୋଲି କହିଲେ-

 

‘‘ତରାଇ ହେ ଶୁଣ ଆମ୍ଭର ବଚନ ନଦୀ ବଢ଼ିବା ନ ଜାଣି,

ଥିଲେ ଆମ୍ଭେ ଜାଣି ଧନ ଥାନ୍ତୁ ଆଣି କାହୁଁ ଆଗ ଦେବୁ ଗଣି ରେ ।

ହାଟ ଫେରି ଆସିଲେ,

ଧନମଣି ଦେବୁଁ ତୋତେ ଭଲେ ରେ । ୩୮।’’

 

ସର୍ବ ପ୍ରଥମରେ ଶ୍ରୀରାଧା ନାବରେ ବସିଲେ ନଦୀପାର ହେବା ପାଇଁ । ହଠାତ୍‌ ମଝି ନଈରେ ନାବ ଆଉ ଚଳିଲା ନାହିଁ । ଶ୍ରୀରାଧା ଭୟରେ ବିଚଳିତ ହୋଇ ପଡ଼ିଲେ ।

 

‘‘X      X      X      X

କ୍ରୋଧେ ବୋଲନ୍ତି ତରାଇ ଭାଇ ହେ ।୪୧।

ଅବଳା ଯେ ନାରୀ ମୋତେ ଆଣିକରି ହଟ ଯେ କରୁଛୁ ତୁହି,

ନଦୀରେ ଆପଣ ମଧ୍ୟରେ ନାବ ତ ଚଳଇ ନାହିଁ ରେ ।

ବୁଡ଼ିବ ତ ନିଶ୍ଚୟ,

କହ ଉଦ୍ଧାର ହେବା ଉପାୟ ରେ ।୪୨।’’

 

ଶ୍ରୀକୃଷ୍ଣ କହିଲେ- ଏହା ଧର୍ମ ନାବ । ପାପକାର୍ଯ୍ୟ କିଛି ତୁମେ କରିଛ । ତୁମ ଦେହରେ ଅଳଙ୍କାର ଥିବାରୁ ତାହା ଓଜନ ହୋଇଛି ଓ ସେଥିପାଇଁ ଡଙ୍ଗା ଅଚଳ ହୋଇ ପଡ଼ିଛି । ଗଙ୍ଗା ଦେବୀ ତୁମ ରୂପ ଦର୍ଶନ କରି ଲୋଭ କଲେଣି । ତେଣୁ ସେ ଅଳଙ୍କାର ସବୁକୁ ବାହାର କରି ଜଳରେ ପକାଇ ଦିଅ ।

 

‘‘X      X      X      X

ଧର୍ମ ନାବ ଏହି ନ ଚଳଇ ପାପେ ହୋଇଲା ଯେ ଭାରି ଗୋ,

ଅଙ୍ଗେ ତୋ’ ଅଳଙ୍କାର,

ଭାରି ହୋଇଣ ଅଛି ଆବର ଗୋ ।।୪୩।।

 

ଦେଖି ଗଙ୍ଗା ଦେବୀ ହୋଇଲେଣି ଲୋଭୀ ରୂପ ତୁମ୍ଭର ଦେଖିଣ

ଅଳଙ୍କାରମାନ କାଢ଼ିଣ ବହନ ଜଳେ ଫିଙ୍ଗି ଦିଅ ପୁଣ ଗୋ,

ଭାରା ଉଶ୍ୱାସ ହେବ,

ସୁଖେ ନଦୀ ପାର ହୋଇଯିବ ଗୋ ।୪୪।’’

 

ଶ୍ରୀରାଧା ଅଳଙ୍କାର ସବୁ ଦେହରୁ ବାହାର କରି ଶ୍ରୀକୃଷ୍ଣଙ୍କୁ ଦେଇ କହିଲେ-

 

‘‘X      X      X      X

ଏ ଅଳଙ୍କାର ନିଅ,

କିଛି ଦିନ ଖାଇ ସୁସ୍ଥ ହୁଅ ।୪୫।’’

 

ମାତ୍ର ଶ୍ରୀକୃଷ୍ଣ କହିଲେ–ମୁଁ ଧନଲୋଭୀ ନୁହେଁ । ତୁମର ପ୍ରୀତିକୁ ମୋର ଶ୍ରଦ୍ଧା ଅଛି । ତୁମେ ମୋତେ ତୁମର ଦେହ ଦାନ କର ।

 

‘‘X            X            X

ମୋଠାରେ ଶରଧା କଲ ଯେବେ ରାଧା ଧନେ ମୋର ଆଶ ନାହିଁ,

ପ୍ରୀତିକି ତୋହର ଶରଧା ମୋହର ଅଙ୍ଗଦାନ କର ତୁହି ଗୋ ।୫୮।’’

 

ସୁଆଁରୁ ମିଳିଥିବା ଚଉତିଶାରେ ମଧ୍ୟ ଏହିପରି ଗାନ ରହିଛି-

ନ-‘‘ନବୀନ ବରଜ ରାଧା ନୂଆ ନୂଆ ଭାବ

ନ ଦେଲେ ସୁରତି (ସ୍ୱରତି) ଦାନ ଏ ପଥେ ନ ଯିବ,

ନାଟ ନାଗର ମୁହିଁ,

ନଉଡ଼ି ମରାଇ ନାଶ କରି ଦେବି ମୁହିଁ ।’’

 

ରାଧାରାଣୀଙ୍କ ମସ୍ତକରେ ଯେପରି ବଜ୍ର ପଡ଼ିଲା । ସେ କ୍ରୋଧରେ କହି ଉଠିଲେ-‘‘ତୋର ଏଡ଼େ ସାହସ ? ହୀନକୁଳରେ ଜନ୍ମହେଇ ବଡ଼ ବଡ଼ କଥା କହୁଛୁ ? ମୋତେ ମଝିନଈରେ ଏକାକୀ ଦେଖି ହଇରାଣ କରୁଛୁ । ଧର୍ମ ଏ କଥା କେମିତି ସହୁଛି ? ତୋ ଛାତି ଫାଟିଯାଇ ପ୍ରାଣ ବାହାରି ଯାଉନାହିଁ କେମିତି ?’’

 

‘‘X      X      X      X

ଧର୍ମ ତୋତେ ସହିଲା,

ଛାତି ଫାଟି ତୋ ପ୍ରାଣ ନ ଗଲାରେ ।୫୦।’’

 

ଶ୍ରୀରାଧାଙ୍କ କ୍ରୋଧ ଦେଖି ଶ୍ରୀକୃଷ୍ଣ କହିଲେ–ତୁମ୍ଭର ପ୍ରୀତି ପାଇଁ ମୁଁ କପଟରେ ନାନା ରୂପ ତ ଧରୁଛି !

 

‘‘X      X      X      X

ତୁମ୍ଭ ପ୍ରୀତି ପାଇଁ କପଟରେ ମୁହିଁ ନାନା ରୂପ ଧରୁଥାଇଁ ।୫୨।’’

 

ରାଧାରାଣୀ କହିଲେ–ସେ ତ ମୋର ଭଣଜା, ତାକୁ ତ ମୁଁ ଜାଣେ । ମୁଁ ତାହାର ମାଇଁ । ଆଚ୍ଛା, ଯଦି ତୁମେ ନନ୍ଦର ପୁଅ,ତେବେ ତୁମ ସ୍ୱରୂପ ଦେଖାଅ ତ !

 

‘‘X      X      X      X

ଯେବେ ନନ୍ଦର ପୁଅ,

ମୋତେ ସ୍ୱରୂପ ଗୋଟି ଦେଖାଅ ହେ ।୫୬।’’

 

ଶ୍ରୀକୃଷ୍ଣ ତାଙ୍କର ‘ଚତୁର୍ଦ୍ଧା’ ମୂରତି ଦେଖାଇଲେ ଓ ଶ୍ରୀରାଧା ଏଥିରେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପୂର୍ବ ଆଚରଣ ପାଇଁ ତାଙ୍କଠାରୁ ସେ କ୍ଷମାଭିକ୍ଷା କଲେ । ପାଦତଳେ ଆଶ୍ରୟ ନେବାରୁ ଶ୍ରୀକୃଷ୍ଣ ତାଙ୍କୁ ଦୁଇ ହାତରେ ଉଠାଇ ନେଇ କୋଳରେ ବସାଇଲେ । ରାଧାଦେବୀ କହିଲେ, ନଦୀର ଦୁଇକୂଳରେ ଲୋକ ଅଛନ୍ତି । ତେଣୁ ଦେହ ଦାନ ଅବା କିପରି ସେ କରିବେ ?

 

‘‘ରାଧିକା ବୋଲନ୍ତି ଶୁଣ ଶିରୀପତି ବେନି କୂଳେ ଲୋକ ଛନ୍ତି

ନୟନେ ଦେଖିବେ ହଟା ଯେ କରିବେ ହୋଇବ ଯେ ଅପଖ୍ୟାତିରେ ।

ଆହେ ଜଗତ ନାଥ,

ତୁମ୍ଭେ ଜାଣ ସକଳ ବୃତ୍ତାନ୍ତ ହେ ।୬୨।’’

 

ତେଣୁ, ଶ୍ରୀକୃଷ୍ଣ ମାୟା କରି କୁହୁଡ଼ି ସୃଷ୍ଟି କଲେ । ନିକଟ ପଦାର୍ଥ ବି ଦିଶିଲା ନାହିଁ । ଫଳରେ ରାଧା ଓ ଶ୍ରୀକୃଷ୍ଣଙ୍କର ସଂଯୋଗ ହେଲା ।

 

‘‘ମାୟା ଆରମ୍ଭିଲେ ମାୟାରେ ଯେ କଲେ କୁହୁଡ଼ି ମାଡ଼ି ଆସିଲା,

ପାଶେ ଥିଲେ ଜନ ନ ଦିଶେ ବଦନ ସବୁ ଅଦୃଶ୍ୟ ହୋଇଗଲା ଯେ ।

ରାଧା ଦେଖି ଆନନ୍ଦ,

ମୁଖ ବିକାଶେ ପୂର୍ଣ୍ଣମୀଚାନ୍ଦ ଯେ ।୬୩।’’

 

କଳରେ ନାବ ଲାଗିଲା । ଗୋପୀମାନଙ୍କୁ ଶ୍ରୀକୃଷ୍ଣ କହିଲେ–ଦୁଧ, ଦହି, ଛେନା, ଲବଣୀ ଆଦି ଆଖିବୁଜି ନଦୀଗର୍ଭକୁ କ୍ଷେପଣ କଲେ ଏବଂ ମୁଁ ମନ୍ତ୍ର ଉଚ୍ଚାରଣ କଲେ ନଦୀବଢ଼ି ଛାଡ଼ିଯିବ । ସମସ୍ତେ ତାହା କରିବାରୁ ନଦୀ ଶୁଷ୍କ ହୋଇଗଲା । ଏହା ଦେଖି ସବୁ ଗୋପୀ ଆନନ୍ଦ ମନରେ ନଦୀ ପାରି ହୋଇ ମଥୁରା ହାଟକୁ ଗଲେ ଓ ଦୁଧ, ଦହି ବିକ୍ରି କଲାପରେ ଘରକୁ ଫେରିଲେ । ଅଧିକ ସମୟ ଥିଲେ ରାଧା ଓ ଶ୍ରୀକୃଷ୍ଣଙ୍କର ଚଢ଼ା-ଉତ୍ତରା (ପ୍ରଶ୍ନୋତ୍ତର) ଛଳରେ ଗୀତମାନ ବୋଲା ଯାଇଥାଏ । ଏଥିରେ ବଂଶୀର ଜନ୍ମ, ବଂଶୀର ପବ, ସିନ୍ଦୂରର ସୃଷ୍ଟି, କଳା, ମାଠିଆ ଓ ମୟୂର ଚନ୍ଦ୍ରିକାର ସୃଷ୍ଟି ପ୍ରସଙ୍ଗ ଆଦି ସମ୍ପର୍କରେ ଚଢ଼ା-ଉତ୍ତରା ଛଳରେ ବୋଲାଯାଏ ।

 

ଚରିତ୍ର :

ସ୍ଥୂଳତଃ, ଏହି ଦଧିନାଟରେ ଆଠ/ନଅଜଣ ଅଭିନେତା ଆବଶ୍ୟକ ହୋଇଥାନ୍ତି । ଅତି ବେଶିରେ ତେର/ଚଉଦଜଣ ଅଭିନେତା ଅଭିନୟ କରିଥାନ୍ତି । ଶ୍ରୀକୃଷ୍ଣ, ରାଧା, ଲଳିତା, ବିଶାଖା, ଇନ୍ଦୁଲେଖା, ଚିତ୍ରଲେଖା, ସୁବଳ, ସୁଦାମ, ମଧୁମଙ୍ଗଳ, ନନ୍ଦରାଜା ପ୍ରଭୃତି ଚରିତ୍ର କେତୋଟି ଏଥିରେ ସ୍ଥାନ ପାଇଥାନ୍ତି ।

 

ଲଳିତା, ବିଶାଖା, ଇନ୍ଦୁଲେଖା, ଚିତ୍ରଲେଖା ପ୍ରଭୃତି କେତୋଟି ଚରିତ୍ର ଦୂତୀ ବା ଦୂତିକା ଚଉଦ/ପନ୍ଦର ବର୍ଷର ପୁରୁଷପିଲା କେତେଜଣ ଏହି ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ।

 

ମଧୁମଙ୍ଗଳ, ସୁବଳ ଓ ସୁଦାମ ଚରିତ୍ର ତିନିଟି ମଧ୍ୟରେ ହାସ୍ୟରସର ପରିବେଷଣ ହୋଇଥାଏ । ପୁଣି ଶ୍ରୀକୃଷ୍ଣ ବୃଦ୍ଧ ବେଶରେ ‘ଦୁଃଖା’ ଭୂମିକାରେ ଯେପରି ଅଭିନୟ କରିଛନ୍ତି, ତାହା ମଧ୍ୟ ଦର୍ଶକ ମୁହଁରେ ହସ ଫୁଟାଇବା ପାଇଁ ବହୁ ପରିମାଣରେ ଦାୟୀ । ରାଧା ଓ ତାଙ୍କ ସଖୀମାନଙ୍କ ରୂପଲାବଣ୍ୟରେ ମୁଗ୍‌ଧ ହୋଇ ଯେଉଁ ରସିକତା ପ୍ରକାଶ କରିଥାନ୍ତି, ତାହା ହାସ୍ୟରସ ସୃଷ୍ଟି ସଙ୍ଗେ ସଙ୍ଗେ ଶୃଙ୍ଗାରରସ ମଧ୍ୟ ସୃଷ୍ଟି କରିଥାଏ ।

 

ସମୟ ସମୟରେ କେବଳ ଶ୍ରୀରାଧା ଓ ଶ୍ରୀକୃଷ୍ଣ ବେଶଭୂଷା ଧାରଣ କରିଥାନ୍ତି ଓ ବାକି ଅନ୍ୟ ସଖା ଓ ଗୋପୀମାନଙ୍କ ଗୀତସବୁ ମୁଖ୍ୟବାଦକ ମହାଶୟ ବୋଲି ଥାଆନ୍ତି । ପୁଣି ବେଳେ ବେଳେ ରାଧା କେବଳ ରାଧା ବେଶ ଧାରଣ କରିଥାନ୍ତି ଓ ବାକି ସମସ୍ତ ଚରିତ୍ରର ଅଭିନୟ କରିଥାନ୍ତି । କେତେକ ସ୍ଥାନରେ ଦୁଃଖା (ଶ୍ରୀକୃଷ୍ଣ)ର ବନ୍ଧୁ ଭାବରେ ‘ପଦିଆ’ ଚରିତ୍ରଟି ମଧ୍ୟ ଲୋକ-ନାଟ୍ୟକାର ରୂପ ଦେଇଥାନ୍ତି । ଏହି ଚରିତ୍ରଟି ହାସ୍ୟରସ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ । ସେ ଯେଉଁ ଗୀତ ବୋଲେ ସେଥିରେ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଶବ୍ଦର ମଧ୍ୟ ପ୍ରୟୋଗ କରାଯାଇ ଥିବାର ଦେଖାଯାଏ । କେତୋଟି ପଦ-

 

‘‘ଜମିବାଡ଼ି ଭାଙ୍ଗାଇ ଯଦି ଗୋ ମିଲାଏ ରାଧିକା

ତୁମାର ହେନ୍ ରସ୍‌ବତୀ ଗୋ ଆମି ପାଦକୁ ଥାଏ ।

ଆମାର ହେନ୍‌ ରସବତୀରେ ପାଇବାର ଚାନ୍‌ସ,

ଗଲାତେ କଲ୍‌ସିଁ ବାଁଧିଆଁ ସାଗରେ ସୁମାନ ।

କଲ୍‌ସା କିନିତେ ରାଧେ ଗୋ କୁଥାଏ ପାଦ କଉଡ଼ି,

ତୁମାର ଗଲାହାର ଦିଅ ଥୁପା ବନ୍ଧା ଦୌଡ଼ି ।

ତୁମାର ଏହି ଉଚ୍ଚକୁଚ କଲସା କରିବ,

ଗଲାତେ ବାଁଧିଆ ଆମି ସାଗରେ ସୁମାନ-’’(୬)

 

(୬)

ସଂଗ୍ରହ-ବଚ୍ଛଦା/ବାଲେଶ୍ୱର

 

ମୁଖ୍ୟ ଗାୟକର ଭୂମିକା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ସମୟ ସମୟରେ ଶ୍ରୀକୃଷ୍ଣ କଥା ଦୁଃଖ ବା କୌଣସି ସଖାର ଅନୁପସ୍ଥିତିରେ ସେ ନିଜେ ଅଭିନୟ କରନ୍ତି । ବିଶେଷତଃ ମୃଦଙ୍ଗ ବାଦକ (ବାହାଣ) ଏହି ଭୂମିକାଟି ଗ୍ରହଣ କରୁଥିବାର ଲକ୍ଷ୍ୟ କରାଯାଏ । ଏକ ସମୟରେ ମୃଦଙ୍ଗ ବାଦନ କରିଥାନ୍ତି, ପ୍ରତ୍ୟେକ ଚରିତ୍ରର ଗୀତ ଶେଷରେ ପାଳି ଧରିଥାନ୍ତି ଏବଂ କୌଣସି ଚରିତ୍ରର ଅନୁପସ୍ଥିତିରେ ମଧ୍ୟ ସେ ସଂଳାପ କହି ଗୀତ ମଧ୍ୟ ବୋଲିଥାନ୍ତି । ଏଣୁ ଏହି ଚରିତ୍ରଟିର ଅବଦାନ ସବୁଠାରୁ ଅଧିକ କଷ୍ଟସାପେକ୍ଷ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ । ଏହା Stock Charactor ରୂପେ କାର୍ଯ୍ୟ କରିଥାଏ । ଚରିତ୍ରଗୁଡ଼ିକ ଦର୍ଶକମାନଙ୍କ ମଧ୍ୟରେ ମିଶିକରି ରହିଥାନ୍ତି । ଯେତେବେଳେ ସମୟ ପଡ଼େ ସେତେବେଳେ ସେମାନେ ଅଭିନୟ କରିଥାନ୍ତି । ଏହା ଦର୍ଶକ ଓ ଅଭିନେତା ତାଙ୍କର ଏହି ସମନ୍ୱୟକରଣ ଲୋକନାଟ୍ୟର ଏକ ବିଶେଷ ଲକ୍ଷଣ (୭)

 

(୭)

ଲୋକଧର୍ମୀ ପ୍ରଦର୍ଶନକାରୀ କଲାଏଁ-ଡକ୍ଟର ଦେବୀଲାଲ ସମର-ଭାରତୀୟ ଲୋକ-କଲା-ମଣ୍ଡଲ-ଉଦୟପୁର-୧୯୬୮-ପୃ: ୨୦୭

 

ସଂଳାପ :

ଏହାର ସଂଳାପ ଦୁଇଟି ରୂପରେ ଏହି ନାଟରେ ସ୍ଥାନ ପାଇଛି । ଗୋଟିଏ ଗଦ୍ୟ ଓ ଅନ୍ୟଟି ପଦ୍ୟ ବା ସଙ୍ଗୀତ । ସମୟ ସମୟରେ ଗଦ୍ୟ ସଂଳାପ ପରେ ପୁଣି ତାହାକୁ ସଙ୍ଗୀତ ଆକାରରେ ବୋଲାଯାଏ, ନତୁବା ପ୍ରଥମେ ସଙ୍ଗୀତ ଆକାରରେ ଗାନ ପରେ ଏହାକୁ ଗଦ୍ୟରେ କୁହାଯାଇଥାଏ । ଏଥିରେ ମୁଖ୍ୟତଃ କୀର୍ତ୍ତନ ସ୍ୱରର ପ୍ରାବଲ୍ୟ ପରିଲକ୍ଷିତ ହୁଏ । ପୁନଶ୍ଚ, ଗୌଡ଼ୀୟ ବୈଷ୍ଣବୀୟ କୀର୍ତ୍ତନର ସ୍ୱର ବହୁଳାଂଶରେ ଅନୁଭୁତ ହୁଏ । ସୁଆଙ୍ଗର ରଚନା ଶୈଳୀ ଓ ଛନ୍ଦ ମଧ୍ୟ ଏଥିରେ ଲକ୍ଷ୍ୟ କରାଯାଏ । ପଦିଆର କେତୋଟି ପଦ ଶ୍ରବଣ କଲେ ଏହା ସୁସ୍ପଷ୍ଟ ହୋଇଯିବ ।

 

‘‘କିଏ ଡାକିଦେଲା ମୋତେ ପଦିଆ ବୋଲି,

ଦାଣ୍ଡପିଣ୍ଡାରେ ମୁହଁ ଶୋଇଣ ଥିଲି ।

ଆଇ ସେଲ୍‌ ନଟ୍‌ ଗୋ କ୍ୟା କରେଗା ହାମ୍‌ କୋ,

ଆଇ ଦୁକାନାସା ନାୟଁ, ଡକାମାଡ଼ି ଦିଲ୍ଲପା ନୟାଁ

ଆମି ଯାବନାଇଁ ଆଜି ଜମୁନା ବାଲି ।

କିଏ ଡାକ ଦେଲା ମତେ ପଦିଆ ବଲି ।’’ (୮)

 

ଏହିପରି ଗୀତରଚନା ସୁଆଙ୍ଗର ଦୂଆରି, ଚଢ଼େଇଆ–ଚଢ଼େଇଆଣୀ ନାଟର ଚୌକିଦାର ମୁହଁରେ ମଧ୍ୟ ସ୍ଥାନ ପାଇଥାଏ । ମୋଗଲ ତାମସାରେ ମଧ୍ୟ ଏହିପରି ରଚନା ରୀତିର ପ୍ରୟୋଗ ପରିଲକ୍ଷିତ ହୁଏ । ମୋଗଲ ତାମସାର ଗୋଟିଏ ପଦ ପଢ଼ନ୍ତୁ-

 

ଚଟନି ଓ୍ୱାଲା–

 

‘‘ମୁଝେ କାହେ ବଲାଓ୍ୱେ ନକିବ୍‌ଜୀ,

ମେରେ ଜରୁ ମୁଜ୍‌ପର ଘୋସା ହୋଁଗାଜୀ ।।

ଜରୁକାଗୋଦିମେ ଶୁଆଥା ଚଇନ୍‌ ସେଁ

ଉଠ୍‌ କର୍‌କେ ଛପି କର୍‌କେ ଆୟାଜୀ ।।’’ (୯)

 

କେବଳ ସେତିକି ନୁହେଁ, ଶ୍ରୀରାଧା ଓ ଲଳିତା, ଇନ୍ଦୁରେଖା ଆଦି ଗୋପୀମାନେ ଯେତେବେଳେ ଦଧି ପସରା ନେଇ ମଥୁରା ହାଟକୁ ଗୀତ ଗାଇ ଗାଇ ଚାଲିଛନ୍ତି–ଏହାର ଗୋଟିଏ ପଦ ପୂର୍ବରୁ ଉଦ୍ଧାର କରାଯାଇଛି । ଏହି ଧରଣର ଗୀତ ମଧ୍ୟ ମୋଗଲ ତାମସାରେ ପରିଦୃଷ୍ଟ ହୁଏ । ଯେତେବେଳେ ଦୁଇଜଣ ଗଉଡ଼ୁଣୀ ଦହି ଓ ଦୁଧ ପସରା ମୁଣ୍ଡରେ ଧରି ପ୍ରବେଶ କରିଛନ୍ତି, ସେତେବେଳେ ସେମାନେ ବୋଲିଛନ୍ତି-

 

‘‘ଦହି ମୋର କେ ନେବ ଆସ,

କେ ନେବ ଆସ ଗୋ-କେ ନେବ ଆସ ।

ବଡ଼ ମଧୁର ସୁବାସ

ନବାତ ପଣାରୁ ଅଧିକ

ମିଠାଇ ପେଡ଼ା ସନ୍ଦେଶ ।

ଦହି ମୋର କେ ନେବ ଆସ ।’’ (୧୦)

 

(୮)

ସଂଗ୍ରହସ୍ଥାନ-ବଚ୍ଛଦା/ବାଲେଶ୍ୱର

(୯)

ମୋଗଲତାମସା-ସଂକଳନ- ଡକ୍ଟର କୃଷ୍ଣଚରଣ ବେହେରା-୧୯୬୭- ପୃ: ୩୧

(୧୦)

ମୋଗଲ ତାମସା-ପୃ: ୩୮

 

ଏହି ଦଧିନାଟ ଲୋକ-ନାଟ୍ୟ ଯାହାକି ଓଡ଼ିଶାର ପରମ୍ପରା ଓ କର୍ମକାଣ୍ଡ ମଧ୍ୟରେ ପ୍ରଚଳିତ ଥିଲା, ସେଥିରେ ଏପରି ଗୀତ ଖୁବ୍‌ ପ୍ରସିଦ୍ଧଲାଭ କରିଥିବାରୁ, ବୋଧହୁଏ ଏହିପରି କେତୋଟି ଅଂଶକୁ ନିଜ ରଚନା ମଧ୍ୟ ମୋଗଲ ତାମସାର କବି ବଂଶୀବଲ୍ଲଭ ଗୋସ୍ୱାମୀ ଗ୍ରହଣ କରିଛନ୍ତି ।

 

ସଂଳାପରେ କେବଳ ଓଡ଼ିଆ ନୁହେଁ, ବଙ୍ଗଳା, ହିନ୍ଦୀ ଏବଂ ଇଂରାଜୀ ଭାଷାର ଶବ୍ଦ ମଧ୍ୟ କେତୋଟି ସ୍ଥାନ ପାଇଛି । ମାତ୍ର ଏହାସବୁ ଲଘୁଚରିତ୍ର (ଦୁଃଖା ଓ ପଦିଆ) ମୁହଁରେ ଲଘୁ ପରିବେଶ ମଧ୍ୟରେ ପ୍ରଦାନ କରାଯାଇଛି ।

 

ଚଉତିଶା ରୀତିରେ ଅକ୍ଷରକ୍ରମରେ ‘ଦଧିଗାନ୍’ ବା ‘ଦଧିପଦ’ ରଚିତ ହୋଇଥିବାର କଥା ପୂର୍ବରୁ ଚର୍ଚ୍ଚା କରାଯାଇଛି । ଏହା ‘କ’ ଅକ୍ଷରରୁ ଆରମ୍ଭ ହୋଇ ‘ଠ’ ଅକ୍ଷର ପର୍ଯ୍ୟନ୍ତ ରଚିତ ।

 

ରଚୟିତା :

‘ଦଧିନାଟ’ରେ ଯେଉଁ ଗୀତମାନ ବୋଲାଯାଇଥାଏ, ତାହାର ରଚୟିତା ବୈଦ୍ୟନାଥ ବୋଲି ଦୁଇଟି ସ୍ଥାନ ସୁଆଁ ଓ ବଚ୍ଛଦା (ବାସୁଦେବପୁର/ବାଲେଶ୍ୱର)ରୁ ମିଳିଥିବା ପାଣ୍ଡୁଲିପିରୁ ଜଣାଯାଏ । ଏଥିରେ ଭଣିତା ଅଛି-

 

‘‘ଠେକିଲେ ଶାରଙ୍ଗପାଣି ଠିକ୍‌ ପଣକରି,

ଠିକ୍‌ ଲୋକଙ୍କର ଧନ ପ୍ରଭୁ ନେଲେ ହରି ।

ଠିକେ ରାଇ ମୋହିଲେ, ଠିକେ ଦ୍ୱିଜ,

ବୈଦ୍ୟନାଥ ପ୍ରଭୃ ମୋହିଲେ ।’’ (୧୧)

 

(୧୧)

ସୁଆଁ

 

ମାତ୍ର ଘାଟସଧା ପୁସ୍ତକ ଯେଉଁ ଲୋକକବି ରଚନା କରିଛନ୍ତି ସେ ହେଲେ ଲକ୍ଷ୍ମୀନାରାୟଣ-। ୧୯୨୨ ମସିହାରେ ପ୍ରକାଶିତ ଏହି ‘ଶ୍ରୀକୃଷ୍ଣ ଘାଟସଧା’ ଶୀର୍ଷକ ପୁସ୍ତକ (ଶ୍ରୀକୃଷ୍ଣଙ୍କ ଘାଟ ବୋଲି ଓ ଘାଟସଧା)ର ଶେଷପଦରେ ଲିଖିତ ଅଛି-

 

‘‘ରାଧାକୃଷ୍ଣ ପଦଭାବି ହୃଦମଧ୍ୟେ ଲକ୍ଷ୍ମୀନାରାୟଣ,

କର ହେ କାରଣ ମାଗୁଛି ଶରଣ ଜନ୍ମଗଲା ଅକାରଣ ହେ ।

ବାରେ କର କାରଣ,

ପଦ୍ମାପାଦରେ ରଖ ଶରଣ ।’’

 

ଏହି ଗୀତକୁ ଏବେ ଗୀତିନାଟ୍ୟ ଶୈଳୀରେ ପୁରପଲ୍ଲୀର ବହୁ କବି ରଚନା କରୁଛନ୍ତି । ବିଶିଷ୍ଟ ଯାତ୍ରା ନାଟ୍ୟକାର ସ୍ୱର୍ଗତ କୃଷ୍ଣପ୍ରସାଦ ବେହେରାଙ୍କ ରଚିତ ପାଣ୍ଡୁଲିପି ଦୁଇଟି ସ୍ଥାନ (ବଚ୍ଛଦା ଓ ସୁଆଁ)ରୁ ମିଳିଛି । ଏହା ବ୍ୟତୀତ ପୁରପଲ୍ଲୀର ବହୁ ପାଲା ଗାୟକ ବା ପାଲାରଚୟିତା ମଧ୍ୟ ଏହାକୁ ଆଧୁନିକ ଶୈଳୀରେ ଲେଖିବାକୁ ଆରମ୍ଭ କରି ଦେଲେଣି ।

 

ଏଥିରେ ମୁଖ୍ୟତଃ ମୃଦଙ୍ଗ, କଂସାଳ ଓ ଗିନି ବ୍ୟବହାର କରାଯାଏ । ଏଥିରେ ସଂକୀର୍ତ୍ତନ ସ୍ୱରର ବହୁ ଗୀତ ପ୍ରଚଳିତ ହେତୁ ସଂକୀର୍ତ୍ତନର ସମସ୍ତ ବାଦ୍ୟଯନ୍ତ୍ର ଏଥିରେ ବ୍ୟବହୃତ ହୁଏ । ଏହାର ରଙ୍ଗମଞ୍ଚ ଘର ସମ୍ମୁଖସ୍ଥ ଦାଣ୍ଡ ବା ଗୋହିରୀ । ଏହା ଦିନ କିମ୍ବା ରାତ୍ରିରେ ମଧ୍ୟ ଅଭିନୀତ ହୁଏ । ସାଧାରଣତଃ ସଂଧ୍ୟା ସମୟରେ ଏହା ଅଭିନୀତ ହେଲେ ଅଧିକ ଉପଭୋଗ୍ୟ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କର ମୃତାହ କାର୍ଯ୍ୟ ହେଉଥିବ, ତାଙ୍କର ଦାଣ୍ଡଘର ବା ବାହାର ଘରଟି ବେଶବିନ୍ୟାସ ଗୃହ ବା ସାଜଘର ଭାବରେ କାର୍ଯ୍ୟ କରେ । ଅଭିନେତାମାନେ ରୂପର ବିଭିନ୍ନ ରୂପା ଅଳଙ୍କାର, (ଯଥା–ବାଙ୍କିଆ, ବଟଫଳ, ବଳା, ଚନ୍ଦ୍ରାହର, ହାର ଇତ୍ୟାଦି) କାନଫୁଲ, ନୁଥ ଓ ହାର ଆଦି ନିକେଲର ଅତି ଶସ୍ତା ଧରଣର ଅଳଙ୍କାର ସେମାନେ ସଂଗ୍ରହ କରିଥାନ୍ତି । ଏପରିକି ଶାଢ଼ୀ, ବ୍ଳାଉସ, ଧୋତି ଆଦି ମଧ୍ୟ ସେହିମାନଙ୍କ ଘରୁ ସଂଗ୍ରହ କରାଯାଇଥାଏ ।

 

କେତେକ ସ୍ଥାନରେ ଏହା ଏକ ସ୍ୱତନ୍ତ୍ର ନାଟ୍ୟାନୁଷ୍ଠାନ ଭାବରେ ପ୍ରତିଷ୍ଠିତ ହୋଇଗଲାଣି । ଅର୍ଥାତ୍‌ ଦଶାହକ୍ରିୟା ବା ଅଷ୍ଟ ପ୍ରହରୀ ଆଦି ନ ହେଲେ ମଧ୍ୟ ବର୍ଷର ଅନ୍ୟ ସମୟରେ ନାଟକପରି ଅଭିନୀତ ହେଉଛି । ଅତଏବ, ଏହା କେବଳ କୁଳଗତ କର୍ମକାଣ୍ଡ ମଧ୍ୟରେ ଆବଦ୍ଧ ହୋଇ ନାହିଁ । ଏହା ଏକ ସ୍ୱତନ୍ତ୍ର ନାଟ୍ୟାନୁଷ୍ଠାନରେ ପରିଣତ ହୋଇଗଲାଣି । ଶ୍ରୀକୃଷ୍ଣଙ୍କ ଜନ୍ମତିଥିରେ ଅଭିନୟ କରୁଛନ୍ତି । ପୁଣି ଦେଖାଯାଉଛି ଯେ ଯେଉଁସବୁ ଗାଁରେ ଦଧିନାଟ ଦଳ ଅଛି, ସେଠାରେ ବା ତା’ର ଆଖପାଖରେ ଅପେରା ପାର୍ଟି ବା ଚଢ଼େଇଆ ନାଟଦଳମାନେ ମୁଣ୍ଡଟେକି ଉଠିଛନ୍ତି । ଏହା ପଛଆଡ଼େ ଏହି କୌଳିକନାଟ ଦଧିନାଟର ପ୍ରଚ୍ଛନ୍ନ ପ୍ରଭାବ ଯେ ରହିଛି, ଏହା ନିଶ୍ଚିତ । କେବଳ ସେତିକି ନୁହେଁ, ଏହି ଦଧିନାଟ ଦଳର ଅଭିନେତାମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଥାନ୍ତେ ।

 

ଲୋକନାଟ୍ୟ ‘ଲୀଳା’ ଏକ କୌଳିକ ପ୍ରଥାର ରୂପ ନେଇ ଏହି ‘ଦଧିକାଟ’ ଯେପରି ପ୍ରକାଶ ପାଇଛି-‘ଲୀଳା’ ପ୍ରସଙ୍ଗରେ ଓଡ଼ିଶାର ପୁରପଲ୍ଲୀର ଏହି କୌଳିକ ଲୋକ-ନାଟ୍ୟର ବିଶଦଭାବରେ ଆଲୋଚନା ଆବଶ୍ୟକ । କାରଣ, ‘ଲୋକସଂସ୍କୃତି’ (Folk Culture) ଅଧ୍ୟୟନ ଯେପରି ଭାବରେ ଆରମ୍ଭ ହେଲାଣି ଏବଂ ତହିଁରେ ପୁଣି ‘ଜାତୀୟ-ସାହିତ୍ୟ’ (National Literature)ର ସମୀକ୍ଷା ପାଇଁ ଏହିସବୁ ଲୋକ-ନାଟ୍ୟର ଅବଦାନକୁ ସ୍ୱୀକାର କରାଗଲାଣି, ଏଥିପାଇଁ ଏହିପରି ଅନାଲୋଚିତ ଲୋକ-ନାଟ୍ୟକୁ ଦୃଷ୍ଟି ଅନ୍ତରାଳରୁ ଆଣି ସମୀକ୍ଷା କରି ଦୃଷ୍ଟି ଆକର୍ଷଣ କରିବା ପ୍ରତ୍ୟେକ ସଂସ୍କୃତି-ସଚେତନ ବ୍ୟକ୍ତିଙ୍କର ଏକ ମୁଖ୍ୟ କର୍ତ୍ତବ୍ୟ ।

 

***

 

ଓଡ଼ିଶାର କୁରୁମାଳୀ ଭାଷାର ସୂଚନା

ଯୋଗେନ୍ଦ୍ରନାଥ ଦାସ

 

ଓଡ଼ିଶାର ଉପଭାଷାଗୁଡିକ ମଧ୍ୟରୁ କୁରୁମାଳୀ ଉପଭାଷା ଅନ୍ୟତମ । ଏହି ଉପଭାଷା ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର କୁର୍ମୀ, କମାର ସଂପ୍ରଦାୟର ଅଧିବାସୀଗଣ ବ୍ୟବହାର କରିବାର ଦେଖାଯାଉଛି ।

 

ଓଡ଼ିଶା ଭାଷାବିତ ଡକ୍ଟର ବଂଶୀଧର ମହାନ୍ତିଙ୍କ ରଚିତ ‘‘ଓଡ଼ିଶା ଭାଷା ତତ୍ତ୍ୱର ଭୂମିକା’’ ପୁସ୍ତକର ଓଡିଆ ଭାଷାର ଉପଭାଷା ଓ ତାହାର ଆଞ୍ଚଳିକ ପ୍ରଭେଦ ପ୍ରସଙ୍ଗ କ୍ରମରେ ଗ୍ରୟାରସନ୍‌ଙ୍କର ଓଡିଆ ଭାଷାର ବିଭିନ୍ନ ଆଞ୍ଚଳିକ ବିଭାଗରେ ନିମ୍ନୋକ୍ତ ଭାବରେ ଉଲ୍ଲେଖ ଅଛି ।

 

୧) କୁରୁମାଳୀ ଉପଭାଷା–ମୟୂରଭଞ୍ଜ ଓ କେନ୍ଦୁଝରର କୁରୁମିଜାତି ଏକ ପ୍ରକାର ଭାଷା କୁହନ୍ତି, ଯାହାର ନାମ ହେଉଛି ‘‘କୁରୁମାଳୀ’’ । ଗ୍ରୟାରସନ୍‌ କହନ୍ତି ଯେ, ୪୦,୦୦୦ ଭଳି କୁରୁମି ଲୋକ ଓଡ଼ିଶାରେ ବସବାସ କରୁଥିଲେ ହେଁ ସେମାନେ ଏକ ପ୍ରକାର ପଶ୍ଚିମବଙ୍ଗଳା ପ୍ରଭାବ ଭାଷା କହିଥାନ୍ତି । ତାକୁ ଏକ ପ୍ରକାର Eastern Magahi ବା ପୂର୍ବ ମାଗହୀ ଭାଷା ବୋଲି କୁହାଯାଇ ପାରେ; କାରଣ ସେହି ଭାଷାରେ ବଙ୍ଗଳା ଅପେକ୍ଷା ଓଡ଼ିଆ ପ୍ରଭାବ ଅଧିକ, ଯେପରି ଥିଲେ ବଦଳରେ ସେମାନେ ‘ହେଲେକ’ କହନ୍ତି ଓ ତାହାର ମାଗଧି ରୂପ ହେଉଛି - haldik ଇତ୍ୟାଦି ।

 

ଉଦାହରଣ–Eastern Magahi dialect (Kurumali Sub dialect)

ସଓ୍ୟାଲ–କରୁଡ଼ିଆ ପ୍ରଗନା ପଣ୍ଡୁପାଳ ଗାଁଓ୍ୱେକ୍‌ ଯେନାସିଂହ ଏଖନ କାହାଁ ଆହେ ।

 

ଜବାବ–କରୁଡ଼ିଆ ପ୍ରଗନା ଆସକନ୍ଦ ଗାଁଓ୍ୱେକ୍‌ ବୁଧୁରାମ ସିଂହ ଯେନାସିଂହ କେ ମରାଓ୍ୱାଲାହାତ୍‌, ଆହୈକ ଅକର ଠେଂଗାୟ କରକେ ଇତ୍ୟାଦି ।

 

ଏହି ଦ୍ରଷ୍ଟବ୍ୟକୁ ଆଲେଖ୍ୟ କରି ଏହି ପ୍ରସଙ୍ଗ ସୃଷ୍ଟି କରି ଏହି ଭାଷା ସମ୍ପର୍କରେ ଆଲୋଚନା କରାଯାଉଛି । ସାମ୍ପ୍ରତିକ କୁରୁମାଳୀ ଭାଷାକୁ ପର୍ଯ୍ୟାଲୋଚନ କଲେ ସେଥିରୁ ଜଣାପଡ଼େ ଯେ ଏହି ଭାଷାରେ ସାହିତ୍ୟ ଓ କିମ୍ବଦନ୍ତୀମୂଳକ ଗଳ୍ପ ବିଭିନ୍ନ ପ୍ରକାରରେ ପ୍ରଚଳିତ । ଏହି ଭାଷାର ସାହିତ୍ୟ କ୍ୱିଚିତ୍‌ ଭାବରେ ଲିପିବଦ୍ଧ ହୋଇପାରିଛି; କିନ୍ତୁ ଏହାର କାବ୍ୟ, କବିତା, ଗଳ୍ପ ଇତ୍ୟାଦି ଏକତ୍ରିତ ସଂକଳନ କରି ପ୍ରକାଶ କରିପାରିଲେ ଏହା ଯେ ଏକ ସ୍ୱତନ୍ତ୍ର ଭାଷା ସୁସ୍ପଷ୍ଟ ପ୍ରମାଣିତ ହୋଇପାରନ୍ତା-ଏଥିରେ ସନ୍ଦେହ ନାହିଁ ।

 

ଭାଷା ଦୃଷ୍ଟିକୋଣରୁ ଏହା ସମ୍ମାନାର୍ହ । କାରଣ ଏହି ଭାଷାର ସାହିତ୍ୟର ମୁଖ୍ୟଅଂଶ ବ୍ୟାକରଣ ମଧ୍ୟ ଏଥିରେ ଲୁକ୍‌କାୟିତ ଭାବରେ ରହିଛି; ତାହା ବିଭିନ୍ନ ପର୍ଯ୍ୟାୟରେ ଆଲୋକିତ ହେବ ।

 

ଭାଷା ପରିବର୍ତ୍ତନଶୀଳ । ପୁନଶ୍ଚ ପରିବେଷ୍ଟନୀ ଭାଷାର ପ୍ରଭାବରେ ପ୍ରଭାବିତ । ଯେଉଁ ଭାଷାଗୁଡ଼ିକ ବର୍ତ୍ତମାନ ସମଗ୍ର ପୃଥିବୀରେ ଦେଖାଯାଉଅଛି ତାହା ଏକ ହୋଇ ସୃଷ୍ଟି ହୋଇଥିଲେ ହେଁ ତାହା ବିଭିନ୍ନ ପରିସ୍ଥିତି, ବିଭିନ୍ନ ଭୌଗୋଳିକ କାରଣ ନେଇ ବିଭିନ୍ନ ଭାଷାର ସୃଷ୍ଟି ହୋଇ ଚାଲିଛି । ସେହିପରି ଭାବରେ ୧୫ଟି ସାମ୍ବିଧାନିକ ସ୍ୱୀକୃତି ଭାଷା ଓ ଅନ୍ୟାନ୍ୟ ବହୁ ଉପଭାଷା ଭାରତରେ ରହିଛି ।

 

ଆଲୋଚ୍ୟ କୁରୁମାଳୀ ଭାଷାର ବ୍ୟାକରଣଗତ ଦିଗ କିପରି ରହିଛି ତାହା ପ୍ରଥମରେ ଆଲୋଚନା କରାଯାଉ ।

 

ବ୍ୟାକର ଭାଗବତ ପ୍ରଭାବ-

ଏକଟା ଗାଓେଁ ରାମବାବୁ ନାମେକ୍‌ ଏକଟା ସୌଦାଗର ରହଲାକ । ଅଖର ଘାରେ ମୂଷାଏଁ ଉତ୍ପାତ କର୍‌ଲା । ଅଇଁ ମୁଷାକେ ମାରେକ୍‌ ହଁତିନ୍‌ ଏକଟି ବିଲାଇ ଆନିକରି ପଷ୍‌ଲେକ । ବିଲାଇକେ ଦେଖିକୁନ୍‌ ମୂଷାରା ଡରାଲା । ସକଲ ମୂଷାଏଁ ଭାବ୍‌ଲା ବିଲାଇଟି କେସନ୍‌ କରି ପାରାଇତେଲି କି ? କିନ୍ତୁ ଯେଇଁ ମାଁସେକ୍‌ଚପ୍‌ ପାଅଲାହିଁ ଅଇଁ ସହଜେ ପାରାତିକି ?

 

ଅହ ହଁତିନ୍‌ ମୂଷାରାଇଁ ଏକଠିନ୍‌ ହୈକୁନ୍‌ ସଭା କର୍‌ଲା । ଏକ୍‌ଟା ମୂଷାଏଁ କହଲାକ୍‌ ଭାଇରା ! ମଇଁ ଏକ୍‌ଟା ଚିନ୍ତା କର୍‌ଲାହଁ, ଶୁନା ! ଚାଲାଯାପ୍‌ ଯାଇକୁନ ବିଲାଏକ୍‌ ଶୁନିକୁନ୍‌ ସକଲ ହୁସିଆର ହେଇଯାପ୍‌ । କଥାଟା ସକଲେ୍‌କେ ପସନ୍ଦ ହେଲେକ୍‌ । ଖୁସିଇଁ କତେକ୍‌ ମୂଷାଏଁ କହଲା ‘‘ବାଃ ଚମତ୍କାର ଯୋଜନା ହେଲେକ’’ ଇ କଥା ଶୁନିକରି ବୁଲ୍‌ହା ମୂଷାଏଁ କହଲାକ୍‌ ‘‘କନେ ଅକେ ଘାଣ୍ଟି ବାନ୍ଧତେକ୍‌’’ ? ସକଲ ଚୁପ୍‌ଚାପ ହୈକରି ଏକେ ଓକେ ଅନାଓ୍ୱେ ଲାଗଲା । ତଖନ୍‌ ବିଲାଏକ୍‌ ମ୍ୟାଉଁ ମ୍ୟାଉଁ ଶବ୍ଦ ଶୁନାଲେକ୍‌ ତଖନ୍‌ ମୂଷାରା ଅସମ୍ଭାଲ ହୈକୁନ୍‌ ଦୌଳଲା ।

 

ବୁଳ୍‌ହା ମୂଷାଏଁ କହଲାକ୍‌ ‘‘ଭାଇରା କହେକ୍‌ ସହଜ୍‌ କରେକ୍‌ କଠିନ୍‌ ।’’

 

ଏହି ଗଳ୍ପଟିରେ ବିଭିନ୍ନ ପ୍ରକାର ବାକ୍ୟ ଦେଖିବାକୁ ମିଳେ । ସେଥିରେ ମୂଷାଗୁଡ଼ିକର ଭାବ ପ୍ରକାଶ ପାଉଛି । ବାକ୍ୟଗୁଡ଼ିକର ପଦଗୁଡ଼ିକ ମଧ୍ୟ କୁରୁମାଳୀ ଭାଷାର ରୂପରେଖ ନେଇ ଗଠିତ ହୋଇଛି । ବାକ୍ୟର ଗଠନଗତ ପ୍ରକାର :–

 

୧। ସରଳ ବାକ୍ୟ

(କ)

କୋଇଲିଟି କୁହୁକୁହୁ କରେଇସାହୀ ।

(ଖ)

କାଇଲେକ୍‌ ପ୍ରାର୍ଥନା ସଭାଏଁ ବହୁତ୍‌ ଲୋକ୍‌ ଯୋଗ୍‌ ଦେବ୍‌ଥିକ୍‌

(ଗ)

ରାମ୍‌ ଆର ଶାମ୍‌ ନିମନ୍ତ୍ରନ୍‌ ପାଇକୁକୌ ଭୋଜ୍‌ ଖାଇଲାଗିନ୍‌ ନିଗେଲା ।

 

ଉପର ବାକ୍ୟଗୁଡ଼ିକରେ ଥିବା କର୍ତ୍ତା କ୍ରିୟା ନିମ୍ନରେ ଚିହ୍ନିତ କରାଗଲା ।

 

 

କର୍ତ୍ତା

ସମାପିକା କ୍ରିୟା

ଅସମାପିକା କ୍ରିୟା

୧ମ ବାକ୍ୟ

କୋଇଲିଟି

କରୈସାହୀ

ଅସମାପିକା କ୍ରିୟା

୨ମ ବାକ୍ୟ

ବହୁତ୍‌ଲୋକ୍‌

ଯୋଗ୍‌ଦେବ୍‌ଥିକ୍‌

ଅସମାପିକା କ୍ରିୟା

୩ୟ ବାକ୍ୟ

ରାମ୍‌ ଆର୍‌ ଶାମ୍‌

ନିଗେଲ

ପାଇକୁନୌ

 

୨। ଯୌଗିକ ବାକ୍ୟ-

(୧)

ଓଳିଶାଏଁ ବହୁତ୍‌ ଜାଗାଏଁ ଅତୀତେକ୍‌ କୀର୍ତ୍ତି ସକଲ୍‌ ରହ୍‌ଲାହେକ୍‌ ହେଲେ ଉଗ୍‌ଲା ଅଲେକେକ୍‌ ଦୃଷ୍ଟିଗୋଚର୍‌କେ ଆଓ୍ୱେକ୍‌ନି ।

(୨)

ଛାତ୍ରଛାତ୍ରୀ ରାଇଁ ଚିଲିକା ହ୍ରଦେକ୍‌ ସମ୍ବନ୍ଧେଇ ନାନା କଥା ପହ୍ଲହତ୍‌ ଆର୍‌ ପ୍ରତି ବଛର୍‌ ଅଖର ଭିତରେ ଅନେକ୍‌ ଦେଖେଲାଇ ଯାହାତ୍‌ ।

 

୩ । ଜଟିଳ ବାକ୍ୟ :–

ଭାରତ୍‌ ଏକ୍‌ଟା ପ୍ରାଚୀନ ଦେଶ ହେକେକ୍‌ କହି ସକଲେ ଜାନତ ଯେ, ପୁରୁବ୍‌ କାଲେ ଅନେକ ଦେଶ୍‌ ଅନୁନ୍ନତ୍‌ ରହଲେକ ତଖନୌ ଭାରତ ଅନେକ୍‌ ଉନ୍ନତ୍‌ ରହେ ହେଲେକ୍‌ ଆର୍‌ ପୃଥିବୀକ୍‌ ଅନେକ୍‌ ସଭ୍ୟତାକେ ମହାପୁରୁଷ ରାଏଁ ଗଳ୍‌ହଲାହାତ୍‌ ।

 

ଏହି ସରଳ, ଯୌଗିକ ଓ ଜଟିଳ ବାକ୍ୟଗୁଡ଼ିକର ଓଡ଼ିଆ ବାକ୍ୟଗୁଡ଼ିକ ସହିତ ବହୁତ ସାମଞ୍ଜସ୍ୟ ରହିଛି ।

 

ବାଚ୍ୟ

ଓଡ଼ିଆ ଭାଷା ପରି କୁରୁମାଳୀ ଭାଷାରେ ମଧ୍ୟ ବାଚ୍ୟ ଦେଖାଯାଏ । ଏଥିରେ ମଧ୍ୟ କର୍ମବାଚ୍ୟ ଓ କର୍ତ୍ତୃବାଚ୍ୟ ରହିଛି, ତାହା ନିମ୍ନରେ ଦିଆଗଲା ।

 

କର୍ତ୍ତୃବାଚ୍ୟ

ରାମେ ରାବନ୍‌କେ ମରାଓଲେକ୍‌ ।

ଛଆଇଁ ବହି ପଳ୍‌ହ୍ଲା ।

ମଇଁ ଅଖର ନାମ ଜାନନି ।

ତଇଁ ଗୀତ ଭାଲ ଗାହିସ୍‌ ।

 

 

କର୍ମବାଚ୍ୟ

ରାମେକ ହାତେ ରାବନ ମରଲାକ୍‌ ।

ଛଆରାଇଁ ବହି ପକହ୍ଲା ।

ମକେ ଅଖର ନାମ ଜାନାନି ।

 

କ୍ରିୟା

କୁରୁମାଳୀ ଭାଷାରେ କ୍ରିୟାପଦ ଦୁଇପ୍ରକାର-ସମାପିକା ଅନ୍ୟଟି ଅସମାପିକା କ୍ରିୟାପଦ ।

ଏହି କୁରୁମାଳୀ ଭାଷାରେ ନିମ୍ନଲିଖିତ ଆଭିମୁଖ୍ୟ କାରକ ପ୍ରତ୍ୟୟମାନ ଦେଖାଯାଏ ।

‘ଇ’–ସଂପନ୍ନ ସୂଚକ ସଂଯୋଜକ

ଅଇଁ ଘାରକେ ଯାଇକୁନ ଓକେ ଦେଖ୍‌ଲେକ୍‌ ।

ପୁନରାବୃତ୍ତ ପ୍ରୟୋରେ ଭୂତକାଳୀନ କ୍ରିୟା ବିଶ୍ଳେଷଣ ବ୍ୟୁତ୍ପାଦକ ଅଇଁ ଧରି ଧରି ଗେଲାକ୍‌ ।

 

‘କ’–ଅସଂପନ୍ନତା ସୂଚକ ସଂଯୋଜକ

ମଇଁ କହେତ୍‌ କେଇ ଅଇଁ ହଁସଲାକ୍‌ ।

ପୁନରାବୃତ୍ତ ପ୍ରୟୋଗରେ ସମକାଳୀନ କ୍ରିୟା ବିଶ୍ଳେଷଣ ବ୍ୟୁତ୍ପାଦକ-

ଅଇଁ ଯାତ୍‌ ଯାତ୍‌ ଦେଖଲାକ୍‌ ।

 

‘ଐ’–କାରଣ ଓ ପରିମାଣ ସୂଚକ ସଂଯୋଜକ

ମଇଁ ନି ଯାତ୍‌ କୈ ଚଲିଗେଲାକ୍‌ ।

 

‘ଲେ’–ସର୍ତ୍ତସୂଚକ ସଂଯୋଜକ

ଅଇଁ କହଲେ ମଇଁ କରମ୍‌ ।

 

‘ଆ’–କ୍ରିୟା ବିଶେଷ୍ୟ ବ୍ୟୁତ୍ପାଦକ

ଅଇଁ ଧରା ପଳ୍‌ଲାକ ।

 

‘ଇଲା’–ବିଭକ୍ତି ପ୍ରତ୍ୟୟ ସହଯୋଗ କ୍ରିୟାର୍ଥ କ୍ରିୟା ବ୍ୟୁତ୍ପାଦକ– ଅଇଁ ଖାଇଲାଇ ଗେଲାକ-

 

‘କୌ’–ଅନନ୍ତ ତତ୍‌କ୍ଷଣିକ କାରଣ ବା ପରିମାଣ ସୂଚକ ସଂଯୋଜକ– ଅଇଁ କହତ୍‌କୈ ମଇଁ କର୍‌ଲଁ ।

 

ପ୍ରକୃତି+ଆଭିମୁଖ୍ୟ ସହାୟକ କ୍ରିୟା–

ପୁରୁଷ ଓ ବଚନ ଉପର୍ଯ୍ୟୁକ୍ତ ସୂତ୍ରରୁ ପ୍ରତିପନ୍ନ ହୁଏ ଯେ, କୁରୁମାଳୀ ଭାଷାରେ ସମାପିକା କ୍ରିୟାରେ ସର୍ବମୋଟ ପାଞ୍ଚଟି ଏବଂ ସର୍ବନିମ୍ନ ଦୁଇଟି ଉପାଦାନ ରହିପାରେ ।

 

-୨-

ନିମ୍ନଲିଖିତ ତ୍ରିବିଧି ବର୍ଣ୍ଣରେ ବିଭକ୍ତ କରାଯାଇପାରେ –

 

(କ) ମୌଳିକ ସରଳ ରୂପ (ପ୍ରକୃତି+ପୁରୁଷ ଓ ବଚନ)

ସାମାନ୍ୟ ଅଭ୍ୟାସିକ=ମଇଁ କରଁ

ଅନୁଜ୍ଞା–ତଇଁ କରିସ୍‌

 

(ଖ) ଆଭିମୁଖ୍ୟ ବିହୀନ ସରଳ ରୂପ–

(ପ୍ରକୃତି+କାଳ ପ୍ରଭାବ+ପୁରୁଷ ଓ ବଚନ)

ସାମାନ୍ୟ ଅତୀତ–ମଇଁ କରଲଁ ।

ସାମାନ୍ୟ ଭବିଷ୍ୟତ–ମଇଁ କରମ୍‌ ।

ସାମାନ୍ୟ ସର୍ତ୍ତମୂଳକ–ମଇଁ କରି ଥାକମ୍‌ ।

 

(ଗ) ଆଭିମୁଖ୍ୟଯୁକ୍ତ ଯୌଗିକ ରୂପ (ପ୍ରକୃତି+ଆଭିମୁଖ୍ୟ)

ସହାୟକ କ୍ରିୟା+କାଳାଭାବ+ପୁରୁଷ ଓ ବଚନ

ଅସମ୍ପନ୍ନ ଅତୀତ–ମଇଁ କରେଇ ଓହଲଁ ।

ଅସମ୍ପନ୍ନ ଭବିଷ୍ୟତ–ମଇଁ କରେତ୍‌ ଥାକମ୍‌

ଅସମ୍ପନ୍ନ ସର୍ତ୍ତମୂଳକ–ମଇଁ କରି ଥାକମ୍‌ ।

ସମ୍ପନ୍ନ ସର୍ତ୍ତମୂଳକ–ମଇଁ କରି ଥାକେଇ ତେଲଁ ।

 

(ପ୍ରକୃତି+ଆଭିମୁଖ୍ୟ)+(ସହାୟକ କ୍ରିୟା+ପୁରୁଷ ଓ ବଚନ)

(୧)

ଅସମ୍ପନ୍ନ ବର୍ତ୍ତମାନ–ମଇଁ କରହଁ

(୨)

ଅସମ୍ପନ୍ନ ଆଭ୍ୟାସିକ–ମଇଁକରେତ ଥାକଁ

(୩)

ସମ୍ପନ୍ନ ବର୍ତ୍ତମାନ–ମଇଁ କରହଁ

(୪)

ସମ୍ପନ୍ନ ଆଭ୍ୟାସିକ–ନଇଁ କରେତ ଥାକଁ

 

ଉପର୍ଯ୍ୟୁକ୍ତ ଉଦାହରଣରୁ ଦେଖାଯାଏ କୁରୁମାଳୀ ଭାଷାରେ କ୍ରିୟା ରୂପ ଗ୍ରହଣ କରିପାରେ, ପୁନଶ୍ଚ ଏହି ପ୍ରତ୍ୟେକଟି କ୍ରିୟାରୂପେ ତିନୋଟି ପୁରୁଷ ଓ ଦୁଇଟି ବଚନ ଭେଦରେ ସର୍ବମୋଟ ନବେ ପ୍ରକାର ରୂପ ଗ୍ରହଣ କରାଯାଇପାରେ ।

 

ସମାପିକା କ୍ରିୟାପଦ ରଚନାତ୍ମକ ରୂପବର୍ଗ :–

(୧)

ଆଭିମୁଖ୍ୟ–ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ କାଳସୀମା ମଧ୍ୟରେ କର୍ମର ଅବସ୍ଥା ସୂଚିତ ହୁଏ । ଏହା ଦ୍ୱିବିଧ–ଅସମ୍ପନ୍ନ ଓ ସମ୍ପନ୍ନ ଏକ ନିର୍ଦ୍ଦିଷ୍ଟ କାଳସୀମା ମଧ୍ୟରେ କର୍ମର ଅବସ୍ଥା ସୂଚିତ ହୁଏ । ଏହା ଦ୍ୱିବିଧ–ଅସମ୍ପନ୍ନ ଓ ସମ୍ପନ୍ନ ଏକ ନିର୍ଦ୍ଦିଷ୍ଟ କାଳସୀମା ମଧ୍ୟରେ ଅସମ୍ପନ୍ନ ।

 

ଆଭିମୁଖ୍ୟ କର୍ମର ବିସ୍ତୃତି ଏବଂ ସମ୍ପନ୍ନ–ଆଭିମୁଖ୍ୟ କର୍ମର ସମାପ୍ତି ପରିଚାଳକ । ଅସମ୍ପନ୍ନ ଆଭିମୁଖ୍ୟ ।

 

‘ୟ’–ଅଇଁଯାୟ ହେଲାକ୍‌ ।

ସମ୍ପନ୍ନ ଆଭିମୁଖ୍ୟ–‘ଏ’–ଅଇଁ ଗେରହେ ।

 

(୨)

କାଳ–ଏହା କର୍ମର ସମୟ ନିର୍ଦ୍ଦେଶ କରେ । ଏହି ଭାଷା କ୍ରିୟାରେ ତ୍ରିବିଧ ସମୟଗତ ସ୍ୱାତନ୍ତ୍ର୍ୟ ଦେଖାଯାଏ ।

 

ବର୍ତ୍ତମାନ            ଅତୀତ            ଭବିଷ୍ୟତ

ଯାହ୍ୟାଃ            ଗେଲାକ            ଯାଣକ୍‌

 

(୩)

ଭାବେ–ଏହାଦ୍ୱାରା କର୍ତ୍ତାର କର୍ମପ୍ରତି ମନୋଭାବ ସୁଚିତ ହୁଏ । କୁରୁମାଳୀ କ୍ରିୟା ରୁପରେ ନିମ୍ନଲିଖିତ ଭାବସମୂହ ବ୍ୟକ୍ତ ହୋଇଥାଏ । ନିଶ୍ଚିତ, ସମ୍ଭାବନା, ଅ=ଅଭ୍ୟାସ, ସର୍ତ୍ତ, ଅନୁଜ୍ଞା ଇତ୍ୟାଦି ।

 

ନିଶ୍ଚିତ–ମଇଁ କରଲିଁ

ସମ୍ଭାବନା–ମଇଁ କରେତ୍‌ ଥାକମ୍‌

ଅନୁଜ୍ଞା–ତଇଁ କରେଁ

 

ପୁରୁଷ ଓ ବଚନ:–କୁରୁମାଳୀ ଭାଷାର କ୍ରିୟା ରୂପରେ ପୁରୁଷ ଓ ବଚନ ଏକତ୍ର ସନ୍ନିହିତଭାବେ ସୂଚିତହୁଏ ।

 

ମାନ୍ୟତା ସାଧରଣତଃ ସେହି ପୁରୁଷ ସମ୍ୱନ୍ଧୀୟ ବହୁବଚନାତ୍ମକ ରୂପ ପ୍ରୟୋଗରେ ବ୍ୟକ୍ତ ହୁଏ ମାତ୍ର ୨ୟ ପୁରୁଷର ମହତ୍ତର ରୂପ ତୃତୀୟ ପୁରୁଷ ସମ୍ୱନ୍ଧୀୟ ରୂପ ପ୍ରୟୋଗରେ ସୂଚିତ ହୁଏ ।

 

ତହାର କରା । ତଇଁ କରେଁ । ଅଖରା କରତ୍‌ । ଅଇଁ କରୋକ୍‌ ।

 

ପୁରୁଷ ଓ ବଚନ ନିର୍ଦ୍ଦେଶକ–

ପୁରୁଷ

ବଚନ

ପ୍ରତ୍ୟୟ

କାଳ

୧ମ ପୁରୁଷ

ଏକ ବଚନ

କରୈ

ବର୍ତ୍ତମାନ

 

 

କରଲଁ

ଅତୀତ

 

 

କରେତ୍‌ ଥକମ୍‌

ଭବିଷ୍ୟତ

 

ବହୁ ବଚନ

କରିହା

ବର୍ତ୍ତମାନ

 

 

କରୈହେଲିଅ

ଅତୀତ

 

 

କରେତ୍‌ଥାକପ୍‌

ଭବିଷ୍ୟତ

୨ୟ ପୁରୁଷ

ବହୁବଚନ

କରିହା

ବର୍ତ୍ତମାନ

 

 

କରଲେହେ

ଅତୀତ

 

 

କରବେହେ

ଭବିଷ୍ୟତ

୩ୟ ପୁରୁଷ

ଏକବଚନ

କରୈ

ବର୍ତ୍ତମାନ

 

 

କରଲାକ୍‌

ଅତୀତ

 

 

କରଣକ୍‌

ଭବିଷ୍ୟତ

 

ପ୍ରକୃତି–କ୍ରିୟାପଦରେ ପ୍ରକୃତି ହେଉଛି ଧାତୁ ପ୍ରକୃତିର ପ୍ରତିପାଦକ ରୂପ ୨ୟ ପୁରୁଷ ଏକ ବଚନ ଅନୁଜ୍ଞା ରୂପରେ ଉପଲବ୍‌ଧ ହୁଏ । ମୌଳିକ ଧାତୁ ବ୍ୟତୀତ ଧାତୁରୁ ବିବଧ ରଚନାତ୍ମକ ପଦ୍ଧତି ।

 

(ଯଥା–ପ୍ରତ୍ୟୟ ଯୋଗ, ଅନ୍ତରଙ୍ଗ ପରିବର୍ତ୍ତନ ଅନ୍ୟଧାତୁର ସଂଯୋଗ ଇତ୍ୟାଦିଦ୍ୱାରା ନିଷ୍ପନ୍ନ ପଦ ମଧ୍ୟ ପ୍ରକୃତି ରୂପ ପ୍ରଯୁକ୍ତ ହୁଏ । ସୁତରାଂ ପ୍ରକୃତର ନିମ୍ନଲିଖିତରୂପେ ବିଭାଗୀ କରଣ କରାଯାଇ ପାରେ ।)

 

(୧)

କୁରୁମାଳୀର ମୌଳିକ ଧାତୁ-ପ୍ରକୃତି, ଖ, ପିନ୍ଧ, ମୋ, କର, ଦୌଳ, ଇତ୍ୟାଦି ମୂଳଧାତୁ ସମୁହ ।

(୨)

ବ୍ୟୁତ୍ପାଦିତ ଧାତୁ ପ୍ରକୃତି

 

(କ) ନାମଧାତୁ–ବିଶେଷ୍ୟ ଓ ବିଶେଷଣ ପଦର ପ୍ରତ୍ୟୟ ଯୋଗେ ବ୍ୟୁତ୍ପାଦିତ ପ୍ରକୃତି ଯଥା–

ପେଟ–ପେଟାଇସାହେ,

ରଙ୍ଗ–ରଂଗୁଆଇସାହେ,

ସ୍ୱପ୍ନ–ସପ୍ନାଇସାହେ,

ଆଣ୍ଠୁ–ଆଣ୍ଠୁ ଆଇସାହେ,

 

ଖା–ପ୍ରଯୋଜକ ଧାତୁ ମୂଳଧାତୁର ପ୍ରତ୍ୟୟଯୋଗେ ବ୍ୟୁତ୍ପାଦିତ ପ୍ରକୃତି ଯଥା–

କରାୱତେକ୍‌

ଖାୱାଅତେକ୍‌

 

(୩)

ଯୌଗିକ ଧାତୁ–ପ୍ରକୃତି ଏକାଧିକ ଧାତୁ ସଂଯୋଗରେ ଗଠିତ ଧାତୁ-ପ୍ରକୃତି ୧ମ ପ୍ରକୃତି ଧାତୁ କିମ୍ୱା ନାମ-ପଦ ହୋଇପାରେ ମାତ୍ର ଶେଷ ପ୍ରକୃତି ସର୍ବଥା ଧାତୁଜ ଏଥିରେ ୧ମ ପ୍ରକୃତି ଅସମାପିକା କ୍ରିୟା ପଦରୂପେ ଗ୍ରହଣ କରେ ଏବଂ ପ୍ରକୃତି ସମାପିକା କ୍ରିୟା ପଦରେ ରୂପ ବର୍ଗ ଗ୍ରହଣ କରେ । ୧ମ ପ୍ରକୃତିରେ ଅର୍ଥ ଯୌଗିକ ଧାତୁ ପ୍ରକୃତିରେ ପ୍ରଧାନ୍ୟ ଲାଭ କରେ । ପରିବର୍ତ୍ତନ ପ୍ରକୃତି ସେହି ଅର୍ଥର ଅନୁରୂପ ହୋଇଥାଏ ।

 

ଯୌଗିକ ପ୍ରକୃତି ତିନୋଟି ବର୍ଗରେ ବିଭାଜ୍ୟ–

(କ)

ବ୍ୟାକରଣିକ ଯୌଗିକ ପ୍ରକୃତି ଯଥା–କରୈସାହେ । କରହଁ ।

(ଖ)

ପୃନରକ୍ତ ଯୌଗିକ ପ୍ରକୃତି ଯଥା–ଦୁଇ ଲୋକ୍‌ ମରାମରି ହେଲା ।

(ଗ)

ଅଭିବ୍ୟଞ୍ଜନାତ୍ମକ ଯୌଗିକ ପ୍ରକୃତି, ବସଲାକ୍, କହଲାକ୍‌, ମନେହେଲେକ୍‌ ।

(ଘ)

ପ୍ରକୃତି ଓ ପ୍ରତ୍ୟୟ ସନ୍ଧିଗତ ପରିବର୍ତ୍ତନ କ୍ରିୟା ପଦ ରଚନାରେ ଦେଖାଯାଏ ଯେ କେତେକ କ୍ଷେତ୍ରରେ ମୂଳଧାତୁ ବା ପ୍ରକୃତି ।

 

ବିଭକ୍ତ - ପ୍ରତ୍ୟୟ ସହିତ ସଂଯୁକ୍ତ ହେଲେ ସେମାନଙ୍କ ମୌଳିକ ରୂପରେ ସନ୍ଧିଗତ ପରିବର୍ତ୍ତନ ସାଧିତ ହୋଇଥାଏ । ନିମ୍ନରେ ଦୃଷ୍ଟାନ୍ତ ସ୍ୱରୁପ କେତେକ ପରିବର୍ତ୍ତନ ପଦ୍ଧତିର ସୂଚନା ପ୍ରଦତ୍ତ ହେଲା ।

 

(କ)

୨ୟ ଓ ୩ୟ ପୁରୁଷ ବଚନାତ୍ମକ; ଅନୁଜ୍ଞା ପଦରେ ପରିବର୍ତ୍ତନ-ଶୁତା, ଶୁତେଁ

(ଖ)

୨ୟପୁରୁଷ ଏକବଚନାତ୍ମକ ଅନୁଜ୍ଞା-ହିଁ

(ଗ)

୩ୟ ପୁରୁଷ-ଏକବଚନ-କରେଁ

(ଘ)

ଅତୀତ କାଳୀନ ପ୍ରତ୍ୟୟ ଯୋଗେ ପରିବର୍ତ୍ତନ-କରଲଁ , ମରଲଁ,

(ଙ)

ଅତୀତ ଓ ଭବିଷ୍ୟତ କାଳୀନ ପ୍ରତ୍ୟୟ ଯୋଗେ ପରିବର୍ତ୍ତନ-ଥାକମ୍‌, ରହିଁ,

(ଚ)

ଅତୀତ କାଳୀନ ପ୍ରତ୍ୟୟ ଯୋଗେ ମୂଳଧାତୁର ପୂର୍ଣ୍ଣ ପରିବର୍ତ୍ତନ-ଯାମ୍‌ ପ୍ରେରଣାର୍ଥକ ପ୍ରତ୍ୟୟ ଯୋଗେ ପରିବର୍ତ୍ତନ

ଡାକ୍‌–ଡାକାୱ ତେକ୍‌, ଡାକାୱ ହେକ୍‌

ମର୍‌-ମରାୱତେକ୍‌, ମରାୱହେକ୍‌

(ଛ)

ପୁରୁଷ ଓ ବଚନ କାରକ ପ୍ରତ୍ୟୟ ଯୋଗେ ନାସ୍ତ୍ୟର୍ଥକ କ୍ରିୟାର ପରିବର୍ତ୍ତନ ନୋହେ ନୋହେକ୍‌

 

ପରିଶିଷ୍ଟ–୧–ସାମଗ୍ରୀ ଅର୍ଥରେ

କରୈ ହେଲକୈ

୨–ନାସ୍ତ୍ୟର୍ଥକ ରୂପାନ୍ତର–ନହେକ୍‌

୩–କର୍ମବାଚ୍ୟରେ ରୂପାନ୍ତର–

ରାମେ ରାବନ୍‌କେ ମାର୍‌ଲେକ୍‌

ରାବନ୍‌ ରାମେକ୍‌ଦ୍ୱାରା ମରାହେଲାକ୍‌

 

ଲିଙ୍ଗ

କୁରୁମାଳୀ ଭାଷାରେ ଲିଙ୍ଗ ନିମ୍ନାନୁସାରେ ରହିଛି । ଏହା ଚାରିପ୍ରକାର ଯଥା-

ସ୍ତ୍ରୀଲିଙ୍ଗ, ପୁଂଲିଙ୍ଗ, କ୍ଲିବଲିଙ୍ଗ, ଉଭୟଲିଙ୍ଗ ।

ସ୍ତ୍ରୀଲିଙ୍ଗ-ରାନୀ, କାମାରୀନ୍‌, କୁମ୍‌ହାରୀନ

ପୁଂଲିଙ୍ଗ-ରାଜା, କାମାର୍‌, କୁମ୍‌ହାର, ବେଟା

ଉଭୟଲିଙ୍ଗ-ଛଆ, ଛଆରା, ବାଛୁର

କ୍ଲି ବଲିଙ୍ଗ-ଗୁଲି, ପାଥର

 

ବଚନ

ବିଶେଷ୍ୟ ପଦର ବଚନ ସଂସର୍ଗ ଅନୁସାରେ କାରକ ବିଭକ୍ତ ପ୍ରତ୍ୟୟ ଏବଂ କ୍ରିୟାର ପୁରୁଷ ବଚନ ପ୍ରତ୍ୟୟ ନିର୍ବାଚିତ ହୁଏ ।

 

ଯଥା–

ଏକଟା ଛଆଇଁ ଖାଲାକ୍‌ ।

ଅନେକ ଛଆରାଇଁ ଖାଲା ।

 

ଦ୍ୱିବଚନ–ନିର୍ଦ୍ଧାରହେବ ବିଶେଷଣ ଶବ୍ଦ ଯଥା–ବେନି, ହାର

ଏକଟା ହାଲିଆ ଯାସ୍‌ ।

ଏକହାର ହାଲିଆ ଯାହାତ୍‌ ।

ଅନେକ୍‌ ହାଲିଆ ଯାହାତ୍‌

ବହୁବଚନ–ଛଆରା, ଇତ୍ୟାଦି

ଏହିପରି ଭାବରେ କୁରୁମାଳୀରେ ତିନୋଟି ବଚନ ହୋଇପାରେ ।

 

ଅବ୍ୟୟ

କୁରୁମାଳୀ ଭାଷାରେ ନିମ୍ନୋକ୍ତ ଭାବେ ଅବ୍ୟୟ ପଦ ପରିଳକ୍ଷିତ ହୋଇଥାଏ ।

ଯଥା-ଆର୍‌, ହେଲେ, ହେଲଉ, ତା’ର ଇତ୍ୟାଦି ।

 

ବିଭକ୍ତି

ଓଡ଼ିଶା ଭାଷା ପରି କୁରୁମାଳୀ ଭାଷାର ମଧ୍ୟ ବିଭକ୍ତ ରହିଛି । ଏହାର ଚିହ୍ନ ନିମ୍ନରେ ପ୍ରଦତ୍ତ ହେଲା ।

 

୧ମା ବିଭକ୍ତି–

ତଇଁ ଆମଟା ଆନେଁ ।

ଛଆରାଇଁ ଖାଲା ।

ଏହି ବିଭକ୍ତିର ଚିହ୍ନ ଟା, ଟି, ରାଇଁ ଇତ୍ୟାଦି

 

୨ୟା ବିଭକ୍ତି–

ରାମେ ରାବନ୍‌ କେ ମରାଉଲାକ୍‌ ।

ଏହାର ଚିହ୍ନ ‘କେ’ ହୋଇଥାଏ ।

 

୩ୟା ବିଭକ୍ତି

ମଇଁ ଛୁରୀଇଁ ଆମ କାଟଲଁ ।

ଏହାର ଚିହ୍ନଇଁ, ଏ, ଇତ୍ୟାଦି ।

 

୪ର୍ଥୀ ବିଭକ୍ତି

ତଇଁ ଭିକାରୀ କେ ଭିକ୍‌ ଦେହିଁ ।

‘କେ’ ୪ର୍ଥୀ ବିଭକ୍ତର ଚିହ୍ନ ଅଟେ ।

 

୫ମୀ ବିଭକ୍ତି

ସୀତାଏଁ ଚୁଆଁଲେ ପାନି ଉଠାୱାଲାହି ।

‘ଲେ’ ୫ମୀ ବିଭକ୍ତିର ଚିହ୍ନ ।

 

୬ଷ୍ଠୀବିଭକ୍ତି

ଦଶରଥେକ୍‌ ଚାରଟା ବେଟା

‘କ’୬ଷ୍ଠୀ ବିଭକ୍ତିର ଚିହ୍ନ ।

 

୭ମୀ ବିଭକ୍ତି–

ଗାଈଟି ପଳିଆଇଁ ଚରେସ୍‌ ।

’ଇଁ’ ୭ମୀ ବିଭକ୍ତିର ଚିହ୍ନ ଅଟେ ।

 

କାରକ

କୁରୁମାଳୀ ଭାଷାର କାରକର ଉଦାହରଣ ନିମ୍ନୋକ୍ତ ଭାବରେ ଦିଆଯାଇପାରେ :

କର୍ତ୍ତୃକାରକ–ରାମେ ରାବନ୍‌କେ ମାରଲେକ ।

କର୍ମକାରକ–ରାବନ୍‌ ରାମେକ୍‌ ହାତେ ମରଲାକ ।

କରଣକାରକ–ଅଇଁ ଛୁରୀଇଁ ଆମ କାଟଲାକ୍‌ ।

ସଂପ୍ରଦାନ କାରକ–ମାଏଁ ଭିକାରୀକେ ଭିକ୍‌ ଦେଲେକ ।

ଅପାଦାନ କାରକ–ଗାଛଲେ ସୁଖଲ ପାତ୍‌ ଖସ୍‌ ଲେକ୍‌ ।

ଅଧିକରଣ କାରକ–ପଳିଆଇଁ ଗାଈଟି ଚରେସ୍‌ ।

ଏହାକୁ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କଲେ ସବିସ୍ତୃତ ହୋଇ ପାରିବ ।

 

ଏହି ଭାଷାରେ ସଂସ୍କୃତ ଶବ୍ଦ ଓ ଓଡ଼ିଆ ଶବ୍ଦରେ କିପରି ରୂପ ନେଇ ପାରିଛି ତାହା ପ୍ରଦତ୍ତ ହୋଇଛି ।

 

ସଂସ୍କୃତ

ଓଡ଼ିଆ

କୁରୁମାଳୀ

ଗୃହିଣୀ

ଘରଣୀ

ଘରନୀ

କ୍ରୀଡ଼ା

ଖେଳ

ଖେଲ

ଅଗ୍ନି

ଅଗ୍ନି

ଆଗ୍‌

ଅଲକ୍ତ

ଅଳତା

ଆଲ୍‌ତା

ଆମ୍ର

ଆମ୍ବ

ଆମ୍‌

ପୁତ୍ର

ପୁତ୍‌

ପୁତା

ଭ୍ରମର

ଭଅଁର

ଭଁଅର

ଗୃହ

ଘର

ଘାର

ଖର୍ଜୁର

ଖଜୁରୀ

ଖିଜୁର

ଚକ୍ର

ଚକ

ଚାକ୍‌

କ୍ଷୁଦ୍ର

ଛୋଟ

ଛୁଟୁ

ଶାଳ୍ମଳୀ

ସିମୁଳୀ

ସୀମାର୍‌

ମଧ୍ୟମ

ମଝିଆଁ

ମେଝିଲା

ନୃତ୍ୟ

ନାଚ

ନାଚ୍‌

ଔଷଧ

ଔଷଧ

ଓଷଦ

ନିର୍ଲ୍ଲଜ

ନିଲଜ

ନିଲଜ

ପଶ୍ଚାତ୍‌

ପଛ

ପେଛୁ

ପଶ୍ଚିମ

ପଶ୍ଚିମ

ପଚ୍ଛିମ୍‌

ପ୍ରଧାନ

ପ୍ରଧାନ

ପ୍ରଧାନ

ପ୍ରହାର

ପ୍ରହାର

ପାହାର୍‌

ପ୍ରସ୍ତର

ପଥର

ପାଥର୍‌

ଫାଲଗୁନ୍‌

ଫଗୁଣ

ଫାଗୁନ୍

ଅଦ୍ୟ

ଆଜି

ଆଜ୍‌

ଶଜ୍ୟା

ସେଜ

ବିଛ୍‌ନା

ଇଶ୍ୱର

ଈଶ୍ୱର

ଇଶର୍‌

ପୁଷ୍କର

ପୋଖରୀ

ପୋଖର୍‌

କୃଷ୍ଣ

କାହ୍ନୁ

କାହ୍ନାଇ

ତସ୍ୟ

ତାହାର

ଅଖର

ତ୍ୱମ

ତୁମେ

ତଇଁ

ଅହଂ

ମୁଁ

ମଇଁ

 

ଓଡ଼ିଆ

କୁରୁମାଳୀ

କୁମ୍ଭାରୁଣୀ

କୁମ୍ଭାରୀନ

ଖମ୍ବ

ଖାମ୍‌

ଗଡ଼ିଆ

ଗାଳ୍‌ହା

ଡାହାଣ

ଦେହିନା

ଓଢଣା

ଘୁଘଁଟା

ଖିଡ଼ିକି

ଖିଳିକି

ଚାଉଳ

ଚାର୍‌

ଷଣ୍ଢ

ଗେଣ୍‌ହ

ଫଳ

ଫର୍‌

ବାପୁଡ଼ା

ବାପ୍‌ଳା

 

 

ବିହନ

ବିହୀନ୍‌

ହଳଦୀ

ହଇଦ୍‌

 

ବୈଦେଶିକ ଭାଷାର ପ୍ରଭାବ

ଆସାମୀ

କୁରୁମାଳୀ

କତେକ୍‌

କତେକ୍‌

ଛୟାଶୀ

ଛୟାଶୀ

କବହ

କବଉ

ଜେଠା

ବଡ଼

ଗଛ

ଗାଛ

ଗାଈ

ଗାଈଟି

ପେଟ

ପେଟ୍‌

ନାକଫୁଲ

ନାକ୍‌ଫୁଲ୍‌

ଗଡ଼ାଗଡ଼

ଗଳାଗଳି

ଚାଉଳ

ଚାର୍‌

ବଟୁବା

ବଟୁଆ

ଦେଉରୀ

ଦେହରୀ

ବାଦୁଳୀ

ବାଦଲୀ

ବିହା

ବେହା

ଜୋଗିନୀ

ଯୋଗ୍ନୀ

ପାଇକ

ପାଇକ୍‌

ଓରମାଲ

ଉରମାଲ

 

ବଙ୍ଗଳା

କୁରୁମାଳୀ

ମାକଡ଼୍‌

ମାକଡ଼୍‌

ମାଇଲ

ମାଇଲ୍‌

ଭାଦର୍‌

ଭାଦର

ଆଚମ୍ବିତ

ଆଚମ୍ବିତ

ନହଲୀ

ନହଲୀ

ଶୋକ

ଶୋକ

ତିରୀ

ତିରି

ଉପମା

ଉପମା

ବାଖାନୀ

ବାଖାନୀ

 

ବୈଦେଶିକ ଭାଷା

କୁରୁମାଳୀ

ଆଚାର

ଆଚାର୍‌

ଅସଲ୍‌

ଅସଲ୍‌

ଆୱାଜ

ଆୱାଜ

ଅଜବ୍‌

ଅଜବ୍‌

କାବୁ

କାବୁ

କାଜି

କାଜି

କଦମ

କଦମ୍‌

କବଲା

କବଲା

କବର

କବର

କୱାଲି

କୱୋଲି

କାମିଜ୍‌

କାମିଜ୍‌

କାରିଗର

କାରିଗର

କାଗଜ

କାଗଜ

କିତାବ

କିତାବ

ଦଲିଲ

ଦଲିଲ

ଆଲକାତରା

ଆଲକାତରା

Baldi

ବାଲ୍‌ତି

Bomb

ବମ୍‌

କଫି

କଫି

fita

ଫିତା

ପପେୟା

ପପେୟା

ସମନ

ସମନ

କାଜି

କାଜି

ଖାକି

ଖାକି

ଚିଜ

ଚିଜ

ଚାମୁଚ

ଚାମୁଚ

ଜାମା

ଜାମା

ଦଖଲ

ଦଖଲ

ଦରଜି

ଦରଜି

ଦଫା

ଦଫା

ଫି

ଫିସ୍‌

ମଗଜ

ମଗଜ୍‌

ମାଲ

ମାଲ

ମସଲା

ମସଲା

ସାମିଲ୍‌

ସାମିଲ୍‌

 

ଇତ୍ୟାଦି ବୈଦେଶିକ ଭାଷା ଏହି ଭାଷା ଉପରେ ପ୍ରଭାବ ପକାଇଛି ।

 

ଏହି ଭାଷାର କାବ୍ୟ, କବିତା, କିମ୍ବଦନ୍ତୀମୂଳକ ଗଳ୍ପ ଇତ୍ୟାଦି ଏହି ସମାଜରେ ବ୍ୟବହୃତ ଓ ପ୍ରଚଳିତ, କେତେକ କବିତା ଛପା ହୋଇ ବିଭିନ୍ନ ସମୟରେ ବିଭିନ୍ନ ପରିସ୍ଥିତିରେ ପରିପ୍ରକାଶ ହୋଇ ପାରିଛି । ଏହି ଭାଷାରେ ପ୍ରଚଳିତ କବିତା ଉଚ୍ଚକୋଟୀର ଭାବରେ ପ୍ରଶଂସନୀୟ ।

 

ଏହି ଭାଷାର ସାହିତ୍ୟ ସାଧାରଣତଃ (କ) ସାମାଜିକ (ଖ) ପୌରାଣିକ (ଗ) ଐତିହାସିକ (ଘ) ଭୌଗୋଳିକ (ଙ) ସାଂସ୍କୃତିକ (ଚ) ପାରିବାରିକ (ଛ) ପ୍ରାକୃତିକ (ଜ) ପର୍ବପର୍ବାଣୀମୂଳକ (ଝ) କୃଷିଭିତ୍ତିକ ପର୍ଯ୍ୟାୟରେ ଦେଖାଯାଇଥାଏ । ତନ୍ମଦ୍ୟରୁ କେତେକ କବିତା ନମୁନା ସ୍ୱରୁପ ନିମ୍ନରେ ଦିଆଗଲା ।

 

ନେଠାପାଲା

 

ଧାନ ସିଝା ହାଁଳି ଯେସନ୍‌ ନନ୍ଦେକ୍‌ ବେଟାଟାକ୍‌ ବରନ୍‌ ତେସନ୍

ଲୁଚାଇ ଦେଲେ ରହେ ମୋର ନେଠାଟା

            ନନ୍ଦରାନୀକ ବେଟଟା (ଗୋ)

ଲୁକାଇ ଦେଲେ ରହେ ମୋର ନେଠାଟା

            ନନ୍ଦରାନୀକ୍‌ ବେଟାଟା

ଏହେ ହେକେ ବେଳେ ଠକ୍‌

            ଦେଖିକେ ହାଁସତାକ୍‌ ଲୋକ୍‌

ଘାରେ ଘାରେ କରେଇ ନୁନୀ ଚରଟା

            ନନ୍ଦରାନୀକ୍‌ ବେଟାଟ୍‌

ନୁନୀ ଚରାଏକ ଦାଏ, ବାନ୍ଧ ରହେ ଅଖର ମାଏଁ

            ହାତେ ରହେକ୍‌ ବାନ୍ଧନୀ କର ଧଳିଟା

            ନନ୍ଦରାନୀକ୍‌ ବେଟାଟା

ବାଙ୍କା କରି ବାନ୍ଧ ରହେ ଝୁଳାଟା

            ନନ୍ଦରାନୀକ୍‌ ବେଟାଟା,ଗୋ

ପାନି ଆନେ ଯାଏ ନଦୀ ଧେନୁ ସଭେ ଲେଗେନ ଦେଖି

ଗଇଲା ଭାଙ୍ଗି କରେ ସତର କଠାଟା

            ନନ୍ଦରାନୀକ୍‌ ବେଟାଟ

ଗଇଲା ଭାଙ୍ଗି କରେ ସତର କଠାଟା

            ନନ୍ଦରାନୀକ୍‌ ବେଟାଟ

ବାଙ୍କା କରି ବାନ୍ଧ ଥାକେ ଝଳାଟା

            ନନ୍ଦରାନୀକ୍‌ ବେଟାଟା

 

ଏହି ସଙ୍ଗୀତରେ ବିରହ ବିଧୁରା ଗୋପୀଗଣଙ୍କର ନନ୍ଦରାଣୀ ନିକଟରେ ଅଲିଅଳ ଅଝଟ ପୁତ୍ରର ଦୁଷ୍ଟାମିର ଆପତ୍ତି ରହିଛି । ଏହା ଆପତ୍ତିଜନକ ହେଲେ ମଧ୍ୟ ସୁମିଷ୍ଟ ଓ ମଧୁରପୂର୍ଣ୍ଣ ।

 

ଏହି ନେଠାପାଲକୁ କେଉଁ କବି କେବେ ରଚନା କରିଥିଲେ ଜଣାପଡ଼େ ନାହିଁ । ଏହି ପାଲାର ଅନ୍ୟାନ୍ୟ ଅଂଶର ସନ୍ଧାନ ଚାଲିଛି । ତାହା ନିକଟ ଭବିଷ୍ୟତରେ ପ୍ରକାଶ ପାଇବ ।

 

ଝିଙ୍ଗାଫୁଲିଆ

 

କୁର୍ମ୍ମୀକୁଲେ ଦେଖାମାଇ            ଜନ୍ମଲେଲାକ କଣ୍ଠ ବାଇ

କରଲାଇ ସମାଜକେ ସଂସ୍କାର

ଶୁନା ମାଇଁ ଗୋ ନିବେଦନ ହାମର

 

କତେକ୍‌ କତେକ୍‌ ଲୋକେ ମାଇଁ

ଉପଦେଶ କେ ସତ୍ୟପାଇ

ଆଶ୍ରା କରି ଆହାତ ଶ୍ରୀପୟର

ବ୍ରାହ୍ମନ୍‌ କ୍ଷେତ୍ରିୟ ମାଇଁ            ଶିଷ୍ୟ ହେଲା କେତେକ ଠାଇଁ

ତହରାନ ମାନିଆ କଥା ମୋର

ଜାତି ବନ୍ଧୁ ନା ମାନିହା            ବୁଝାଇ ବୁଝାଇ ଫାଟେକ୍‌ ହିଆ

ଶେଷେ ମାଗୋ କରେ ନମସ୍କାର

ପୁରୁଷେକର କଥାମାନା            ନାଚ ସାଲକେ ଆନା ଗୋନା

କଣ୍ଠରାମେ କହେ ଯୋଡ଼ି କର

 

(ମୟୂରଭଞ୍ଜ ଜିଲାର ରସମତଳା ଗ୍ରାମରେ ସଂସ୍କାରକ ଭକ୍ତକବି ୰କଣ୍ଠରାମ ଦାସଙ୍କ ଜନ୍ମ । ଓଡ଼ିଶାରେ ପ୍ରଚଳିତ ପଞ୍ଜିକାରେ ଏହାଙ୍କର ଜନ୍ମୋତ୍ସବ ପାଳନର ଉଲ୍ଲେଖ ରହିଛି । କବିଙ୍କର ଦର୍ଶନ ମୂଳକ ଓ ସଂସ୍କାର ମୂଳକ କବିତା ପ୍ରଶଂସନୀୟ ।)

 

କାକର ଲିଖନ ଭାଇରେ            ଆଖଳି ବଲ ବାଖଳି

କାକର ଲିଖନ ପର ଘାର

କାକର ଲିଖନ ଭାଇରେ            ଦହି ଦୁଧ ଭାତ

କାକର ଲିଖନ ବାସିଭାତ

 

(ଭାଇ ଓ ଭଉଣୀ ମଧ୍ୟରେ କଥୋପକଥନ ଚାଲିଛି । ଭଉଣୀର ଦୁଃଖମୟ ଜୀବନର କରୁଣ ଚିତ୍ର ଏଥିରେ ଉଲ୍ଲେଖ ହୋଇଚି ।)

 

ଛୁଟୁ ମୁଟୁ ନରଙ୍ଗିନୀ ମୁଠି ମୁଠି ଡ଼ାଂଡ଼ା ଗୋ

      ଫୁଲେ ଫରେ ଝବରଲ୍‌ ଡାର୍‌

କାଂଚା କାଂଚା ତଳବଂ ଶଶୁରାଲ ପାଠାଅବଁ ଗୋ

      ପାକଲ ପାକଲ ତଳବଁ ନୈହର ପାଠାଅବଁ

କନେ ମୋର ଖାଅତଃ ପାଳତଃ ଆଶୀଷ ଗୋ

କନେ ମୋର ଖାଅତଃ ପାଳତଃ ଗାରି

ମାଏଁ ମୋର ଖାଅତି ଦେତି ଆଶୀଷ ଗୋ

      ଶାମେ ମୋର ଖାଅତଃ ପାଳତଃ ଗାରି ।

 

(କୁଳବଧୂଟି ତାହାର ମାଆଁ ପାଖକୁ ପାଚିଲା ଫଳ ପଠାଉଛି କାରଣ ସେ ଆଶୀଷ ଦିଏ । ପୁନଶ୍ଚ ଶାଶୁ ପାଖକୁ କଞ୍ଚା ଫଳ ପଠାଉଛି କାରଣ ସେ ଗାଳିଦିଏ । ଏଥିରେ କୁଳବଧୂଟିର ନିଛକ ଚିନ୍ତାଧାରା ପ୍ରତିଫଳିତ ହୁଏ ।)

 

 

ସା:/ପୋ: ଅ:-ରସମତଳା

ଭାୟା-କରଞ୍ଜିଆ

ଜି:-ମୟୂରଭଞ୍ଜ

 

***

 

Unknown

କାଳନ୍ଦୀ ଜନ୍ମ ଓ କବି ଧରଣୀଧର

ଅଧ୍ୟାପକ: ବସନ୍ତ କୁମାର ସାହୁ

 

କବି ପରିଚୟ:

କବି ଧରଣୀଧର ଯଦିଓ ଜଣେ ଖ୍ୟାତନାମା ଲେଖକ ତଥାପି ତାଙ୍କ ସମ୍ପର୍କରେ ଆଲୋଚନା ସୀମିତ ହୋଇଥିବାରୁ କବିଙ୍କ ସମ୍ପର୍କରେ ଅନେକ ତଥ୍ୟ ଲୋକଲୋଚନକୁ ଏଯାଏ ଆସିପାରି ନାହିଁ । କବିଙ୍କ ସମ୍ପର୍କରେ କୌଣସିଠାରେ ପ୍ରାମାଣିକ ତଥ୍ୟ ଏଯାଏ ମିଳି ନ ଥିବାରୁ କବିଙ୍କର ଜନ୍ମ ସମୟ, ସ୍ଥାନ ବା ପୂର୍ଣ୍ଣ କରିଚୟ ଦିଆଯାଇ ନାହିଁ । କବିଙ୍କର ଗୋଟିଏ ଗ୍ରନ୍ଥ ଲୋକଙ୍କଠାରେ ପରିଚିତ । ତାହା ଗୀତଗୋବିନ୍ଦର ସୁଲଲିତ ସଙ୍ଗୀତମୁଖର ଛନ୍ଦବଦ୍ଧ ଗୀତାନୁବାଦ-। ଏହା ବ୍ୟତୀତ ଆଉ ଏକ ଗ୍ରନ୍ଥ ଏବେ ଲୋକ-ଲୋଚନକୁ ଆସୁଅଛି । ଏହି ଗ୍ରନ୍ଥଟିର ଦୁଇଟି ପୋଥି ମିଳିଛି । ଗୋଟିଏ ନିଜ ଉଦ୍ୟମରେ ସଂଗୃହୀତ ଓ ଅନ୍ୟଟି ଓଡ଼ିଶା ରାଜ୍ୟ ସଂଗ୍ରହାଳୟଦ୍ୱାରା ଭିନ୍ନ ନାମରେ ସଂଗୃହୀତ । ଯଦିଓ ଏହାର ନାମ ‘କାଳନ୍ଦୀ ଜନ୍ମ’ ତଥାପି ସଂଗ୍ରହାଳୟଦ୍ୱାରା ପ୍ରସ୍ତୁତ ପୋଥି ତାଲିକାରେ ଭ୍ରମବଶତଃ ଏହା ‘କାଳନ୍ଦୀ ପୁରାଣ’ ବୋଲି ଲେଖାଯାଇଛି । ‘କାଳନ୍ଦୀ ଜନ୍ମ’ ଗ୍ରନ୍ଥରୁ କବିଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳେ । ତେଣୁ ଏଠାରେ ଆଲୋଚନା ପାଇଁ ନିଆଗଲା ।

 

କବିଙ୍କର କାଳ କଳନା କରିବାପାଇଁ ଯେଉଁ କେତୋଟି ତଥ୍ୟ ମିଳିଛି, ତାହା ଆଲୋଚନା କରାଯାଇପାରେ । (୧) କାଳନ୍ଦୀ ଜନ୍ମ ଗ୍ରନ୍ଥରେ କବି ରାଜା ପ୍ରତାପରୁଦ୍ର ଦେବଙ୍କର ବିକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ରଚନାର କବିଙ୍କର ପ୍ରତ୍ୟେକ୍ଷାନୁଭୂତି ସୂଚିତ ହୋଇଥାଏ । ଯେପରି–

 

‘‘ରାଜା ପ୍ରତାପରୁଦ୍ର ଦେଲେ

ଶୁଭେଣ ଯାଅ ଯା ବୋଇଲେ

।।

X            X            X            X            X

।।

ସେ ରାଜା ବଡ଼ ବଳବନ୍ତ

ସଂଗ୍ରାମ ପଣେ ସାମରଥ

।।

ପ୍ରତାପ ରାଜା ଆଜ୍ଞା ପାଇ

ସୈନ୍ୟ ସାଗର ବେଗ ହୋଇ

।।

 

ପ୍ରତାପରୁଦ୍ର ଦେବଙ୍କ ସମୟ ୧୪୯୭-୧୫୩୩-୩୪ ଖ୍ରୀଷ୍ଟାବ୍ଦ (୧) ହେଲେ କବି ଧରଣୀଧରଙ୍କ ସମୟ ସେଇ ଆଖପାଖ ହୋଇଥିବା ଅନୁମାନ କରାଯାଇପାରେ । ଗୀତ ଗୋବିନ୍ଦର ଅନ୍ୟତମ ପଦ୍ୟାନୁବାଦକ କବି ଉଦ୍ଧବ ଦାସ କବି ଧରଣୀଧରଙ୍କୁ ଅନୁସରଣ କରିଥିବାର ତାଙ୍କ ରଚନାରୁ ମିଳିଥାଏ । ଉଦ୍ଧବ ଦାସଙ୍କଦ୍ୱାରା ଅନୁବାଦିତ ଗୀତଗୋବିନ୍ଦର ନକଲ, ପୋଥିଗୁଡ଼ିକ ମଧ୍ୟରୁ ଗୋଟିଏ ପୋଥିକୁ ଛାଡ଼ି ଏଯାଏ ମିଳିଥିବା ପ୍ରାୟ ୧୦ଟି ପୋଥିରେ ଧରଣୀଧରଙ୍କ ଅନୁସରଣରେ ପଦ୍ୟାନୁବାଦ ହୋଇଥିବାର ଦେଖିବାକୁ ମିଳେ । ଏଥିରୁ ସ୍ପଷ୍ଟ ଅନୁମତି ହୁଏ ଯେ କବି ଧରଣୀଧର ଉଦ୍ଧବ ଦାସଙ୍କ ପୂର୍ବସୂରୀ । କବି ଉଦ୍ଧବ ଦାସ ଜଗନ୍ନାଥ ଦାସଙ୍କ ଷୋଳ ଶିଷ୍ୟଙ୍କ ମଧ୍ୟରୁ ଅନ୍ୟତମ । ତେଣୁ ଉଦ୍ଧବ ଦାସଙ୍କ ପୂର୍ବସୂରୀ ଭାବରେ ଧରଣୀଧରଙ୍କୁ ଗ୍ରହଣ କରାଗଲେ କବି ଯେ ନିଶ୍ଚିତଭାବରେ ଷୋଡ଼ଶ ଶତାବ୍ଦୀର ଏହା ନିଃସନ୍ଦେହରେ କୁହାଯାଇପାରେ ।

 

(୧)

History of Orissa- H. K. Mahtab

 

(୩) ‘ଗୀତା ଗୋବିନ୍ଦ ଟୀକା’ ଗ୍ରନ୍ଥରେ ବ୍ୟବହୃତ ରାଗରାଗିଣୀଗୁଡ଼ିକ ଅତି ପ୍ରାଚୀନ । ଏହି ରାଗରାଗିଣୀଗୁଡ଼ିକ ଷୋଡ଼ଶ ଶତାବ୍ଦୀର ଅନ୍ୟକବିମାନେ ବ୍ୟବହାର କରିଥିବାର ଦେଖିବାକୁ ମିଳେ । ଯେପରି-‘ମଣୋଇ ଭିଆଇ ଜନକ ରାୟେ’, ‘ସଙ୍ଗମତିଆରି’, ‘ଆଷାଢ଼ଶୁକ୍ଲ’, ‘ସପନ ଚେତିଆ’, ‘କଳସା’, ‘ଚକ୍ରକେଳି’ ଆଦି ବାଣୀର ନିର୍ଦ୍ଦେଶ କବିଙ୍କ ଗ୍ରନ୍ଥରୁ ମିଳିଥାଏ । ଏହି ରାଗରାଗିଣୀଗୁଡ଼ିକ ସେ ସମୟରେ ପ୍ରଚଳିତ ଗ୍ରନ୍ଥ ଗୁଡ଼ିକରେ ବ୍ୟବହୃତ ହୋଇଥିବାର ଦେଖାଯାଏ-। ଯେପରି ‘ଗୋପୀଚନ୍ଦନ’ (ସଂଗମତିଆରୀ, ଚକ୍ରକେଳି), ‘ରାମବିଭା’ (ସଙ୍ଗମତିଆରୀ, କେଦାର, ଚକ୍ରକେଳି, ସପନ ଚେତିଆ, ସଳସା), ‘ରହସ୍ୟ ମଞ୍ଜରୀ’ (ସପନ ଚେତିଆ, କଳସା ଆଷାଢ଼ ଶୁକ୍ଲ) ଆଦି ଗ୍ରନ୍ଥରେ ଦେଖିବାକୁ ମିଳେ । ଏହି ଗ୍ରନ୍ଥଗୁଡ଼ିକ ମୁଖ୍ୟତଃ ଷୋଡ଼ଶ ଶତାବ୍ଦୀର ପ୍ରଚଳିତ କାବ୍ୟ-। ଏହା ବ୍ୟତୀତ କବିଙ୍କର ଭାଷାରେ କେତେକ ସ୍ଥାନରେ ପ୍ରାଚୀନ ଶବ୍ଦାବଳୀର ବ୍ୟବହାର ଦେଖିବାକୁ ମିଳେ। ଯେପରି ଖାବେ, ଲତାଗ୍ରିହ, ତଥି, ଦେ, ଅଇ, ଇତ୍ୟାଦି ।

 

ଉପରୋକ୍ତ ଆଲୋଚନା ଗୁଡ଼ିକରୁ ନିଃସନ୍ଦେହରେ କବିଙ୍କର ସମୟ ଷୋଡ଼ଶ ଶତାବ୍ଦୀ ବୋଲୁ କୁହାଯାଇ ପାରେ । ତେବେ ଏହା ଶେଷପାଦ ବୋଲି ଯାହା ପୂର୍ବରୁ ସମାଲୋଚକମାନଙ୍କଦ୍ୱାରା ଗୃହୀତ (୨) ତା’ ନ ହୋଇ ପ୍ରଥମ ପାଦ ହେବା ଅଧିକ ଯୁକ୍ତିଯୁକ୍ତ ବୋଲି ମନେହୁଏ ।

 

କବି ଧରଣୀଧରଙ୍କ ପିତା ଓ ଜାତି ଗୋତ୍ର ସହିତ ସାମାଜିକ ସ୍ଥିତି ସମ୍ପର୍କରେ ‘କାଳନ୍ଦୀ ଜନ୍ମ’ ଗ୍ରନ୍ଥରୁ କିଛିଟା ସୂଚନା ମିଳିଥାଏ । ଗୋଟିଏ ସ୍ଥାନରେ କବି କହିଛନ୍ତି-

 

‘‘ସେ ଯେଉଁ ବଳଭଦ୍ର ଗୋତ୍ରୀ

ଇଷ୍ଟ ବଳରାମ ବୋଲାନ୍ତି

।।

ଗୁରୁ ତାହାଙ୍କର ବୈଷ୍ଣବ

ନାରାୟଣ ମନ୍ତ୍ରରୁ ସମ୍ଭବ

।।

ତାହାଙ୍କ ନାରାୟଣ ଗୋତ୍ର

ବ୍ରାହ୍ମଣ ମଧ୍ୟେ ସେ ପବିତ୍ର

।।

ଦାସ ଧରଣୀଧର ଭଣି

ମାତା ମୋହର ନାରାୟଣୀ

ସାରଦା ଦାସର ମୁଁ ସୁତ

ବ୍ରାହ୍ମଣ କୁଳରେ ମୁଁ ଜାତ

।।’’

 

(୨)

(କ) ଉତ୍କଳ ସାହିତ୍ୟର ଇତିହାସ–ତାରିଣୀ ଚରଣ ରଥ

 

(ଉତ୍କଳ ସାହିତ୍ୟ ପ୍ରେସ; କଟକ ୧୯୨୭ ୨ୟ ସଂସ୍କରଣ) ପୃଷ୍ଠା–୧୬

 

(ଖ) ରସ ବାରିଧି ମୁଖବନ୍ଧ–ଆର୍ତ୍ତବଲ୍ଲଭ ମହାନ୍ତି, ପ୍ରାଚୀ ସମିତି ପ୍ରକାଶିତ, ପୃ.୬

 

ଏଥିରୁ କବିଙ୍କ ସମ୍ପର୍କରେ ଯଥେଷ୍ଟ ଆଲୋକପାତ ହୋଇଥାଏ । ଏହାଛଡ଼ା କବିଙ୍କ ଆଚରଣ ଓ ସାମାଜିକ ସ୍ଥିତି ସମ୍ପର୍କରେ ଅନେକ ତଥ୍ୟ ଦୃଷ୍ଟିଗୋଚର ହୋଇଥାଏ । ସେ ନିଜକୁ ଶ୍ରୀକୃଷ୍ଣଙ୍କର ଦାସ, ଦାସ ଛାର, ପାମର, କିଙ୍କର ଆଦି କହି ଭଣତି କରିଛନ୍ତି । ପୁଣି କେତେକ ସ୍ଥାନରେ ଧରଣୀଧର ସୁରେଶ (୩), ଧରଣୀଧର ମୂର୍ଦ୍ଧଜ (୪), ଧରଣୀଧର ଭରଙ୍ଗ (୫) ଭରଭଙ୍ଗ ହୋଇପାରେ । ପଦ୍ୟରେ ବ୍ୟବହାର ନିମିତ୍ତ ‘ଭରଙ୍ଗ’ ବ୍ୟବହାର କରିଥାଇ ପାରନ୍ତି । କାରଣ ଓଡ଼ିଆରେ ଏପରି ଶବ୍ଦ ଦେଖିବାକୁ ମିଳେ ନାହିଁ) ଆଦି କହିଛନ୍ତି । କବି ନିଜକୁ ଅତି ହେୟ, ନଗଣ୍ୟ ଭାବରେ ଚିତ୍ରଣ କରିଛନ୍ତି । ଯେପରି-

 

‘‘ଭଣେ ଧରଣୀଧର ଦାସ । ଦାସଙ୍କ ଦାସର ମୁଁ ଦାସ ।।୧୧୪।।

ତାହାଙ୍କ ରେଣୁ ମୋର ଶିରେ । ଭୃତ୍ୟଙ୍କ ପ୍ରାୟେ ସେବା କରେ ।।୧୧୫।। (୬)

 

ଠିକ୍ ଏହିପରି ଗୀତଗୋବିନ୍ଦ ଟୀକାରେ ଷୋଡ଼ଶ ଛାନ୍ଦରେ କବି ଲେଖିଛନ୍ତି-

 

‘‘ସାନବଡ଼ ମଧ୍ୟେ ଯାର ନାହିଁ ପରାପର ।

ଭୃତ୍ୟର ଭାବକୁ ଅତି ଶରଣ ସୋଦର ।।’’

 

(୩)

ସୁରେଶ–ସୁରେନ୍ଦ୍ର ବା ବିଷ୍ଣୁ

(୪)

ମୂର୍ଦ୍ଧନ–କେଶ ବା ଶିରରୁ ଜାତ (କବି ବ୍ରାହ୍ମଣ ହୋଇଥିବାରୁ ନିଜକୁ ଭଗବାନଙ୍କ ଶିରସ୍ଥଳିରୁ ଜାତ ବୋଲି କହିଛନ୍ତି)

(୫)

ଭରଭଙ୍ଗ–ଅନାବୃତ, ଖୋଲା ବା ମେଲା । କବିଙ୍କ ହୃଦୟ ଖୋଲା ବା ନିଷ୍କପଟ ଥିବାର ସୂଚନା ମିଳେ । (ଓଡ଼ିଆ ଭାଷାକୋଷ)

(୬)

କାଳନ୍ଦୀ ଜନ୍ମ–୪ର୍ଥ ଅଧ୍ୟାୟ–ପଦ-୧୧୪।୧୧୫।

 

କବି ଯାହା ଲେଖିଛନ୍ତି ସେଥିରୁ କବିଙ୍କର ମତିଗତି ବୈଷ୍ଣବୀୟ ଚିନ୍ତା ଚେତନାରେ ଉଦ୍‌ବୁଦ୍ଧ ଥିବାର ଜଣାଯାଏ । ଯେପରି କବି କହିଛନ୍ତି- ‘‘ମଧୁକର ଯେସନ ଧରଣୀଧର ମତି’’, ‘‘ସେବଇ ସାଧୁଙ୍କ ପୟର’’, ‘ଧରଣୀଧର ଦାସ ଧ୍ୟାନ’ ଆଦି ଲେଖାରୁ କବିଙ୍କର ବୈଷ୍ଣବ-ପ୍ରାଣତା ସୂଚିତ ହୋଇଥାଏ । କବି ଜନସାଧାରଣଙ୍କୁ ଏହି ଅମ୍ଲାନ କୃଷ୍ଣଭକ୍ତିରେ ଜଡ଼ି ରହିବାକୁ ଉପଦେଶ ଦେଇଛନ୍ତି । ତେଣୁ କବି କହିଛନ୍ତି-‘ସୁଜନେ ଚିନ୍ତା କୃଷ୍ଣ ପାଏ’, ‘ସୁଜନେ ଭଜ ଦୋଲ ପାଣି’, ‘ସୁଜନେ ଚିନ୍ତ ହରି ରସ’, ‘ସୁଜନେ ପଶ କୃଷ୍ଣ ପାଏ’ ଇତ୍ୟାଦି ।

 

କବି ନିଜକୁ ଅତି ହେୟ, ନୀଚ, ନଗଣ୍ୟ ଭାବରେ ଚିତ୍ରଣ କରିଛନ୍ତି । ନିଜେ ଅତି ଦୁଃଖ କଷ୍ଟରେ କାଳାତିପାତ କରୁଥିବାର ସୂଚନା ମଧ୍ୟ ଏହି ଗ୍ରନ୍ଥରୁ ମିଳିଥାଏ ।

 

‘‘ଧରଣୀଧର ଦାସ କହେ

ଚିତ୍ତ ନିବେସି କୃଷ୍ଣ ପାଏ ।।

।।

ମୋ ଛାର ଅଟେ ପଶୁବୁଦ୍ଧି

ଏଣୁ ଅସୁର ଅସୁର ମୋର ବୃଦ୍ଧି ।।

।।

ହରି ବାସନା ମୋର ନାହିଁ

ଭାସୁଛି ଭବଜଳେ ମୁହିଁ ।।’’

।।

 

ଅନ୍ୟ ଏକ ସ୍ଥାନରେ କହିଛନ୍ତି- ‘ଧରଣୀଧରର ଶିରେ ଖଣ୍ଡେ ବିଷାଦ ।’ ଏଥିରୁ କବିଙ୍କର ଦାରିଦ୍ର୍ୟ ଦୁଃଖ କଷ୍ଟ ଅତିବାହିତ ଜୀବନ ଯାପନର ସୂଚନା ମିଳିଥାଏ ।

 

କବିଙ୍କର ସଂସ୍କୃତ ସାହିତ୍ୟରେ ଅସାଧାରଣ ପାଣ୍ଡିତ୍ୟ ଥିବାର ସୂଚନା ମିଳେ । କାରଣ କବି ଦୁଇଟିଯାକ ଗ୍ରନ୍ଥରେ ସଂସ୍କୃତ ବ୍ୟବହାର କରି ଶ୍ଲୋକମାନେ ନିଜେ ଲେଖିଅଛନ୍ତି ।

 

ବିଷୟ ବସ୍ତୁ :

ଏହି ଗ୍ରନ୍ଥରେ କବି ଚାରିଯୁଗରେ ଭଗବାନଙ୍କର ଲୀଳା ଖେଳା ବର୍ଣ୍ଣନା କରିବା ସହିତ ଭଗବାନଙ୍କୁ ଜନଜୀବନ ସହିତ ଏକ ଓ ଅଭିନ୍ନଭାବରେ କଳ୍ପନା କରିଅଛନ୍ତି । ସମୁଦାୟ ଛବିଶଟି ଅଧ୍ୟାୟରେ ଏହି ‘କାଳନ୍ଦୀ ଜନ୍ମ’ ଗ୍ରନ୍ଥଟି ବିଭାଜିତ । ପ୍ରଥମ ଅଧ୍ୟାୟରେ ପ୍ରଥମେ ଗଣେଶ ଓ ପରେ ସାରଦାଙ୍କ ବନ୍ଦନା କରିବା ସଙ୍ଗେ ସଙ୍ଗେ ବିଷ୍ଣୁଙ୍କ ଦଶ ଅବତାର ବର୍ଣ୍ଣନା କରିଅଛନ୍ତି । କାଳନ୍ଦୀ ଜନ୍ମ ବୃତ୍ତାନ୍ତ ପରୀକ୍ଷା ରାଜାଙ୍କ ଅନୁରୋଧରେ ଭଗବାନ ମୁକ୍ତ ମଣ୍ଡପରେ ମକର ସଂକ୍ରାନ୍ତି ଦିନ କିପରି ବର୍ଣ୍ଣନା କଲେ ତାହା ବର୍ଣ୍ଣିତ । ପ୍ରଥମେ ନିରାକାରଙ୍କ ଜନ୍ମ ଓ ପରେ ମେଦା ଅସୁରକୁ ମାରି କିପରି ପୃଥିବୀ ସର୍ଜନା କଲେ ତାହା ଦ୍ୱିତୀୟ ଅଧ୍ୟାୟର କଥାବସ୍ତୁ । ତୃତୀୟ ଅଧ୍ୟାୟରେ କବି ଶୂନ୍ୟରେ ଚନ୍ଦ୍ର ଓ ସୂର୍ଯ୍ୟ କିପରି ଜନ୍ମ ନେଲେ ତାହା ବର୍ଣ୍ଣନା କରିଅଛନ୍ତି । ବ୍ରହ୍ମଙ୍କଠାରୁ ବେଦ ପୋଥି ହରଣ କରିଥିବା ଶଙ୍ଖାସୁରକୁ ସଂହାର କରିବା ପ୍ରସଙ୍ଗ ଚତୁର୍ଥ ଅଧ୍ୟାୟର କଥାବସ୍ତୁ । ପଞ୍ଚମ ଅଧ୍ୟାୟରେ କାଳନ୍ଦୀକୁ ଭଗବାନ ବେଦପୋଥି ଦେଇ ବ୍ରହ୍ମାଙ୍କ ନିକଟେ ଦଣ୍ଡୁଆସି ହୋଇ ବେଦପୋଥିକୁ ଜଗି ରହିବାକୁ ନିର୍ଦ୍ଦେଶ ଦେଇଅଛନ୍ତି । ପୁଣି ବ୍ରହ୍ମା, ବିଷ୍ଣୁ ଓ ମହେଶ ଯୋଗଧ୍ୟାନରେ ସଞ୍ଜିବନୀ ମନ୍ତ୍ରରେ ଫୁଙ୍କିବାରୁ କିପରି ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୂଦ୍ର ଆଦି ଚାରିଜାତି ସୃଷ୍ଟି ହେଲେ ତାହା ବର୍ଣ୍ଣନା କରିଅଛନ୍ତି । ଷଷ୍ଠ ଅଧ୍ୟାୟରେ କନ୍ଦର୍ପ ଓ ଯୋଜନଗନ୍ଧା ନାରୀ ଗର୍ଭରୁ ଯଥାକ୍ରମେ କାଳନ୍ଦୀ ଓ ବେଦବ୍ୟାସ କିପରି ଜନ୍ମ ଗ୍ରହଣ କଲେ ତାହା ବର୍ଣ୍ଣନା କରିଅଛନ୍ତି । ସପ୍ତମ ଅଧ୍ୟାୟରେ କୈବର୍ତ୍ତକନ୍ୟା ଯୋଜନଗନ୍ଧା ବିବାହ ପାଇଁ ପ୍ରଭୁ କିପରି ପାଟଣାପୁର ଗ୍ରାମର କାଳନ୍ଦୀ ମୁଚ୍ଛକେଶୀକୁ ସ୍ଥିର କଲେ ତାହା ବର୍ଣ୍ଣିତ । ଅଷ୍ଟମ ଅଧ୍ୟାୟରେ ବୃହସ୍ପତି କିପରି ସରସ୍ପତୀଙ୍କଠାରୁ ଜନ୍ମ ହୋଇ ଦମନ ଚମାରୁଣୀ ଘରେ ବଢ଼ିଲେ ତାହା ବର୍ଣ୍ଣିତ । ଭଗବାନଙ୍କ ନିର୍ଦ୍ଦେଶରେ ବୃହସ୍ପତି କାଳନ୍ଦୀର ବିବାହ ଲଗ୍ନ ସ୍ଥିର କଲେ । ନବମ ଅଧ୍ୟାୟରେ କାଳନ୍ଦୀ ମଚ୍ଛକେଶୀର ବିବାହ ପାଇଁ କବି କେଉଁ ପଦାର୍ଥ ପ୍ରଦାନ କଲେ ତାହା ବର୍ଣ୍ଣିତ । ପୁଣି ଏହି ଅଧ୍ୟାୟରେ ଜଳ କାଳନ୍ଦୀର ଜନ୍ମ ବୃତ୍ତାନ୍ତ ପ୍ରଦତ୍ତ । ପର ଅଧ୍ୟାୟରେ କାଳନ୍ଦୀ ବାଉରୀର ଜନ୍ମ ବୃତ୍ତାନ୍ତ ପ୍ରଦତ୍ତ । ଏମାନେ ମର୍ଦ୍ଦଳ ବଜାଇଲେ । ପ୍ରଭୁଙ୍କ ଆଜ୍ଞାରେ ସୁଦାମା ମାଳୀର ମୁକୁଟ ପ୍ରଦାନ ମଧ୍ୟ ଏହି ଦଶମ ଅଧ୍ୟାୟରେ ବର୍ଣ୍ଣିତ । ଏକାଦଶ ଅଧ୍ୟାୟରେ ବିବାହର ଟିକିନିଖି ବର୍ଣ୍ଣନା କରାଯାଇଛି । ଯେପରି କଳସ ବସିବାଳ, ଚିତା ପଡ଼ିବା, ସୁଆରୀ ସଜ ହେବା ଇତ୍ୟାଦି । ଏହି ଅଧ୍ୟାୟରେ ରାଜା ପ୍ରତାପରୁଦ୍ର ବିବାହ ଦେଖି ବିବାହରେ କିଛି ଧନ ରତ୍ନ ଦେଇ ସୈନ୍ୟ ସାମନ୍ତ ସହିତ ବରକୁ ପାଛୋଟି ଆଣିବା ଚିତ୍ର ଦିଆଯାଇଛି । ଦ୍ୱାଦଶ ଅଧ୍ୟାୟରେ ବିବାହ ଦୃଶ୍ୟ ବର୍ଣ୍ଣିତ । ତ୍ରୟୋଦଶ ଅଧ୍ୟାୟରେ କାଳନ୍ଦୀ କିପରି ତ୍ରେତୟା ଯୁଗରେ ରାମଚନ୍ଦ୍ରଙ୍କର ଦୂତ ହୋଇ ସେବା କରିଥିଲା ତାହା ବର୍ଣ୍ଣିତ । ଚତୁର୍ଦ୍ଦଶଠାରୁ ଷୋଡ଼ଶ ଅଧ୍ୟାୟ ମଧ୍ୟରେ ରାମ ବନବାସ, ହନୁର ପରିଚୟ ଓ ଶେଷରେ ତ୍ରେତୟା ଯୁଗ ଶେଷରେ କିପରି ବୈକୁଣ୍ଠ ଗମନ ହୋଇଛି ତାହା ବର୍ଣ୍ଣିତ । ସପ୍ତଦଶଠାରୁ ଏକବିଂଶ ଅଧ୍ୟାୟ ମଧ୍ୟରେ କୃଷ୍ଣ କାଳନ୍ଦୀଙ୍କର ଦେବକୀ ଗର୍ଭରୁ ଜନ୍ମ, କଂସର ନିମନ୍ତ୍ରଣକ୍ରମେ ମଥୁରା ଗମନ ଓ ସେଠାରେ କଂସ ସହିତ ଅସୁରମାନଙ୍କୁ ନିଧନ କରିଛନ୍ତି ତାହା ବର୍ଣ୍ଣିତ । ପରେ ପରେ କାଳନ୍ଦୀର ଗୋତ୍ରକରଣ, ଚଣ୍ଡ କାଳନ୍ଦୀ ଜନ୍ମ ରହସ୍ୟ, କାଳୀ ଦଳନ ଆଦି ଚତୁର୍ବିଂଶ ଅଧ୍ୟାୟ ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇଛି । ଏହିଯାଏ ଦ୍ୱାପର ଯୁଗର ଭଗବାନଙ୍କର ଲୀଳା ବର୍ଣ୍ଣିତ ହୋଇଛି । ପଞ୍ଚବିଂଶ ଅଧ୍ୟାୟରେ କଳିଯୁଗରେ ବିଷ୍ଣୁ ପ୍ରତିମା ନିର୍ମାଣ ଓ ଛବିଶ ଅଧ୍ୟାୟରେ ଅଛୁଆଁ କାଳନ୍ଦୀର ଜନ୍ମ ବୃତ୍ତାନ୍ତ ବର୍ଣ୍ଣିତ । କଳିଯୁଗରେ କାଳନ୍ଦୀରୁ ତ୍ୟାଗ କରି କବି ନିଜର ଗ୍ରନ୍ଥ ଶେଷ କରିଛନ୍ତି । ଏହି ହେଲା ସମୁଦାୟ ଗ୍ରନ୍ଥର ସଂକ୍ଷିପ୍ତ ବିଷୟବସ୍ତୁ ।

 

ଛନ୍ଦ ଓ ବୃତ୍ତ:

ଏହି ଗ୍ରନ୍ଥଟିରେ ସମୁଦାୟ ୨୬ଟି ଅଧ୍ୟାୟ ଅଛି । ପ୍ରତିଟି ଅଧ୍ୟାୟ ନବାକ୍ଷରୀ ବୃତ୍ତରେ ଲିଖିତ । ଅଧ୍ୟାୟ ଶେଷରେ ଶ୍ରୀମଦ୍ ଭାଗବତ (ଜଗନ୍ନାଥ ଦାସ କୃତ) ଶେଷରେ ଯେପରି ବିଷୟବସ୍ତୁର ସୂଚନା ଦେଇ ଅଧ୍ୟାୟ ସମାପ୍ତି ଘୋଷଣା କରାଯାଇଛି, ଏଥିରେ ଠିକ ସେପରି କରାଯାଇଛି । ଭାଗବତରେ ଯେପରି ଶୁକପରୀକ୍ଷ ସମ୍ବାଦ କ୍ରମରେ ଲିଖିତ, ଏଥିରେ ସେପରି ପରୀକ୍ଷଙ୍କ ଅନୁରୋଧରେ ଭଗବାନଙ୍କ ଉକ୍ତି ପ୍ରଦତ୍ତ ହୋଇଛି । ଅନେକ ସ୍ଥାନରେ ନିଜଦ୍ୱାରା ସଂସ୍କୃତି ଶ୍ଲୋକ ଦେଇ ତା’ର ଓଡ଼ିଆ କରିଥିବାର ଦେଖାଯାଇଛି ।

 

ଭାଷା :

କବିଙ୍କର ଭାଷା ଯଦିଓ ଲଳିତ ଓ କୋମଳ ତଥାପି ସଂସ୍କୃତାଭିମୁଖୀ ହୋଇଛି । ସାଧାରଣ ଲୋକଙ୍କ ବୋଧଗମ୍ୟ ନିମିତ୍ତ କବି କେତେକ ଦେଶଜ ଶବ୍ଦ ମଧ୍ୟ ପ୍ରୟୋଗ କରିବାକୁ ଭୁଲି ନାହାନ୍ତି । ଭାଷା ଛନ୍ଦୋବଦ୍ଧ ଓ କୋମଳ । ଭାଷାର କୋମଳ ପରଶ ଓ ଉପମାର ବହୁଳ ପ୍ରୟୋଗ ଫଳରେ କାବ୍ୟଟି ହୋଇଛି ଅନେକାଂଶରେ ସୁଷମା ବିମଣ୍ଡିତ । ସମୁଦାୟ ଗ୍ରନ୍ଥଟିରେ ଯେଉଁସବୁ ଗାଉଁଲୀ ପ୍ରଚଳିତ ଲୋକମୁଖନିଃସୃତ ଶବ୍ଦ ଦିଆଯାଇଛି ସେଗୁଡ଼ିକ ମଧ୍ୟରୁ କେତୋଟି ଦିଆଗଲେ କବିଙ୍କୁ ଚିହ୍ନିବାରେ ସହଜ ହେବ । ଯେପରି ଖୋରଟା (୧) ମଢ଼ିଆ, (୨) ଦାନୁଆ, (୩) ଛାଲିଛୁଆର, (୪) ବିଭାଏ, (୫) ଷାଆତଳିଆ, (୬) ଖିନି ଖିନି ଓ ଛିଇ ଛିଇ (୭) ମଢ଼ିମୁରୁଦାର, (୮) ହାବୁକାମାରି, (୯) ନୁଗା, (୧୦) ମେଲାଣି ଓ ଉଛୁର, (୧୧) ଉକୁଚିଲେ, (୧୨) ଶୁଳୁଣୀ, (୧୩) ଯୋଚିବା, (୧୪) ପିଚିକା, (୧୫) ଆଦି । କବିଙ୍କର ଲେଖନଶୈଳୀ ଅତି ସରଳ ଓ ବୋଧଗମ୍ୟ । ଭାଷାର କ୍ଲିଷ୍ଟତା ନ ଥିବାରୁ ବିଷୟବସ୍ତୁର ମିଷ୍ଟ ସ୍ୱାଦ ଆହରଣ କରିବା ପାଠକକୁ ଅତି ସହଜ ହୋଇଥାଏ ।

 

ଏହାଛଡ଼ା କବିଙ୍କ ଭାଷାରେ କେତେକ ସ୍ଥାନରେ ପ୍ରାଚୀନ ପ୍ରୟୋଗ ଦେଖିବାକୁ ମିଳିଥାଏ-। ଯେପରି ଲତାଗ୍ରିହ, ତଥି, ଦେଅଇ ଆଦି ଗୀତଗୋବିନ୍ଦରେ ଏବଂ ‘କାଳନ୍ଦୀ ଜନ୍ମ’ରେ ଯୁଥ ଯୁଥ, ମୂର୍ଦ୍ଧଜ, କମାଡ଼, ହାଥେ, ଅପକ୍ଷରୀ (ଅପସରୀ) ଇତ୍ୟାଦି ଶବ୍ଦ ବ୍ୟବହୃତ ହୋଇଥିବାର ଦେଖିବାକୁ ମିଳେ ।

 

କବିଙ୍କର ରଚନା ଶୈଳୀ ଅତି ଜୀବନ୍ତ । କାର୍ଯ୍ୟକାରଣ ସମ୍ପର୍କ ଅତି ଯତ୍ନର ସହିତ ଅବ୍ୟାହତ ରଖାଯାଇ ଥିବାରୁ ବିଷୟଟି ହୋଇ ଉଠିଛି ଅତୀବ ମନୋହର । ଯେପରି ରଥରେ ଯୋଚା ଯାଇଥିବା ଶ୍ୱେତ ଅଶ୍ୱକୁ ସାରଥୀ ଦେଖି ହରଷ ମନରେ ନାନା ବିଚିତ୍ର ଗୀତ ଗାଉଥିବାର ବର୍ଣ୍ଣନା କରାଯାଇଛି । ଯେପରି-

 

‘‘ରଥେ ଯୋଚିଲେ ସେତ ଅଶ୍ୱ

ସାରଥି ମନରେ ହରସ

।।

ନାନା ବିଚିତ୍ର ଗାଏ ଗୀତ

ରଥ ଚାଲଇ ଶୂନ୍ୟପଥ

।।’’ ଇତ୍ୟାଦି

 

ସମାଜ ଚିତ୍ର:

କବିଙ୍କର ଏହି ଗ୍ରନ୍ଥ ଏକ ଅମୂଲ୍ୟ ରତ୍ନଭଣ୍ଡାର । ଏଥିରେ ଭରି ରହିଛି ସମାଜର ପ୍ରତିଟି କୋଣ ଅନୁକୋଣର ଅନୁଭୂତି ସର୍ବସ୍ୱ ଚିତ୍ରାବଳୀ । ସମାଜରେ ବାସ କରୁଥିବା ଲୋକମାନଙ୍କର ଖାଦ୍ୟ, ପୋଷାକ, ଅଳଙ୍କାର, ଆଚରଣ, ବିବାହ, ଆମୋଦପ୍ରମୋଦ, ଚିତ୍ର ଭାସ୍କର୍ଯ୍ୟ ଆଦିର ବର୍ଣ୍ଣନା ପ୍ରଦାନ କରି କବି ଗ୍ରନ୍ଥଟିର କଳେବର କରିଛନ୍ତି ସୁଷମାମଣ୍ଡିତ ।

 

କବି ଓଡ଼ିଆ ଘରର ଚଳଣି ଅନୁସାରେ ଅନ୍ନବ୍ୟଞ୍ଜନ ପରେ ସୁବାସିତ ବିଡ଼ିଆ ପାନ ଖାଇବାର ବର୍ଣ୍ଣନା ଦେଇ କହିଛନ୍ତି–

 

‘‘ମୁଖ ପଖାଳି ବାସ ଚୁଆ । କର୍ପୂର ଚନ୍ଦନ ବିଡ଼ିଆ ।’’ (ଅ:୭।୩୦)

 

ରାମଚନ୍ଦ୍ରଙ୍କର ବେଶ ବର୍ଣ୍ଣନା ପ୍ରସଙ୍ଗରେ କବି ଲେଖିଛନ୍ତି-

 

‘‘ଦେହରେ ବୋଳି ରଙ୍ଗ ମାଟି । ପିଙ୍ଗଳ ବସ୍ତ୍ର ଯେ କାଛଟି ।’’ (୧୪।୧୧୧)

 

କବି କାଳନ୍ଦୀର ବିବାହ ପ୍ରସଙ୍ଗରେ କନ୍ୟାର ଅଳଙ୍କାର ସୁଶୋଭନ ବିଧି ସମ୍ମତ ବିବାହାଦି କାର୍ଯ୍ୟର ବର୍ଣ୍ଣନା ଏହି ଗ୍ରନ୍ଥରେ ଦେଇଛନ୍ତି । ବିବାହରେ ଜଣେ ବ୍ୟକ୍ତିର ମଧ୍ୟସ୍ଥତା ଏକାନ୍ତ ବାଞ୍ଛନୀୟ । ତେଣୁ କାଳନ୍ଦୀର ବିବାହରେ ପ୍ରଭୁ ନିଜେ ମଧ୍ୟସ୍ଥତା କରିଛନ୍ତି । ବିବାହରେ ସବୁ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରାଯାଇ, କୁମ୍ଭ ସ୍ଥାପନ କରାଇ, ଚାନ୍ଦୁଆ ଆଦି ଟଙ୍କାଇବାର ଚିଠି ଠିକ୍ ଓଡ଼ିଆ ଘରର ଚଳଣିରେ ପ୍ରଚଳିତ ଚିତ୍ରପରି ମନେ ହୁଏ । ବରକୁ ବରଣି କରି ଅଣାଯାଇ ବେଦୀରେ ନିୟମସମ୍ମତ ବିବାହ ବର୍ଣ୍ଣନା କବି କରିଥିବାର ଦେଖିବାକୁ ମିଳେ । ଏହି ବିବାହରେ ଆମୋଦ ପ୍ରମୋଦର ଅବସ୍ଥା ଅତୀବ ମନୋହର । ଯେପରି–

 

‘‘ବାଜିଲା ଶଙ୍ଖ ଭେରିତୁରୀ

ଢୋଲକ ମାଡ଼ ଆଦି କରି

।। (୧୧।୨୪)

ନୃତ୍ୟ କରନ୍ତି ଅପକ୍ଷରୀ

କେହେ ଚାମରଛନ୍ତି ଧରି

।।’’ (୧୧।୩୧)

 

ଏହି ବିବାହରେ ଯେଉଁ ଯେଉଁ ବାଦ୍ୟଗୁଡ଼ିକ ବ୍ୟବହୃତ ହୋଇଛି, ସେଗୁଡ଼ିକ ହେଲା ଶଙ୍ଖ, ଟମକ, ମର୍ଦ୍ଦଳ, ତାର, ମୁରଲୀ, ଖଞ୍ଜୁଡ଼ି, କଂସା, କରତାଳ ଇତ୍ୟାଦି । ବିବାହର ଏହି ଶୋଭାଯାତ୍ରା ଦେଖିବାପାଇଁ ଲୋକମାନେ କିଏ ପିଢ଼ା, କିଏ ବୃକ୍ଷ ଉପରେ ଚଢ଼ି ଦେଖୁଥା’ନ୍ତି । ଏହା ଅତି ମନୋମୁଗ୍‌ଧକର ଉପଭୋଗ୍ୟ ଦୃଶ୍ୟ । ବରକୁ ବରଣି କରି ଆଣିବାବେଳେ କିପରି କଞ୍ଚନ ପାତ୍ରରେ ଫୁଲ, ଚନ୍ଦନ, ଧୂପ, ଦୀପ ଆଦି ନେଇ ବରଣ କରାଯାଏ ତାହା ବର୍ଣ୍ଣନାର ବିଷୟବସ୍ତୁ । ଯେପରି-

 

‘‘ହରି କନ୍ୟାର ପିତା ସଙ୍ଗେ

ବର ବରିବେ ନବରଙ୍ଗେ

।।

ଫୁଲ ଚନ୍ଦନ ଗୁଆ ପାନ

ଧୂପ ଦୀପ ଆଦି ବସନ

।।

କଞ୍ଚନ ପାତ୍ରେ ସବୁ ଭରି

କନ୍ୟାର ପିତା ଅଛି ଧରି

।।

ବର ସନ୍ନିଧ୍ୟେ ହୋଇଲେ

ଗଳାରେ ପୁଷ୍ପମାଳ ଦେଲେ

।।’’ (୧୧।୯୭)

 

ବିବାହରେ ଯେଉଁ ସାଜସଜ୍ଜା କରାଯାଇଥିଲା ତାହାର ବର୍ଣ୍ଣନା ଅନେକ ସ୍ଥାନରେ ପ୍ରଦାନ କରାଯାଇଛି । ଯେପରି ବିବାହରେ ସେତ ଚାନ୍ଦୁଆ ବ୍ୟବହାର ହେବା ବିଧି କବିଙ୍କ ଲେଖନୀରେ ବର୍ଣ୍ଣିତ :

 

‘‘ସେତ ଚାନ୍ଦୁଆ ଶୋଭା ଦିଶେ

ହୀରାନୀଳା ଯେ ଚଉପାଶେ

।।

ମୁକୁତା ମାଣିକ୍ୟ ଖଞ୍ଜଣୀ

ମେଘନାଥ ତହିଁ ରାଏଣୀ

।।’’ (୧୧।୨୮)

 

ଚିତ୍ରକଳା ଓଡ଼ିଶାର ଅତି ପ୍ରାଚୀନତମ କଳା । ଏହି ଚିତ୍ର ଭୂମି, ଭୁର୍ଜପତ୍ର ଆଦିରେ ଅତି ମନୋରମ ଭାବରେ ଅଙ୍କିତ ହୋଇଥାଏ । ଚିତା ଲେଖିବାର ବିଧି ବିବାହ, ବ୍ରତ ଓ ଓଷା ଆଦିରେ ହୋଇଥାଏ । ସ୍ତ୍ରୀ ଲୋକମାନେ ଚାଉଳକୁ ବାଟି ଭୂମି ଉପରେ ନାନାପ୍ରକାରର ଚିତ୍ର ଅଙ୍କନ କରନ୍ତି-। କବି ଧରଣୀଧର ଏହି ଗ୍ରନ୍ଥରେ ବିବାହରେ କି କି ଚିତ୍ର ଅଙ୍କିତ ହୋଇଥିଲା ତାହା ବର୍ଣ୍ଣନା କରି କହିଛନ୍ତି :

 

‘‘ହଂସ, ମୟୂର, ପାତି ଶୁଆ

ହରଣୀ ମୃଗ ବାଉଟିଆ

ଏମନ୍ତ ଚିତ୍ରମାନ ତହିଁ

ଯହିଁରେ କ୍ଷୁଧା ତୃଷା ନାହିଁ

।’’ (୧୧।୩୦)

 

ଏହି ଚିତା ଲେଖିବା ପୂର୍ବରୁ ଭୂମିକୁ ଗୋମୟ ପିଚିକା ପକାଇ ଲିପି ପରେ ଚିତା ଲେଖା ଯାଇଥାଏ ।

 

ସମାଜରେ ବାସ କରୁଥିବା ସ୍ତ୍ରୀ ଲୋକମାନେ ସକାଳୁ ଶୌଚାଦି କର୍ମ କରି ସାରିଲା ପରେ ବାସନ ମାର୍ଜନ, କଳସୀ ଘେନି ସ୍ନାନ କରିବାକୁ ସରୋବରକୁ ଯିବାର ଚିତ୍ର ଏହି ଗ୍ରନ୍ଥରେ ଦିଆଯାଇଛି । କବି ଲେଖିଛନ୍ତି :

 

‘‘ସଉଚ ଘରଦ୍ୱାର କରି

ଗୋମୟ ଘେନି ଶୁଦ୍ଧ କରି

।।

ଗୋମୟ ପିଚିକା ପକାଇ

ବାସନ ମାର୍ଜନ କରାଇ

।।

କଳସୀ ଘେନି ଦେବୀ କାଖେ

ଚଳିଲେ ସରୋବର ପାଖେ

।।’’ (୭।୧୬୩)

 

ସମୁଦାୟ ଗ୍ରନ୍ଥରେ ସମାଜର ଭିନ୍ନ ଭିନ୍ନ ଚିତ୍ର ମାଧ୍ୟମରେ କବି ଚରିତ୍ରମାନଙ୍କୁ କରିଛନ୍ତି ସଜୀବ ଓ ରୂପବନ୍ତ । ବର୍ଣ୍ଣନା ପ୍ରସଙ୍ଗରେ କବି ନିତ୍ୟନୈମିତ୍ତିକ ଜୀବନରେ ଘଟୁଥିବା ଘଟଣା ଓ ମସାଜର ନାନା ଚିତ୍ର ଦେବାରେ ସକ୍ଷମ ହୋଇ ପାରିଛନ୍ତି । ଏହାଛଡ଼ା ସେ ସମୟରେ ରାଜା ମହାରାଜାମାନେ ଦେଶରକ୍ଷା ନିମିତ୍ତ ସୈନ୍ୟ ବ୍ୟବହାର କରୁଥିଲେ; ତାହା ସମ୍ପର୍କରେ ଏକବ ବିବରଣୀ ଦିଆଯାଇଛି । ଯେପରି-ଘୋଡ଼ାଚଢ଼ା, ଶୁଆରୀଚଢ଼ା, କଟାରୀବନ୍ଧା, ଖଡ଼ଗଧରା, ଢ଼ାଲ, ଶକତି, ମୁଦଗର, ଯଷ୍ଠି, ବାଙ୍କିଆ, ଗଦା, ଛେଲ, ପର୍ଶୁପତ୍ର, ବନ୍ଧୁକ, କୋଦଣ୍ଡ ଆଦି ଧରିଥିବା ସୈନ୍ୟମାନେ ଯୁଦ୍ଧରେ ବ୍ୟବହାର କରୁଥିଲେ ।

 

ପୌରାଣିକତା :

କବିଙ୍କର ଏହି ଗ୍ରନ୍ଥଟି ସଂପୂର୍ଣ୍ଣ ଭାବରେ ପୂରାଣର ଆଖ୍ୟାୟିକା ଉପରେ ଆଧାରିତ । ଯୁଗ ଭେଦରେ ପ୍ରଭୁଙ୍କର ଲୀଳାଖେଳାକୁ କବି ଗ୍ରନ୍ଥରେ ରୂପାୟିତ କରିଛନ୍ତି । ତେଣୁ ସେ ଲେଖିଛନ୍ତି-

 

‘‘ସତ୍ୟରେ ମୀନ ରୂପ ହୋଇ

ଶଙ୍ଖାକୁ ବଧିଲେ ଗୋସାଇଁ

।।୧୧।।

ବେଦ ଉଦ୍ଧରି ପୃଥ୍ୱୀ କଲେ

ଏରୂପେ ସଂସାର ସିର୍ଜିଲେ

।।୧୨।।

ଦ୍ୱାପର ଯୁଗ ଭିଆଇଣ

ନିଜ ଧାମ ଗଲେ ଆପଣ

।।’’୧୩।। (୧୩ଶ ଅଧ୍ୟାୟ)

 

ପୁଣି ୧୬ଶ ଅଧ୍ୟାୟର କବି କହିଛନ୍ତି-

‘‘ତ୍ରେତୟା ଯୁଗ ଭୋଗ କଲେ । ନିଜ ଧାମକୁ ଚଳିଗଲେ ।’’

 

କବି ଏହି ପୁରାଣର କଙ୍କାଳ ଉପରେ କଳ୍ପନାର ଝଲକ ଦେଇ ଗ୍ରନ୍ଥଟିକୁ କରିଛନ୍ତି ବାସ୍ତବ ଓ ଜୀବନ । ଯୁଗଭେଦରେ ଭକ୍ତ ଓ ଭଗବାନଙ୍କର ସମ୍ପର୍କ ହୋଇଛି ଅକ୍ଷୁର୍ଣ୍ଣ । ତେଣୁ ରାମଚନ୍ଦ୍ରଙ୍କ ସହିତ ହନୁମାନ, କୃଷ୍ଣଙ୍କ ସହିତ ସୁଦମା ଆଦି ଯୁଗେ ଯୁଗେ ସମ୍ପର୍କିତ । କାଳନ୍ଦୀ ନୀଚ ଜାତି ହେଲେ ମଧ୍ୟ ପ୍ରଭୁଙ୍କର କୃପାଲାଭ କରି ପାରିଛି । କଳିଯୁଗରେ ସେ ଯଦିଓ ଅଛୁଆଁ ବା ଅସ୍ପୃଶ୍ୟ ତଥାପି ଭଗବାନ ତାହାର ବିବାହ ନିମିତ୍ତ କନ୍ୟା ସନ୍ଧାନ କରି ନିଜେ ମଧ୍ୟସ୍ଥତା କରିଛନ୍ତି । ଏଥିରୁ ଭକ୍ତ ଓ ଭଗବାନଙ୍କ ଯୁଗେ ଯୁଗେ ସମ୍ପର୍କଥିବା କଥା କବି ସ୍ୱୀକାର କରିଛନ୍ତି । ପୁଣି କବି କଳିଯୁଗରେ ଘଟିଥିବା ଜାତିଆଣ ଭେଦଭାବକୁ ଅସ୍ୱୀକାର କରି ଏହାକୁ ଭଗବତ୍‌ମୁଖୀ କରିଛନ୍ତି ।

 

ପାଟକ ଜନ୍ମ ବୃତ୍ତାନ୍ତ

କବି ଏହି ଗ୍ରନ୍ଥର ବିଷୟବସ୍ତୁ ସହିତ ସେ ସମୟରେ ଉତ୍କଟ ଜାତିଆଣ ଭେଦଭାବ ସମ୍ପର୍କରେ ଏକ ସୁନ୍ଦର ମନ୍ତବ୍ୟ ପ୍ରକାଶ କରିଛନ୍ତି; ଯହିଁରୁ ଷୋଡ଼ଶ ଶତାବ୍ଦୀର ସାମାଜିକ ଚଳଣି ସମ୍ପର୍କରେ ଅନେକ ସୂଚନା ମିଳିଥାଏ । ଏହି ଷୋଡ଼ଶ ଶତବ୍ଦୀରେ ପ୍ରତ୍ୟେକ ବୈଷ୍ଣବ ଅନୁଭବ କରିଥିଲେ ଯେ ଏ ଜାତିଆଣ ଭେଦଭାବ ସମାଜରୁ ଅନ୍ତର୍ହିତ ହେବା ଏକାନ୍ତ ଆବଶ୍ୟକ । ତେଣୁ ଅଚ୍ୟୁତାନନ୍ଦ ଲେଖିଥିଲେ ‘ପାଟକ ଗୀତା’ ଓ ବଳରାମ ଦାସ ‘ଗଣେଶ ବିଭୂତି ଗୀତା’ରେ ନିଜର ଅଭିବ୍ୟକ୍ତି ବ୍ୟକ୍ତ କରିବାକୁ ଆଗଭର ହୋଇଥିଲେ । ବଳରାମ ଦାସ ବ୍ରହ୍ମାଙ୍କଠାରୁ ଚାରି ଜାତି ସୃଷ୍ଟି ବୋଲି କହିଥିବା ସ୍ଥଳେ ଅଚ୍ୟୁତାନନ୍ଦ ଲୋକଙ୍କୁ ବିଷ୍ଣୁମୁଖୀ କରାଇ ବିଷ୍ଣୁଙ୍କଠାରୁ ସଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି । (୧) କିନ୍ତୁ କବି ଧରଣୀଧର ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତ୍ରିମୂର୍ତ୍ତିଙ୍କଠାରୁ ସୃଷ୍ଟି ବୋଲି ଚିତ୍ରଣ କରିଛନ୍ତି । କବି ଲେଖିଛନ୍ତି:

 

‘‘କୃଷ୍ଣଙ୍କୁ ବ୍ରହ୍ମା ଜଣାଇଲେ

ଶିବ ସହିତେ ବିଜେ କଲେ

।।

ତହ୍ନି ଯେ ବସି ଯୋଗଧ୍ୟାୟୀ

ତାହାକୁ ଜୀବନ୍ୟାସ ଦେଇ

।।

ଫୁଙ୍କିଲେ ସଞ୍ଜିବନି ମନ୍ତ୍ର

ଚାରି ପାଟକ ହେଲେ ଜାତ

।।

ବ୍ରହ୍ମ, କ୍ଷତ୍ରିଅ, ବଶ୍ୟ, ଶୂଦ୍ର

ଚାରି ପାଟକ କଲେ ଭେଦ

।।’’

(୫।।୧୦୪ । ୧୦୫। ୧୦୬)

 

(୧) କୋଣାର୍କ-୩୬ଶ ସଂଖ୍ୟା, ୧୯୭୮-ହିନ୍ଦୁ ସମାଜରେ ଜାତିପ୍ରଥା ଓ ପାଟକ ଗୀତା, ପୃ-୭୬

 

ଏହି ଭାଗରେ ଚାରିଜାତି ସୃଷ୍ଟି ହୋଇଥିବା କଥା କବି ସ୍ୱୀକାର କରିଛନ୍ତି । ଏତଦ୍‌ଭିନ୍ନ କର୍ମ ଭେଦରେ ସେମାନେ ଅନେକ ଜାତିରେ ବିଭକ୍ତ ହୋଇଛନ୍ତି । ତେଣୁ ଆଜି ଅଶେଷ ଜାତି ଦୃଷ୍ଟିଗୋଚର ହୁଏ । କବିଙ୍କ ବର୍ଣ୍ଣନା ଅନୁସାରେ ବ୍ରାହ୍ମଣ ନଅ ଜାତିର । କ୍ଷତ୍ରି ବାର ଓ ଶୂଦ୍ର ଆଠ । ବିପ୍ରମାନଙ୍କ ମଧ୍ୟରେ ବଳଦେବ ଗୋତ୍ରୀ ବ୍ରାହ୍ମଣ ସବୁଠାରୁ ଉତ୍କୃଷ୍ଟ ଜାତୀୟ ବ୍ରାହ୍ମଣ । ଅନ୍ୟମାନେ ଋଷିବୀଜ ସମ୍ଭୁତ ମଢ଼ିଆ (ମୃତ ବ୍ୟକ୍ତିର କର୍ମ) କର୍ମ କରୁଥିବା, ଦାନ ଗ୍ରହଣ କରୁଥିବା ବ୍ରାହ୍ମଣ; ତେଣୁ କବି କହିଛନ୍ତି–

 

‘‘ମଢ଼ିଆ ବିପ୍ର ସେ ବୋଲାନ୍ତି

ମଢ଼ିଆ କର୍ମରେ ବଢ଼ନ୍ତି

।।

ଋଷି ବୀଜରୁ ଯେ ଉତ୍ପନ୍ନ

ଦାନୁଆ ବ୍ରାହ୍ମଣ ସେମାନେ

।।

 

ଏହାଛଡ଼ା ବର୍ଣ୍ଣନା ପ୍ରସଙ୍ଗରେ ବାଉରୀ, ଚମାର ଓ ମଚ୍ଛ କାଳନ୍ଦୀ (କୈବର୍ତ୍ତ) ଆଦିର ଜନ୍ମ ବୃତ୍ତାନ୍ତରେ କବି କିପରି ସେମାନେ ନିଜ ନିଜ କର୍ମଦ୍ୱାରା ଅସ୍ପୃଶ୍ୟ ହେଲେ ତାହା ବର୍ଣ୍ଣନା କରିଛନ୍ତି ।

 

ବୈଷ୍ଣବ ଧର୍ମ ଓ ଧରଣୀଧର:

କବି ଧରଣୀଧର ଜଣେ ବୈଷ୍ଣବ କବି । କବିଙ୍କ ଗ୍ରନ୍ଥରେ ବୈଷ୍ଣବତ୍ୱ ପ୍ରତିପାଦିତ ହୋଇଛି-। କବି ଗ୍ରନ୍ଥ ଆରମ୍ଭରେ ଭଗବାନ ବିଷ୍ଣୁଙ୍କର ଦଶଅବତାର ବର୍ଣ୍ଣନା କରି ଲେଖିଛନ୍ତି–

 

‘‘କହିବା ଦଶ ଅବତାର ରାଜନ ଶୁଣ ତୋଷଭର ।’’ (୧।୨୯)

 

ଏହାଛଡ଼ା ବିଷ୍ଣୁଙ୍କର ଚାରିଯୁଗରେ ଭିନ୍ନ ଭିନ୍ନ ଅବତାର ଗ୍ରହଣ କରିଥିବା ଲୀଳା-ମହାତ୍ମ୍ୟ ବର୍ଣ୍ଣନା କରିଅଛନ୍ତି । ତେଣୁ କବି କହିଛନ୍ତି-

 

‘‘ସତ୍ୟରେ ମୀନରୂପ ହୋଇ

ଶଙ୍ଖାକୁ ବଧିଲ ଗୋସାଇଁ

।।

ବେଦ ଉଦ୍ଧାରି ପୃଥ୍ୱୀ କଲେ

ଏରୂପେ ସଂସାର ସିର୍ଜିଲେ

।।

ଦ୍ୱାପର ଯୁଗ ଭିଆଇଣ

ନିଜ ଧାମ ଗଲେ ଆପଣ

।।’’ (୧୩।୧୧)

 

ଏହିପରି ଯୁଗଭେଦରେ ବିଷ୍ଣୁଙ୍କର ଭିନ୍ନ ଭିନ୍ନ ଅବତାରବାଦର ବର୍ଣ୍ଣନା କବି କରିଛନ୍ତି । ପଞ୍ଚବିଂଶ ଅଧ୍ୟାୟରେ କଳିଯୁଗରେ ବିଷ୍ଣୁଙ୍କର ବିଗ୍ରହ ପୂଜାବିଧି ବର୍ଣ୍ଣନା କରିଛନ୍ତି । ଏହାଛଡ଼ା ବ୍ରହ୍ମା, ବିଷ୍ଣୁ, ମହେଶଙ୍କଠାରୁ ଚାରିଜାତି ସଷ୍ଟ ବୋଲି କବି ବର୍ଣ୍ଣନା କରିଛନ୍ତି । ପୁଣି କହିଛନ୍ତି ବିଷ୍ଣୁଙ୍କର ବିଭିନ୍ନ ଅଙ୍ଗରୁ ଜାତି ପାଟକ ସୃଷ୍ଟ । ଯେପରି-

 

‘‘ଡାହାଣ ଭୁଜୁ କ୍ଷେତ୍ରି ଜାତି

ଊରରୁ ବଶ୍ୟ ଯେ ଉତ୍ପତ୍ତି

।।

ମୁଖରୁ ବ୍ରାହ୍ମଣ ଯେ ଜାତି

ଶୂଦ୍ର ମୋ ଚରଣୁ ସମ୍ଭୁତ

।।’’

 

କବି ଗ୍ରନ୍ଥ ମାଧମରେ ବୈଷ୍ଣବାଭିମୁଖୀ କରାଇବାକୁ ଚେଷ୍ଟିତ । କବିଙ୍କର ବୈଷ୍ଣବ ଭାବନା ଥିବାରୁ ନିଜକୁ ଅତି ହେୟ ନଗଣ୍ୟ ବା ପ୍ରଭୁଙ୍କର ଦାସାନୁଦାସ ଭାବରେ କଳ୍ପନା କରି ଲେଖିଛନ୍ତି-

 

ଧରଣୀଧର ଦାସ ଛାର

ଶରଣ ଶ୍ରୀରଙ୍ଗା ଅଧର

।। (ଅ-୬)

ସେ ହରିଚରଣେ ବିଶ୍ୱାସ

ଭଣେ ଧରଣୀଧର ଦାସ

।। (ଅ-୮)

ଧରଣୀଧର ଦାସ କହେ

ଚିତ୍ତ ନିବେଶି କୃଷ୍ଣ ପାଏ

।। (ଅ-୧୪)

ଧରଣୀଧର ଦାସ କହେ

ସୁଜନେ ଚିନ୍ତ କୃଷ୍ଣ ପାଏ

।। (ଅ-୧୫)

ହରିବିଜୟେ ମଧୁବନ

ଧରଣୀଧର ଦାସ ଧ୍ୟାନ

।। (ଅ-୧୮)

 

ଗୀତଗୋବିନ୍ଦ ଗ୍ରନ୍ଥରେ କବି କହିଛନ୍ତି :

୧। କହଇ ଧରଣୀଧର ଶ୍ରୀକୃଷ୍ଣର ଦାସ (୨ୟ ଛାନ୍ଦ)

୨। ଗୋପାଳ ଚରଣ ଯୁଗ ଅଭୟ ପଞ୍ଜର

ଶରଣ ପଶିଲ ତହିଁ ଏ ଧରଣୀଧର (୧୬ଶ ଛାନ୍ଦ)

 

କବି ଜଣେ ବ୍ରାହ୍ମଣ ଥିଲେ ମଧ୍ୟ ନିଜକୁ ବୈଷ୍ଣବ ଭାବରେ ବର୍ଣ୍ଣନା କରିଛନ୍ତି । ତେଣୁ କହିଛନ୍ତି ।

 

‘‘ସେ ଯେଉଁ ବଳଦେବ ଗୋତ୍ରୀ

ଇଷ୍ଟ ବଳରାମ ବୋଲାନ୍ତି

।।

ଗୁରୁ ତାହାଙ୍କର ବୈଷ୍ଣବ

ନାରାୟଣ ମନ୍ତ୍ରରୁ ସମ୍ଭବ

।।

ତାହାଙ୍କ ନାରାୟଣ ଗୋତ୍ର

ବ୍ରାହ୍ମଣ ମଧ୍ୟେ ସେ ପବିତ୍ର

।।

ଦାସ ଧରଣୀଧର ଭଣି

ମାତା ମୋହୋର ନାରାୟଣୀ

।।

(ଅଧ୍ୟାୟ-୫)

 

ଧରଣୀଧର ନିଜକୁ କୃଷ୍ଣଙ୍କର ଦାସାନୁଦାସ ଭାବରେ ବର୍ଣ୍ଣନା କରି ବୈଷ୍ଣବତ୍ୱ ପ୍ରତିପାଦିତ କରିଛନ୍ତି ।

 

କବିଙ୍କର ଏହି ଗ୍ରନ୍ଥରେ କବିଙ୍କର ପୂର୍ଣ୍ଣ ପରିଚୟ ମିଳିବା ସହିତ ଭାଷା ଓ ସମୟ କଳନା କରିବାରେ ଅଧିକ ସହାୟ ହୋଇ ପାରିଛି ଏଥିରେ ସନ୍ଦେହର ଅବକାଶ ନାହିଁ ।

 

 

ଗବେଷକ, ଓଡ଼ିଆ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀବିହାର

 

***

 

ମୃତ୍ୟୁଞ୍ଜୟ ବିଦ୍ୟାଳଂକାର

ଶ୍ରୀ ମହେଶଚନ୍ଦ୍ର ମହାପାତ୍ର

 

ଇଷ୍ଟଇଣ୍ଡିଆ କମ୍ପାନୀର ଗଭର୍ଣ୍ଣର ଜେନେରେଲ ହୋଇ ଉଏଲେସଲି ଯେତେବେଳେ କଲିକତାରେ ପହଞ୍ଚିଲେ, ସେ ଦେଖିଲେ ଯେ ରବର୍ଟ କ୍ଲାଇଭଙ୍କଦ୍ୱାରା ରୋପିତ ବ୍ରିଟିଶ ସାମ୍ରାଜ୍ୟବାଦର ବୃକ୍ଷଟି ବଙ୍ଗଳାର ଓଦା ସନ୍ତସନ୍ତିଆ ବାୟୁମଣ୍ଡଳରେ ବେଶ ଚେରମାଡ଼ି ଗଲାଣି । ଉଏଲେସଲି ନିଜେ ଅଦମ୍ୟ ଉପନିବେଶବାଦୀ ଥିଲେ । ତାଙ୍କର ସହାୟକ ହେଲେ ତାଙ୍କ ସାନଭାଇ ଆର୍ଥାର୍ ଉଏଲେସଲି, କମ୍ପାନୀର ସେନାବାହିନୀର ସେନାପତି । ମରହଟ୍ଟା ଓ ଫରାସି ଶକ୍ତିକୁ ବିଧ୍ୱସ୍ତ କରି ଉଏଲେସଲି ଇଂରେଜ ସାମ୍ରାଜ୍ୟକୁ ଭାରତୀୟ ଭୂଖଣ୍ଡର ତିନି ଆଡ଼କୁ ପ୍ରସାରିତ କରିଥିଲେ ।

 

ଫୋର୍ଟ ଉଇଲିଅମ କଲେଜ :

ଏହି ଅଧିକୃତ ଅଞ୍ଚଳମାନଙ୍କରେ ଶାସନ କାର୍ଯ୍ୟ ଚଳାଇବାକୁ ବହୁତ ଲୋକ ଦରକାର ହେଲେ । ବିଲାତରୁ ଯେଉଁ ସବୁ ଟୋକା ଇଂରେଜ ‘ରାଇଟାର’ ହୋଇ ଆସୁଥିଲେ, ସେମାନଙ୍କ କାମ ଥିଲା କମ୍ପାନୀଙ୍କ ଚିଠିପତ୍ର ଓ ଦଲିଲ ଦସ୍ତାବିଜର ନକଲ କରିବା । ଏମାନଙ୍କୁ ଶାସନ କାର୍ଯ୍ୟରେ ବିନିଯୋଗ କରିବାକୁ ଯଥାଯଥ ତାଲିମ ଦେବା ଆବଶ୍ୟକ ହେଲା । ତେଣୁ ୧୮୦୦ ସାଲର ଶେଷ ଆଡ଼କୁ ଉଏଲେସଲି କଲିକତାରେ ଫୋର୍ଟ ଉଇଲିଅମ କଲେଜ ସ୍ଥାପନ କଲେ ଏବଂ ଏଇ ରାଇଟାର ତଥା ବିଲାତରୁ ଆସୁଥିବା ସିଭିଲିଆନମାନଙ୍କୁ, ଯେଉଁମାନେ ଶାସନ କାର୍ଯ୍ୟରେ ନିଯୁକ୍ତ ହେବେ, ଏହି କଲେଜରେ ତାଲିମ ଦିଆଗଲା ।

 

କଲେଜରେ ମୃତ୍ୟୁଞ୍ଜୟଙ୍କ ନିଯୁକ୍ତି:

ଫୋର୍ଟ ଉଇଲିଅମ କଲେଜରେ, ଇଂରେଜମାନଙ୍କ ଛଡ଼ା, ପଚାଶ ଜଣରୁ ଊର୍ଦ୍ଧ୍ୱ ପ୍ରାଚ୍ୟ ବିଦ୍ୟାର ପଣ୍ଡିତ ନିଯୁକ୍ତ ହୋଇଥିଲେ । ଏମାନେ ଇଂରେଜମାନଙ୍କୁ ଶାସନ କାର୍ଯ୍ୟରେ ସହାୟକ ହେବାଭଳି ନାନା ପ୍ରାଚ୍ୟବିଦ୍ୟା ଶିକ୍ଷା ଦେଉଥିଲେ । ଲର୍ଡ଼ ଉଏଲେସଲି ନିଜେ ଜଣେ ଉଚ୍ଚକୋଟୀର ବିଦ୍ୱାନ (୧) ବ୍ୟକ୍ତି ଥିଲେ । ସେ ଏହି ପଣ୍ଡିତମାନଙ୍କୁ ନିର୍ବାଚନ କରି ନିଯୁକ୍ତି ଦେଉଥିଲେ । ଏହି ପଣ୍ଡିତମଣ୍ଡଳୀର ଶିରୋମଣି ଥିଲେ ଜଣେ ଉତ୍କଳବାସୀ-ମୃତ୍ୟୁଞ୍ଜୟ ବିଦ୍ୟାଳଂକାର । ତାଙ୍କ ସମକକ୍ଷ ପଣ୍ଡିତ ସେତେବେଳେ ଇଂରେଜ ଶାସିତ ଅଞ୍ଚଳରେ ନ ଥିଲେ । ଉଏଲେସଲି ତାଙ୍କୁ ମାସିକ ଦୁଇଶତ ଟଙ୍କା ବେତନରେ ୧୮୦୧ ସାଲ ମଇ ୪ ତାରିଖ ଦିନ କଲେଜରେ ପ୍ରଧାନ ପଣ୍ଡିତ ପଦରେ ନିଯୁକ୍ତ କରିଥିଲେ ।

 

(1)

A great classical Scholar, P.E. Roberts, History of British India, P. 243

 

ପାଦ୍ରୀ ଉଇଲିଅମ କେରୀ :

ବିଲାତର ଯେଉଁ ଜାହାଜ ସବୁ ଭାରତକୁ ଆସୁଥିଲା, ସେଥିରେ ବଣିଜ ତ ଆସୁଥିଲା: ଆଉ ଆସୁଥିଲା ତୋପ, କମାଣ, ବନ୍ଧୁକ । ଏହି ସମୟରେ କେତେକ ଧର୍ମପ୍ରଚାରକ ମଧ୍ୟ ଏହି ଜାହାଜରେ ଆସୁଥିଲେ । ଏହି ଇଂରେଜ ପାଦ୍ରୀଙ୍କ ମଧ୍ୟରେ ହୁଏ ଅନେକ ଧର୍ମାନ୍ଧ ଥିଲେ, କିନ୍ତୁ ସେମାନେ ଭଦ୍ରଲୋକ ଏବଂ ସୁସଭ୍ୟ ଥିଲେ । କମ୍ପାନୀ ସରକାରର ମାତାଲ ପୁଲିସ ପାଖରୁ ପ୍ରହାର ଖାଇ ଭାରତୀୟ ଅଧିବାସୀ ଯେତେବେଳେ ଘରେ ବସି ନିଃସହାୟତାର ଅକ୍ଷମ ରୋଷରେ ନିରବରେ ଅଶ୍ରୁ ବର୍ଷଣ କରୁଥିଲା, ସେତେବେଳେ ଏହି ପାଦ୍ରୀ ଆସି ତାକୁ ସାନ୍ତ୍ୱନା ଦେଉଥିଲେ । ଯୀଶୁ ଭଜନ ସଙ୍ଗରେ ତାକୁ ପରିଚ୍ଛନ୍ନତା ଶିଖାଉଥିଲେ, ଝିଅକୁ ଗଙ୍ଗାସାଗରରେ ଭସାଇ ଦେବାକୁ ନିଷେଧ କରୁଥିଲେ । ସତୀଦାହ ବା ସହମରଣର ଘୋର ବିରୋଧ କରୁଥିଲେ । ଏହିଭଳି ଯେଉଁ ପାଦ୍ରୀମାନେ କମ୍ପାନୀଙ୍କ ପୃଷ୍ଠପୋଷକତାରେ ଭାରତକୁ ଆସିଥିଲେ, ସେମାନଙ୍କ ଅଗ୍ରଣୀ ଥିଲେ ଉଇଲିଅମ କେରୀ । କେରୀ ଓ ତାଙ୍କ ସହକର୍ମୀମାନେ ୧୭୯୯ ସାଲରେ କଲିକତା ନିକଟବର୍ତ୍ତୀ ଶ୍ରୀରାମପୂରରେ ବାପଟିଷ୍ଟ ମିଶନ ସ୍ଥାପନ କରିଥିଲେ ।

 

ଗଦ୍ୟଭାଷାର ପ୍ରଚଳନ :

ଇଂରେଜମାନେ କଲିକତାରେ ଶାସନକେନ୍ଦ୍ର ସ୍ଥାପନ କରି ସେଠାକାର ଭାଷାକୁ ଶାସନ କାର୍ଯ୍ୟରେ ବ୍ୟବହାର କରିବାକୁ ଲୋଡ଼ିଲେ । କିନ୍ତୁ ବଙ୍ଗଳା ଭାଷାରେ ଗଦ୍ୟ ନ ଥିଲା । ପୂର୍ବର ପଠାଣ ଓ ମୁଘଲ ଶାସନ ସମୟର ସରକାରୀ କାର୍ଯ୍ୟରେ ଫାରସୀ ବ୍ୟବହୃତ ହେଉଥିଲା । କିନ୍ତୁ ଫରାସୀ ଭାଷା ଜନସାଧାରଣ ବୁଝୁ ନ ଥିଲେ । ପ୍ରାଦେଶିକ ଭାଷାରେ ସରକାରୀ କାମ କରିବାକୁ ଇଂରେଜମାନେ ଚାହିବାରୁ ବଙ୍ଗଳା ଭାଷାରେ ଗଦ୍ୟ ଶୈଳୀ ପ୍ରଚଳନ କରିବାକୁ ସରକାର ନିର୍ଦ୍ଦେଶ ଦେଲେ । ଯେଉଁମାନେ ପ୍ରଥମାବସ୍ଥାରେ ଏ କାମ କରିଥିଲେ, ସେମାନେ ହେଲେ, ମୃତ୍ୟୁଞ୍ଜୟ ବିଦ୍ୟାଳଂକାର, ପାଦ୍ରୀ କେରୀ ଓ ତାଙ୍କ ମୁନସୀ ରାମରାମ ବସୁ । କେରୀ ସୁପଣ୍ଡିତ ଥିଲେ । ଉଏଲେସଲି ତାଙ୍କୁ ଫୋର୍ଟ ଉଇଲିଅମ କଲେଜରେ ବଙ୍ଗଳା ଓ ସଂସ୍କୃତ ବିଭାଗର ଅଧ୍ୟାପକ ପଦରେ ନିଯୁକ୍ତ କଲେ । ଏଇଠି ଦୁଇ ମନୀଷାର ପରିଚୟ ହେଲା । ଧୂର୍ତ୍ତ ଇଂରେଜ ପାଦ୍ରୀ କେରୀଙ୍କ ପକ୍ଷରେ ମୃତ୍ୟୁଞ୍ଜୟଙ୍କ ଚିହ୍ନିବାକୁ ବିଳମ୍ବ ହେଲାନାହିଁ । କେରୀ ବିଭିନ୍ନ ଭାରତୀୟ ଭାଷାରେ ବାଇବେଲର ଅନୁବାଦ କରିବା ସଙ୍ଗେ ସଙ୍ଗେ, ଇଂରେଜ ଶାସକମାନଙ୍କ ପାଇଁ ବିଭିନ୍ନ ଭାଷା ଶିକ୍ଷା ଉଦ୍ଦେଶ୍ୟରେ ଉପାଦେୟ ପାଠ୍ୟପୁସ୍ତକ ରଚନା ଏବଂ ବ୍ୟାକରଣ ଓ କୋଷଗ୍ରନ୍ଥ ସଙ୍କଳନ କରୁଥିଲେ । ଏଇ କାର୍ଯ୍ୟରେ ମୃତ୍ୟୁଞ୍ଜୟ କେରୀଙ୍କୁ ଯେଉଁ ସହାୟତା ଓ ଦିଗ୍‌ଦର୍ଶନ ଦେଲେ, ତା ଫଳରେ କେରୀଙ୍କ କାମ ସହଜ ହେଲା । କେରୀ କଲିକତାରେ ଅବସ୍ଥାନ କରୁଥିବାବେଳେ ପ୍ରତ୍ୟୟ ଦୁଇ ତିନିଘଣ୍ଟା ମୃତ୍ୟୁଞ୍ଜୟଙ୍କ ନିକଟରେ ବସି ଶିକ୍ଷାଲାଭ କରୁଥିଲେ ।-(୨)

 

(2)

Mr. Carey sat under his instructions for two to three hours daily when, in Calcutta and the effect of this intercourse was speedily visible in the Superior accuracy and purity of his translation. J. C. Morshman, The Life & Times of Carey, Marshman & Word, Vol. I. P. 180

 

ଫୋର୍ଟ ଉଇଲିଅମ କଲେଜରେ ଇଂରେଜମାନଙ୍କୁ ବଙ୍ଗଳା ଭାଷା ଶିକ୍ଷା ଦେବାକୁ ଉପଯୁକ୍ତ ପୁସ୍ତକ ନ ଥିବାରୁ, କଲେଜ କର୍ତ୍ତୃପକ୍ଷ ପଣ୍ଡିତମାନଙ୍କୁ ଗଦ୍ୟଗ୍ରନ୍ଥ ରଚନା ପାଇଁ ଉତ୍ସାହ ଦେବାକୁ ପୁରସ୍କାର ଘୋଷଣା କଲେ । ମୃତ୍ୟୁଞ୍ଜୟଙ୍କଦ୍ୱାରା ଅନୂଦିତ ‘ବତ୍ରିଶ ସିଂହାସନ’ ଗ୍ରନ୍ଥଟି ଦୁଇଶତ ଟଙ୍କା ପୁରସ୍କାର ପାଇଥିଲା ।

 

ନୂଆ ବ୍ୟବସ୍ଥା ଅନୁଯାୟୀ ସିଭିଲିଆନମାନଙ୍କୁ ସଂସ୍କୃତ ଶିକ୍ଷା ଦିଆ ଯିବାକୁ ଠିକ୍ ହେଲାରୁ ସଂସ୍କୃତ ପାଇଁ ସ୍ୱତନ୍ତ୍ର ଅଧ୍ୟାପକ ପଦ ସୃଷ୍ଟି ହେଲା । କଲେଜ କାଉନସିଲ ଏହି ପଦ ପାଇଁ ମୃତ୍ୟୁଞ୍ଜୟଙ୍କୁ ଉପଯୁକ୍ତ ବିବେଚନା କରି ୧୮୦୬ ସାଲରେ ନିଯୁକ୍ତି ଦେଲେ । ତାଙ୍କ ଭଳି ସଂସ୍କୃତଜ୍ଞ ପଣ୍ଡିତ ସେତେବେଳେ ଆଉ କେହି ନ ଥିଲେ ।

 

ଗ୍ରନ୍ଥାବଳୀ:

ସଂସ୍କୃତ ବିଭାଗକୁ ବଦଳି ହୋଇଗଲେ ମଧ୍ୟ ମୃତ୍ୟୁଞ୍ଜୟ ୧୮୧୩ ସାଲ ମଧ୍ୟରେ ବଙ୍ଗଳା ଗଦ୍ୟରେ ଚାରିଖଣ୍ଡି ପୁସ୍ତକ ରଚନା କରିଥିଲେ । ତନ୍ମମଧ୍ୟରୁ ତିନିଖଣ୍ଡି-ବତ୍ରିଶ ସିଂହାସନ, ହିତୋପଦେଶ ଓ ରାଜାବଳୀ ତାଙ୍କ ଜୀବଦ୍ଧଶାରେ ପ୍ରକାଶିତ ହୋଇଥିଲା । କିନ୍ତୁ ତାଙ୍କର ଶ୍ରେଷ୍ଠ ରଚନା ପ୍ରବୋଧ ଚନ୍ଦ୍ରିକା, ତାଙ୍କ ମୃତ୍ୟୁର ୧୨ବର୍ଷ ପରେ ପ୍ରକାଶ ପାଇଥିଲା । ଏହି ପୁସ୍ତକଟି ସେ ସମୟରେ କଲେଜର ସିନିୟର ଡିଭିଜନର ପାଠ୍ୟ ଥିଲା । ଏଥିରେ ସଂସ୍କୃତ ସାହିତ୍ୟର ବିଭିନ୍ନ ଗ୍ରନ୍ଥରୁ ବାଛି ବାଛି ଅଂଶମାନ ଦିଆଯାଇ ତା’ର ଟୀକା ଦିଆଯାଇଛି ।

 

ଉପରୋକ୍ତ ଗ୍ରନ୍ଥଗୁଡ଼ିକ ଛଡ଼ା ମୃତ୍ୟୁଞ୍ଜୟ ଆଉ କେତେଖଣ୍ଡି ପୁସ୍ତକ ରଚନା କରିଥିବାର ଜଣାଯାଏ । ରାମମୋହନ ରାୟ ଯେତେବେଳେ ପୌତ୍ତଳିକତା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କଲେ, ମୃତ୍ୟୁଞ୍ଜୟ ରାମମୋହନଙ୍କ ଯୁକ୍ତିର ଅସାରତା ଦେଖାଇ ଖଣ୍ଡିଏ ପୁସ୍ତକ ଲେଖିଥିଲେ । ‘‘ବେଦାନ୍ତ ଚନ୍ଦ୍ରିକା’’ ନାମକ ଏଇ ପୁସ୍ତକଟି ଇଂରେଜୀ ଅନୁବାଦ ସହ ପ୍ରକାଶିତ ହୋଇଥିଲା । ୧୮୪୫ ସାଲ ଜୁଲାଇ ମାସର ‘କାଲକାଟା ରିଭିଉ’ ପତ୍ରିକାରେ ଏହି ପୁସ୍ତକଟି ଉପରେ ନିମ୍ନମତେ ଆଲୋଚନା କରାଯାଇଥିଲା- ‘‘As the original production of a native of our own day, on a very abstruse and metaphysical Subject, it is at once curious and important. In was published anonymously.’’

 

ସୁପ୍ରୀମ କୋର୍ଟରେ ନିଯୁକ୍ତି :

ମୃତ୍ୟୁଞ୍ଜୟଙ୍କ ପାଣ୍ଡିତ୍ୟର ଖ୍ୟାତି ସେତେବେଳକୁ ଇଂରେଜ ଶାସକ ସମାଜରେ ବ୍ୟାପି ଯାଇଥାଏ । ଫ୍ରାନସିସ ମେକନ୍‌ଟେନ ସୁପ୍ରୀମ କୋର୍ଟର ପ୍ରଧାନ ବିଚାରପତି ହୋଇ ଆସି ଦେଖିଲେ ଯେ ହିନ୍ଦୁମାନଙ୍କର ସମ୍ପତ୍ତିର ଉତ୍ତରାଧିକାର ବିଷୟରେ ଅନେକ ଗୁଡ଼ିଏ ମକଦ୍ଦମା ବିଚାର ପାଇଁ ପଡ଼ି ରହିଛି । ଇଂରେଜ ବିଚାରପତିମାନଙ୍କର ହିନ୍ଦୁ ବ୍ୟବହାର ଶାସ୍ତ୍ର ଉପରେ ଉତ୍ତମ ଜ୍ଞାନ ନ ଥିବାରୁ ମକଦ୍ଦମାଗୁଡ଼ିକ ଫଇସଲା ହୋଇ ପାରୁନାହିଁ । ତେଣୁ ସେ ଜଣେ ଉପଯୁକ୍ତ ପଣ୍ଡିତଙ୍କୁ ଏହି କାର୍ଯ୍ୟରେ ତାଙ୍କୁ ସହାୟତା କରିବା ପାଇଁ ନୁଯୁକ୍ତ କରିବାକୁ ମନସ୍ଥ କଲେ । ସ୍ୱାଭାବିକ ନିୟମରେ ମୃତ୍ୟୁଞ୍ଜୟଙ୍କୁ ଏହି ପଦ ପାଇଁ ନିର୍ବାଚନ କରାଗଲା । ସେ ୧୮୧୬ ସାଲରେ ଫୋର୍ଟ ଉଇଲିଅମ କଲେଜର ଅଧ୍ୟାପକ ପଦରୁ ଇସ୍ତଫା ଦେଇ ଏହି ନୂତନ କାର୍ଯ୍ୟରେ ଯୋଗଦେଲେ ଏବଂ ପ୍ରାୟ ଚାରିବର୍ଷ କୃତିତ୍ୱର ସହିତ ଏହି କାର୍ଯ୍ୟ ତୁଲାଇଥିଲେ ।

 

ଜନହିତକର ପ୍ରତିଷ୍ଠାନ ସହିତ ସଂପର୍କ:

କଲିକତାରେ ମହାବିଦ୍ୟାଳୟ ବା ନେଟିବ ହିନ୍ଦୁ କଲେଜ ସ୍ଥାପନ ଉଦ୍ଦେଶ୍ୟରେ ନିୟମାବଳୀ ପ୍ରଣୟନ ନିମନ୍ତେ ଇଂରେଜ ଓ ଭାରତୀୟମାନଙ୍କୁ ନେଇ ଯେଉଁ ସମିତି ୧୮୧୬ ସାଲ ମାଇ ମାସର ୨୧ତାରିଖରେ ସଂଗଠିତ ହୋଇଥିଲା, ମୃତ୍ୟୁଞ୍ଜୟ ସେହି ସମିତିର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ୧୮୧୭ ସାଲରେ କଲିକତା ସ୍କୁଲ ବୁକ୍ ସୋସାଇଟି ପ୍ରତିଷ୍ଠା ହୋଇଥିଲା । ମୃତ୍ୟୁଞ୍ଜୟ ଏହାର ପରିଚାଳନା ସମିତିର ସଭ୍ୟ ଥିଲେ ।

 

ସହମରଣ ବିରୁଦ୍ଧରେ ତାଙ୍କ ନିଷ୍ପତ୍ତି :

ହିନ୍ଦୁ ପତ୍ନୀର ମୃତ ସ୍ୱାମୀର ଚିତାରେ ସହମରଣ ସେ ସମୟରେ ଇଂରେଜ ଶାସକମାନଙ୍କୁ ବିବ୍ରତ କରୁଥିଲା । (ପ୍ରସଙ୍ଗତଃ, ଏଠାରେ ଉଲ୍ଲେଖ କରାଯାଇପାରେ–କଲିକତାରେ ଇଂରେଜମାନଙ୍କ ଅଧିଷ୍ଠାନର ପ୍ରଧାନ କର୍ତ୍ତା ଜବ୍‌ଚାଣର୍କ ପାଟନା ନିକଟରୁ ଏହି ସହମରଣ ପାଇଁ ବାଧ୍ୟ କରା ଯାଉଥିବା ଜଣେ ବ୍ରାହ୍ମଣ ଯୁବତୀକୁ ଉଦ୍ଧାର କରିଥିଲେ ଓ ତାଙ୍କୁ ନିଜର ଧର୍ମପତ୍ନୀ ଭାବରେ ଗ୍ରହଣ କରିଥିଲେ ।) ସହମରଣ ବା ସତୀଦାହ ଭଳି ଏକ ଅତି ବର୍ବର ପନ୍ଥା ପଛରେ ହିନ୍ଦୁ ଶାସ୍ତ୍ରମାନଙ୍କର ସମର୍ଥନ ଥିବା କଥା ଜାଣି ଇଂରେଜ ଶାସକମାନେ ଏ ବିଷୟରେ ପଣ୍ଡିତପ୍ରବର ମୃତ୍ୟୁଞ୍ଜୟଙ୍କ ମତାମତ ଲୋଡ଼ିଥିଲେ । ସଦର ଦେଓ୍ୟାନି ଅଦାଲତର ପ୍ରଧାନ ବିଚାରପତିଙ୍କ ଅନୁରୋଧ କ୍ରମେ ମୃତ୍ୟୁଞ୍ଜୟ ୧୮୧୭ ସାଲରେ ତାଙ୍କର ସୁଚିନ୍ତିତ ମନ୍ତବ୍ୟ ସଂସ୍କୃତ ଭାଷାରେ ଲେଖି ତାଙ୍କ ନିକଟକୁ ପଠାଇ ଦେଇଥିଲେ । ସେ ଯେଉଁ ନିଷ୍ପତ୍ତି ଦେଇଥିଲେ ତା’ର ସାରାଂଶ ହେଲା, ‘‘ଚିତାରୋହଣ ଅପରିହାର୍ଯ୍ୟ ନୁହେଁ, ଇଚ୍ଛାଧୀନ ବିଷୟ ମାତ୍ର । ଅନୁଗମନ ଓ ଧର୍ମଜୀବନ ଯାପନ ଉଭୟ ମଧ୍ୟରେ ଶେଷୋକ୍ତଟି ଶ୍ରେୟତର । ଯେଉଁ ସ୍ତ୍ରୀ ଅନୁମୃତା ହୁଏ ନାହିଁ ଅଥବା ଅନୁଗମନର ସଂକଳ୍ପରୁ ବିଚ୍ୟୁତ ହୁଏ, ତାହାର କୌଣସି ଦୋଷ ହୁଏ ନାହିଁ ।’’

 

ହିନ୍ଦୁଧର୍ମର ଶାସ୍ତ୍ରଗ୍ରନ୍ଥସବୁ ଆଲୋଚନା କରି ମୃତ୍ୟୁଞ୍ଜୟ ଉପରୋକ୍ତ ମତ ପ୍ରଦାନ କରିଥିଲେ । ତାଙ୍କ ମନ୍ତବ୍ୟର ଏକ ଇଂରେଜୀ ତର୍ଜମା ୧୮୧୯ ସାଲର ଅକ୍ଟୋବର ସଂଖ୍ୟା ମାସିକ ପତ୍ର ‘‘Friend of India"ରେ ପ୍ରକାଶିତ ହୋଇଥିଲା । ତହିଁରେ ସେ ବ୍ୟାସ, ଶଙ୍କୁ, ଅଙ୍ଗିରା, ହାରୀତ ପ୍ରଭୃତିଙ୍କ ମତ ଉଦ୍ଧାର କରିଥିଲେ ଓ ମୀମାଂସା, ସାଂଖ୍ୟ ଓ ବେଦାନ୍ତ ଦର୍ଶନରେ ଏଭଳି ପନ୍ଥାର ବିରୋଧ କରାଯାଇଛି ବୋଲି ଦର୍ଶାଇ କହିଥିଲେ ଯେ, ପୂର୍ବ ଯୁଗମାନଙ୍କରେ ନାରୀମାନଙ୍କର ସହମୃତା ହେବା ଶୁଣା ନଥିଲା । ଏହା କେବଳ ଏହି କଳିଯୁଗରେ ଦେଖା ଯାଉଛି ।

 

ସେ ଯୁଗରେ ମୃତ୍ୟୁଞ୍ଜୟଙ୍କ ଭଳି ଜଣେ ରକ୍ଷଣଶୀଳ ପଣ୍ଡିତ ଏଭଳି ମତଦାନ କରିଥିବା ବିସ୍ମୟର ବ୍ୟାପାର । ଏହି ମନ୍ତବ୍ୟ ପାଇ ମଧ୍ୟ ବଡ଼ଲାଟ ଆମହାର୍ଷ୍ଟ ସହମରଣ ପ୍ରଥା ଉଠାଇ ଦେବାକୁ ଦ୍ୱିଧା କରିଥିଲେ; କିନ୍ତୁ ତାଙ୍କ ପରବର୍ତ୍ତୀ ବଡ଼ଲାଟ ବେଣ୍ଟିକ ୧୮୨୯ ସାଲରେ ସହମରଣକୁ ଆଇନଦ୍ୱାରା ନିଷେଧ କରିଦେଲେ ।

 

ମୃତ୍ୟୁ:

ମୃତ୍ୟୁଞ୍ଜୟ ସୁପ୍ରୀମ କୋର୍ଟରେ ଥିଲାବେଳେ ଚାରିମାସର ଛୁଟି ନେଇ ତୀର୍ଥ ଦର୍ଶନରେ ଯାଇଥିଲେ । ପ୍ରୟୋଗ, କାଶୀ, ଗୟା ପ୍ରଭୃତି ତୀର୍ଥସ୍ଥାନ ଦର୍ଶନ କରି ଫେରିବା ପଥରେ ମୁର୍ସିଦାବାଦ ନିକଟରେ ୧୮୧୯ ସାଲର ମଧ୍ୟଭାଗରେ ଦେହତ୍ୟାଗ କରିଥିଲେ ।

 

ମୃତ୍ୟୁଞ୍ଜୟଙ୍କ ପରିଚୟ:

ଊନ୍ନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଇଂରେଜମାନେ ମୃତ୍ୟୁଞ୍ଜୟଙ୍କ ଭଳି ଜଣେ ବିଚକ୍ଷଣ ପଣ୍ଡିତଙ୍କୁ ପାଇ ନାନା ଭାବରେ ତାଙ୍କ ବିଦ୍ୟା ଓ ଜ୍ଞାନର ଉପଯୋଗ କରାଇ ନେଇ ପାରିଥିଲେ । କିନ୍ତୁ ଗଭୀର ପରିତାପରେ ବିଷୟ, ମୃତ୍ୟୁଞ୍ଜୟଙ୍କ ବାସସ୍ଥାନ ବା ଜନ୍ମ ସମୟ ବିଷୟରେ କୌଣସି ନିର୍ଭରଯୋଗ୍ୟ ସମ୍ବାଦ ମିଳୁନାହିଁ । ଏ ଦିଗରେ କଲିକତାସ୍ଥ ବଙ୍ଗୀୟ ସାହିତ୍ୟ ପରିଷଦ୍‌ ଓ ଶ୍ରୀରାମପୁରସ୍ଥ ବାପଟିଷ୍ଟ ମିଶନ ଭଳି ଅନୁଷ୍ଠାନମାନଙ୍କରେ ଅନୁସନ୍ଧାନ କରି ମୃତ୍ୟୁଞ୍ଜୟଙ୍କ ବିଷୟରେ ଯେତିକି ସମ୍ବାଦ ସଂଗ୍ରହ କରାଯାଇପାରିଛି, ସେତିକି ଓଡ଼ିଆ ପାଠକମାନଙ୍କ କୌତୂହଳ ଚରିତାର୍ଥ କରିବା ପାଇଁ ନିମ୍ନରେ ଦିଆଗଲା ।

 

ମୃତ୍ୟୁଞ୍ଜୟଙ୍କ ସମସାମୟିକ ଇଂରେଜ ଜୀବନୀକାର ଜନ୍ କ୍ଲାର୍କ ମାର୍ଶମାନ ତାଙ୍କ ବିଷୟ ବର୍ଣ୍ଣନା ଦେଇଛନ୍ତି–

 

"The Construstion of the sentences of the first Edition (of the Bible) which the flattery of Pundits had pronounced to be perfect, was so entirely at variance with the idiom of the language (Bengalee) that the work was barely intelligible. In many cases, if represented a simple translation of the English words arranged in the English order of collocation. But the translation was made in the jungles of Mudnabutty, when Mr. Carey possessed none of those advantages for a cultivation of the language which he enjoyed on his removal to Serampore, and more specially since his appointment to the college of Fort Willium. In this institution more than fifty of the most eminent scholars of the East were collected together and it was in this association that he was enable to discover the genius of Oriental Philology and the true principles of translation. At the head of the establishment of Pundits, Stood Mrityunjoy, who although a native of Orissa, usually regarded as the Boeotia of the country, was a colossus of literature. He bore a strong resemblance to our lexicographer not only by his Stapendous acqirements and the soundness of his critical judgment but also in his round features and unrivalled figure. His knowledge of Sanskrit classics was unnivalled and his Bengalee composition, has never been surpassed for ease, simplicity and Vigour. x x x (୩)

 

(3)

The Life and Time of Carey, Morshman and Word.J.C. Morshman Vol. I (1859) P. 180.

 

ଜର୍ଜ ସ୍ମିଥ ନାମକ କେରୀଙ୍କର ଆଉ ଜଣେ ଜୀବନୀକାର ମୃତ୍ୟୁଞ୍ଜୟଙ୍କ ବିଷୟରେ ଲେଖିଛନ୍ତି–

 

"The Oriya version (of the Bible) was almost the first to be undertaken after Bengalee. x x x The chief Pundit Mrityunjoy, skilled in both dialects, first adopted Bengalee version to the language of Oriyas, which was his own." (୪)

 

(4)

Life of William Carey DD. (1885) P. 257

 

ଊନ୍ନବିଂଶ ଶତାବ୍ଦୀର ସାହିତ୍ୟିକମାନଙ୍କ ମଧ୍ୟରେ ପ୍ରଥମ ଈଶ୍ୱରଚନ୍ଦ୍ର ଗୁପ୍ତ ମୃତ୍ୟୁଞ୍ଜୟଙ୍କ ବିରୁଦ୍ଧରେ ସ୍ୱରୋତ୍ତୋଳନ କରିଥିଲେ । ସେ ତାଙ୍କ ‘ଭାରତଚନ୍ଦ୍ର’ ସମ୍ବନ୍ଧୀୟ ପ୍ରବନ୍ଧରେ (୧୮୫୫) ମୃତ୍ୟୁଞ୍ଜୟଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ଯେ ମୃତ୍ୟୁଞ୍ଜୟ ଓଡ଼ିଆ ହୋଇଥିବାରୁ ବଙ୍ଗଳାର ଦେଶୀୟ ଭାଷା ଓ ସାହିତ୍ୟକୁ ଉପେକ୍ଷା କରି ଏକ ସମାସଦ୍ୱାରା ଭାରାକ୍ରାନ୍ତ କୃତ୍ରିମ ଭାଷାରେ ବଙ୍ଗଳା ଗଦ୍ୟ ପ୍ରଚଳନ କରିଥିଲେ । ପଣ୍ଡିତ ରାମଗତି ନ୍ୟାୟରତ୍ନ ତାଙ୍କ ଗ୍ରନ୍ଥ ‘ବାଙ୍ଗାଲା ଭାଷା ଓ ସାହିତ୍ୟକୁ ଉପେକ୍ଷା କରି ଏକ ସମାସଦ୍ୱାରା ଭାରାକ୍ରାନ୍ତ କୃତ୍ରିମ ଭାଷାରେ ବଙ୍ଗଳା ଗଦ୍ୟ ପ୍ରଚଳନ କରିଥିଲେ । ପଣ୍ଡିତ ରାମଗତି ନ୍ୟାୟରତ୍ନ ତାଙ୍କ ଗ୍ରନ୍ଥ ‘ବାଙ୍ଗାଲା ଭାଷା ଓ ବାଙ୍ଗାଲା ସାହିତ୍ୟ ବିଷୟକ ପ୍ରସ୍ଥାବ’’ରେ (୧୮୭୩) ମୃତ୍ୟୁଞ୍ଜୟ ଓଡ଼ିଆ ଥିଲେ ବୋଲି ସ୍ୱୀକାର କରିଥିଲେ । ହରପ୍ରସାଦ ଶାସ୍ତ୍ରୀ (ମହାମହୋପାଧ୍ୟୟ)ଙ୍କ ଭଳି ଗବେଷକ ୧୮୮୦ ସାଲରେ ପ୍ରକାଶିତ ‘‘ବାଙ୍ଗଲା ସାହିତ୍ୟ’’ (୫) ପ୍ରବନ୍ଧରେ ମୃତ୍ୟୁଞ୍ଜୟଙ୍କୁ ‘ଜାତିତେ ଉଡ଼ିୟା’ ବୋଲି ବର୍ଣ୍ଣନା କରିଥିଲେ ।

 

(୫)

ବଙ୍ଗଦର୍ଶକ, ଫାଲଗୁନ, ୧୨୮୭, ପୃଷ୍ଟା ୪୯୬ ।

 

ଓଡ଼ିଶାରେ ମୃତ୍ୟୁଞ୍ଜୟ ବିଦ୍ୟାଳଂକାରଙ୍କ କଥା ପ୍ରଥମେ ଫକୀରମୋହନ ସେନାପତି ଉଲ୍ଲେଖ କରିଥିଲେ । ୧୯୧୪ ସାଲ ସେପ୍‌ଟେମ୍ବର ୬ ତାରିଖରେ ଅନୁଷ୍ଠିତ ଉତ୍କଳ ସାହିତ୍ୟ ସମାଜର ଦଶମ ବାର୍ଷିକ ଅଧିବେଶନରେ ସ୍ଥାୟୀ ସଭାପତି ଫକୀରମୋହନଙ୍କ ଯେଉଁ ଭାଷଣ ପାଠ କରାଯାଇଥିଲା, ସେଥିରେ ସେ ଲେଖିଥିଲେ, ‘‘ଯଦିଚ ରାଜା ରାମମୋହନ ରାୟ ବଙ୍ଗଳା ଭାଷାର ଗଦ୍ୟର ଉତ୍ପତ୍ତିକାରକ, କିନ୍ତୁ ଫୋର୍ଟ ଉଇଲିଅମ ଦୁର୍ଗରେ ନବାଗତ ସିଭିଲିଆନମାନଙ୍କର ବଙ୍ଗଭାଷା ଶିକ୍ଷା ନିମନ୍ତେ ଯେଉଁ ମହାତ୍ମା ଖଣ୍ଡିଏ ଗଦ୍ୟଗ୍ରନ୍ଥ ରଚନା କରିଥିଲେ, ବୋଧହୁଏ ତାଙ୍କର ନାମ ମୃତ୍ୟୁଞ୍ଜୟ ତର୍କ-ପଞ୍ଚାନନ । ସେ ଜଣେ ଉତ୍କଳଶ୍ରେଣୀୟ ବ୍ରାହ୍ମଣ ଏବଂ ନିବାସ ଯାଜପୁର’’ । (୬)

 

(୬)

ଉତ୍କଳସାହିତ୍ୟ, ଆଶ୍ୱିନ, ୧୩୨୨, ପୃ-୨୭୧

 

ଓଡ଼ିଶାର ଖ୍ରୀଷ୍ଟାନମାନେ ମୃତ୍ୟୁଞ୍ଜୟଙ୍କ ନାମ ଜାଣିଥିଲେ ଏବଂ ସେ ଯେ ଓଡ଼ିଆରେ ବାଇବ୍ଲ ଅନୁବାଦ କରିଥିଲେ ଏକଥା ମଧ୍ୟ ଜାଣିଥିଲେ । ଓଡ଼ିଶାରେ ଖ୍ରୀଷ୍ଟଧର୍ମର ଇତିହାସରେ ବର୍ଣ୍ଣନା ଅଛି, ‘‘ଶ୍ରୀରାମପୁର କେରୀ ସାହେବ ଓଡ଼ିଆ ଭାଷାରେ ବାଇବେଲ ଅନୁବାଦ କରି ପୁଣି କେତୋଟି ପୁସ୍ତକ ଲେଖି ସେ ସବୁ ଛାପା କରାଇ ଓଡ଼ିଶାକୁ ପଠାଇଥିଲେ । ମୃତ୍ୟୁଞ୍ଜୟ ତର୍କାଳଙ୍କାର ନାମରେ ଜଣେ ବଡ଼ ପଣ୍ଡିତଙ୍କ ସହଯୋଗରେ ସେ ଏହି କାର୍ଯ୍ୟ କରିଥିଲେ । ମୃତ୍ୟୁଞ୍ଜୟ ଜଣେ ଓଡ଼ିଆ ଥିଲେ । କେରୀଙ୍କୁ ସେ କେବଳ ଓଡ଼ିଆରେ ନୁହେଁ; ମାତ୍ର ବଙ୍ଗଳା, ହିନ୍ଦି ଆଦି ଭାଷାରେ ବାଇବେଲ ଓ ଅନ୍ୟାନ୍ୟ ପୁସ୍ତକ ଅନୁବାଦ କରିବାକୁ ସାହାଯ୍ୟ କରିଥିଲେ । ଏ ଦେଶର ଭାଷାରେ ଖ୍ରୀଷ୍ଟୀୟ ପୁସ୍ତକ ଲେଖିବାରେ ମୃତ୍ୟୁଞ୍ଜୟ ତର୍କାଳଙ୍କାର କେରୀଙ୍କର ପ୍ରଧାନ ସହଯୋଗୀ ଥିଲେ । ଏ ଦେଶର ବିଭିନ୍ନ ଭାଷାର ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଥିଲା । (୭)

 

(୭)

ଓଡ଼ିଶାରେ ବାପଟିଷ୍ଟ ମିଶନାରୀ ସୋସାଇଟିର କାର୍ଯ୍ୟ ଏବଂ ଖ୍ରୀଷ୍ଟୀୟ ମଣ୍ଡଳୀ ସ୍ଥାପନର ଇତିହାସ, ପ୍ରଫୁଲ୍ଲକୁମାର ପାତ୍ର, କଟକ, ୧୯୪୩ ।

 

ମୃତ୍ୟୁଞ୍ଜୟଙ୍କୁ ବଙ୍ଗାଳୀ କରିବାର ଅପଚେଷ୍ଟା

ବ୍ରଜେନ୍ଦ୍ରନାଥ ବନ୍ଦ୍ୟୋପାଧ୍ୟାୟ ମୃତ୍ୟୁଞ୍ଜୟଙ୍କ ଜୀବନୀ ଉପରେ ଏକ ପ୍ରବନ୍ଧ ଲେଖି, ସେଥିରେ ସେ ‘ଓଡ଼ିଆ ଥିଲେ କି ନା’ ଏ ପ୍ରଶ୍ନ ଉତ୍‌ଥାପନ କରି କହିଛନ୍ତି ଯେ ମୃତ୍ୟୁଞ୍ଜୟ ଓଡ଼ିଆ ଭାଷାରେ ବାଇବଲ୍ ଅନୁବାଦ କରି ନ ଥିଲେ ଏବଂ ସେ ଜଣେ ‘ରାଢ଼ୀୟ ବ୍ରାହ୍ମଣ’ ଓ ଚଟ୍ଟୋପାଧ୍ୟାୟ ବଂଶ ସମ୍ଭୁତ । (୮) ତାଙ୍କ ଯୁକ୍ତି ସପକ୍ଷରେ ସେ ଅକ୍ଷୟଚନ୍ଦ୍ର ସରକାର ନାମକ ଜଣେ ପତ୍ରିକା ସମ୍ପାଦକଙ୍କ ଉକ୍ତି ଉଦ୍ଧାର କରିଛନ୍ତି । ଅକ୍ଷୟଚନ୍ଦ୍ର ତତ୍‌ସମ୍ପାଦିତ ‘ନବଜୀବନ’ ନାମକ ପତ୍ରିକାରେ ୧୮୮୮ ସାଲରେ ମୃତ୍ୟୁଞ୍ଜୟଙ୍କ ବିଷୟରେ କେତେକ ମନ୍ତବ୍ୟ ପ୍ରକାଶ କରିଥିଲେ । ସେଥିରେ ସେ ଲେଖିଥିଲେ, ମୃତ୍ୟୁଞ୍ଜୟଙ୍କ ପୌତ୍ର ‘ବେହାରୀବାବୁର ଅନୁଗ୍ରହରେ ଆମେ ମୃତ୍ୟୁଞ୍ଜୟ ବୃତ୍ତାନ୍ତ ସଂକଳିତ କରିପାରିଲୁଁ ।’ ତାଙ୍କ ମନ୍ତବ୍ୟରେ ପ୍ରକାଶ ଯେ ମୃତ୍ୟୁଞ୍ଜୟ ୧୭୬୨/୬୩ ଖ୍ରୀଷ୍ଟାବ୍ଦରେ ମେଦିନୀପୁରରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ତାଙ୍କ ଜୀବନକାଳ ଯାବତ୍ ମେଦିନୀପୁର ଓଡ଼ିଶାର ଅନ୍ତର୍ଗତ ଥିଲା; ସେହି ସମୟରେ ଏହି ଅଞ୍ଚଳରେ ଏକଭାଗ ବଙ୍ଗଳା, ଏକଭାଗ ହିନ୍ଦି, ଏକଭାଗ ଓଡ଼ିଆ ଏହି ରୂପ ଏହ୍ୟସ୍ପର୍ଶ ଭାଷା ପ୍ରଚଳିତ ଥିଲା । ଏହି କାରଣରୁ ମାର୍ଶମାନ ସାହେବ ତାଙ୍କୁ ଓଡ଼ିଶା-ଜାତି କହିଛନ୍ତି ଏବଂ ଅଦ୍ୟାପି ଅନେକେ ମୃତ୍ୟୁଞ୍ଜୟଙ୍କୁ ଓଡ଼ିଆ ବୋଲି ଜାଣନ୍ତି । ବାସ୍ତବିକ ମୃତ୍ୟୁଞ୍ଜୟ ରାଢ଼ୀୟ ବ୍ରାହ୍ମଣ, ଇତ୍ୟାଦି ।

 

(୮)

ସାହିତ୍ୟସାଧିକ ଚରିତମାଳା-୩- ବଙ୍ଗୀୟ ସାହିତ୍ୟ ପରିଷତ୍, କଲିକତା (୧୯୪୦)

 

ଅକ୍ଷୟଚନ୍ଦ୍ର ସରକାର ମୃତ୍ୟୁଞ୍ଜୟଙ୍କ ବିଷୟରେ ଉପରୋକ୍ତ ମନ୍ତବ୍ୟ ଦେବା ପାଇଁ ଏକାନ୍ତ ଭାବରେ ‘ବେହାରୀ ବାବୁଙ୍କ’ ଅନୁଗ୍ରହ ଉପରେ ନିର୍ଭର କରିଛନ୍ତି । ବେହାରୀବାବୁ ଯେ ମୃତ୍ୟୁଞ୍ଜୟଙ୍କ ପୌତ୍ର-ଏହା ସପକ୍ଷରେ କୌଣସି ପ୍ରମାଣ ଦେଇ ନ ପାରି ଲେଖିଛନ୍ତି, ‘‘ବେହାରୀବାବୁ ନିଜକୁ ମୃତ୍ୟୁଞ୍ଜୟଙ୍କ ପୌତ୍ର ବୋଲି ପରିଚୟ ଦେଇଛନ୍ତି ।’’

 

ବ୍ରଜେନ୍ଦ୍ରନାଥ ବନ୍ଦ୍ୟୋପାଧ୍ୟାୟ କେବଳ ଅକ୍ଷୟଚନ୍ଦ୍ର ସରକାରଙ୍କ ଉପରୋକ୍ତ ମନ୍ତବ୍ୟଟି ବଳରେ ମୃତ୍ୟୁଞ୍ଜୟଙ୍କୁ ବଙ୍ଗାଳୀ କରିବାର ଏକ ଦରପନ୍ତରିଆ ପ୍ରୟାସ କରିଛନ୍ତି, ମାତ୍ର ଶେଷରେ ଅନନ୍ୟୋପାୟ ହୋଇ ଉପରେ ଉଦ୍ଧୃତ ମାର୍ଶମାନଙ୍କ ବର୍ଣ୍ଣନା ଦେଇ ଲେଖିଛନ୍ତି, ‘‘ମୃତ୍ୟୁଞ୍ଜୟଙ୍କ ବିରାଟତ୍ୱ ଯେ ସ୍ୱଚକ୍ଷୁରେ ଦେଖିଥିଲେ, ସେ ଯୁଗର ଶ୍ରେଷ୍ଠ ସାମ୍ବାଦିକ, ସେହି ଜନ୍ କ୍ଲାର୍କ ମାର୍ଶମାନ, ତାହାଙ୍କ ସମ୍ବନ୍ଧରେ ଯେଉଁ ପ୍ରଶସ୍ତି କରିଛନ୍ତି, ତାହାର ପୁନରାବୃତ୍ତି କରି ମୁଁ ସେହି ଯୁଗନ୍ଧରଙ୍କ ପ୍ରସଙ୍ଗ ଶେଷ କରୁଛି ।’’ (୯)

 

(୯)

ସାହିତ୍ୟ ସାଧକ ଚରିତମାଳା, ପୃ-୫୩

 

ବ୍ରଜେନ୍ଦ୍ରନାଥଙ୍କ ଏହି ଅପଚେଷ୍ଟା କୌଣସି ବଙ୍ଗାଳୀ ଗବେଷକ ଗ୍ରହଣ କରି ନାହାନ୍ତି । ଜନ୍‌ମାର୍ଶମାନଙ୍କ ପ୍ରାମାଣିକ ତଥ୍ୟ ବିରୁଦ୍ଧରେ ବ୍ରଜେନ୍ଦ୍ରନାଥଙ୍କ ଯୁକ୍ତି ହାସ୍ୟାସ୍ପଦ ହୋଇଛି । ଜନ୍ ମାର୍ଶମାନ ଜୋସୁହା ମାର୍ଶମାନଙ୍କ ପୁତ୍ର । କେରୀଙ୍କ ସହିତ ସେ ଶ୍ରୀରାମପୁର କଲେଜ କାଉନସିଲର ସଭ୍ୟ ଥିଲେ । (୧୦) ସେ ମୃତ୍ୟୁଞ୍ଜୟଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଥିଲେ । ତାଙ୍କୁ ସେ "Colossus of literature" ବୋଲି ବର୍ଣ୍ଣନା କରି ଇଂରେଜୀ ଭାଷାର ପ୍ରଖ୍ୟାତ କୋଷକାର ଡକ୍ଟର ସାମୁଏଲ ଜନସନଙ୍କ ସଙ୍ଗରେ ତୁଳନା କରି କହିଛନ୍ତି; କେବଳ ବିଦ୍‌ବତ୍ତା ଓ ଜ୍ଞାନଗାରିମାରେ ନୁହେଁ, ଚେହେରାରେ ମଧ୍ୟ ମୃତ୍ୟୁଞ୍ଜୟଙ୍କର ଜନସନଙ୍କ ସଙ୍ଗରେ ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଥିଲା । ମୃତ୍ୟୁଞ୍ଜୟ ବିରାଟକାୟ ଥିଲେ ।

 

(୧୦)

The Story of Serampore and its College, P.42

 

ବ୍ରଜେନ୍ଦ୍ରନାଥ ମୃତ୍ୟୁଞ୍ଜୟଙ୍କୁ ସେ ଯୁଗର ‘ଅଦ୍ୱିତୀୟ ପଣ୍ଡିତ’ ବୋଲି ସ୍ୱୀକାର କରିଛନ୍ତି । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ମୃତ୍ୟୁଞ୍ଜୟଙ୍କ ବଙ୍ଗଳା ରଚନାକୁ ବଙ୍ଗୀୟ ସାହିତ୍ୟିକମାନେ ଉପହାସ କରିବା କଥା ଲେଖି ବ୍ରଜେନ୍ଦ୍ରନାଥ କହିଛନ୍ତି; ଏହି ବୀରୂପତା ରବୀନ୍ଦ୍ରନାଥଙ୍କୁ ମଧ୍ୟ ଭୀତ ଚକିତ କରିଥିଲା । ମୃତ୍ୟୁଞ୍ଜୟଙ୍କ ଭାଷା ତୁଳନାରେ ରାମମୋହନଙ୍କ ଭାଷାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ‘ସେଦିନ ପର୍ଯ୍ୟନ୍ତ ସାମୟିକ ପତ୍ରିକାରେ ଆନ୍ଦୋଳନ’ ହେବା କଥା ସେ ଦେଖିଥିବାର ଲେଖିଛନ୍ତି । ଊନ୍ନବିଂଶ ଶତାବ୍ଦୀର ପ୍ରଥମ ପାଦାର୍ଦ୍ଧରେ ମୃତ୍ୟୁଞ୍ଜୟଙ୍କ ଭଳି ସମ୍ମାନୀୟ ପଣ୍ଡିତ ଆଉ ନ ଥିଲେ-ଏକଥା ଅବିସମ୍ବାଦୀ ସତ୍ୟ । ଓଡ଼ିଆ ଥିଲେ ବୋଲି ମୃତ୍ୟୁଞ୍ଜୟଙ୍କୁ ପରବର୍ତ୍ତୀ ଯୁଗର ବଙ୍ଗୀୟ ସାହିତ୍ୟିକମାନେ ଯେତେ ଉପେକ୍ଷା କରିଥାନ୍ତୁ, ସେ ଯେ ସର୍ବପ୍ରଥମ ଅବ୍ୟବହୃତ ଅପ୍ରଚଳିତ ବଙ୍ଗଳା ଗଦ୍ୟର ‘ଗୋଟାଏ ସଚଳ ଓ ମହନୀୟ ରୂପ ପ୍ରତ୍ୟେକ୍ଷ କରିଥିଲେ’ ଏବଂ ତାଙ୍କ ରଚନାରେ ‘ବଙ୍ଗଳା ଗଦ୍ୟର ଇତିହାସର ସୂତ୍ରପାତ ହୋଇଛି’ ଏକଥା ଅସ୍ୱୀକାର କରିବାର ଉପାୟ ବଙ୍ଗାଳୀମାନଙ୍କର ନାହିଁ । ବସ୍ତୁତଃ, ମୃତ୍ୟୁଞ୍ଜୟ ସଂସ୍କୃତ ଭାଷାରେ ଏଭଳି ପାରଦର୍ଶୀ ଥିଲେ ଯେ, ସମ୍ପୂର୍ଣ୍ଣ ନୂତନ ଭାଷାରେ ନାନାପ୍ରକାର ରଚନା କୌଶଳ ସେ ଅକ୍ଲେଶରେ ପ୍ରଦର୍ଶନ କରିଥିଲେ ।

 

ବଙ୍ଗୀୟମାନଙ୍କ ଭାଷାକୁ ଊନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ‘ବାଙ୍ଗାଲୀ ଭାଷା’ ବୋଲା ଯାଉଥିଲା । ରାମମୋହନ ରାୟ ତା’ର ନାମକରଣ କରିଥିଲେ ‘ଗୌଡ଼ୀୟ ଭାଷା’; କିନ୍ତୁ ମୃତ୍ୟୁଞ୍ଜୟ ସେ ଭାଷାକୁ ‘ବାଙ୍ଗାଳାଭାଷା’ ବୋଲି ନାମିତ କରିଥିବାର ଅଧ୍ୟାପକ ସୁନୀତି କୁମାର ଚଟ୍ଟୋପାଧ୍ୟାୟ ସ୍ୱୀକାର କରିଛନ୍ତି ।

 

ମୃତ୍ୟୁଞ୍ଜୟ ଓଡ଼ିଆରେ ପୁସ୍ତକ ରଚନା କରି ନ ଥିଲେ କାହିଁକି ?

ଗୋଟିଏ ପ୍ରଶ୍ନ ସ୍ୱତଃ ମନରେ ଉଠେ, ମୃତ୍ୟୁଞ୍ଜୟ ତାଙ୍କ ମାତୃଭାଷାରେ ପୁସ୍ତକ ରଚନା କରି ନ ଥିଲେ କାହିଁକି ? ମୃତ୍ୟୁଞ୍ଜୟ ମୁଖ୍ୟତଃ ସଂସ୍କୃତ ଭାଷାର ପଣ୍ଡିତ ଥିଲେ । ଫୋର୍ଟ ଉଇଲିଅମ କଲେଜର ପ୍ରଧାନ ପଣ୍ଡିତ ଭାବରେ କାର୍ଯ୍ୟ କରୁଥିବାବେଳେ ଇଂରେଜ ସରକାରଙ୍କ ନିର୍ଦ୍ଦେଶରେ ସେ ବଙ୍ଗଳା ଗଦ୍ୟ ସୃଷ୍ଟିରେ ସହାୟତା କରିଥିଲେ । ସେତେବେଳେ ସରକାରୀ ଅନୁଗ୍ରହ କେବଳ ବଙ୍ଗଳା ଭାଷା ପାଇଥିଲା ଏବଂ ସେଥିରେ ପୁସ୍ତକ ରଚନା କଲେ ପୁରସ୍କାର ମିଳୁଥିଲା । ଓଡ଼ିଆ ଭାଷା କଥା ସେ ସମୟରେ (ଏବଂ ତା’ର ଢେର ପରେ ମଧ୍ୟ) କେହି ବିଚାରକୁ ନେଇ ନଥିଲେ । କିନ୍ତୁ ଏ କଥା ସତ୍ୟ, ଇଂରେଜମାନେ ଓଡ଼ିଆ ଭାଷା ଯେ ଏକ ସ୍ୱତନ୍ତ୍ର ଭାଷା-ଏ କଥା ଜାଣିଥିଲେ । ଜର୍ଜସ୍ମିଥ ଲେଖିଛନ୍ତି, ମୃତ୍ୟୁଞ୍ଜୟଙ୍କ ତତ୍ତ୍ୱାବଧାନରେ ବଙ୍ଗଳା ପରେ ପରେ ଓଡ଼ିଆ ଭାଷାରେ ବାଇବଲ ଅନୂଦିତ ହୋଇଥିଲା । ସେତେବେଳେ ଯେଉଁ ଓଡ଼ିଆ ଭାଷାରେ ଗଦ୍ୟ ରଚନା କରିବାକୁ ହୋଇଥିଲା, ତାହାର କ୍ରିୟାଗୁଡ଼ିକ ‘କରୟ’, ‘ହୁଅୟ’, ‘କହୟ’ ଥିଲା । ପଦ୍ୟରେ ଏଗୁଡ଼ିକ ‘କରଇ’, ‘ହୁଅଇ’, ‘କହଇ’ ହୋଇ ଏବେ ‘କରେ, ହୁଏ କହେ’ ହୋଇ ଯାଇଛି । ନିମ୍ନରେ ଆମ୍ଭେ ସେ ଯୁଗର ଓଡ଼ିଆ ଗଦ୍ୟର ଦିଓଟି ନମୁନା ଦେଉଛୁ । ପରୋକ୍ତ ନମୁନାଟି ମୃତ୍ୟୁଞ୍ଜୟଙ୍କଦ୍ୱାରା ଅନୂଦିତ ବାଇବଲର ଭାଷା (୧୮୧୪) ।

 

ପ୍ରଥମ ନମୁନା–ପୁଣି ଯେଉଁ ପୁଡ଼ି ତିରୀ ମୁକୁଳାମୁଣ୍ଡ ହୋଇ ପ୍ରାର୍ଥନା କରାୟ କି ଅବା ଆଚାର୍ଯ୍ୟକାବ୍ୟ କୁହୟ; ସେ ଆପଣା ମୁଣ୍ଡର ଅମର୍ଯ୍ୟାଦା କରୟ, କିମ୍ପାନା ସେ ତାହାର ମୁଣ୍ଡ ମୁଣ୍ଡାଇବାର ତୁଲ୍ୟ ।

 

ଦ୍ୱିତୀୟ ନମୁନା–ଏ ନିମନ୍ତେ ଯଜ୍ଞବେଦିର କତିରେ ତୁମ୍ଭର ଦେୟ ଦ୍ରବ୍ୟ ଆଣି ତୁମ୍ଭର ଭାଇର ଯେ ତୁମ୍ଭର ବୈପରିତ୍ୟ କିଛି ଥାଏ ସେଠାରେ ଯେବେ ଇହାର ସ୍ମରଣ କର ତେବେ ବେଦିର ଛାମୁରେ ତୁମ୍ଭର ଦେୟଦ୍ରବ୍ୟ ରଖିଯାଅ ପୁଣି ପ୍ରଥମରେ ଆପର ଭାଇର ସହିତ ମିଳ ତହିଁ ଉତ୍ତାରେ ଆସି ତୁମ୍ଭର ଦେୟ ଦ୍ରବ୍ୟ ନିବେଦନ କର ।

 

ମୃତ୍ୟୁଞ୍ଜୟଙ୍କ ସମୟରେ ଫୋର୍ଟ ଉଇଲିଅମ କଲେଜରେ ଓଡ଼ିଆ ଭାଷାର ଚର୍ଚ୍ଚା ଥିଲା । ସେ ଓଡ଼ିଆରେ ବାଇବଲର ଅନୁବାଦ କରିବା ଛଡ଼ା ଅନ୍ୟ ରଚନା କରିଥିଲେ କି ନା ସେ କଥା ଆଜି ଜାଣିବାର କୌଣସି ଉପାୟ ନାହିଁ । ମୃତ୍ୟୁଞ୍ଜୟଙ୍କ ସଙ୍ଗରେ ଗଦାଧର ବିଦ୍ୟାବାଗୀଣ, ପରଶୁରାମ ପ୍ରଭୃତି ଓଡ଼ିଆ ପଣ୍ଡିତମାନେ ସେ କଲେଜରେ ନିଯୁକ୍ତ ହୋଇଥିଲେ । (୧୧) ମୋହନ ପ୍ରସାଦ ହୋଇଥିଲା ଠାକୁରଙ୍କ ରଚିତ An Oriya and English Vocabulary ୧୮୧୧ ସାଲରେ ପ୍ରକାଶିତ ହୋଇଥିଲା ଓ ସରକାର ଏଥିରୁ ଶତାଧିକ ଖଣ୍ଡ କିଣିଥିଲେ ।

 

(୧୧)

ଫୋର୍ଟ ଉଇଲିଅମ କଲେଜର ୨୦।୯।୧୮୦୪ ତାରିଖର ବିବରଣରେ ପ୍ରକାଶିତ- READY FOR PRESS-The new Testament in the Orissa language translated by Poorush Ram, the Orissa Pundit revised and compared with original Greek by Mr. Wm. Carey.

 

ଉପସଂହାର :

ଭାରତରେ ସହମରଣ ବା ସତୀଦାହ ବିଲୋପ କରିବାର ପ୍ରଥମ ପ୍ରବର୍ତ୍ତକ ଓ ଭାରତୀୟ ଭାଷାମାନଙ୍କରେ ଗଦ୍ୟ ଶୈଳୀର ସ୍ରଷ୍ଟା ଓ ସକ୍ଷମ ଶିଳ୍ପୀ ମୃତ୍ୟୁଞ୍ଜୟଙ୍କ ବିଲୁପ୍ତପ୍ରାୟ ଜୀବନୀ ଓ କୀର୍ତ୍ତିର ସଂକ୍ଷିପ୍ତ ପରିଚୟ ଦିଆଗଲା । ସେ ଯେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ, ବିପୁଳ ପାଣ୍ଡିତ୍ୟ ଓ ପ୍ରତିଭାର ଅଧିକାରୀ ଥିଲେ ତାହା ଓଡ଼ିଆମାନେ ଜାଣି ନ ଥିଲେ ମଧ୍ୟ, ଇଂରେଜମାନେ ତାଙ୍କୁ ତାଙ୍କର ପ୍ରାପ୍ୟ ସମ୍ମାନ ଦେଇଥିଲେ । ତାଙ୍କ ଭଳି ଏକ ବିରାଟ ମନୀଷାକୁ ଆମେ ନିଜର ବୋଲି ଜାଣି ନ ପାରି କି ଅସାଧାରଣ ଆତ୍ମବିସ୍ମୃତି ଫଳରେ ତାଙ୍କୁ ଭୁଲି ଯାଇଥିଲୁଁ ।

 

ପ୍ରାଦେଶିକତାର ଅସୁୟାଦ୍ୱାରା ପ୍ରଭାବିତ ହୋଇ ଇତିହାସକୁ ବିକୃତ କରିବାକୁ ଶତଚେଷ୍ଟା କଲେ ମଧ୍ୟ ସତ୍ୟ ଲୁଚି ଛପି ରହେ ନାହିଁ । ଇଂରେଜୀ ଶାସନର ଆଦି କାଳରେ, ମୃତ୍ୟୁଞ୍ଜୟଙ୍କ ନେତୃତ୍ୱରେ ଓଡ଼ିଆ ପଣ୍ଡିତମଣ୍ଡଳୀ କେବଳ ବଙ୍ଗଳା ଭାଷାକୁ ସମୃଦ୍ଧ କରି ନ ଥିଲେ, କଲିକତାର ସମାଜ ଜୀବନକୁ ନିଜର ଆଦର୍ଶ ଓ ପ୍ରଜ୍ଞାଦ୍ୱାରା ସମୂଜ୍ଜ୍ୱଳ କରିଥିଲେ।

 

 

5/1 (3R) Kalpana Apartments

ଭୁବନେଶ୍ୱର, ୭୫୧୦୧୪

 

***